Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»କୋଭିଡ ଟୀକା ଆମଦାନୀ ପାଇଁ ହେବ ଗ୍ଲୋବାଲ ଟେଣ୍ଡର, କ୍ୟାବିନେଟ ବୈଠକରେ ନିଆଗଲା ନିଷ୍ପତି
ଜାତୀୟ ଖବର

କୋଭିଡ ଟୀକା ଆମଦାନୀ ପାଇଁ ହେବ ଗ୍ଲୋବାଲ ଟେଣ୍ଡର, କ୍ୟାବିନେଟ ବୈଠକରେ ନିଆଗଲା ନିଷ୍ପତି

May 10, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର, ଓଡିଶାରେ ଯେପରି ଟିକାର ଅଭାବ ରହିବ ନାହିଁ ଏବଂ ସମସ୍ତେ ଟିକା ଗ୍ରହଣ କରିବେ ସେଥିପାଇଁ ନିଆଗଲା ବଡ ନିଷ୍ପତି। ଆଜି ରାଜ୍ୟ କ୍ୟାବିନେଟରେ ଏହି ନିଷ୍ପତି ଗ୍ରହଣ କରାଯାଇଛି। ସେହି ଅନୁସାରେ ବିଶ୍ବର ବିଭିନ୍ନ କଂପାନୀଠାରୁ କୋଭିଡ ଟିକା ଆମଦାନୀ ପାଇଁ ଏକ ବିଶ୍ବ ସ୍ତରୀୟ ଟେଣ୍ଡର କରାଯିବ।

ବିଭିନ୍ନ କଂପାନୀଠାରୁ ମୂଲ୍ୟ ସଂଗ୍ରହ କରାଯାଇ ଏହି ଟିକା କିଣାଯିବ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ନିଷ୍ପତି  ନିଆଯାଇଛି। ଏହି ଟେଣ୍ଡର ପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ତରଫରୁ ଏକ ବିଶେଷଜ୍ଞ କମିଟ ଗଠନ କରାଯିବ। ସେହି କମିଟର ତତ୍ବାବଧାନରେ କେଉଁ କଂପାନୀରୁ କିପରି ଟିକା କିଣାଯିବ ତାହା ନିଷ୍ପତି କରିବେ। ନିକଟରେ ଏହିପରି ପଦକ୍ଷେପ ଉତ୍ତର ପ୍ରଦେଶ ସରକାର ଗ୍ରହଣ କରିଛନ୍ତି।

ବର୍ତ୍ତମାନ ପରିସ୍ଥିତିରେ ସମସ୍ତଙ୍କୁ ଟିକା ନିହାତି ଆବଶ୍ୟକତା ରହିଛି। ଯେଉଁମାନେ ଟିକା ନେଉଛନ୍ତି ସେମାନେ କମ ଆକ୍ରାନ୍ତ ହେଉଛନ୍ତି।  ସେମାନେ ଜଟିଳ ସମସ୍ୟାର ସମ୍ମୁଖୀନ ହେଉ ନାହିଁନ୍ତି। ଇସ୍ରାଇଲରେ ଟିକାକରଣ ପରେ ସେଠାରୁ କରୋନା ଦୂରେଇ ଯାଇଛି। ସେଥିପାଇଁ ରାଜ୍ୟ ସରକାର ଟିକାକରଣକୁ ପ୍ରାଥମିତା ଦାୟିତ୍ବ ଭାବେ ଗ୍ରହଣ କରିଛନ୍ତି। ସମସ୍ତଙ୍କୁ ଟିକା ପ୍ରଦାନ ଆମର ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବୈଠକରେ କହିଛନ୍ତି।

ସେହିପରି ଟୀକା ଉପରୁ ସମସ୍ତ ପ୍ରକାର ଟିକସ ଉଠାଇ ଦେବା ପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଜଣାଇଛନ୍ତି । ଏହା ଫଳରେ ରାଜ୍ୟ ଅର୍ଥନୀତି ଉପରେ କମ୍ ଚାପ ପଡ଼ିବ ଏବଂ ସାର୍ବଜନୀନ ଟୀକାକରଣ ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମରେ ଏହା ବିଶେଷ ସହାୟକ ହେବ ବୋଲି ନବୀନ କହିଛନ୍ତି। ସମସ୍ତଙ୍କୁ ଟିକାକରଣ ନେଇ କ୍ୟାବିନେଟରେ ଏକ ସଂକଳ୍ପ ନିଆଯାଇଥିଲା।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, କେନ୍ଦ୍ର ସରକାର ବିଭିନ୍ନ ସେସ୍ ଓ ସରଚାର୍ଯ୍ୟ  ଜରିଆରେ ଆଦାୟ କରୁଥିବା ଅତିରିକ୍ତ ସମ୍ବଳ କୁ ରାଜ୍ୟ ମାନଙ୍କ ମଧ୍ୟ ରେ ଉପଯୁକ୍ତ ଭାବରେ ବଣ୍ଟନ କରାଯିବାର ଆବଶ୍ୟକତା ରହିଛି । ଏହି ଜଟିଳ ପରିସ୍ଥିତିରେ କୋଭିଡ଼ ଲଢ଼େଇ ରେ ରାଜ୍ୟ ମାନଙ୍କ ଅର୍ଥିକ ସ୍ଥିତିକୁ ମଜବୁତ କରିବାରେ ଏହା ଶକ୍ତି ଯୋଗାଇବ ।

