Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»୨୦୧୯ ନିର୍ବାଚନରେ ବିଜେପିର ନୂଆ କାହାଣୀ, ନବୀନ ପଟ୍ଟନାୟକ ଓ ଅଟଳ ବିହାରୀ ବାଜପାୟୀ ଉଭୟେ ଦୁର୍ନୀତିଗ୍ରସ୍ତ !
ବିଶେଷ ଖବର

୨୦୧୯ ନିର୍ବାଚନରେ ବିଜେପିର ନୂଆ କାହାଣୀ, ନବୀନ ପଟ୍ଟନାୟକ ଓ ଅଟଳ ବିହାରୀ ବାଜପାୟୀ ଉଭୟେ ଦୁର୍ନୀତିଗ୍ରସ୍ତ !

March 29, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
BJP accused CM in coalblock case.BJD also accused Dharmendra Pradhan on Vyapam Case.
BJP accused CM in coalblock case.BJD also accused Dharmendra Pradhan on Vyapam Case.

କେଦାର ମିଶ୍ର

ଏକଦା ସଂସଦରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ସମାଲୋଚନା କରିବାକୁ ଯାଇ ଆଜିର ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ,  ମନମୋହନ ବର୍ଷାତି ପିନ୍ଧି ଗାଧୁଆ ଘରକୁ ଯାଆନ୍ତି। ଏହାର ଅର୍ଥ ହେଉଛି ଯଦିଓ ମନମୋହନ ସିଂ ନିଜକୁ ସ୍ଵଚ୍ଛ ବୋଲି କହନ୍ତି, ତଥାପି ତାଙ୍କ ମନ୍ତ୍ରୀମଣ୍ଡଳରେ ବହୁ ଦୁର୍ନୀତିଖୋର ଲୋକ ରହିଥିଲେ ଓ ତାଙ୍କ ଅମଳରେ ବହୁ ଭ୍ରଷ୍ଟାଚାର ହୋଇଥିଲା। ଏକଥା ଭାରତୀୟ ଜନତା ପାର୍ଟିର ମନେଥିବ ନିଶ୍ଚୟ। ଏବେ ହଠାତ ବିଜେପି ଓଡିଶା ଓ ଏହାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୋଟେ ବିଚିତ୍ର ଅଭିଯୋଗ ଆଣିଛନ୍ତି। ନିର୍ବାଚନର ଆଧାର ମଧ୍ୟ ବଡ ବିଚିତ୍ର। ସୁପ୍ରିମକୋର୍ଟରେ କେହିଜଣେ ବୈଭବ ବର୍ମା ଏକ ପିଟିସନ ଦାଖଲ କରି କହିଲେ ଯେ ମାର୍ଚ୍ଚ ୧୯୯୮ ମସିହାରେ ନାଗପୁରର ଏମଏସ ସେଣ୍ଟ୍ରାଲ କୋଇଲାରି ନାମକ ଏକ କମ୍ପାନୀକୁ କେତୋଟି କୋଇଲା ଖଣି ଭାରତ ସରକାର ଆବଣ୍ଟନ କରିଥିଲେ। ଅଭିଯୋଗର ମୂଳ ବିଷୟ ହେଲା ଏହି କମ୍ପାନୀ ସେତେବେଳେ ପଞ୍ଜିକୃତ ହୋଇନଥିଲା। ଅଭିଯୋଗର ଆଧାର ଠିକ ଅଛି। ତେବେ ଏ ସଙ୍କ୍ରାନ୍ତରେ କିଛି ସାଧାରଣ ପ୍ରଶ୍ନବାଚୀ ମଧ୍ୟ ରହିଛି।

