Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଆଜି ଭୁବନେଶ୍ବରରେ କେନ୍ଦ୍ର ସରକାର ପାଳନ କରିବେ ବିଶ୍ବ ମତ୍ସ୍ୟପାଳନ ଦିବସ, ଯୋଗଦେବେ କେନ୍ଦ୍ରମନ୍ତ୍ରୀ
ଜାତୀୟ ଖବର

ଆଜି ଭୁବନେଶ୍ବରରେ କେନ୍ଦ୍ର ସରକାର ପାଳନ କରିବେ ବିଶ୍ବ ମତ୍ସ୍ୟପାଳନ ଦିବସ, ଯୋଗଦେବେ କେନ୍ଦ୍ରମନ୍ତ୍ରୀ

November 21, 2021No Comments3 Mins Read
Share Facebook Twitter LinkedIn Email WhatsApp Copy Link
ବିଶ୍ୱ ମତ୍ସ୍ୟପାଳନ ଦିବସ: ଭୁବନେଶ୍ୱରରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟମାନଙ୍କୁ କରାଯିବ ପୁରସ୍କୃତ

ଭୁବନେଶ୍ବର: ଭାରତ ସରକାରଙ୍କ ମତ୍ସ୍ୟପାଳନ, ପଶୁପାଳନ ଏବଂ ଡାଏରୀ ମନ୍ତ୍ରଣାଳୟ ଅଧୀନ ମତ୍ସ୍ୟପାଳନ ବିଭାଗ ଏବଂ ଜାତୀୟ ମତ୍ସ୍ୟ ପାଳନ ବିକାଶ ବୋର୍ଡ ପକ୍ଷରୁ ଆଜି ଭୁବନେଶ୍ୱରର ମଞ୍ଚେଶ୍ୱରସ୍ଥିତ ରେଳ ଅଡିଟୋରିୟମରେ ‘ବିଶ୍ୱ ମତ୍ସ୍ୟପାଳନ ଦିବସ’ ସମାରୋହ ପାଳନ କରାଯିବ। ମାନ୍ୟବର କେନ୍ଦ୍ର ମତ୍ସ୍ୟପାଳନ, ପଶୁପାଳନ ଏବଂ ଡାଏରୀ ମନ୍ତ୍ରୀ ପୁରୁଷୋତ୍ତମ ରୂପାଲା, କେନ୍ଦ୍ର ମତ୍ସ୍ୟପାଳନ, ପଶୁପାଳନ ଏବଂ ଡାଏରୀ ରାଷ୍ଟ୍ର ମନ୍ତ୍ରୀ ଡ. ଏଲ ମୁରୁଗାନ, ମତ୍ସ୍ୟପାଳନ ସଚିବ ଜତିନ୍ଦ୍ର ନାଥ ସ୍ୱାଇଁ, ଏନଏଫଡିବିର ମୁଖ୍ୟ କାର୍ଯ୍ୟନିର୍ବାହୀ ଡକ୍ଟର ସି ସୁବର୍ଣ୍ଣା, ଭାରତ ସରକାରଙ୍କ ମତ୍ସ୍ୟପାଳନ ବିଭାଗ ଯୁଗ୍ମ ସଚିବ ସାଗର ମେହେରା, ଓଡ଼ିଶା ସରକାରଙ୍କ ମତ୍ସ୍ୟପାଳନ ବିଭାଗ କମିଶନର ତଥା ସଚିବ ଆର. ରଘୁ ପ୍ରସାଦ ପ୍ରମୁଖ ଏହି ସମାରୋହରେ ଯୋଗ ଦେବେ।

ଓଡ଼ିଶା ସରକାରଙ୍କ ସମେତ ଅନ୍ୟ ରାଜ୍ୟର ମତ୍ସ୍ୟପାଳନ ବିଭାଗର ବରିଷ୍ଠ ଅଧିକାରୀ, ଅନ୍ୟ ସମ୍ପୃକ୍ତ ବିଭାଗ/ମନ୍ତ୍ରଣାଳୟର ଅଧିକାରୀ, ଦେଶର ବିଭିନ୍ନ ସ୍ଥାନରୁ ମତ୍ସ୍ୟ ଚାଷୀ, ମତ୍ସ୍ୟଜୀବୀ, ଉଦ୍ୟୋଗୀ, ଅଂଶୀଦାର, ପେସାଦାର, ଅଧିକାରୀ ଏବଂ ବୈଜ୍ଞାନିକମାନେ ଏହି କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେବେ।