ଏହି ବୈଠକରେ ପ୍ରଥମେ କୋଭିଡ଼୧୯ ମହାମାରୀ ବିରୁଦ୍ଧରେ କୋଭିଡ଼ ଯୋଦ୍ଧା ମାନେ ଯେପରି ନିଷ୍ଠା ଓ ତ୍ୟାଗ ମନୋଭାବ ନେଇ କାମ ଜାରି ରଖିଛନ୍ତି ରାଜ୍ୟ କ୍ୟାବିନେଟରେ ଉଚ୍ଚ ପ୍ରଶଂସା କରାଯାଇଛି। କୋଭିଡ଼ ବିରୁଦ୍ଧରେ ଚାଲିଥିବା ଲଢ଼େଇ ରେ ରାଜ୍ୟ ସରକାର ନେଇ ଥିବା ବିଭିନ୍ନ ପଦକ୍ଷେପ ଯଥା testing, tracing, vaccination, lockdown ଇତ୍ୟାଦି ରେ ଓଡ଼ିଶା ବାସୀ ଯେଭଳି ସହଯୋଗ ଯୋଗାଇ ଆସିଛନ୍ତି ସେଥିପାଇଁ ରାଜ୍ୟ କ୍ୟାବିନେଟ ରାଜ୍ୟ ବାସୀଙ୍କ ନିକଟରେ କୃତଜ୍ଞତା ପ୍ରଦାନ କରାଯାଇଥିଲା।

Odisha Cabinet Meeting ଓଡିଶା କ୍ୟାବିନେଟ ବୈଠକ କୋଭିଡ ଟୀକା କୋଭିଡ ଟୀକାକରଣ ଗ୍ଲୋବାଲ ଟେଣ୍ଡର
Share. Facebook Twitter LinkedIn Email WhatsApp Copy Link

Related Posts

ଗ୍ରୀସ୍‌ ଗସ୍ତରେ ପୀୟୂଷ ଗୋୟଲ, ବାଣିଜ୍ୟ ଓ ନିବେଶ ସହଯୋଗ ଉପରେ ଜୋର

June 29, 2026

ଅଧିନାୟକ ନାହିଁ ତ ଦଳରେ ରହିବାର ନାହିଁ: MI କୁ ଅଲଟିମେଟମ୍ ଦେଲେ କି ସୂର୍ଯ୍ୟକୁମାର

June 28, 2026

ଭାରତର ‘ଗ୍ରେଟ ପ୍ଲେସ ଟୁ ୱାର୍କ’ ତାଲିକାରେ ୧୩ତମ ସ୍ଥାନ ହାସଲ କଲା ରିଲାଏନ୍ସ ରିଟେଲ୍

June 28, 2026

ଖୋର୍ଦ୍ଧା ରୋଡ୍ ଡିଭିଜନରେ ଆଧୁନିକୀକରଣ କାର୍ଯ୍ୟ ଜାରି: ବାତିଲ୍ ହେଲା ଏହି ସବୁ ଟ୍ରେନ

June 28, 2026
Latest News

ଗ୍ରୀସ୍‌ ଗସ୍ତରେ ପୀୟୂଷ ଗୋୟଲ, ବାଣିଜ୍ୟ ଓ ନିବେଶ ସହଯୋଗ ଉପରେ ଜୋର

June 29, 2026

ଆମେରିକାରେ ଜଙ୍ଗଲ ନିଆଁର ତାଣ୍ଡବ, ୩ ଅଗ୍ନିଶମ କର୍ମଚାରୀଙ୍କ ମୃତ୍ୟୁ

June 29, 2026

ବିସ୍ତୃତ ରାଶିଫଳ: ଜୁନ ୨୯ ତାରିଖ ସୋମବାରରେ ପାଞ୍ଚୋଟି ରାଶିର ଲୋକେ ହେବେ ହନ୍ତସନ୍ତ

June 29, 2026

ଆଜି ଦେବସ୍ନାନ ପୂର୍ଣ୍ଣିମା: ସ୍ନାନ ମଣ୍ଡପରେ ଦିବ୍ୟସ୍ନାନ ପରେ ଗଜାନନ ବେଶରେ ଦର୍ଶନ ଦେବେ ମହାପ୍ରଭୁ

June 29, 2026

ବିଶ୍ୱକପରୁ ଭାରତ ବିଦା, ଅଷ୍ଟ୍ରେଲିଆଠାରୁ ୬ ଉଇକେଟରେ ପରାଜୟ

June 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.