Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଘୋଷଣା ହେଲା ଦୁଇ ବର୍ଷର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ , ଜାଣନ୍ତୁ କେଉଁମାନେ ହେଲେ ମନୋନିତ
ବିଶେଷ ଖବର

ଘୋଷଣା ହେଲା ଦୁଇ ବର୍ଷର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ , ଜାଣନ୍ତୁ କେଉଁମାନେ ହେଲେ ମନୋନିତ

August 27, 2021No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଘୋଷଣା ହେଲା ଦୁଇ ବର୍ଷର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ , ଜାଣନ୍ତୁ କେଉଁମାନେ ହେଲେ ମନୋନିତ

ଭୁବନେଶ୍ୱର, ଓଡ଼ିଶା ସଂଗୀତ ନାଟକ ଏକାଡେମୀ ତରଫରୁ ୨୦୧୯ ଓ ୨୦୨୦ ବର୍ଷ ପାଇଁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ ସହିତ ଅନ୍ୟ ୧୫ଟି ବର୍ଗରେ ଏକାଡେମୀ ସମ୍ମାନ ଘୋଷଣା କରାଯାଇଛି । ଆଜି ସଂସ୍କୃତି ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏକାଡେମୀର ସଭାପତି ପଦ୍ମଶ୍ରୀ ଅରୁଣା ମହାନ୍ତି ଏହା ଘୋଷଣା କରିଥିଲେ ।

୨୦୧୯ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ ଅଭିନୟ ଓ ନିର୍ଦ୍ଦେଶନା କ୍ଷେତ୍ରରେ ଜୀବନବ୍ୟାପୀ ଅବଦାନ ପାଇଁ ଶ୍ରୀ ଅନନ୍ତ ମହାପାତ୍ର ଏବଂ ୨୦୨୦ ମସିହା ପାଇଁ ଓଡ଼ିଶୀ ନୃତ୍ୟ ବିଶାରଦ ତଥା ପଦ୍ମଶ୍ରୀ କୁମ୍‌କୁମ୍‌ ମହାନ୍ତିଙ୍କ ନାମ ମନୋନୀତ କରାଯାଇଛି ।

ସେହିପରି ହିନ୍ଦୁସ୍ଥାନୀ କଣ୍ଠସଂଗୀତ ଓ ଗୀତିକବିତା ବର୍ଗରେ ଯଥାକ୍ରମେ ସୁନନ୍ଦା ସମ୍ମାନ ଓ ସାରଦା ପ୍ରସନ୍ନ ସମ୍ମାନରେ ୨୦୧୯ ପାଇଁ ଡ. ରଘୁନାଥ ସାହୁ, ଭୁବନେଶ୍ୱର ଏବଂ ୨୦୨୦ ପାଇଁ ଶ୍ରୀମତୀ ବନ୍ଦିତା ରାୟ, କଟକଙ୍କୁ, ୨୦୧୯ ପାଇଁ ବିନୋଦ କୁମାର ପଶାୟତ, ସମ୍ବଲପୁର ଏବଂ ୨୦୨୦ ପାଇଁ ଅଲେଖ ପଢ଼ୀହାରୀଙ୍କୁ ମନୋନୀତ କରାଯାଇଛି ।