ଏହି କାର୍ଯ୍ୟକ୍ରମ ଅବସରରେ ଦ୍ୱିତୀୟ ଥର ପାଇଁ ମତ୍ସ୍ୟପାଳନ କ୍ଷେତ୍ରରେ ଭାରତ ସରକାର ୨୦୨୦-୨୦୨୧ ବର୍ଷ ପାଇଁ ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟମାନଙ୍କୁ ପୁରସ୍କୃତ କରିବେ। ଅନ୍ତର୍ଦେଶୀୟ, ସାମୁଦ୍ରିକ, ପାର୍ବତ୍ୟ ଏବଂ ଉତ୍ତର-ପୂର୍ବାଞ୍ଚଳ କ୍ଷେତ୍ର ବର୍ଗରେ ରାଜ୍ୟ, ଜିଲ୍ଲା ଓ ଅର୍ଦ୍ଧସରକାରୀ ସଂଗଠନମାନଙ୍କୁ ପୁରସ୍କୃତ କରାଯିବ। ସେହିପରି ଏହିସବୁ ବର୍ଗରେ ମତ୍ସ୍ୟ ଚାଷୀ, ଶ୍ରେଷ୍ଠ ହାଚେରୀ, ଶ୍ରେଷ୍ଠ ମତ୍ସ୍ୟପାଳନ ଉଦ୍ୟୋଗୀ, ଶ୍ରେଷ୍ଠ ମତ୍ସ୍ୟପାଳନ ସମବାୟ ସମିତି/ଏଫପିଓ, ଏଚଏଚଜି, ଶ୍ରେଷ୍ଠ ବ୍ୟକ୍ତିଗତ ଉଦ୍ୟୋଗୀ, ଶ୍ରେଷ୍ଠ ଅଭିନବ ଉପାୟ/ପ୍ରଯୁକ୍ତି/ଇନଫ୍ୟୁଜନ ଆଦିକୁ ମଧ୍ୟ ପୁରସ୍କୃତ କରାଯିବ।

ଏହି କାର୍ଯ୍ୟକ୍ରମ ଅବସରରେ ଅପରାହ୍ଣରେ ଏକ ବୈଷୟିକ ଅଧିବେଶନ ମଧ୍ୟ ଆୟୋଜନ କରାଯିବ ଯେଉଁଥିରେ ଆଇସିଏଆର-ସିଫାର ବୈଜ୍ଞାନିକମାନେ ମଧ୍ୟ ଅଂଶଗ୍ରହଣ କରିବେ। ଏ ସମସ୍ତ କାର୍ଯ୍ୟକ୍ରମର ବ୍ୟାପକ ପ୍ରଚାରପ୍ରସାର ଲାଗି ଲାଇଭ୍ ଟେଲିକାଷ୍ଟ କରାଯିବ।

