Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»୨୦୧୯ ସାଧାରଣ ନିର୍ବାଚନ, ଗତ ୨୦ ବର୍ଷ ଭିତରେ ବିଜୁ ଜନତା ଦଳ ପାଇଁ ସବୁଠୁ ବଡ ଆହ୍ଵାନ – ଏତେ ସହଜ ନୁହେଁ ଏ ନିର୍ବାଚନ ଜିଣିବା 
ବିଶେଷ ଖବର

୨୦୧୯ ସାଧାରଣ ନିର୍ବାଚନ, ଗତ ୨୦ ବର୍ଷ ଭିତରେ ବିଜୁ ଜନତା ଦଳ ପାଇଁ ସବୁଠୁ ବଡ ଆହ୍ଵାନ – ଏତେ ସହଜ ନୁହେଁ ଏ ନିର୍ବାଚନ ଜିଣିବା 

April 3, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link
heavy contest between bjd bjp in ganjam
heavy contest between bjd bjp in ganjam

କେଦାର ମିଶ୍ର

ଭୁବନେଶ୍ବରରେ ରହି ନିର୍ବାଚନର ବିଶ୍ଳେଷଣ କରିବା ଓ ଲୋକଙ୍କ ସାଙ୍ଗରେ ନିର୍ବାଚନର ଚର୍ଚ୍ଚା କରିବା ଭିତରେ ଆକାଶ ପାତାଳ ପ୍ରଭେଦ ଅଛି। ଭୁବନେଶ୍ବରରୁ ଯାହା ଦେଖାଯାଉଛି ଓ ସେଠିକାର ଟେଲିଭିଜନରୁ ଆମେ ଯେଉଁ ଦୃଶ୍ୟ ଦେଖୁଛୁ, ତାହାର ଠିକ ଅଲଗା ଚିତ୍ର ଲୋକଙ୍କ ଭିତରେ ଦେଖିବାକୁ ମିଳୁଛି। ପ୍ରଥମ ପର୍ଯାୟ ନିର୍ବାଚନ ଆଉ ମାତ୍ର ୮ ଦିନ ବାକିଥିବା ବେଳେ ଭୋଟରଙ୍କ ଭିତରେ ଆଜି ମଧ୍ୟ ଉତ୍ସାହ ଆସିନାହିଁ। ନିର୍ବାଚନରେ ଲୋକମତର ତଲାଶ କରିବାକୁ ଆଜି ଆମେ ବ୍ରହ୍ମପୁର ଓ ଆସ୍କା ଲୋକସଭା ନିର୍ବାଚନମଣ୍ଡଳୀ ବୁଲୁଥିଲୁ। ବ୍ରାହ୍ମପୁରରେ ପ୍ରଥମ ପର୍ଯାୟ ଓ ଆସ୍କାରେ ଦ୍ଵିତୀୟ ପର୍ଯାୟରେ ଭୋଟ ଗ୍ରହଣ ହେବ। ପାଖାପାଖି ୪୦୦ କିଲୋମିଟର ବୁଲିବା ପରେ ଏମିତି କିଛି ଅନୁଭବ ଆମର ହୋଇଛି, ଯାହାକୁ ଆମର ପାଠକଙ୍କ ସହ ବାଛିବା ନିହାତି ଜରୁରୀ। ଆମେ ମୂଳତଃ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀ କୁ ଫୋକସରେ ରଖିବାକୁ ଭାବିଥିଲୁ। ତେବେ ହିଞ୍ଜିଳି ଯିବା ଆଗରୁ ଏହାର ଆଖପାଖ ନିର୍ବାଚନମଣ୍ଡଳୀରେ ଲୋକମତର ଅନୁଧ୍ୟାନ କରିବାକୁ ଆମେ ଚେଷ୍ଟା କରିଛୁ। ହିଞ୍ଜିଳୀର ମୁଖଶାଳା ଭାବରେ କେତୋଟି ନିର୍ଦ୍ଦିଷ୍ଟ ମତ ଆମେ ରଖୁଛୁ-

