Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କେନ୍ଦ୍ର ପରେ ବଦଳିବ ରାଜ୍ୟ ମନ୍ତ୍ରୀମଣ୍ଡଳର ଚେହେରା ; ୯ ମନ୍ତ୍ରୀ ରେଡ୍, ୮ ଜଣ ୟେଲୋ ଜୋନରେ
ବିଶେଷ ଖବର

କେନ୍ଦ୍ର ପରେ ବଦଳିବ ରାଜ୍ୟ ମନ୍ତ୍ରୀମଣ୍ଡଳର ଚେହେରା ; ୯ ମନ୍ତ୍ରୀ ରେଡ୍, ୮ ଜଣ ୟେଲୋ ଜୋନରେ

June 22, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
କେନ୍ଦ୍ର ପରେ ବଦଳିବ ରାଜ୍ୟ ମନ୍ତ୍ରୀମଣ୍ଡଳର ଚେହେରା ; ୯ ମନ୍ତ୍ରୀ ରେଡ୍, ୮ ଜଣ ୟେଲୋ ଜୋନରେ

ଭୁବନେଶ୍ବର, ବର୍ତ୍ତମାନ କେନ୍ଦ୍ରରେ ମନ୍ତ୍ରୀମଣ୍ଡଳ ଅଦଳବଦଳ ନେଇ ଚାଲିଛି ଜୋରଦାର ଚର୍ଚ୍ଚା। ଏହି ସମୟରେ ରାଜ୍ୟ ମନ୍ତ୍ରୀମଣ୍ଡଳ ଅଦଳବଦଳକୁ ନେଇ ମଧ୍ୟ ଆରମ୍ଭ ହେଲାଣି ଆଲୋଚନା। ଗତ କିଛିଦିନ ଧରି ଏ ନେଇ ପାୱାର କରିଡରେ ଚାଲିଛି ଜୋରଦାର ଚର୍ଚ୍ଚା। ଆସନ୍ତା ବର୍ଷ ରାଜ୍ୟରେ ପୌର ତଥା ପଞ୍ଚାୟତ ନିର୍ବାଚନ ହେବ। ୨୦୨୪ ମସିହାରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଏହା ହେବ ସେମିଫାଇନାଲ। ତେଣୁ ଯେମିତି ହେଲେ ବିଜେଡିର ଯେଉଁ ବଡ ଏବଂ ଦୃଢ ଗଡ ଅଛି ତାହାକୁ ସମ୍ଭାଳିବାକୁ ପଡିବ।

ସେଥିପାଇଁ ନବୀନ, ମନ୍ତ୍ରୀମଣ୍ଡଳ ଅଦଳବଦଳ କରିବେ ବୋଲି ସଙ୍କେତ ମିଳିସାରିଲାଣି। ଏ ନେଇ ନବୀନ ନିବାସରେ ଗୁପ୍ତ ଆଲୋଚନା ମଧ୍ୟ ଆରମ୍ଭ ହେଲାଣି। ବର୍ତ୍ତମାନ ମନ୍ତ୍ରୀମଣ୍ଡଳରେ କେତେକ ମନ୍ତ୍ରୀଙ୍କ ଦକ୍ଷତା ନେଇ ପ୍ରଶ୍ନ ଉଠିଲାଣି। ସେମାନେ ବିଲକୁଲ ତାଙ୍କ ବିଭାଗ ଉପରେ ମୁଣ୍ଡ ଖେଲାଉ ନ ଥିବାର ନବୀନ ଜାଣି ସାରିଲେଣି।

ସେ ସବୁକୁ ବିଚାର କଲେ ବର୍ତ୍ତମାନ ମନ୍ତ୍ରୀଙ୍କ ମଧ୍ୟରୁ ୯ ଜଣ ମନ୍ତ୍ରୀ ରେଡ ଜୋନରେ ଥିବାର ଜଣାପଡିଛି। ଏମାନେ ସଂପୂର୍ଣ୍ଣ ଭାବେ ମନ୍ତ୍ରୀ ମଣ୍ଡଳରୁ ବିଦା ହେବେ ବୋଲି ଆଶଙ୍କା ପ୍ରକାଶ ପାଇଲାଣି। ସେହିପରି ୮ ଜଣ ମନ୍ତ୍ରୀ ୟେଲୋ ଜୋନରେ ଅଛନ୍ତି। ସେମାନଙ୍କ ବିଭାଗ ବଦଳିପାରେ କିମ୍ବା ବିଦା ହୋଇପାରନ୍ତି ବୋଲି ଜଣାପଡିଛି।

ତେବେ ପାୱାର କରିଡରେ ଯେଉଁ ଚର୍ଚ୍ଚା ଚାଲିଛି ସେହି ଅନୁସାରେ କେତେକ ଗୁରୁତ୍ବପୂର୍ଣ୍ଣ କଥା ପଦାକୁ ଆସିଛି। ସେଗୁଡିକ ହେଲା

୧- ଏଥର ନବୀନ ଉଭୟ ଯୁବ ଏବଂ ବରିଷ୍ଠ ବିଧାୟକଙ୍କୁ ଗୁରୁତ୍ବ ଦେବେ। ଅର୍ଥାତ ଏଥର ଯୁବବରିଷ୍ଠ ମନ୍ତ୍ରୀ ମଣ୍ଡଳ ଗଠନ ହେବ।

