Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିଜେପି ପ୍ରାର୍ଥୀ ହାରିଲେ ସତ, ହେଲେ ସମ୍ମାନର ସହ; କଂଗ୍ରେସ ପରି ଅପମାନିତ ହୋଇ ନୁହେଁ
ବିଶେଷ ଖବର

ବିଜେପି ପ୍ରାର୍ଥୀ ହାରିଲେ ସତ, ହେଲେ ସମ୍ମାନର ସହ; କଂଗ୍ରେସ ପରି ଅପମାନିତ ହୋଇ ନୁହେଁ

October 4, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବିଜେପି ପ୍ରାର୍ଥୀ ହାରିଲେ ସତ, ହେଲେ ସମ୍ମାନର ସହ; କଂଗ୍ରେସ ପରି ଅପମାନିତ ହୋଇ ନୁହେଁ

ଭୁବନେଶ୍ବର: ବହୁ ଚର୍ଚ୍ଚିତ ପିପିଲି ଉପନିର୍ବାଚନ ଶେଷ ହେଲା। ଫଳାଫଳ ମଧ୍ୟ ବାହାରିଲା। ବିଜେଡି ପ୍ରାର୍ଥି ରୁଦ୍ର ପ୍ରତାପ ମହାରଥୀ ୨୦,୯୧୬ ଖଣ୍ଡ ଭୋଟ ବ୍ୟବଧାନରେ ବିଜେପି ପ୍ରାର୍ଥୀଙ୍କୁ ହରାଇଲେ। ରାଜନୀତିରେ ହାରଜିତି ଲାଗିରହିଛି। ଜଣେ ଜିତିବ ଅନ୍ୟମାନେ ହାରିବେ। ହେଲେ ଏହି ହାରିବା ମଧ୍ୟ ରହିଛି ଦୁଇ ପ୍ରକାରର। ତାହା ହେଲା ସମ୍ମାନ ସହିତ ହାରିବା ଏବଂ ଅପମାନିତ ହୋଇ ହାରିବା।

ଏସବୁକୁ ବିଚାରକୁ ନେଲେ ପିପିଲି ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ସମ୍ମାନର ସହିତ ହାରିଛନ୍ତି ବୋଲି କୁହାଯିବ। କାରଣ ବିଜେଡି ପରି ଟାଣୁଆ ଦଳ, ମୁଖ୍ୟମନ୍ତ୍ରୀଙ୍କ ନିର୍ମଳ ଭାବମୂର୍ତ୍ତି ଏବଂ ବାପାଙ୍କ ସୁଦୃଢ ସଂଗଠନ ରୁଦ୍ରଙ୍କୁ ବେଶ ସୁହାଇଲା। ପୂର୍ବରୁ ସମସ୍ତେ ଆକଳନ କରିଥିଲେ ଯେ, ପିପିଲିରେ ବିଜେଡି ନିଶ୍ଚିତ ଜିତିବ। ଏଥିସହିତ ସମସ୍ତେ ଏହା ମଧ୍ୟ ଜାଣିଥିଲେ ଯେ ବିଜେପି ଟକ୍କର ଦେବ। ଆଉ ଦେଲା ମଧ୍ୟ।

ଭୋଟ ଗଣତିରୁ ସ୍ପଷ୍ଟ ହେଲା ଯେ, ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ବେଶ ଭଲ ଟକ୍କର ଦେଇଛନ୍ତି। କାରଣ ସେ ଦୁଇଟି ରାଉଣ୍ଡରେ ବିଜେଡି ପ୍ରାର୍ଥୀଙ୍କଠାରୁ ଆଗୁଆ ଥିଲେ। ଯାହାଦ୍ବାରା ଗଣିତ ଏପଟ ସେପଟ ହୋଇଯିବ ବୋଲି ଅନେକ ଭାବୁଥିଲେ। ପରିଶେଷରେ ସେ ୨୦ ହଜାର ଭୋଟରେ ହାରିଲେ।  ହେଲେ ସେ ନିଜର ଏବଂ ଦଳର ସମ୍ମାନ ରକ୍ଷା କରି ହାରିଲେ।

