Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଧର୍ମ»ଜାଣନ୍ତୁ ଓଡ଼ିଶାର ପ୍ରସିଦ୍ଧ ଶକ୍ତିପୀଠ ମା’ ଭଗବତୀଙ୍କ ଷୋଡଶ ଦିବସାତ୍ମକ ପୂଜା ବିଷୟରେ କଣ ରହିଛି ପରମ୍ପରା
ଧର୍ମ

ଜାଣନ୍ତୁ ଓଡ଼ିଶାର ପ୍ରସିଦ୍ଧ ଶକ୍ତିପୀଠ ମା’ ଭଗବତୀଙ୍କ ଷୋଡଶ ଦିବସାତ୍ମକ ପୂଜା ବିଷୟରେ କଣ ରହିଛି ପରମ୍ପରା

October 2, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ମା' ଭଗବତୀ
ମା' ଭଗବତୀଙ୍କ ଚାପ କ୍ରୀଡ଼ା ଆରମ୍ଭ: ତିନି ଦିନ ଧରି ଚାଲିବ ପ୍ରସିଦ୍ଧ ଭଉଁରୀଯାତ୍ରା

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁରର ଅଧିଷ୍ଠାତ୍ରୀ ଦେବୀ ମା’ ଭଗବତୀ ଓ ଦେବୀ କନକ ଦୂର୍ଗାଙ୍କୁ ନେଇ ଆଶ୍ଵିନ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ସହସ୍ରକୁମ୍ଭାଭିଷେକ ହୋଇ ଆରମ୍ଭ ହୋଇଥିବା ପାର୍ବଣର ପ୍ରଥମାର୍ଦ୍ଧ ପୂଜା ବା ଭିତର ପୂଜା ଅମାବାସ୍ୟା ଯାଏ ହୋଇଥାଏ। ଏହି ଦିନ ଗୁଡିକରେ ମା’ ଭଗବତୀଙ୍କ ବିଜୟ ପ୍ରତିମା କାଠି ଠାକୁରାଣୀ ତାଙ୍କର ପ୍ରଥମ ସେବକ ବଳିଜେନାଙ୍କ ସହିତ ବିରାଟ ଆଟୋପରେ ଶ୍ରୀଦକ୍ଷେଶ୍ୱରଙ୍କ ମନ୍ଦିରରୁ ବାହାରି ପାର୍ବଣ ପୂଜାଗୃହକୁ ଯାତ୍ରା କରିଥାନ୍ତି। ଏହି ସମୟରେ ବଳିଜେନାଙ୍କୁ ନେଇ ଦିନେ ଛଡା ଦିନେ ଏକ ସ୍ୱତନ୍ତ୍ର ବିଧାନ କରାଯାଇଥାଏ, ସ୍ଥାନୀୟ ଅଞ୍ଚଳରେ ଏହାକୁ ‘ବଳିନାଟ’ କୁହାଯାଏ।

ଏହି ପ୍ରଥମାର୍ଦ୍ଧ ପୂଜା ମହାଳୟା ପର୍ଯ୍ୟନ୍ତ ଚାଲିଥାଏ। ମହାଳୟା ଅମାବାସ୍ୟାର ମଧ୍ୟରାତ୍ରରେ ମା’ ଭଗବତୀଙ୍କ ବିଜୟ ପ୍ରତିମା କାଠି ଠାକୁରାଣୀ ଓ ଦେବୀ ବିରାଜାଇଙ୍କ ଦାରୁ ପ୍ରତିମାଙ୍କ ଭେଟ ଉତ୍ସବ ଅନୁଷ୍ଠିତ ହୋଇଥାଏ। ଏହି ଭେଟ ଉତ୍ସବ ପରେ ଦେବି ବିରଜାଇ ଶ୍ରୀଦକ୍ଷେଶ୍ୱର ମନ୍ଦିର ସ୍ଥିତ ସାତବଖରା ଗୃହକୁ ବିଜେ କରିବା ବେଳେ କାଠି ଠାକୁରାଣୀ ମା’ ଭଗବତୀ ମନ୍ଦିରକୁ ଯାତ୍ରା କରିଥାନ୍ତି। ଏହିପବିତ୍ର ଭେଟ ଉତ୍ସବ ହେଉଥିବା ଅମାବାସ୍ୟାକୁ ବାଣପୁର ଅଂଚଳରେ ଭେଟ ଅମାବାସ୍ୟା କୁହାଯାଏ।

ପ୍ରଥମାର୍ଦ୍ଧ ପୂଜା ବା ଭିତର ପୁଜା ଶେଷ ହେବା ପରେ ଆଶ୍ଵିନ ଶୁକ୍ଲ ପ୍ରତିପଦା ଠାରୁ ସାତବଖରା ଗୃହରେ ଅନୁଷ୍ଠିତ ହେଉଥିବା ଉତ୍ତରାର୍ଦ୍ଧ ପୂଜା ବା ବାହାର ପୂଜାରେ ଦେବୀ କନକ ଦୁର୍ଗାଙ୍କ ସହିତ ମା’ ଭଗବତୀଙ୍କ ବିଜେ ପ୍ରତିମା କାଠି ଠାକୁରାଣୀ ଓ ପୂର୍ବରୁ ନିମନ୍ତ୍ରିତ ହୋଇ ଆସିଥିବା ବାଣପୁର ପଶ୍ଚିମ ଦିଗ ରକ୍ଷାକାରିଣୀ ଦେବୀ ବିରଜାଇ, ପୂର୍ବ ଦିଗ ଅଧିଶ୍ୱେରୀ ଚିଲିକା ବିହାରିଣୀ ମା’ କାଳିଜାଇ,  ଉତ୍ତର ସୀମା ରକ୍ଷାକାରିଣୀ ସୋଲରି ପାହାଡ ବାସିନୀ ମା’ ସିଦ୍ଧାମ୍ବରି, ଦକ୍ଷିଣ ସୀମା ଅଧିଶ୍ୱେରୀ ଭାଲେରୀ ପାହାଡ଼ ସ୍ଥିତ ମା’ ନାରାୟଣୀ ଓ ଶ୍ରୀ ଦକ୍ଷେଶ୍ୱର ମନ୍ଦିରରେ ଥିବା ଦେବୀ କନକ ଦୁର୍ଗାଙ୍କୁ ଆବାହନ କରାଯାଇ ଚକ୍ରପୂଜା ଅନୁଷ୍ଠିତ ହୋଇଥାଏ।