ଅନ୍ୟ ସମ୍ମାନଗୁଡ଼ିକ ମଧ୍ୟରେ ୨୦୧୯ ବର୍ଷ ନିମନ୍ତେ ଅଭିନୟ ପାଇଁ ଶ୍ରୀ ନବକିଶୋର ଆଚାର୍ଯ୍ୟ, ସାକ୍ଷୀଗୋପାଳ, ପୁରୀ ଏବଂ ଶ୍ରୀମତୀ ମମତା ମହାନ୍ତି, ଭୁବନେଶ୍ୱର, ନାଟ୍ୟ ରଚନା ପାଇଁ ଶ୍ରୀ ସୁଧାକର ନନ୍ଦ, ଭଦ୍ରକ, ନିର୍ଦ୍ଦେଶନା ପାଇଁ ଶ୍ରୀ ହରିହର ମିଶ୍ର, ବରଗଡ଼, ମଞ୍ଚକଳା ପାଇଁ ଶ୍ରୀ ପ୍ରଭାସ ଚନ୍ଦ୍ର ମିଶ୍ର, ଭବାନୀପାଟଣା, କଳାହାଣ୍ଡି, ଲୋକସଂଗୀତ ପାଇଁ ଶ୍ରୀ ରାଧାଶ୍ୟାମ ସାହୁଶର୍ମା, ଗଞ୍ଜାମ, ଲୋକବାଦ୍ୟ ପାଇଁ ଶ୍ରୀ ଶଙ୍କର ପ୍ରଧାନ, ବଲାଙ୍ଗୀର, ଲୋକନୃତ୍ୟ ପାଇଁ ଶ୍ରୀ କାଳୁଚରଣ ସାହୁ, ଭଞ୍ଜନଗର, ଗଞ୍ଜାମ, ଲୋକନାଟ୍ୟ ପାଇଁ ଶ୍ରୀ କଣ୍ଠ ଗୌଡ଼, କୋରାପୁଟ, ଯନ୍ତ୍ର ସଂଗୀତ (ଆନଦ୍ଧ ତାଳ) ପାଇଁ ଡ. ଜଗନ୍ନାଥ କୁଅଁର, ଭୁବନେଶ୍ୱର, ଯନ୍ତ୍ର ସଂଗୀତ (ତାରବାଦ୍ୟ) ପାଇଁ ଶ୍ରୀ କୈଳାସ ଚନ୍ଦ୍ର ପାତ୍ର, କଟକ, ଓଡ଼ିଶୀ ନୃତ୍ୟ ପାଇଁ ଶ୍ରୀ ରତିକାନ୍ତ ମହାପାତ୍ର, ଭୁବନେଶ୍ୱର, ଓଡ଼ିଶୀ କଣ୍ଠ ସଂଗୀତ ପାଇଁ ଶ୍ରୀ ଚନ୍ଦ୍ରମଣି ଲେଙ୍କା, ପୁରୀ, ସୁଗମ ସଂଗୀତ ପାଇଁ ଶ୍ରୀ ତାନ୍‌ସେନ୍‌ ସିଂ, ଭୁବନେଶ୍ୱର, ଶ୍ରୀ ବିନୋଦ କୁମାର ପଶାୟତ୍‌, ସମ୍ବଲପୁରଙ୍କୁ ଏକାଡେମୀ ପକ୍ଷରୁ ସମ୍ମାନିତ କରାଯିବ ।

ସେହିପରି ୨୦୨୦ ନିମନ୍ତେ ଅଭିନୟ ପାଇଁ ଶ୍ରୀମତୀ ସୁଶୀଳା ନାୟାର, ବରଗଡ଼ ଏବଂ ଶ୍ରୀ ବିଜୟ କୁମାର ପଟ୍ଟନାୟକ, ଗାଙ୍ଗପୁର, ଗଞ୍ଜାମ, ନାଟ୍ୟ ରଚନା ପାଇଁ ଶ୍ରୀ ଭାସ୍କର ଚନ୍ଦ୍ର ମହାପାତ୍ର, ରାଉରକେଲା, ନିର୍ଦ୍ଦେଶନା ପାଇଁ ଶ୍ରୀ ସୁବୋଧ ପଟ୍ଟନାୟକ, ଭୁବନେଶ୍ୱର, ମଞ୍ଚକଳା ପାଇଁ ଶ୍ରୀ ପ୍ରଭାତ ମହାରଣା, ଭୁବନେଶ୍ୱର, ଲୋକସଂଗୀତ ପାଇଁ ଶ୍ରୀ ନବୀନ କିଶୋର କୁଅଁଁର, ବଲାଙ୍ଗୀର, ଲୋକବାଦ୍ୟ ପାଇଁ ଶ୍ରୀ କିଶୋର ଚନ୍ଦ୍ର ପ୍ରଧାନ, ପୁରୀ, ଲୋକନୃତ୍ୟ ପାଇଁ ଶ୍ରୀ ନାରାୟଣ ମହାରଣା, ଭଞ୍ଜନଗର, ଲୋକନାଟ୍ୟ ପାଇଁ ଶ୍ରୀ ନିର୍ମଳ ଚନ୍ଦ୍ର ରାଉତ, ଭଦ୍ରକ, ଯନ୍ତ୍ରସଂଗୀତ (ଆନଦ୍ଧ ବାଦ୍ୟ) ପାଇଁ ଶ୍ରୀ ଶରତ କୁମାର ପାଣି, ଭୁବନେଶ୍ୱର, ଯନ୍ତ୍ରସଂଗୀତ(ସୁଶୀର ବାଦ୍ୟ) ପାଇଁ ଶ୍ରୀ ନିତ୍ୟାନନ୍ଦ ମହାପାତ୍ର, କାମାକ୍ଷାନଗର, ଓଡ଼ିଶୀ ନୃତ୍ୟ ପାଇଁ ଶ୍ରୀ ଗଜେନ୍ଦ୍ର ପଣ୍ଡା, ଗଞ୍ଜାମ, ଓଡ଼ିଶୀ କଣ୍ଠ ସଂଗୀତ ପାଇଁ ଶ୍ରୀ ରଘୁନାଥ ପାତ୍ର, ପାରଳାଖେମୁଣ୍ଡି, ସୁଗମ ସଂଗୀତ ପାଇଁ ଶ୍ରୀ ବିଭୁଧେନ୍ଦ୍ର ଦାସ, ଭୁବନେଶ୍ୱର ସମ୍ମାନିତ କରାଯିବ ।

