Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଭାରତକୁ ଓମିକ୍ରନ ଭାରିଆଣ୍ଟ ଚିହ୍ନଟ ଦେଶରୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ ଜାରୀ ହେଲା ମାର୍ଗଦର୍ଶିକା
ବିଶେଷ ଖବର

ଭାରତକୁ ଓମିକ୍ରନ ଭାରିଆଣ୍ଟ ଚିହ୍ନଟ ଦେଶରୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ ଜାରୀ ହେଲା ମାର୍ଗଦର୍ଶିକା

November 29, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
Ministry of Health and Family welfare

ନୂଆଦିଲ୍ଲୀ: କୋଭିଡ-୧୯ ମହାମାରୀ ପରିଚାଳନା ପାଇଁ ସକ୍ରିୟ ଏବଂ ବିପଦ ମୁକାବିଲା ଦୃଷ୍ଟିକୋଣ ସହିତ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ନଭେମ୍ବର ୨୮ ତାରିଖରେ ଅନ୍ତର୍ଜାତୀୟ ଯାତ୍ରୀଙ୍କ ପାଇଁ ସଂଶୋଧିତ ମାର୍ଗଦର୍ଶିକା ଜାରି କରାଯାଇଛି। ନୂତନ ମାର୍ଗଦର୍ଶିକା ଅନୁଯାୟୀ, ‘ବିପଦରେ ଥିବା ରାଷ୍ଟ୍ର’ ଭାବେ ଚିହ୍ନଟ ଦେଶରୁ ଭାରତକୁ ଆସୁଥିବା ଯାତ୍ରୀ (କୋଭିଡ-୧୯ ଟିକା ଗ୍ରହଣ କରିବା ନିର୍ବିଶେଷରେ) ବିମାନ ବନ୍ଦରରେ ପହଞ୍ଚିବା କ୍ଷଣି କୋଭିଡ-୧୯ ନମୁନା ପରୀକ୍ଷା କରାଇବା ବାଧ୍ୟତାମୂଳକ କରାଯାଇଛି।

ଏହାବ୍ୟତୀତ ସେମାନଙ୍କୁ ଭାରତକୁ ଯାତ୍ରା କରିବାର ୭୨ ଘଣ୍ଟା ପୂର୍ବରୁ ପ୍ରସ୍ଥାନ ପୂର୍ବବର୍ତ୍ତୀ କୋଭିଡ-୧୯ ପରୀକ୍ଷା କରାଇବାକୁ ହେବ। ଏହି ପରୀକ୍ଷାରେ ପଜିଟିଭ ଚିହ୍ନଟ ହେଉଥିବା ଯାତ୍ରୀମାନଙ୍କୁ ସଙ୍ଗରୋଧରେ ରଖାଯିବ ଏବଂ ଚିକିତ୍ସା ପରିଚାଳନା ନିୟମ ଅନୁଯାୟୀ ସେମାନଙ୍କର ଚିକିତ୍ସା କରାଯିବ। ଏହାଛଡ଼ା ସେମାନଙ୍କର ନମୁନା ହୋଲ ଜିନୋମ ସିକୁଏନ୍ସିଂ ପାଇଁ ନିଆଯିବ। ଯେଉଁ ଯାତ୍ରୀମାନେ ନେଗେଟିଭ୍ ଚିହ୍ନଟ ହେବେ ସେମାନଙ୍କୁ ବିମାନବନ୍ଦର ଛାଡ଼ିବାକୁ ଅନୁମତି ଦିଆଯିବ, କିନ୍ତୁ ଏହାପରେ ତାଙ୍କୁ ୭ ଦିନିଆ ସଙ୍ଗରୋଧରେ ରହିବାକୁ ପଡ଼ିବ। ଭାରତରେ ପହଞ୍ଚିବାର ଅଷ୍ଟମ ଦିନରେ ଯାତ୍ରୀଙ୍କର ପୁଣିଥରେ କୋଭିଡ ପରୀକ୍ଷା କରାଯିବ। ଏହାପରେ ସମ୍ପୃକ୍ତ ବ୍ୟକ୍ତି ୮ ଦିନିଆ ଆତ୍ମନିରୀକ୍ଷଣ ପର୍ଯ୍ୟାୟରେ ରହିବେ।