୧. ଏ ନିର୍ବାଚନରେ ଜନମତ ଆଜି ମଧ୍ୟ ଅସ୍ପଷ୍ଟ । ନିର୍ବାଚନରେ ସେମାନେ କାହାକୁ ଭୋଟ ଦେବେ ସେକଥା କହିଲାବେଳେ ସେମାନେ ବେଶ ସତର୍କ। ଏଥିରୁ ଗୋଟେ କଥା ସ୍ପଷ୍ଟ ଯେ ଏ ନିର୍ବାଚନରେ କୌଣସି ହାୱା ବୋହୁନାଇଁ। ଓଡିଶାକୁ ୧୯ ବର୍ଷ ଶାସନ କଲାପରେ ନବୀନଙ୍କ ପ୍ରତି ଲୋକଙ୍କ ଆସ୍ଥା ଯଦିଓ ତୁଟିନାହିଁ, ହେଲେ ତାଙ୍କ ନେତୃତ୍ୱ ପ୍ରତି ପ୍ରଶ୍ନହୀନ ଆବେଗ ଆଉ ନାହିଁ। ଖାଲିକୋଟରେ ଜଣେ ମହିଳା ଭୋଟର କହିଲେ, ନବୀନ ବାବୁଟି ବହୁତ ଭଲ ଲୋକ, ହେଲେ ଆମ ବିଧାୟକ ଆମର କେଉଁ କାମ କରିନାହାନ୍ତି।

୨. ଗଞ୍ଜାମ ଜିଲ୍ଲା ଗୋଟେ ସମୟରେ ବିଜୁ ଜନତା ଦଳର ଅଭେଦ୍ୟ ଦୁର୍ଗ ଥିଲା। ଆଜି ବି ଦଳର ସଂଗଠନ ଗଞ୍ଜାମରେ ମଜବୁତ ରହିଛି। ହେଲେ ପ୍ରଚାର ଅଭିଯାନରେ ଭାରତୀୟ ଜନତା ପାର୍ଟିର ଉଦ୍ୟମ ସବୁଠି ବାରି ହୋଇ ପଡୁଛି। ବିଜେଡ଼ିର ପାରମ୍ପରିକ ବିରୋଧୀ କଂଗ୍ରେସ ଏବେ ପ୍ରାୟ ଅଦୃଶ୍ୟ। କବିସୂର୍ୟନଗର ଠାରେ ଆୟୋଜିତ ଏକ ବିଜେପି ରାଲିରେ ଆମକୁ ଜଣେ ବିଜେପି କର୍ମୀ ଯାହା କହିଲେ ତାହା ବେଶ ଗୁରୁତ୍ୱପୂର୍ଣ୍ଣ। ତାଙ୍କ ମତରେ ଏହା ରାଣୀଙ୍କ ନିର୍ବାଚନ ମଣ୍ଡଳୀ (ଭି. ସୁଜ୍ଞାନୀ କୁମାରୀ ଦେଓ )। ବିଜେପି ଲାଗି ଏଠି ବାଟ ସହଜ ନୁହେଁ। ହେଲେ ଆମେ ଏଥର ଭଲ ଟକ୍କର ଦେବୁ।

୩. ଏଥର ଗୋଟିଏ କଥା ସ୍ପଷ୍ଟ- ବିଜେଡ଼ିକୁ ବିଜେପି କଡା ଟକ୍କର ଦେଉଛି। ଏ ନିର୍ବାଚନ ଜମାରୁ ଏକପାଖିଆ ବା ହାୱା ର ନିର୍ବାଚନ ନୁହେଁ।

୪. ଏ ନିର୍ବାଚନରେ ମୋଦୀ ଅଛନ୍ତି, ହେଲେ ସେ କଣ କରିଛନ୍ତି, କାହା ପାଖରେ ତାର ଉତ୍ତର ନାଇଁ। ତେବେ ଲୋକପ୍ରିୟତାରେ ନବୀନଙ୍କ ସହ ମୋଦୀଙ୍କୁ ତୁଳନା କରିବାକୁ କେହି ଚାହାନ୍ତି  ନାଇଁ। କୋଦଳାର ଜଣେ ଯୁବକଙ୍କ କହିବା କଥା ହେଲା, ଓଡିଶାରେ ନବୀନ ଅଛନ୍ତି। ତାଙ୍କ କାମ ଆମେ ଦେଖୁଛୁ। ହେଲେ ମୋଦୀ କଥା ଖାଲି ଟିଭିରେ ଶୁଣୁଛୁ।

୫. ଖଲିକୋଟ ବଜାରରେ ଜଣେ ଯୁବକ ଆମକୁ କହିଲେ, ସେ ବିଜେପିକୁ ଇ ଭୋଟ ଦେବେ। ସେତେବେଳେ ପାଖରେ ଠିଆ ହୋଇଥିବା ଜଣେ ଆଉଜଣେ ଭଦ୍ରବ୍ୟକ୍ତି ରାଗିକି କହିଲେ, ନୋଟବନ୍ଦୀରେ ଯେଉଁ ଲୋକ ମୋ ଟଙ୍କା ଖାଇଛି, ମୁଁ ତାକୁ ଭୋଟ ଦେବିନି। ବିମୁଦ୍ରାକରଣକୁ ନେଇ ଲୋକ ଅସନ୍ତୋଷ ଆଜି ବି ବଳବତ୍ତର ରହିଛି।

