Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ସ୍ୱଚ୍ଛ ଭାରତ ଅଭିଯାନ-ସହରାଞ୍ଚଳ ୨.୦ ଏବଂ ଅମୃତ ୨.୦ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ଜାତୀୟ ଖବର

ସ୍ୱଚ୍ଛ ଭାରତ ଅଭିଯାନ-ସହରାଞ୍ଚଳ ୨.୦ ଏବଂ ଅମୃତ ୨.୦ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

October 2, 2021No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସ୍ୱଚ୍ଛ ଭାରତ ମିଶନ ସହରାଞ୍ଚଳ ୨.୦ ଏବଂ ଅଟଳ ମିଶନ ଫର ରିଜୁଭେନେସନ ଆଣ୍ଡ ଅର୍ବାନ ଟ୍ରାନ୍ସଫର୍ମେସନ –ଅମୃତ ମିଶନ ୨.୦ର ଶୁଭାରମ୍ଭ କରିଛନ୍ତି । କେନ୍ଦ୍ର ମନ୍ତ୍ରୀ ଶ୍ରୀ ହରଦୀପ ସିଂ ପୁରୀ, ଶ୍ରୀ ଗଜେନ୍ଦ୍ର ସିଂ ଶେଖାୱତ, ଶ୍ରୀ ପ୍ରହ୍ଲାଦ ସିଂ ପଟେଲ, ଶ୍ରୀ କୌଶଳ କିଶୋର, ଶ୍ରୀ ବିଶ୍ୱେଶ୍ୱର ଟୁଡୁ, ବିଭିନ୍ନ ରାଜ୍ୟର ମନ୍ତ୍ରୀଗଣ, ମହାନଗର ନିଗମ, ପୌରପାଳିକାର ମେୟର ଓ କମିଶନରମାନେ ଏହି କାର‌୍ୟ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

ପ୍ରଧାନମନ୍ତ୍ରୀ ଏହି ଅବସରରେ କହିଥିଲେ ଯେ, ୨୦୧୪ରେ ଦେଶକୁ ଖୋଲା ଶୌଚମୁକ୍ତ କରିବା ଲାଗି ଦେଶବାସୀ ସଂକଳ୍ପ ନେଇଥିଲେ ଏବଂ ଏହି ସଂକଳ୍ପକୁ ପୂରଣ କରି ଆଜି ଦେଶରେ ୧୦ କୋଟି ଶୌଚାଳୟ ନିର୍ମାଣ କରାଯାଇସାରିଛି । ବର୍ତ୍ତମାନ ‘ସ୍ୱଚ୍ଛ ଭାରତ ମିଶନ-ସହରାଞ୍ଚଳ ୨.୦’ର ଲକ୍ଷ୍ୟ ହେଉଛି ସହରଗୁଡ଼ିକୁ ଆବର୍ଜନାମୁକ୍ତ, ସମ୍ପୂର୍ଣ୍ଣ ଆବର୍ଜନାମୁକ୍ତ କରିବା ।

ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ ଯେ, ମିଶନ ଅମୃତ ପରବର୍ତ୍ତୀ ପର‌୍ୟ୍ୟାୟର ଲକ୍ଷ୍ୟ ହେଉଛି ଦେଶରେ ବର୍ଜ୍ୟ ଏବଂ ପ୍ରଦୂଷିତ ଜଳ ପରିଚାଳନାରେ ସୁଧାର ଆଣିବା ଏବଂ ଆମ ସହରଗୁଡ଼ିକୁ ଜଳ-ସୁରକ୍ଷିତ ସହରରେ ପରିଣତ କରିବା ସହିତ ଆମ ନଦୀଗୁଡ଼ିକୁ ବର୍ଜ୍ୟ ଜଳମୁକ୍ତ କରିବା । ଆମ ନଦୀଗୁଡ଼ିକରେ ଯେପରି ଆଦୌ ବର୍ଜ୍ୟ ଜଳ ନିଷ୍କାସିତ ହେବ ନାହିଁ ତାହା ସୁନିଶ୍ଚିତ କରିବା ଏହି ଅଭିଯାନର ଲକ୍ଷ୍ୟ ।

ସହରାଞ୍ଚଳର ପୁନର୍ଗଠନ ଏବଂ ସ୍ୱଚ୍ଛତାରେ ଏହି ପରିବର୍ତ୍ତନର ଏହି ସଫଳତାକୁ ପ୍ରଧାନମନ୍ତ୍ରୀ ମହାତ୍ମା ଗାନ୍ଧୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ । ସେ କହିଥିଲେ ଯେ, ଏହିସବୁ ଅଭିଯାନ ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ଅନୁପ୍ରାଣିତ ଏବଂ କେବଳ ତାଙ୍କରି ଆଦର୍ଶରେ ସାକାର ରୂପ ନେଉଛି। ସେ ମଧ୍ୟ ଶୌଚାଳୟ ନିର୍ମାଣ କାରଣରୁ ମା’ ଓ ଝିଅମାନଙ୍କର ସୁବିଧା ବିଷୟରେ ଉଲ୍ଲେଖ କରିଥିଲେ ।

