Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସ୍ଵାମୀ-ସ୍ତ୍ରୀର ପରିଚୟ ଦେଇ ଥାନାରେ ପହଞ୍ଚିଲେ ପୋଲିସ ଅଧିକାରୀ: ତଦାରଖ କଲେ ଆଇନ ବ୍ୟବସ୍ଥା
ଆଜିର ଖବର

ସ୍ଵାମୀ-ସ୍ତ୍ରୀର ପରିଚୟ ଦେଇ ଥାନାରେ ପହଞ୍ଚିଲେ ପୋଲିସ ଅଧିକାରୀ: ତଦାରଖ କଲେ ଆଇନ ବ୍ୟବସ୍ଥା

May 9, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ: ଗତ କିଛି ଦିନ ହେଲା କର୍ମଚାରୀଙ୍କ କାର୍ଯ୍ୟକଳାପ ପାଇଁ ମହାରାଷ୍ଟ୍ର ପୋଲିସ ପ୍ରଶାସନର ଛବି ଖରାପ ହେବାରେ ଲାଗିଛି। କିନ୍ତୁ ଏହାକୁ ଦେଖି ଆଉ କିଛି ଅଧିକାରୀ ପୋଲିସର ଛବି ବଦଳାଇବା ପାଇଁ ଲାଗିପଡିଛନ୍ତି। ଲୋକମାନଙ୍କ ପ୍ରତି ପୋଲିସର କର୍ତ୍ତବ୍ୟ ଏବଂ ଦାୟିତ୍ଵାଧୀନତା ତଦାରଖ କରିବା ପାଇଁ କିଛି ଅଧିକାରୀ ଅଭିନବ ପ୍ରୟାସ କରିଛନ୍ତି। କିଛି ପୋଲିସ ଅଧିକାରୀ ନିଜର ବେଶ ବଦଳାଇ ବିଭିନ୍ନ ଥାନା ତଦାରଖ କରିଥିବା ଦେଖିବାକୁ ମିଳିଛି।

ସୂଚନା ଅନୁଯାୟୀ, ମହାରାଷ୍ଟ୍ରର ପିମ୍ପରୀ-ଚିଞ୍ଚୱଡ଼ ପୋଲିସ କମିଶନର କୃଷ୍ଣ ପ୍ରକାଶ ଏଭଳି ଏକ ନିଆରା ପ୍ରୟାସ କରିଛନ୍ତି। ମହିଳା ଆରକ୍ଷୀ ଅଧିକ୍ଷକଙ୍କ ସହ ମିଶି ପୋଲିସ କମିଶନର ପ୍ରକାଶ ସ୍ବାମୀ-ସ୍ତ୍ରୀ ଭାବେ ପରିଚୟ ଦେଇ ବିଭିନ୍ନ ଥାନାକୁ ଯାଇ କିଛି ଅଭିଯୋଗ କରିଥିଲେ।

ଏହି ସମୟରେ ସମ୍ପୃକ୍ତ ଥାନାର ପୋଲିସକର୍ମୀମାନଙ୍କ କାର୍ଯ୍ୟକଳାପକୁ ପରଖି ଥିଲେ। ଏହା ସହ ସହରର ଆଇନ ବ୍ୟବସ୍ଥାକୁ ମଧ୍ୟ ତଦାରଖ କରିଥିଲେ। କମିଶନର କୃଷ୍ଣ ପ୍ରକାଶ କୁର୍ତ୍ତା ଏବଂ ଜିନ୍ସ ପ୍ୟାଣ୍ଟ ସାଥିରେ ଦାଢି କରି ନିଜ ବେଶ ବଦଳାଇଥିଲେ। ସେ ନିଜକୁ ଜମାଲ କମାଲ ଖାନ ନାଁରେ ନିଜକୁ ପରିଚୟ ଦେଇଥିଲେ।