ଘଟଣାଟି ଘଟିଲା ମାର୍ଚ୍ଚ ୧୯୯୮ ରେ । ସେତେବେଳେ ନବୀନ ପଟ୍ଟନାୟକ କେନ୍ଦ୍ରରେ ଖଣି ମନ୍ତ୍ରୀ ଥିଲେ ଓ ଅଳ୍ପ ସମୟ ଲାଗି କୋଇଲା ବିଭାଗ ଦାୟିତ୍ବରେ ରହିଥିଲେ। ଖଣି ବିଭାଗ ଦାୟିତ୍ବରେ ନବୀନ ୧୯ ମାର୍ଚ୍ଚ ୧୯୯୮ ରୁ ୫ ମାର୍ଚ୍ଚ ୨୦୦୦ ପର୍ଯନ୍ତ ଥିଲେ। ସେଥିରୁ ଅତି ଅଳ୍ପ ସମୟ କୋଇଲା ବିଭାଗ ତାଙ୍କ ଅଧୀନରେ ଥିଲା। ଯାହା କୁହାଯାଉଛି ଏହି କୋଇଲା ଖଣି ଆବଣ୍ଟନ ମାର୍ଚ୍ଚ ମାସରେ ହୋଇଥିଲା। ଯଦି ହୋଇଥିଲା କେବେ ଓ ଏହାର ଫାଇଲ କେବଠୁ ଆରମ୍ଭ ହୋଇଥିଲା। ସେତେବେଳେ ପ୍ରଧାନମନ୍ତ୍ରୀ କାର୍ୟାଳୟ ଏ ସମ୍ପର୍କରେ ଅବଗତ ଥିଲେ ନା ନାହିଁ ? ସେତେବେଳେ ଖଣି ମନ୍ତ୍ରୀ ନବୀନ ପଟ୍ଟନାୟକ ଥିବା ବେଳେ ପ୍ରଧାନମନ୍ତ୍ରୀ ଥିଲେ ଅଟଳ ବିହାରୀ ବାଜପାୟୀ। ବାଜପାୟୀ ମନ୍ତ୍ରୀମଣ୍ଡଳ ତାହେଲେ ଦୁର୍ନୀତିଗ୍ରସ୍ତ ଥିଲା ବୋଲି ବିଜେପି ଆଜି ସ୍ଵୀକାର କରୁଛି କି ?

ଯଦି କୌଣସି ଖଣି ଆବଣ୍ଟନରେ ଦୁର୍ନୀତି ହୋଇଥିଲା, ତାହେଲେ ଏ ସମ୍ପର୍କରେ ୧୯୯୮ ରୁ ୨୦୦୪ ଯାଏ ରହିଥିବା ବାଜପାୟୀ ସରକାର ନୀରବ ରହିଥିଲେ କାହିଁକି ? ଜଣେ ତଥାକଥିତ ଦୁର୍ନୀତିଗ୍ରସ୍ତ ବ୍ୟକ୍ତିଙ୍କ ସହ ମିଶି ୨୦୦୦ ରୁ ୨୦୦୯, ଦୀର୍ଘ ୯ ବର୍ଷ କାଳ ବିଜେପି ଓଡିଶାରେ ସରକାର ଗଢିଥିଲା କେମିତି? ତିନୋଟି ସାଧାରଣ ନିର୍ବାଚନରେ ନବୀନ ବିଜେପିର ନେତା ନଥିଲେ କି ? ନବୀନଙ୍କ ପରେ ଯେଉଁମାନେ କୋଇଲା ମନ୍ତ୍ରଣାଳୟ ଦାୟିତ୍ବରେ ଥିଲେ ସେମାନେ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ କି ? ୨୦୦୯ ରେ ନବୀନ ଯଦି ବିଜେପି ସହିତ ନିଜେ ସମ୍ପର୍କ ଛିନ୍ନ କରିନଥାନ୍ତେ ଆଜି ମଧ୍ୟ ବିଜେପି ତାଙ୍କର ଜୁନିଅର ହୋଇ ରହିବାକୁ ଚାହିଁ ନଥାନ୍ତା କି ? ଏଗାର ବର୍ଷ ଧରି ତଥାକଥିତ ଦୁର୍ନୀତିଗ୍ରସ୍ତ ନବୀନଙ୍କ ସହ ବଡ ଆନନ୍ଦରେ କ୍ଷମତା ଭୋଗ କରିଥିବା ବିଜେପି ଆଜି ହଠାତ ଏତେ ଜ୍ଞାନ ପାଇଲା କେମିତି ?