ଦେଶର ଭାବନାକୁ ସଲାମ କରି, ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଥିଲେ ଯେ, ବର୍ତ୍ତମାନ ସ୍ୱଚ୍ଛ ଭାରତ ଅଭିଯାନ ଏବଂ ଅମୃତ ମିଶନର ଯାତ୍ରା ପ୍ରତ୍ୟେକ ଦେଶବାସୀଙ୍କୁ ଗର୍ବିତ କରୁଛି ।
ପ୍ରଧାନମନ୍ତ୍ରୀ ନିଜର ଭାବନାକୁ ବ୍ୟକ୍ତ କରି କହିଥିଲେ ଯେ, ସ୍ୱଚ୍ଛ ଭାରତ ଅଭିଯାନ ଏବଂ ଅମୃତ ମିଶନର ଯାତ୍ରାରେ ଗୋଟିଏ ଦେଶର ଲକ୍ଷ୍ୟ, ସମ୍ମାନ, ଗାରିମା ଏବଂ ଆକାଂକ୍ଷା ରହିଛି; ଏଥିସହିତ ମାତୃଭୂମି ପାଇଁ ଅତୁଳନୀୟ ଭଲ ପାଇବା ରହିଛି ।

ଆମ୍ବେଦକର ଅନ୍ତର୍ଜାତୀୟ କେନ୍ଦ୍ରରେ ଆଜିର କାର‌୍ୟ୍ୟକ୍ରମ ଆୟୋଜନ କରାଯାଇଥିବା ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ବାବା ସାହେବ ଆମ୍ବେଦକର ସହରାଞ୍ଚଳ ବିକାଶକୁ ଅସମାନତା ଦୂର କରିବାର ଏକ ଶ୍ରେଷ୍ଠ ମାଧ୍ୟମ ଭାବେ ବିଶ୍ୱାସ କରୁଥିଲେ । ଏକ ଉନ୍ନତ ଜୀବନର ଆଶା ନେଇ ଗାଁରୁ ବହୁ ସଂଖ୍ୟକ ଲୋକ ସହରକୁ ଚାଲି ଆସିଥାନ୍ତି । ସେମାନେ ନିଯୁକ୍ତି ପାଇଯାଆନ୍ତି, କିନ୍ତୁ ଗାଁ ଅପେକ୍ଷା ମଧ୍ୟ ଅତି କଷ୍ଟକର ସ୍ଥିତିରେ ଜୀବନଧାରଣ କରିଥାନ୍ତି। ଏହା ସେମାନଙ୍କୁ ଦ୍ୱୈତ ସମସ୍ୟାରେ ପକାଇଥାଏ, ଗୋଟିଏ ପଟେ ସେମାନେ ଘର ଠାରୁ ଦୂରରେ ରହିଥାନ୍ତି ଏବଂ ଅନ୍ୟପଟେ ସହରରେ କଷ୍ଟକର ପରିସ୍ଥିତିରେ ରହିବାକୁ ପଡ଼ିଥାଏ । ଅସମାନତା ଦୂର କରି ଏହି ପରିସ୍ଥିତି ବଦଳାଇବା ଲାଗି ବାବା ସାହେବ ଗୁରୁତ୍ୱାରୋପ କରୁଥିଲେ । ସ୍ୱଚ୍ଛ ଭାରତ ଅଭିଯାନ ଏବଂ ଅମୃତ ମିଶନର ପରବର୍ତ୍ତୀ ପର‌୍ୟ୍ୟାୟ ବାବା ସାହେବଙ୍କ ସ୍ୱପ୍ନକୁ ପୂରଣ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଆଜି ଆମେ ପାଖାପାଖି ୭୦ ପ୍ରତିଶତ ଦୈନିକ ବର୍ଜ୍ୟ ପରିଚାଳନା କରୁଛୁ । ବର୍ତ୍ତମାନ ଆମକୁ ଏହା ୧୦୦ ପ୍ରତିଶତ ପର‌୍ୟ୍ୟନ୍ତ ନେବାକୁ ହେବ । ସହରାଞ୍ଚଳ ବିକାଶ ମନ୍ତ୍ରଣାଳ ପାଇଁ ବର୍ଦ୍ଧିତ ଆବଣ୍ଟନ ସମ୍ପର୍କରେ ମଧ୍ୟ ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ । ସେ କହିଥିଲେ ଯେ ୨୦୧୪ ପୂର୍ବବର୍ତ୍ତୀ ପାଞ୍ଚ ବର୍ଷରେ ମନ୍ତ୍ରଣାଳୟକୁ ପାଖାପାଖି ୧.୨୫ ଲକ୍ଷ କୋଟି ଟଙ୍କା ଆବଣ୍ଟନ କରାଯାଇଥିଲା, ଅନ୍ୟପକ୍ଷରେ ୨୦୧୪ ପରବର୍ତୀ ୭ ବର୍ଷରେ ମନ୍ତ୍ରଣାଳୟକୁ ପ୍ରାୟ ୪ ଲକ୍ଷ କୋଟି ଟଙ୍କା ଆବଣ୍ଟନ କରାଯାଇଛି ।