ଭାରତ ସରକାର ନୀଳ ବିପ୍ଳବ ଜରିଆରେ ଆର୍ଥିକ କ୍ରାନ୍ତି ଆଣିବା ଲାଗି ମତ୍ସ୍ୟପାଳନ କ୍ଷେତ୍ରର ରୂପାନ୍ତରଣ ପାଇଁ ସରକାର ସକ୍ରିୟ ଭାବେ ପ୍ରୟାସ କରୁଛନ୍ତି। ଏହି କ୍ଷେତ୍ରରେ ଉତ୍ପାଦନ ଏବଂ ଉତ୍ପାଦକତା ବୃଦ୍ଧି, ଗୁଣବତ୍ତାରେ ସୁଧାର ଏବଂ ବର୍ଜ୍ୟ ହ୍ରାସ ଆଦି ଜରିଆରେ ଚାଷୀଙ୍କ ଆୟ ବୃଦ୍ଧି ପାଇଁ ଲକ୍ଷ୍ୟ ରଖାଯାଇଛି। ଏ କ୍ଷେତ୍ରରେ ରହିଥିବା ସମ୍ଭାବନାକୁ ଆଖି ଆଗରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମେ ୨୦୨୦ରେ “ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦା ଯୋଜନା (ପିଏମଏମଏସୱାଇ) ଯୋଜନାର ଶୁଭାରମ୍ଭ କରିଥିଲେ। ଏହି ଯୋଜନା ମାଧ୍ୟମରେ ପାଞ୍ଚ ବର୍ଷର ଅବଧି ମଧ୍ୟରେ ୨୦,୦୫୦ କୋଟି ଟଙ୍କା ଖର୍ଚ୍ଚ କରିବା ଲାଗି ଲକ୍ଷ୍ୟ ରଖାଯାଇଛି। ପିଏମଏମଏସୱାଇ ମାଧ୍ୟମରେ ମତ୍ସ୍ୟ ଉତ୍ପାଦନକୁ ବର୍ତ୍ତମାନର ୧୫.୦ ଏମଏମଟିରୁ ୨୦୨୪-୨୫ ସୁଦ୍ଧା ୨୨ ଏମଏମଟି ପର୍ଯ୍ୟନ୍ତ ବୃଦ୍ଧି କରିବା ଲାଗି ଲକ୍ଷ୍ୟ ରଖାଯାଇଛି ଯାହାକି ଏହି କ୍ଷେତ୍ରରେ ଅତିରିକ୍ତ ୫୫ ଲକ୍ଷ ଲୋକଙ୍କୁ ନିଯୁକ୍ତି ସୁଯୋଗ ଯୋଗାଇ ଦେବ।

ସାରା ବିଶ୍ୱରେ ଥିବା ମତ୍ସ୍ୟଜୀବୀ, ମତ୍ସ୍ୟ ଚାଷୀ ଏବଂ ସମ୍ପୃକ୍ତ ଅଂଶୀଦାରମାନଙ୍କ ପ୍ରତି ସମର୍ଥନ ଯୋଗାଇ ଦେବା ଲାଗି ପ୍ରତିବର୍ଷ ନଭେମ୍ବର ୨୧ ତାରିଖରେ ବିଶ୍ୱ ମତ୍ସ୍ୟପାଳନ ଦିବସ ପାଳନ କରାଯାଇଥାଏ। ପ୍ରଥମ ଥର ପାଇଁ ୧୯୯୭ ମସିହାରେ ଏହା ଆରମ୍ଭ କରାଯାଇଥିଲା। ଏହି ସମୟରେ ନୂଆଦିଲ୍ଲୀ ଠାରେ “ମତ୍ସ୍ୟଚାଷୀ ଏବଂ ମତ୍ସ୍ୟଜୀବୀମାନଙ୍କର ବିଶ୍ୱ ମଞ୍ଚ”ର ବୈଠକ ଆୟୋଜନ କରାଯାଇଥିଲା। ଏଠାରେ ୧୮ଟି ଦେଶର ପ୍ରତିନିଧିମାନଙ୍କୁ ନେଇ “ବିଶ୍ୱ ମତ୍ସ୍ୟ ପାଳନ ମଞ୍ଚ” ଗଠନ କରାଯାଇଥିଲା। ସେମାନେ ଦୀର୍ଘସ୍ଥାୟୀ ମତ୍ସ୍ୟଚାଷ କାର୍ଯ୍ୟ ଏବଂ ନୀତି ସପକ୍ଷରେ ଏକ ଘୋଷଣାନାମାରେ ସ୍ୱାକ୍ଷର କରିଥିଲେ। ଅତିଶୟ ମାଛଧରା, ବାସସ୍ଥଳୀ ଧ୍ୱଂସ ଏବଂ ଆମ ସାମୁଦ୍ରିକ ଓ ମଧୁର ଜଳ ଉତ୍ସର ଦୀର୍ଘସ୍ଥାୟିତ୍ୱ ପ୍ରତି ଅନ୍ୟ ଗମ୍ଭୀର ବିପଦ ପ୍ରତି ଧ୍ୟାନ ଆକର୍ଷଣ କରିବା ହେଉଛି ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ। ଦୀର୍ଘସ୍ଥାୟୀ ଭଣ୍ଡାର ଓ ସୁସ୍ଥ ପରିବେଶ ସୁନିଶ୍ଚିତ କରିବା ଲାଗି ବିଶ୍ୱ ମତ୍ସ୍ୟପାଳନ କ୍ଷେତ୍ରର ପରିଚାଳନାରେ ପରିବର୍ତ୍ତନ ଆଣିବା ଉପରେ ଗୁରୁତ୍ୱାରୋପ କରିବା ଏହି ଦିବସ ପାଳନର ଲକ୍ଷ୍ୟ।