ମନୋନୀତ କଳାକାରମାନଙ୍କୁ ଆସନ୍ତା ୩୦ ତାରିଖ ଦିନ ଅପରାହ୍ନ ୪ଟାରେ ରବିନ୍ଦ୍ର ମଣ୍ଡପଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଏହି ସମ୍ମାନ ପ୍ରଦାନ କରାଯିବ । କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ ପାଇଁ ମାନପତ୍ର, ଉପଢ଼ୌକନ, କୃତୀଫଳକ ଓ ୫ ଲକ୍ଷ ଟଙ୍କାର ଅର୍ଥ ପୁରସ୍କାର ପ୍ରଦାନ କରାଯିବ । ସୁନନ୍ଦା ସମ୍ମାନ ଓ ସାରଦା ପ୍ରସନ୍ନ ସମ୍ମାନ ପାଇଁ ୨.୫ ଲକ୍ଷ ଟଙ୍କା ଓ ଅନ୍ୟାନ୍ୟ ପୁରସ୍କାର ବାବଦକୁ ୨ ଲକ୍ଷ ଟଙ୍କାର ଅର୍ଥରାଶି ପୁରସ୍କାର ବାବଦକୁ ପ୍ରଦାନ କରାଯିବ ବୋଲି ଏକାଡେମୀର ସଚିବ ଶ୍ରୀ ପ୍ରବୋଧ ରଥ ପ୍ରକାଶ କରିଛନ୍ତି । ଆଜିର ଏହି ସମ୍ମାନ ଘୋଷଣାବେଳେ ଏକାଡେମୀର ଉପସଭାପତି ଶ୍ରୀ ମନ୍ମଥ ଶତପଥୀ ଯୋଗଦେଇ ମନୋନୟନର ବିଭିନ୍ନ ଧାରା ଓ ପ୍ରକ୍ରିୟା ଉପରେ ସାମ୍ବାଦିକମାନଙ୍କୁ ଅବଗତ କରାଇଥିଲେ ।

ଓଡିଶା ସଂଗୀତ ନାଟକ ଏକାଡେମୀ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ ପଦ୍ମଶ୍ରୀ ଅରୁଣା ମହାନ୍ତି
Share. Facebook Twitter LinkedIn Email WhatsApp Copy Link

Related Posts

ବାହାଘର ବାଣ ପଡି ଜଳିଗଲା 6 ବଖରା

April 26, 2026

କାଲି ବାଚସ୍ପତିଙ୍କୁ ଭେଟିବ ବିଜେଡି

April 26, 2026

ଚିଲିକା ପୁସ୍ତକ ମେଳାର ତୃତୀୟ ସନ୍ଧ୍ୟାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

April 26, 2026

ଏଥର ରଜ କୁଇନ୍ ଫେରୁଛି ନିଜ ମାଟିକୁ: ‘ଗାଁରେ ହେବ ଗାଲା ରାଉଣ୍ଡ

April 26, 2026
Latest News

କଣ ଗରମ ଯୋଗୁଁ ଆପଣଙ୍କ ପେଟ ବାରମ୍ବାର ଖରାପ ହେଉଛି କି ? ଜାଣନ୍ତୁ କାରଣ କଣ ?

April 27, 2026

ରାଶିଫଳ: ଆଜି ଏପ୍ରିଲ ୨୭ ତାରିଖ ସୋମବାରରେ ଏହି ରାଶିର ବ୍ୟକ୍ତମାନେ ରୁହନ୍ତୁ ସାବଧାନ

April 27, 2026

ବାହାଘର ବାଣ ପଡି ଜଳିଗଲା 6 ବଖରା

April 26, 2026

ରାଘବଙ୍କୁ କଟାକ୍ଷ କଲେ ଓମାର ଅବଦୁଲ୍ଲା

April 26, 2026

ବିଜେପିକୁ ଟାର୍ଗେଟ କଲେ କେଜ୍ରିୱାଲ

April 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.