ସହରାଞ୍ଚଳ ବିକାଶ ସଂକ୍ରାନ୍ତ କୌଣସି କାର‌୍ୟ୍ୟକ୍ରମରେ ଉଠାଦୋକାନୀ ଏବଂ ବୁଲାବିକାଳୀମାନଙ୍କୁ ଯେକୌଣସି ସହରର ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ଭାବେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ପ୍ରଧାନମନ୍ତ୍ରୀ ଦୋହରାଇଥିଲେ ଯେ ଏମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନା ଏକ ଆଶାର ଆଲୋକ ନେଇ ଆସିଛି । ୪୬ ଲକ୍ଷରୁ ଅଧିକ ଉଠାଦୋକାନୀମାନଙ୍କୁ ସ୍ୱନିଧି ଯୋଜନାର ଲାଭ ମିଳିଛି । ୨୫ ଲକ୍ଷରୁ ଅଧିକ ଲୋକ ୨.୫ ହଜାର କୋଟି ଟଙ୍କା ପାଇଛନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ଉଠାଦୋକାନୀମାନେ ଡିଜିଟାଲ କାରବାରକୁ ପ୍ରୋତ୍ସାହିତ କରୁଛନ୍ତି ଏବଂ ସେମାନେ ଋଣ ପରିଶୋଧ କରିବାରେ ଏକ ଭଲ ରେକର୍ଡ ବଜାୟ ରଖିଛନ୍ତି । ଏହି ଯୋଜନା କାର‌୍ୟ୍ୟକାରୀ କରିବା କ୍ଷେତ୍ରରେ ଉତର ପ୍ରଦେଶ ଏବଂ ମଧ୍ୟପ୍ରଦେଶ ଭଳି ବଡ଼ ରାଜ୍ୟ ନେତୃତ୍ୱ ନେବା ଖୁସିର ବିଷୟ ବୋଲି ସେ କହିଥିଲେ ।

ଅମୃତ ୨.୦ ପ୍ରଧାନମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ
Share. Facebook Twitter LinkedIn Email WhatsApp Copy Link

Related Posts

ମହାକାଶ ଷ୍ଟାର୍ଟଅପ୍‌ଗୁଡ଼ିକର ସିଇଓ ଓ ପ୍ରତିଷ୍ଠାତାମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

August 22, 2026

ପାରାଦୀପ ବନ୍ଦରରେ ୪୨୭ କୋଟିର ପ୍ରକଳ୍ପ ଉଦ୍‌ଘାଟନ କଲେ ସର୍ବାନନ୍ଦ ସୋନୋୱାଲ

August 22, 2026

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026

ଇଣ୍ଡିଗୋ ଯାତ୍ରୀଙ୍କ ପାଇଁ ବଡ଼ ସତର୍କତା: ବିଜ୍ଞପ୍ତି ଜାରି କଲା ବିମାନ କମ୍ପାନୀ

August 21, 2026
Latest News

ମହାକାଶ ଷ୍ଟାର୍ଟଅପ୍‌ଗୁଡ଼ିକର ସିଇଓ ଓ ପ୍ରତିଷ୍ଠାତାମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

August 22, 2026

ପାରାଦୀପ ବନ୍ଦରରେ ୪୨୭ କୋଟିର ପ୍ରକଳ୍ପ ଉଦ୍‌ଘାଟନ କଲେ ସର୍ବାନନ୍ଦ ସୋନୋୱାଲ

August 22, 2026

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026

ମହାନଦୀ ଜଳ ବିବାଦରେ ବଡ଼ ପଦକ୍ଷେପ, CWC ଗଠନ କଲା ବୈଷୟିକ କମିଟି

August 21, 2026

Odisha Investment: ୧୪ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି, ୨,୭୮୦ କୋଟି ନିବେଶରେ ୧୪,୧୦୪ ନିଯୁକ୍ତି

August 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.