୨-ମହିଳାମାନଙ୍କୁ ଗୁରୁତ୍ବ ଦେଉଥିବା ନବୀନ ଏଥର ଆଉ ଦୁଇଜଣ ମହିଳାକୁ ମନ୍ତ୍ରୀମଣ୍ଡଳରେ ସାମିଲ କରିବେ। ଜଣେ ମହିଳା ମନ୍ତ୍ରୀ ବିଦା ହେବାର ସମ୍ଭାବନା ରହିଛି।

୩-ପୁରୀ ଜିଲ୍ଲାରୁ ଆଉ ଜଣଙ୍କୁ ମନ୍ତ୍ରୀ କରିବାର ବିଚାର ଚାଲିଛି।

୪-ସୋନପୁର ଜିଲ୍ଲାରୁ ଦୁଇ ଜଣ ମନ୍ତ୍ରୀଙ୍କ ମଧ୍ୟରୁ ଜଣଙ୍କୁ ରଖି ଜଣଙ୍କୁ ବିଦା କରି ଅନ୍ୟ ଏକ ଗୁରୁତ୍ବ ପୂର୍ଣ୍ଣ ଦାୟିତ୍ବ ଦେବାର ସମ୍ଭାବନା।

୫-ବାଚସ୍ପତି ଏବଂ ଉପବାଚସ୍ପତି ପଦରେ ହୋଇପାରେ ପରିବର୍ତ୍ତନ। ବାଚସ୍ପତି ସୂଯ୍ୟନାରାୟଣ ପାତ୍ରଙ୍କୁ ମିଳିପାରେ ମନ୍ତ୍ରୀ ପଦ।

୬-କେନ୍ଦ୍ରପଡାକୁ ପୁଣିଥରେ ମନ୍ତ୍ରୀପଡା କରାଯାଇପାରେ। ଏହି ଜିଲ୍ଲାରୁ ମନ୍ତ୍ରୀ ପାଇଁ ଉଭୟ ଅତନୁ ସବ୍ୟସାଚୀ ନାୟକ ଏବଂ ପ୍ରତାପ ଦେବଙ୍କ ନାମ ଚର୍ଚ୍ଚାରେ ରହିଛି।

ତେବେ ଏହି ମନ୍ତ୍ରୀମଣ୍ଡଳ ଅଦଳବଦଳ ପକ୍ରିୟା କେନ୍ଦ୍ର ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ପରେ କରାଯିବ ବୋଲି ଜଣାପଡିଛି। ଯଦି କେନ୍ଦ୍ରରେ ଡେରି ହୁଏ ତେବେ ରଥଯାତ୍ରା ପରେ ରାଜ୍ୟ ମନ୍ତ୍ରୀ ମଣ୍ଡଳର ନବକଳେବର ହେବାର ସମ୍ଭାବନା ରହିଛି।

ନବୀନ ପଟ୍ଟନାୟକ ରାଜ୍ୟ ମନ୍ତ୍ରୀମଣ୍ଡଳ
Share. Facebook Twitter LinkedIn Email WhatsApp Copy Link

Related Posts

ଯୁଦ୍ଧ ବନ୍ଦ ପାଇଁ ଟ୍ରମ୍ପଙ୍କୁ ୭ ସର୍ତ୍ତ ପଠାଇଲା ଇରାନ୍‌

September 20, 2026

ସମୁଦ୍ରରୁ ବଳ ଗୋଟାଉଛି ଲଘୁଚାପ, ରାଜ୍ୟରେ ୫ ଦିନ ଧରି ପ୍ରବଳ ବର୍ଷିବ

September 20, 2026

ଏଣିକି ପୁଲିସ କର୍ମଚାରୀଙ୍କୁ ମହଙ୍ଗା ପଡ଼ିିବ ସୋସିଆଲ୍ ମିଡିଆ ପ୍ରେମ

September 20, 2026

ପାନୀୟ ଜଳର ଗୁଣବତ୍ତା ନିରୀକ୍ଷଣ ଓ ପରିମଳ ବ୍ୟବସ୍ଥାକୁ ସୁଦୃଢ଼ କରିଛି ପୂର୍ବତଟ ରେଳପଥ

September 20, 2026
Latest News

ଯୁଦ୍ଧ ବନ୍ଦ ପାଇଁ ଟ୍ରମ୍ପଙ୍କୁ ୭ ସର୍ତ୍ତ ପଠାଇଲା ଇରାନ୍‌

September 20, 2026

ଭାରତ ମସଲା ଓଡ଼ିଶା ଟି-୨୦ ଲିଗ୍‌-ମୁଖ୍ୟମନ୍ତ୍ରୀ ଟ୍ରଫି ଉଦ୍‌ଘାଟିତ

September 20, 2026

ସମୁଦ୍ରରୁ ବଳ ଗୋଟାଉଛି ଲଘୁଚାପ, ରାଜ୍ୟରେ ୫ ଦିନ ଧରି ପ୍ରବଳ ବର୍ଷିବ

September 20, 2026

ଏଣିକି ପୁଲିସ କର୍ମଚାରୀଙ୍କୁ ମହଙ୍ଗା ପଡ଼ିିବ ସୋସିଆଲ୍ ମିଡିଆ ପ୍ରେମ

September 20, 2026

ପାନୀୟ ଜଳର ଗୁଣବତ୍ତା ନିରୀକ୍ଷଣ ଓ ପରିମଳ ବ୍ୟବସ୍ଥାକୁ ସୁଦୃଢ଼ କରିଛି ପୂର୍ବତଟ ରେଳପଥ

September 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.