Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସର୍ବଭାରତୀୟ ପୀଠାସୀନ ଅଧିକାରୀମାନଙ୍କ ୮୨ତମ ସମ୍ମିଳନୀର ଉଦଘାଟନୀ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
ବିଶେଷ ଖବର

ସର୍ବଭାରତୀୟ ପୀଠାସୀନ ଅଧିକାରୀମାନଙ୍କ ୮୨ତମ ସମ୍ମିଳନୀର ଉଦଘାଟନୀ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

November 17, 2021No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ସର୍ବଭାରତୀୟ ପୀଠାସୀନ ଅଧିକାରୀମାନଙ୍କର ୮୨ତମ ସମ୍ମିଳନୀରେ ଉଦବୋଧନ ଦେଇଛନ୍ତି। ଲୋକସଭା ବାଚସ୍ପତି, ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟସଭା ଉପାଧ୍ୟକ୍ଷ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗଣତନ୍ତ୍ର ଭାରତରେ ଏକ ବ୍ୟବସ୍ଥା ନୁହେଁ। ଗଣତନ୍ତ୍ର ଆମର ସ୍ୱଭାବ ଏବଂ ଭାରତରେ ଜୀବନର ଏକ ଅଂଶବିଶେଷ। ସେ ଜୋର ଦେଇ କହିଥିଲେ ଯେ, “ଆମେ ଦେଶକୁ ନୂତନ ଉଚ୍ଚତାକୁ ନେଇଯିବୁ ଆଗାମୀ ବର୍ଷରେ ଅସାଧାରଣ ଲକ୍ଷ୍ୟ ହାସଲ କରିବୁ। ‘ସବକା ପ୍ରୟାସ’ ଦ୍ୱାରା ହିଁ କେବଳ ଏସବୁ ସଂକଳ୍ପ  ପୂରଣ ହୋଇପାରିବ। ଗଣତନ୍ତ୍ରରେ, ଭାରତୀୟ ସଂଘୀୟ ବ୍ୟବସ୍ଥାରେ, ଆମେ ଯେତେବେଳେ ‘ସବକା ପ୍ରୟାସ’ ବିଷୟରେ ଆଲୋଚନା କରିଥାଉ, ଏଥିରେ ସମସ୍ତ ରାଜ୍ୟମାନଙ୍କର ଭୂମିକା ଏକ ବଡ଼ ଆଧାର ପାଲଟିଥାଏ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସେ ‘ସବକା ପ୍ରୟାସ’ ଉପରେ ଆହୁରି ଗୁରୁତ୍ୱାରୋପ କରି କହିଥିଲେ ଯେ, ଉତ୍ତରପୂର୍ବାଞ୍ଚଳର ବହୁ ଦଶନ୍ଧି ପୁରୁଣା ବିବାଦର ସମାଧାନ ହେଉ କିମ୍ବା ଦୀର୍ଘ ଦଶନ୍ଧି ଧରି ପଡ଼ି ରହିଥିବା ସମସ୍ତ ବଡ଼ ପ୍ରକଳ୍ପ ସମ୍ପୂର୍ଣ୍ଣ କରିବା ହେଉ, ଏଇ କିଛି ବର୍ଷ ହେବ ଦେଶରେ ସମସ୍ତଙ୍କ ପ୍ରୟାସ ବଳରେ ଏପରି ଅନେକ କାର୍ଯ୍ୟ ସାଧିତ ହୋଇପାରିଛି। ସେ ଆହୁରି ଉଲ୍ଲେଖ କରିଥିଲେ ଯେ କରୋନା ମହାମାରୀ ବିରୋଧରେ ଲଢ଼େଇ ହେଉଛି ‘ସବକା ପ୍ରୟାସ’ର ଏକ ମହାନ ଉଦାହରଣ।

ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ଯେ ସଦନର ପରମ୍ପରା ଏବଂ ବ୍ୟବସ୍ଥାଗୁଡ଼ିକର ସ୍ୱଭାବ ଭାରତୀୟ ହେବା ଉଚିତ୍। ସରକାରଙ୍କ ନୀତି, ଆମର ଆଇନ, ଭାରତୀୟ ଭାବନା ଏବଂ ‘ଏକ ଭାରତ, ଶ୍ରେଷ୍ଠ ଭାରତ’ ସଂକଳ୍ପକୁ ସୁଦୃଢ଼ କରିବା ଉଚିତ୍ ବୋଲି ପ୍ରଧାନମନ୍ତ୍ରୀ ଆହ୍ୱାନ କରିଥିଲେ। ସବୁଠାରୁ ଗୁରୁତ୍ଵପୂର୍ଣ, ସଦନରେ ଆମ ନିଜର ସ୍ୱଭାବ ଭାରତୀୟ ମୂଲ୍ୟବୋଧ ଆଧାରିତ ହେବା ଉଚିତ୍। ଏହା ଆମ ସମସ୍ତଙ୍କର ଦାୟିତ୍ୱ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ, ଆମ ଦେଶ ବିବିଧତାରେ ପରିପୂର୍ଣ୍ଣ। “ଆମର ହଜାର ହଜାର ବର୍ଷର ବିକାଶ ଯାତ୍ରାରେ ଆମେ ଏ କଥାକୁ ହୃଦୟଙ୍ଗମ କରିସାରିଛୁ ଯେ ବିବିଧତା ମଧ୍ୟରେ ଏକତାର ଭବ୍ୟ, ଦିବ୍ୟ ଓ ଅଖଣ୍ଡ ଧାରା ପ୍ରବାହମାନ ରହିଛି। ଏକତାର ଏହି ଅଖଣ୍ଡ ଧାରା, ଆମ ବିବିଧତାକୁ ସଜାଇ ଥାଏ, ଏହାର ସଂରକ୍ଷଣ କରିଥାଏ”, ପ୍ରଧାନମନ୍ତ୍ରୀ କହିଥିଲେ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ଏକ ପ୍ରସ୍ତାବ ଦେଇ କହିଥିଲେ, “ସମାଜ ପାଇଁ କିଛି ବିଶେଷ କାର୍ଯ୍ୟ କରୁଥିବା ଜନପ୍ରତିନିଧିମାନଙ୍କ ଲାଗି ଆମେ ବର୍ଷକୁ ୩-୪ ଦିନ ସଦନରେ ଏପରି ବ୍ୟବସ୍ଥା କରିପାରିବା କି, ଯାହା ମାଧ୍ୟମରେ ସେମାନଙ୍କ ସାମାଜିକ ଜୀବନର ଏହି ପାର୍ଶ୍ୱ ସମ୍ପର୍କରେ ଦେଶକୁ ଜଣାଇପାରିବା।” ସେ କହିଥିଲେ ଯେ, ଅନ୍ୟ ଜନପ୍ରତିନିଧିମାନଙ୍କ ସହିତ ସମାଜର ଅନ୍ୟ ଲୋକମାନେ ମଧ୍ୟ ଏଥିରୁ ଅନେକ କିଛି ଶିକ୍ଷା ଲାଭ କରିପାରିବେ।

ଫଳପ୍ରଦ ଆଲୋଚନା ପାଇଁ ପୃଥକ ସମୟ ନିର୍ଦ୍ଧାରଣ କରିବା ସମ୍ପର୍କରେ ପ୍ରଧାନମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ। ସେ କହିଥିଲେ, ସମ୍ମାନ ପ୍ରତି ଧ୍ୟାନ ଦିଆଯିବା ସହିତ ସମ୍ପୂର୍ଣ୍ଣ ଭାବେ ଗମ୍ଭୀରତା ପାଳନ କରି ଏକ ଆଲୋଚନା କରାଯିବା ଉଚିତ୍। ଏହି ଆଲୋଚନା କାଳରେ କେହି ପରସ୍ପର ପ୍ରତି ରାଜନୈତିକ ଆକ୍ଷେପ କରିବା ଉଚିତ୍ ନୁହେଁ। ସଦନ ପାଇଁ ଏହା ସବୁଠୁ ସୁସ୍ଥ ସମୟ, ସୁସ୍ଥ ଦିନ ହେବା ଉଚିତ୍ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ପ୍ରଧାନମନ୍ତ୍ରୀ ମଧ୍ୟ ‘ଏକ ରାଷ୍ଟ୍ର ଏକ ବିଧାନପାଳିକା ମଞ୍ଚ’ ସମ୍ପର୍କରେ ନିଜର ବିଚାର ବ୍ୟକ୍ତ କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ, “ଏପରି ଏକ ପୋର୍ଟାଲ ବିକଶିତ କରାଯିବା ଉଚିତ୍ ଯାହା କେବଳ ଆମର ସଂସଦୀୟ ବ୍ୟବସ୍ଥାକୁ ଆବଶ୍ୟକ ବୈଷୟିକ ପ୍ରୋତ୍ସାହନ ଦେବ ନାହିଁ ବରଂ ଦେଶର ସମସ୍ତ ଗଣତାନ୍ତ୍ରିକ ସଂସ୍ଥାକୁ ଯୋଡ଼ିବା କ୍ଷେତ୍ରରେ କାର୍ଯ୍ୟ କରିପାରିବ।”

ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ ଯେ ଆସନ୍ତା ୨୫ ବର୍ଷ ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏ କ୍ଷେତ୍ରରେ, ସେ ସାଂସଦମାନଙ୍କୁ ଗୋଟିଏ ମନ୍ତ୍ରକୁ ବାସ୍ତବ ରୂପ ଦେବା ଲାଗି ନିବେଦନ କରିଥିଲେ । ତାହା ହେଉଛି- କର୍ତ୍ତବ୍ୟ, କର୍ତ୍ତବ୍ୟ ଆଉ କର୍ତ୍ତବ୍ୟ।

ଉଦଘାଟନୀ ଅଧିବେଶନ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ଶରଦ ପାୱାରଙ୍କ ସାଂସଦ: ସୁପ୍ରିୟା ସୁଲେ ମଧ୍ୟ ସାମିଲ

August 10, 2026

JPSC ପରୀକ୍ଷା ଦୁର୍ନୀତି ମାମଲାରେ ED ର ଏଣ୍ଟ୍ରି: ଆରମ୍ଭ କଲା ତଦନ୍ତ

August 10, 2026

ପୁଡୁଚେରୀ ପୋଲିସକୁ ‘ପ୍ରେସିଡେଣ୍ଟସ୍ କଲର୍ସ’ ପ୍ରଦାନ କଲେ କେନ୍ଦ୍ର ମନ୍ତ୍ରୀ ଅମିତ ଶାହ

August 9, 2026

ସମ୍ପୂର୍ଣ୍ଣ ଦାବି ପୂରଣ କଲେନାହିଁ ସରକାର: ଆସନ୍ତାକାଲି ବିଧାନସଭା ଘେରାଉ କରିବେ ଛାତ୍ରଛାତ୍ରୀ

August 9, 2026
Latest News

ଆଜିଠାରୁ ୧୬ ତାରିଖ ମଧ୍ୟରେ ସବୁଠାରୁ ଶସ୍ତା ବିମାନ ଟିକେଟ୍ କ’ଣ?: ଜାଣନ୍ତୁ ତାଲିକା

August 10, 2026

ନବୋଦୟ ବିଦ୍ୟାଳୟ ଷଷ୍ଠ ଶ୍ରେଣୀରେ ନାମ ଲେଖା ପାଇଁ ଆଜି ଶେଷ ସୁଯୋଗ: ଶୀଘ୍ର କରନ୍ତୁ ଆବେଦନ

August 10, 2026

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ଶରଦ ପାୱାରଙ୍କ ସାଂସଦ: ସୁପ୍ରିୟା ସୁଲେ ମଧ୍ୟ ସାମିଲ

August 10, 2026

ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ଦ୍ୱାରା ଦିଲ୍ଲୀରେ ଜଳବାୟୁ ସମ୍ମିଳନୀ

August 10, 2026

ମେଟଲ୍‌ ମିଟ୍‌-୨୦୨୬: ଇଂରାଜୀ ଖବରକାଗଜ ‘ଓଡ଼ିଶା ପୋଷ୍ଟ’ ତରଫରୁ କ୍ୟୁଜ ପ୍ରତିଯୋଗୀତା

August 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.