ତେବେ ଏହି ମାମଲାରେ ୨୬, ମାର୍ଚ୍ଚ ୨୦୧୪ ରେ ଏକ ମାମଲା ଦାୟର ହେଲା, ମନମୋହନ ସିଂ ସରକାର ଅମଳରେ। ଏ ପ୍ରସଙ୍ଗରେ ତତ୍କାଳୀନ କୋଇଲାମନ୍ତ୍ରୀଙ୍କୁ କୁଆଡେ ସିବିଆଇ ୨୫, ନଭେମ୍ବର ୨୦୧୭ ରେ ଜେରା ମଧ୍ୟ କରିଥିଲା। ସିବିଆଇ ଏଠି ପତ୍ରଟିଏ ହଲାଇଲେ ବାତ୍ୟା ର ଆଭାସ ସୃଷ୍ଟି କରୁଥିବା ବିଜେପି ଏ ବିଷୟରେ ଗତ ପାଞ୍ଚ ବର୍ଷ ଧରି କିଛି ଜାଣି ପାରିଲା ନାହିଁ କେମିତି ? ମୋଦୀ ସରକାର ଅଟଳ ବିହାରୀ ବାଜପାୟୀ ସରକାର ଅମଳର ଦୁର୍ନୀତିକୁ ଆଜି ନିର୍ବାଚନ ପ୍ରସଙ୍ଗ କରୁଛି। ପାଞ୍ଚ ବର୍ଷ ଧରି ନୁହଁ ବରଂ ୨୧ ବର୍ଷ ଧରି  ଗୋଟେ ଦୁର୍ନୀତିକୁ ଘଣ୍ଟ ଘୋଡାଇ ରଖିଥିବା ମୋଦୀ ସରକାର ଆଜି କେଉଁ ମୁହଁରେ ନିର୍ବାଚନ ପୂର୍ବରୁ ଏହାକୁ ଏକ ପ୍ରସଙ୍ଗ ବୋଲି କହୁଛନ୍ତି ? ଯେଉଁ ବୈଭବ ବର୍ମା ଏ ମାମଲା ସୁପ୍ରିମ କୋର୍ଟରେ ଉଠାଇଛନ୍ତି ତାହାର ସ୍ପଷ୍ଟୀକରଣ ସିବିଆଇ ଦେଉ ନାହିଁ କାହିଁକି ? ସିବିଆଇ ନବୀନ ପଟ୍ଟନାୟକଙ୍କ ଅଧୀନରେ କାମ କରୁଛି କି ? କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ କାମ କରୁଥିବା ଧର୍ମେନ୍ଦ୍ର ପ୍ରଧାନ ଏ ପ୍ରସଙ୍ଗରେ ଗଣ ମାଧ୍ୟମରେ ପ୍ରଶ୍ନ ନ ପଚାରି ତାଙ୍କ ସରକାର ଏ ପ୍ରସଙ୍ଗରେ କଣ ସବୁ ପଦକ୍ଷେପ ନେଇଛନ୍ତି ଜଣାଇବେ କି ? ଏ ମାମଲାରେ ଅନ୍ୟତମ ଅଭିଯୁକ୍ତ କିଛି ମନ୍ତ୍ରୀ ଆଜି ମଧ୍ୟ ମୋଦୀ ସରକାରରେ ରହିଛନ୍ତି ବୋଲି ଶ୍ରୀ ପ୍ରଧାନ ଜାଣିନାହାନ୍ତି କି ?

