Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଇଣ୍ଡିୟାନ ପାନୋରାମା ପାଇଁ ଚଳଚିତ୍ର ଆହ୍ବାନ କଲା ଇଫି ଉତ୍ସବ କମିଟ, ଅନଲାଇନରେ ଆବେଦନ
ଜାତୀୟ ଖବର

ଇଣ୍ଡିୟାନ ପାନୋରାମା ପାଇଁ ଚଳଚିତ୍ର ଆହ୍ବାନ କଲା ଇଫି ଉତ୍ସବ କମିଟ, ଅନଲାଇନରେ ଆବେଦନ

July 18, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ, ୫୨ତମ ଭାରତୀୟ ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବ (ଇଫି) ପକ୍ଷରୁ ଇଣ୍ଡିଆନ୍‍ ପାନୋରାମା ୨୦୨୧ ନିମନ୍ତେ ପ୍ରବେଶିକ ଆମନ୍ତ୍ରଣ ଘୋଷଣା କରାଯାଇଛି । ଇଣ୍ଡିଆନ୍‍ ପାନୋରାମା ବାସ୍ତବ ପକ୍ଷେ ଇଫି ମହୋତ୍ସବର ଏକ ପ୍ରମୁଖ ଅଂଶ ଯାହା ଅଧୀନରେ ଚଳଚ୍ଚିତ୍ର କଳାର ପ୍ରଚାର ନିମନ୍ତେ ସବୁଠାରୁ ଉତ୍ତମ ସମକାଳନୀ ଭାରତୀୟ ଚଳଚ୍ଚିତ୍ରକୁ ଚୟନ କରାଯାଇଥାଏ । ଇଫିର ୫୨ତମ ମହୋତ୍ସବ ନଭେମ୍ବର ୨୦ରୁ ୨୮, ୨୦୨୧ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ।

ଏଥିରେ ଆବେଦନ ଅନଲାଇନ୍‍ ମାଧ୍ୟମରେ ଦାଖଲ କରାରିବାର ଅନ୍ତିମ ତାରିଖ ୧୨ ଅଗଷ୍ଟ, ୨୦୨୧ ରଖାଯାଇଛି ଏବଂ ଅନ୍ୟ ଆବଶ୍ୟକ କାଗଜାତ ସହିତ ଅନଲାଇନ୍‍ରେ ଜମା କରାଯାଇଥିବା ଆବେଦନର ହାର୍ଡ଼କପି ପ୍ରାପ୍ତ ହେବାର ଚୂଡ଼ାନ୍ତ ତାରିଖ ୨୩ ଅଗଷ୍ଟ, ୨୦୨୧ । ଭାରତୀୟ ପାନୋରାମା, ୨୦୨୧ ନିମନ୍ତେ ଚଳଚ୍ଚିତ୍ର ଦାଖଲ କରିବା ବେଳେ କିଛି ଦିଶା ନିର୍ଦ୍ଦେଶକୁ ମଧ୍ୟ ଅନୁପାଳନ କରିବାକୁ ପଡ଼ିବ।

ସିବିଏଫସିର ତାରିଖ ଅଥବା ପୈଠ କରାଯାଇଥିବା ଚଳଚ୍ଚିତ୍ରର ନିର୍ମାଣ କାର୍ଯ୍ୟ ଏହି ମହୋତ୍ସବ ପୂର୍ବରୁ ୧୨ ମାସ ମଧ୍ୟରେ ହୋଇଥିବା ବାଂଛନୀୟ, ଅର୍ଥାତ୍‍, ତାହା ୧ ଅଗଷ୍ଟ, ୨୦୨୦ ଠାରୁ ୩୧ ଜୁଲାଇ ୨୦୨୧ ମଧ୍ୟରେ ହୋଇଥିବା ଆବଶ୍ୟକ । ଯେଉଁ ଚଳଚ୍ଚିତ୍ରକୁ ସିବିଏଫସି ଦ୍ୱାରା ପ୍ରମାଣିତ କରାଯାଇନାହିଁ ଏବଂ ସେହିସବୁ ଚଳଚ୍ଚିତ୍ର ଏହି ଅବଧି ମଧ୍ୟରେ ନିର୍ମନ୍ତ ହୋଇଛି, ସେଗୁଡ଼ିକୁ ମଧ୍ୟ ଦାଖଲ କରାଯାଇପାରିବ। ସମସ୍ତ ଚଳଚ୍ଚିତ୍ରରେ ଇଂରାଜୀ ଭାଷାରେ ଉପଶୀର୍ଷକ ହେବା ବାଧ୍ୟତାମୂଳକ।

ଇଣ୍ଡିଆନ୍‍ ପାନୋରାମାକୁ ୧୯୭୮ ମସିହାରେ ଭାରତୀୟ ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବର ଅଂଶ ବିଶେଷ ଭାବେ ଆରମ୍ଭ କରାଯାଇଥିଲା ଯଦ୍ୱାରା ଭାରତୀୟ ଚଳଚ୍ଚିତ୍ରଗୁଡ଼ିକ ମାଧ୍ୟମରେ ଭାରତୀୟ ଚଳଚ୍ଚିତ୍ର ଏବଂ ଏହାର ସମୃଦ୍ଧି ସଂସ୍କୃତି ଓ ପରମ୍ପରାକୁ ବୃଦ୍ଧି କରିବାରେ ସହାୟକ ହୋଇପାରିବ। ସେହି ଦିନଠାରୁ ହିଁ ଭାରତୀୟ ପାନୋରାମା ସେହି ବର୍ଷ ସର୍ବଶ୍ରେଷ୍ଠ ଭାରତୀୟ ଚଳ୍‍ଚ୍‍ଚିତ୍ରକୁ ପ୍ରଦର୍ଶିତ କରିବା ନିମନ୍ତେ ସମର୍ପିତ ରହିଆସିଛି।

ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଚଳଚ୍ଚିତ୍ର ସମାରୋହ ନିର୍ଦ୍ଦେଶାଳୟ ଦ୍ୱାରା ଆୟୋଜିତ ଇଣ୍ଡିଆନ୍‍ ପାନୋରାମାର ଉଦ୍ଦେଶ୍ୟ ସିନେମାଟିକ୍‍, ବିଷୟଗତ ଏବଂ ସୌନ୍ଦର୍ଯ୍ୟଗତ ଉତ୍କୃଷ୍ଟତାଯୁକ୍ତ ଫିଚର ଏବଂ ଅଣ- ଫିଚର ଚଳଚ୍ଚିତ୍ରକୁ ଚୟନ କରିବା ଏବଂ ସେହିସବୁ ଚଳଚ୍ଚିତ୍ରଗୁଡ଼ିକୁ ଲାଭମୁକ୍ତ ଭାବେ ପ୍ରଦର୍ଶନ କରି ଚଳଚ୍ଚିତ୍ର କଳାର ବୃଦ୍ଧି ଘଟାଇବା ଅଟେ।

ଏହିସବୁ ଚଳଚ୍ଚିତ୍ରର ଏଭଳି ପ୍ରଦର୍ଶନ ଭାରତୀୟ ଏବଂ ବିଦେଶୀ ଅନ୍ତରାଷ୍ଟ୍ରୀୟ ଚଳଚ୍ଚିତ୍ର ସମାରୋହରେ ଦ୍ୱିପାକ୍ଷିୟ, ସାଂସ୍କୃତିକ ଆଦାନ ପ୍ରଦାନ କାର୍ଯ୍ୟକ୍ରମମାନଙ୍କ ଅଧୀନରେ ଆୟୋଜିତ ଭାରତୀୟ ଚଳଚ୍ଚିତ୍ର ସପ୍ତାହରେ ସାଂସ୍କୃତିକ ଭାବ ବିନିମୟ ପ୍ରୋଟୋକଲ ବାହାରେ ବିଶେଷ ଭାରତୀୟ ଚଳଚ୍ଚିତ୍ର ସମାରୋହରେ ଏବଂ ଭାରତରେ ବିଶେଷ ଭାବେ ଇଣ୍ଡିଆନ୍‍ ପାନୋରାମା ସମାରୋହମାନଙ୍କରେ କରାଯାଇ ଆସୁଛି।

Share. Facebook Twitter LinkedIn Email WhatsApp Copy Link

Related Posts

ଉଚ୍ଚସ୍ତରୀୟ ଟାସ୍କଫୋର୍ସ ପକ୍ଷରୁ ସରକାରୀ ପରୀକ୍ଷା ସଂସ୍କାର ପାଇଁ ପରାମର୍ଶ ଆହ୍ୱାନ

August 28, 2026

ବାଲ୍ମିକି ଦୁର୍ନୀତି: କର୍ଣ୍ଣାଟକ କ୍ୟାବିନେଟରୁ ଇସ୍ତଫା ଦେଲେ ବି. ନାଗେନ୍ଦ୍ର

August 28, 2026

ଜାଭେଲିନ୍ କ୍ଷେପଣାସ୍ତ୍ର କିଣିବ ଭାରତ: ସର୍ଜିଓ ଗୋର୍ ଙ୍କ ବଡ଼ ଘୋଷଣା

August 28, 2026

୧ କୋଟି ୩ ଲକ୍ଷରୁ ଉର୍ଦ୍ଧ୍ୱ ମହିଳାଙ୍କୁ ମିଳିଲା ସୁଭଦ୍ରା ଟଙ୍କା: ପଞ୍ଚମ କିସ୍ତି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

August 28, 2026
Latest News

୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ କନିଷ୍ଠ ରାଜସ୍ୱ ସହାୟକ

August 28, 2026

ପୁରୀ, ବରା, ଆଳୁଚପରେ ଲାଗିପାରେ ରୋକ! କଲେଜ କ୍ୟାଣ୍ଟିନ୍‌କୁ ଚିଠି

August 28, 2026

ରାକ୍ଷୀ ପୂର୍ଣ୍ଣିମାରେ ଅଘଟଣ, ଭଉଣୀକୁ ଛାଡ଼ିବା ବେଳେ ଭାଇଙ୍କ ମୃତ୍ୟୁ

August 28, 2026

କ୍ରୀଡ଼ା ଜଗତର ହକି ତାରକା ମେଜର ଧ୍ୟାନଚାନ୍ଦଙ୍କୁ ପୁସ୍ପାର୍ଘ୍ୟ ଶ୍ରଦ୍ଧାଞ୍ଜଳି

August 28, 2026

ଖୋରଧା ବ୍ଲକ୍ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

August 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.