ତେବେ କମିଶନର ପ୍ରକାଶ ତିନୋଟି ଥାନାରେ ମହିଳା ଆରକ୍ଷୀଙ୍କୁ ନିଜର ପତ୍ନୀର ପରିଚୟ ଦେଇ ଭିନ୍ନ ଭିନ୍ନ ଲିଖିତ ଅଭିଯୋଗ କରିଥିଲେ। ଗୋଟିଏ ଥାନାରେ ମାରପିଟ ଅଭିଯୋଗ କରିଥିବା ବେଳେ ଆଉ ଗୋଟିଏ ଥାନାରେ ସୁନା ଚେନ ସ୍ନେଚିଙ୍ଗ ଏବଂ ତୃତୀୟ ଥାନାରେ ଆମ୍ବୁଲାନ୍ସ ଡ୍ରାଇଭର ଦ୍ଵାରା ଅଧିକ ଟଙ୍କା ନେଇଥିବା ଅଭିଯୋଗ ଆଣିଥିଲେ।

ଏହାକୁ ନେଇ ପୋଲିସ କମିଶନର ପ୍ରକାଶ କେତେଜଣ ପୋଲିସ କର୍ମୀଙ୍କ କର୍ତ୍ତବ୍ୟର ଅବହେଳା କରିଥିବା ଦେଖିବାକୁ ପାଇଥିଲେ। ତେଣୁ ସେମାନଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କମିଶନର ପ୍ରକାଶ କହିଛନ୍ତି।

ଆରକ୍ଷୀ ଅଧିକ୍ଷକ ପୋଲିସ ଅଧିକାରୀ ପୋଲିସ କମିଶନର ମହାରାଷ୍ଟ୍ର ପୋଲିସ
Share. Facebook Twitter LinkedIn Email WhatsApp Copy Link

Related Posts

ଶଶି ଥରୁରଙ୍କୁ ପୁଣି ମିଳିଲା ବୈଦେଶିକ ବ୍ୟାପାର ଦାୟିତ୍ୱ

October 4, 2026

ଥାଳି ଉପରେ ବଡ଼ ସଙ୍କଟ? ଚାଉଳ-ଗହମ-ଡାଲିଠାରୁ ତେଲ ପର୍ଯ୍ୟନ୍ତ ମହଙ୍ଗା ହେବାର ଆଶଙ୍କା

October 4, 2026

ନାୟରା ବଢ଼ାଇଲା ତେଲ ଦର: ପେଟ୍ରୋଲ ୫, ଡିଜେଲ ୩ ଟଙ୍କା ମହଙ୍ଗା

October 4, 2026

ବରଗଡ଼ ଧନୁଯାତ୍ରା ଉପରେ ଆଧାରିତ ପୂର୍ଣ୍ଣାଙ୍ଗ ପ୍ରାମାଣିକ ଚଳଚ୍ଚିତ୍ର ‘ମାମୁ ଘରକୁ ଯାତ୍ରା’ର ସ୍କ୍ରିନିଂ ଓ ସମ୍ବର୍ଦ୍ଧନା ଉତ୍ସବ

October 4, 2026
Latest News

ଶଶି ଥରୁରଙ୍କୁ ପୁଣି ମିଳିଲା ବୈଦେଶିକ ବ୍ୟାପାର ଦାୟିତ୍ୱ

October 4, 2026

ଥାଳି ଉପରେ ବଡ଼ ସଙ୍କଟ? ଚାଉଳ-ଗହମ-ଡାଲିଠାରୁ ତେଲ ପର୍ଯ୍ୟନ୍ତ ମହଙ୍ଗା ହେବାର ଆଶଙ୍କା

October 4, 2026

ଫୋପାଡ଼ନ୍ତୁ ନାହିଁ ଅଣ୍ଡା ସିଝା ପାଣି : ଗଛ ପାଇଁ ଏହା ବେଷ୍ଟ ‘ଅର୍ଗାନିକ୍ ସାର’

October 4, 2026

ଭଙ୍ଗା ସ୍କ୍ରିନ୍‌ଗାର୍ଡ଼ ବ୍ୟବହାର କରୁଛନ୍ତି କି? ଜାଣନ୍ତୁ କେତେ ଭୟଙ୍କର ହୋଇପାରେ ଏହି ଅଭ୍ୟାସ

October 4, 2026

ନାୟରା ବଢ଼ାଇଲା ତେଲ ଦର: ପେଟ୍ରୋଲ ୫, ଡିଜେଲ ୩ ଟଙ୍କା ମହଙ୍ଗା

October 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.