ସବୁଠୁ ମଜା କଥା ହେଉଛି ଏ ପ୍ରସଙ୍ଗରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ମଧ୍ୟ ବେଶ ବଡ ବଡ କଥା କହୁଛନ୍ତି। ଶ୍ରୀ ପଣ୍ଡା ୧୯୯୮ ରୁ ଗତ ବର୍ଷ ପର୍ୟନ୍ତ ନବୀନଙ୍କ ସବୁଠୁ ପ୍ରିୟା ବନ୍ଧୁ ଥିଲେ। ଆଜି ହଠାତ ଏ ନାଟକର କାରଣ କଣ କେବଳ ରାଜନୈତିକ ଶତ୍ରୁତା ? ନିଜର ରାଜନୈତିକ ଖେଳ ଖେଳିବା ସମୟରେ ଯୁକ୍ତି ଓ ସିଦ୍ଧାନ୍ତ ବୋଲି କିଛି ଅଛି ବୋଲି ବୋଧେ ଆମର ନେତାମାନେ ଭୁଲି ଯାଆନ୍ତି । ୧୧୯୮ ର ମାମଲାକୁ ୨୦୧୯ ନିର୍ବାଚନରେ ପ୍ରସଙ୍ଗ କଲେ- ଜଗତେ କେବଳ ଜନେ ହସିବେ, ଏକଥା ବିଜେପି ଭୁଲିଯିବା ଉଚିତ ନୁହେଁ !

BJD BJP dharmendra naveen sasmit
Share. Facebook Twitter LinkedIn Email WhatsApp Copy Link

Related Posts

ବ୍ରହ୍ମପୁରରେ ଦୁଇ ଯୁବକ ଯୁବତୀଙ୍କୁ ମରଣାନ୍ତକ ଆକ୍ରମଣ ମାମଲା: ରାଜ୍ୟ ସରକାରକୁ ଘେରିଲେ ନବୀନ

May 19, 2026

ଅସୁସ୍ଥ ଏବଂ ବିପଦଜନକ କୁକୁରମାନଙ୍କ ପାଇଁ ବଡ଼ ଖବର: କଡ଼ା ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

May 19, 2026

ଓଡ଼ିଶାରେ ପେଟ୍ରୋଲ, ଡିଜେଲ ଏବଂ ଏଲପିଜିର ପର୍ଯ୍ୟାପ୍ତ ଏବଂ ନିରବଚ୍ଛିନ୍ନ ଯୋଗାଣ ଜାରି

May 19, 2026

ସହିଦ ଜବାନ ଏବଂ ନକ୍ସଲ ହିଂସାରେ ପୀଡିତଙ୍କ ପରିବାରକୁ ଭେଟିଲେ ଅମିତ ଶାହ

May 18, 2026
Latest News

ମମତା ବାନାର୍ଜୀଙ୍କୁ ବଡ଼ ଝଟକା: ଫାଲଟା ଆସନରେ ନିର୍ବାଚନ ଲଢିବାକୁ ମନା କଲେ ଟିଏମସି ପ୍ରାର୍ଥୀ

May 19, 2026

ଆସନ୍ତାକାଲି ଦେଶବ୍ୟାପୀ ସମସ୍ତ ଔଷଧ ବ୍ୟବସାୟ ପ୍ରତିଷ୍ଠାନ ଗୁଡିକର ଏକଦିନିଆ ବନ୍ଦ ଡାକରା

May 19, 2026

ବ୍ରହ୍ମପୁରରେ ଦୁଇ ଯୁବକ ଯୁବତୀଙ୍କୁ ମରଣାନ୍ତକ ଆକ୍ରମଣ ମାମଲା: ରାଜ୍ୟ ସରକାରକୁ ଘେରିଲେ ନବୀନ

May 19, 2026

ନବୀନ ନିବାସରେ ବିଲୁଆ ଓ ଶାଳିଆପତନି, ନନ୍ଦନକାନନ ଅଧିକାରୀ କଲେ କାବୁ

May 19, 2026

ଭାରତରେ ଖେଳାଯିବ ବିଗ୍ ବ୍ୟାସ୍ ଲିଗ୍: ଜାଣନ୍ତୁ କେବେ ଏବଂ କେଉଁଠାରେ ହେବ ମ୍ୟାଚ୍

May 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.