ଏପରି ପରିସ୍ଥିତିରେ କଂଗ୍ରେସର ପ୍ରାର୍ଥୀଙ୍କ ଦୟନୀୟ ଅବସ୍ଥା ଜଳଜଳ ହୋଇ ଦେଖାଦେଇଛି। କଂଗ୍ରେସ ପ୍ରାର୍ଥୀ ବିଶ୍ବକେଶନ ହରିଚନ୍ଦନ ମହାପାତ୍ର ସର୍ବମୋଟ ଭୋଟ ପାଇଲେ ମାତ୍ର ୪ ହଜା ୨୬୧ ଖଣ୍ଡ ଭୋଟ। ଅର୍ଥାତ ସେ ପାଞ୍ଚ ହଜାର ଭୋଟ ମଧ୍ୟ ହାତେଇବାରେ ସକ୍ଷମ ହୋଇପାରିଲେ ନାହିଁ। ଅମାନତଠାରୁ ସେ ଢେରେ କମ ଭୋଟ ପାଇଛନ୍ତି। ଏଥିରୁ ସ୍ପଷ୍ଟ ହେଲା ଯେ, କଂଗ୍ରେସ ତାହାର ଇଜ୍ଜତ ମଧ୍ୟ ରଖି ପାରିଲା ନାହିଁ।

ବର୍ତ୍ତମାନ ଏହି ନିର୍ବାଚନର ଫଳାଫଳ ସୂଚାଇ ଦେଲା ଯେ, କଂଗ୍ରେସ ଆଗାମୀ ଦିନରେ ନିରଜଂନ ପଟ୍ଟନାୟକ ନେତୃତ୍ୟରେ କଣ କରିବ। ଆସନ୍ତା ବର୍ଷ ରାଜ୍ୟରେ ପଞ୍ଚାୟତ ଏବଂ ପୌର ନିର୍ବାଚନ ହେବାକୁ ଯାଉଛି। ଗୋଟିଏ ନିର୍ବାଚନ ମଣ୍ଡଳିରେ ଯେଉଁ ଦଳ ପାଞ୍ଚ ହଜାର ଭୋଟ ହାତେଇ ପାରିଲା ନାହିଁ ସେ ସାରା ଓଡିଶାରେ କଣ କରିବ ତାହା ବେଶ ଅନୁମେୟ ହୋଇ ସାରିଲାଣି।

କଂଗ୍ରେସର ଏପରି ଦୟନୀୟ ଅବସ୍ଥା ପାଇଁ ପିପିଲି କଂଗ୍ରେସ ପ୍ରାର୍ଥୀ ଦାୟୀ ନୁହଁନ୍ତି। ଦାୟୀ ହେଉଛନ୍ତି ଖୋଦ ପ୍ରଦେଶ ସଭାପତି ନିରଂଜନ ପଟ୍ଟନାୟକ। କାରଣ ତାଙ୍କର ନେତୃତ୍ୟ ବର୍ତ୍ତମାନ ରାଜ୍ୟ ରାଜନୀତିରେ ପ୍ରଭାବ ପକାଇପାରୁ ନାହିଁ ବୋଲି ବାରମ୍ବାର ପ୍ରମାଣତି ହେବାରେ ଲାଗିଛି।

