ପରଦାକୁ ଫେରିବ ୯୦ ଦଶକର ଏହି ଲୋକପ୍ରିୟ ସୁପରହିରୋ ଶୋ!

Published: Mar 31, 2020, 4:46 pm IST

ମୁମ୍ବାଇ : ୯୦ ଦଶକର ଟେଲିଭିଜନ ଦର୍ଶକଙ୍କ ପାଇଁ ଖୁସି ଖବର । ୯୦ ଦଶକର ସୁପରହିଟ୍  ପ୍ରଥମ ଭାରତୀୟ ସୁପରହିରୋ ଶୋ ଶକ୍ତିମାନ ପୁଣିଥରେ ପରଦାକୁ ଫେରୁଛି । ମଙ୍ଗଳବାର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଏହି ଘୋଷଣା କରାଯିବା ପରେ ଏହାକୁ ବିଭିନ୍ନ ସୋସିଆଲ୍ ମିଡିଆରେ ପ୍ରଶଂସା କରାଯାଉଛି । ଆସନ୍ତା କାଲିଠାରୁ ଦୂରଦର୍ଶନରେ ଏହି ସିରିଏଲ୍‌ଟି ଦୈନିକ ଏକ ଘଣ୍ଟା ପ୍ରଦର୍ଶିତ ହେବ । ରାମାୟଣ ଓ ମହାଭାରତର ପ୍ରଦର୍ଶନ କରାଯାଉଥିବା ବେଳେ ଅନେକ ବ୍ୟବହାରକାରୀ ଶକ୍ତିମାନର ପୁନଃପ୍ରସାରଣ ପାଇଁ ଦାବି କରୁଥିଲେ । ଉଲ୍ଲେଖଯୋଗ୍ୟ ଯେ, ଏହି ଶୋରେ ମୁକେଶ ଖାନ୍ନାଙ୍କ ଶକ୍ତିମାନ ଓ ପଣ୍ଡିତ ଗଙ୍ଗାଧର ବିଦ୍ୟାଧର ମାୟାଧର ଓଁକାରନାଥ ଶାସ୍ତ୍ରୀ  ଭୂମିକାରେ ନଜର ଆସୁଥିଲେ ।

Related posts