ଏହି ଉତ୍ତରାର୍ଦ୍ଧ ପୂଜା ବା ବାହାର ପୂଜା ଆଶ୍ୱିନ ଶୁକ୍ଲ ଅଷ୍ଟମୀ ବା ମହାଷ୍ଟମୀ ଯାଏ ଚାଲିଥାଏ।ମହାନବମୀ ତିଥିରେ ମା’ ଭଗବତୀଙ୍କ ମୂଳ ପୀଠ ମନ୍ଦିରରେ ଉକ୍ତ ପୂଜା ଅନୁଷ୍ଠିତ ହୋଇଥାଏ। ଶାରଦୀୟ ଦୁର୍ଗେ।ତ୍ସବର ଷୋଡଶ ଦିବସାତ୍ମକ ପୂଜା ସମାପନ ପରେ ଦଶହରା ବା ବିଜୟା ଦଶମୀ ଦିନ ନିମନ୍ତ୍ରିତ ହୋଇଥିବା ସମସ୍ତ ଦେବୀ ସ୍ଵସ୍ଥାନକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି।

ପରିଶେଷରେ ମା’ ଭଗବତୀ ଓ ନରବଳୀର ପ୍ରତୀକ ବଳିଜେନା ମଧ୍ୟରେ କଉଡ଼ିଖେଳ ହୁଏ।ବଳିଜେନା ହାରିଯାଇ ପୁନର୍ବାର ଆସନ୍ତା ବର୍ଷ ମା’ ଙ୍କ ସେବା ପାଇଁ ପ୍ରତିଶ୍ରୁତି ଦେଇ ପାଳିଆ ସେବକମାନଙ୍କୁ ଭୋଜିରେ ଆପ୍ୟାୟିତ କରି ସ୍ବ-ଗୃହକୁ ପ୍ରତ୍ୟାବର୍ତ୍ତନ କରନ୍ତି।ଏଥିସହିତ ଏପରି ନିଆରା ପରମ୍ପରା ସହ ମା’ ଭଗବତୀଙ୍କ ପର୍ବ ସମ୍ପର୍ଣ୍ଣ ହୋଇଥାଏ।

ଅଧିଷ୍ଠାତ୍ରୀ ଦେବୀ ପରମ୍ପରା ବାଣପୁର ମା’ ଭଗବତୀ
Share. Facebook Twitter LinkedIn Email WhatsApp Copy Link

Related Posts

ବିସ୍ତୃତ ରାଶିଫଳ: ଜୁଲାଇ ୩ ତାରିଖ ଶୁକ୍ରବାର ଦିନ ୭ଟି ରାଶିର ଲୋକଙ୍କ ଖୋଲିବ ଭାଗ୍ୟ

July 3, 2026

VB-G RAM G Act: ଭିବି-ଜି ରାମ ଜି ଯୋଜନାର ଶୁଭାରମ୍ଭ କଲେ ଶ୍ରୀ ଶିବରାଜ ସିଂହ ଚୌହନ

July 2, 2026

Odisha IHC MoU: ମେଗା ଆଲୁମିନିୟମ୍ ପ୍ରକଳ୍ପ ପାଇଁ ଆରବ କଂପାନୀ ସହ ବୁଝାମଣା କଲା ଓଡିଶା

July 2, 2026

କିଏ ସେହି ଲାଲଜୀ ଦେଶାଇ, ଯିଏ ଓଡିଶା ପ୍ରଦେଶ କଂଗ୍ରେସର ହେଲେ ନୂଆ ପ୍ରଭାରୀ

July 2, 2026
Latest News

‘ଡିଜିଟାଲ ଆରେଷ୍ଟ’ ନାଁରେ ହେଉଛି ବଡ଼ ଠକେଇ! ସତର୍କ କଲା କମିଶନରେଟ ପୋଲିସ

July 3, 2026

୨୩ ବର୍ଷ ପରେ ମିଳିଲା ନ୍ୟାୟ, ୨୦୦୩ର ସମ୍ବେଦନଶୀଳ ମାମଲାରେ ୧୪ ଜଣ ଦୋଷୀ ସାବ୍ୟସ୍ତ

July 3, 2026

ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା ମଧ୍ୟରେ ମୋହନ ମାଝୀ-ନୀତିନ ନବୀନଙ୍କ ବୈଠକ

July 3, 2026

ଝାରସୁଗୁଡ଼ାରେ ବୀଭତ୍ସ ହତ୍ୟାକାଣ୍ଡ: ଯୁବକଙ୍କ ମୃତଦେହ ଉଦ୍ଧାର

July 3, 2026

ଓଡ଼ିଶାରେ ୧.୧୦ ଲକ୍ଷ କୋଟି ଟଙ୍କାର ମେଗା ଆଲୁମିନିୟମ ପ୍ରକଳ୍ପ, ସୃଷ୍ଟି ହେବ ୫୩,୫୦୦ରୁ ଅଧିକ ନିଯୁକ୍ତି

July 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.