ଗତ ସାଧାରଣ ନିର୍ବାଚନରେ ଉଭୟ ବାପପୁଅ ମଧ୍ୟ ହାରିଲେ। ଯେତେବେଳେ ନିରଂଜନ ନିଜେ ଏବଂ ପୁଅକୁ ଜିତାଇବାର କ୍ଷମତା ନାହିଁ, ସେତେବେଳେ ଅନ୍ୟକୁ କିପରି ଜିତାଇବେ ? ଏହି ପ୍ରଶ୍ନ ମଧ୍ୟ କଂଗ୍ରେସ ମହଲରେ ସୃଷ୍ଟି ହେବାରେ ଲାଗିଛି। ଯଦି କଂଗ୍ରେସର ଏହିପରି ଅବସ୍ଥା ଲାଗି ରହେ ତେବେ ଭବିଷ୍ୟତରେ ପ୍ରାର୍ଥୀଙ୍କ ଭୋଟ ସଂଖ୍ୟା ହଜାରକୁ ମଧ୍ୟ ଖସି ଆସିବାର ସମ୍ଭାବନା ରହିଛି।

ଆଶ୍ରିତ ପଟ୍ଟନାୟକ ପିପିଲି ଉପନିର୍ବାଚନ ବିଜେପି ପ୍ରାର୍ଥୀ
Share. Facebook Twitter LinkedIn Email WhatsApp Copy Link

Related Posts

ରୁଷଠାରୁ ୪୯,୦୦୦ କୋଟିର ତେଲ କିଣିଲା ଭାରତ: ଚୀନ୍ ପରେ ହେଲା ଦ୍ୱିତୀୟ ସର୍ବାଧିକ କ୍ରେତା

July 12, 2026

ICC ଟି-୨୦ ରାଙ୍କିଙ୍ଗରେ କ’ଣ ପରିବର୍ତ୍ତନ ଆସିଛି?: ଦେଖନ୍ତୁ ଶ୍ରେଷ୍ଠ ୧୦ ଦଳ

July 12, 2026

ମାଗଣା ଶିକ୍ଷାଦାନ ବ୍ୟବସ୍ଥାର ସଫଳ ରୂପାୟନ ପାଇଁ ସବୁ ବିଦ୍ୟାଳୟକୁ ସରକାରୀକରଣ କରାଯାଉ: ଓଷ୍ଟା

July 12, 2026

ସାର୍ଟ ବୋତାମରେ ତିନି ରଥ ନିର୍ମାଣ କରି ଚର୍ଚ୍ଚାରେ ପିପିଲିର ଯୁବ ଶିଳ୍ପୀ ଅକ୍ଷୟ ମହାପାତ୍ର

July 12, 2026
Latest News

ଗାନ୍ଧୀନଗର ଲୋକସଭା କ୍ଷେତ୍ରରେ ଗୋଟିଏ ଦିନରେ ଏକ କୋଟିରୁ ଅଧିକ ବୃକ୍ଷରୋପଣ

July 12, 2026

ରୁଷଠାରୁ ୪୯,୦୦୦ କୋଟିର ତେଲ କିଣିଲା ଭାରତ: ଚୀନ୍ ପରେ ହେଲା ଦ୍ୱିତୀୟ ସର୍ବାଧିକ କ୍ରେତା

July 12, 2026

ଟାଇଟଲ୍ ଦୌଡ଼ରେ ଏବେ ଚାରୋଟି ଦଳ: ଦେଖନ୍ତୁ ଫିଫା ବିଶ୍ୱକପ୍ ର ସେମିଫାଇନାଲ କାର୍ଯ୍ୟସୂଚୀ

July 12, 2026

ICC ଟି-୨୦ ରାଙ୍କିଙ୍ଗରେ କ’ଣ ପରିବର୍ତ୍ତନ ଆସିଛି?: ଦେଖନ୍ତୁ ଶ୍ରେଷ୍ଠ ୧୦ ଦଳ

July 12, 2026

ମାଗଣା ଶିକ୍ଷାଦାନ ବ୍ୟବସ୍ଥାର ସଫଳ ରୂପାୟନ ପାଇଁ ସବୁ ବିଦ୍ୟାଳୟକୁ ସରକାରୀକରଣ କରାଯାଉ: ଓଷ୍ଟା

July 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.