ଭୁବନେଶ୍ୱର ମଞ୍ଚେଶ୍ୱର ରେଳ ଅଡିଟୋରିୟମ
Share. Facebook Twitter LinkedIn Email WhatsApp Copy Link

Related Posts

ଦଶମ ପଢିଛନ୍ତି କି?: ଲିଖିତ ପରୀକ୍ଷା ବିନା ଡାକ ବିଭାଗରେ ହେବ ୨୫,୦୦୦ ରୁ ଅଧିକ ନିଯୁକ୍ତି

August 28, 2026

୧୨ ବର୍ଷ ପୂରଣ କଲା ପ୍ରଧାନମନ୍ତ୍ରୀ ଜନଧନ ଯୋଜନା: ଜମା ରାଶି ୩.୧୭ ଲକ୍ଷ କୋଟି

August 28, 2026

ମାନେସର ଏନଏସଜିରେ ପ୍ରଥମ ମହିଳା କମାଣ୍ଡୋ କୋର୍ସ: ନାରୀ ଶକ୍ତି ପାଇଁ ଗୌରବର ମାଇଲଖୁଣ୍ଟ

August 28, 2026

ଭାରତର ସ୍ୱାଧୀନତା ସଂଗ୍ରାମ ଥିମ୍‌ରେ ସଜ୍ଜିତ ସ୍ୱତନ୍ତ୍ର ମେଟ୍ରୋ ଟ୍ରେନ୍‌ର ଶୁଭାରମ୍ଭ କଲେ କେନ୍ଦ୍ର ମନ୍ତ୍ରୀ

August 28, 2026
Latest News

ଦଶମ ପଢିଛନ୍ତି କି?: ଲିଖିତ ପରୀକ୍ଷା ବିନା ଡାକ ବିଭାଗରେ ହେବ ୨୫,୦୦୦ ରୁ ଅଧିକ ନିଯୁକ୍ତି

August 28, 2026

ନେପାଳ ବନ୍ୟା: ମୃତ୍ୟୁ ସଂଖ୍ୟା ୩୮୯ କୁ ବୃଦ୍ଧି, ଏବେ ବି ନିଖୋଜ ୧୪୦୦

August 28, 2026

୧୨ ବର୍ଷ ପୂରଣ କଲା ପ୍ରଧାନମନ୍ତ୍ରୀ ଜନଧନ ଯୋଜନା: ଜମା ରାଶି ୩.୧୭ ଲକ୍ଷ କୋଟି

August 28, 2026

‘ଫୁଟ ଓଭର ବ୍ରିଜ’ ପ୍ରକଳ୍ପରେ ଦୁର୍ନୀତି ଅଭିଯୋଗ: ଭୁବନେଶ୍ଵର ସାଂସଦଙ୍କୁ ଟାର୍ଗେଟ କଲା କଂଗ୍ରେସ

August 28, 2026

ପରିବହନ ବିଭାଗର ନିଆରା ସଡ଼କ ସୁରକ୍ଷା ଅଭିଯାନ: ସମ୍ମାନିତ ହେଲେ ନିୟମ ମାନୁଥିବା ଗାଡ଼ି ଚାଳକ

August 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.