୬. ଆସ୍କା ଲୋକସଭା ଲାଗି ପ୍ରମିଳା ବିଶୋୟୀଙ୍କୁ ପ୍ରାର୍ଥୀ କରିବାଟାକୁ ଅନେକ ମଧ୍ୟବିତ୍ତ ଓ ସହରୀ ଭୋଟର ଗ୍ରହଣ କରିପାରୁନାହାନ୍ତି। କିଛି ବିଜେଡି କର୍ମୀ ଏ ପ୍ରସଙ୍ଗରେ ନିଜର ଅସନ୍ତୋଷ ଆମକୁ କହିଥିଲେ। ଯୁବକ ମାନେ ବିଜେପିର ଅନିତା ପ୍ରିୟଦର୍ଶିନୀଙ୍କୁ ପ୍ରଶଂସା କରୁଥିବା ବେଳେ ମହିଳାଙ୍କ ପ୍ରଥମ ପସନ୍ଦ ଆଜି ବି ନବୀନ ଓ ସେମାନଙ୍କ ମତରେ ତାଙ୍କ ମନୋନୀତ ପ୍ରାର୍ଥୀ ଯିଏ ହେଲେ ବି ସେ ଜିତିବ।

ପ୍ରଥମ ଥର ଲାଗି ଗଞ୍ଜାମରେ ବିଜେଡି ବିଜେପିକୁ ସାମ୍ନା କରୁଛି। ଆଗରୁ କଂଗ୍ରେସ ଓ କମ୍ୟୁନିଷ୍ଟ ମାନେ ଗଞ୍ଜାମର ମୁଖ୍ୟ ପ୍ରତିଯୋଗୀ ଥିବାବେଳେ ହଠାତ ବିଜେପିର ଅଭ୍ୟୁଦୟ ଗଞ୍ଜାମ ରାଜନୀତିରେ ଏକ ନୂଆ ଘଟଣା।

bjdbjp contest Ganjam survey thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ଆମେରିକା ଆକ୍ରମଣରେ ତିନି ଭାରତୀୟଙ୍କ ମୃତ୍ୟୁ ପ୍ରସଙ୍ଗ: ଟ୍ରମ୍ପଙ୍କୁ ସ୍ପଷ୍ଟ ବାର୍ତ୍ତା ଦେଲେ ପ୍ରଧାନମନ୍ତ୍ରୀ ମୋଦୀ

June 17, 2026

ଉଦ୍ଧବ ଠାକରେଙ୍କୁ ଲାଗିବ ବଡ଼ ଝଟକା!: ଆଜି ବାଚସ୍ପତିଙ୍କୁ ଭେଟିପାରନ୍ତି ଛଅ ସାଂସଦ

June 17, 2026

ଜୁନ ୧୯ ରେ ପିଏମ-ଭିବିଆରୱାଇ ର ଦେଶବ୍ୟାପୀ ଶୁଭାରମ୍ଭ କାର୍ଯ୍ୟକ୍ରମ

June 16, 2026

ଶୁଭେନ୍ଦୁ ଅଧିକାରୀଙ୍କ ବିଜୟକୁ ଚ୍ୟାଲେଞ୍ଜ: ହାଇକୋର୍ଟରେ ପିଟିସନ୍ ଦାଖଲ କଲେ ଦିଦି

June 16, 2026
Latest News

ଜୁଲାଇ ୧୦ରୁ ସାମୁହିକ ଛୁଟି: ଚେତାବନୀ ଦେଲେ ଯୋଗାଣ ସହାୟକ କର୍ମଚାରୀ

June 17, 2026

ଆନ୍ତଃଜିଲ୍ଲା ବାଇକ ଚୋର ଗ୍ୟାଙ୍ଗ ଠାବ; ୭ ଗିରଫ, ୯ ଚୋରି ବାଇକ ଜବତ

June 17, 2026

ବିଦ୍ୟୁତ୍ ଝଟକାରେ ଦୁଇ ଯାଆଙ୍କ ମୃତ୍ୟୁ, ଜଣେ ଆହତ

June 17, 2026

ନଦୀକୂଳରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ଧରୁଆଡ଼ିହିରୁ ଧରାପଡ଼ିଲେ ଅଭିଯୁକ୍ତ

June 17, 2026

ଅଶାନ୍ତ ବ୍ରହ୍ମପୁର : ନାବାଳକକୁ ପିଟିପିଟି ମାରିଦେଲେ

June 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.