ଆହୁରି, କୋଭିଡ-୧୯ର ଓମିକ୍ରନ ଭାରିଆଣ୍ଟ ସଂକ୍ରମଣ ବ୍ୟାପୁଥିବା ଦେଶମାନଙ୍କର ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଉଥିବାରୁ ‘ବିପଦରେ ଥିବା ରାଷ୍ଟ୍ର’ ତାଲିକାରେ ସାମିଲ ହୋଇନଥିବା ଦେଶଗୁଡ଼ିକରୁ ଭାରତକୁ ଆସୁଥିବା ୫ ପ୍ରତିଶତ ଯାତ୍ରୀମାନଙ୍କୁ ବିମାନ ବନ୍ଦରରେ କୋଭିଡ ପରୀକ୍ଷା କରାଇବାକୁ ବାଧ୍ୟତାମୂଳକ କରାଯାଇଛି। ରେଣ୍ଡମ ସାମ୍ପଲିଂ ଆଧାରରେ ଏହି ନମୁନା ପରୀକ୍ଷା କରାଯିବ। ସେମାନଙ୍କର ନମୁନା ମଧ୍ୟ ହୋଲ ଜିନମ ସିକୁଏନ୍ସିଂ ପାଇଁ ଆଇଏନଏସଏସିଓଜି ନେଟଓ୍ବର୍କ ପରୀକ୍ଷାଗାରକୁ ପଠାଯିବ। ସେଠାରେ ସେମାନଙ୍କର ନମୁନାରେ‍ ସାର୍ସ-କୋଭ-୨ ଭାରିଆଣ୍ଟ (ଓମିକ୍ରନ ସମେତ)ର ଉପସ୍ଥିତି ଅନୁଧ୍ୟାନ କରାଯିବ।

ବି.୧.୧.୫୨୯ ଭାରିଆଣ୍ଟ (ଓମିକ୍ରନ) ପ୍ରଥମ ଥର ପାଇଁ ୨୪ ନଭେମ୍ବର, ୨୦୨୧ରେ ଦକ୍ଷିଣ ଆଫ୍ରିକାରେ ଚିହ୍ନଟ କରାଯାଇଥିଲା। ସାର୍ସ-କୋଭ-୨ ଉପରେ ବିଶ୍ବ ସ୍ୱାସ୍ଥ୍ୟ ସଂଗଠନର ବୈଷୟିକ ପରାମର୍ଶଦାତା ଗୋଷ୍ଠୀ ଏହାକୁ ଭାରିଆଣ୍ଟ ଅଫ କଂସର୍ନ ବା ଚିନ୍ତାଜନକ ଭାରିଆଣ୍ଟ ଭାବେ ବର୍ଗୀକରଣ କରିଥିଲା। ଏହି ଭାରିଆଣ୍ଟର ବିଭିନ୍ନ ପ୍ରକାର ସ୍ବରୂପ ବା ମ୍ୟୁଟାଣ୍ଟ ରହିଛି ଏବଂ ସେଥିମଧ୍ୟରୁ କେତେକ ମ୍ୟୁଟେସନରେ ଅଧିକ ସଂକ୍ରାମକ ଓ ରୋଗ ପ୍ରତିଷେଧକ ଶକ୍ତି ଅକାମି କରି ଦେବାର ଲକ୍ଷଣ ରହିଥିବା କାରଣରୁ ଏହାକୁ ଚିନ୍ତାଜନକ ଭାରିଆଣ୍ଟ ଭାବେ ବର୍ଗୀକରଣ କରାଯାଇଛି। ଏ କ୍ଷେତ୍ରରେ ସାମ୍ନାକୁ ଆସିଥିବା ପ୍ରମାଣକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଯାଞ୍ଚ କରାଯାଉଛି।

ଅନ୍ତର୍ଜାତୀୟ ଯାତ୍ରୀଙ୍କ ଉପରେ କଡ଼ା ନଜର ରଖିବା, ନମୁନା ପରୀକ୍ଷା ବଢ଼ାଇବା, କୋଭିଡ-୧୯ର ହଟସ୍ପଟକୁ ନିରୀକ୍ଷଣ କରିବା, ସ୍ୱାସ୍ଥ୍ୟ ଭିତ୍ତିଭୂମି ବଢ଼ାଇବା ସହିତ ନମୁନାଗୁଡ଼ିକୁ ହୋଲ ଜିନୋମ ସିକୁଏନ୍ସିଂ ପାଇଁ ପଠାଇବା ନିମନ୍ତେ ରାଜ୍ୟମାନଙ୍କୁ ପରାମର୍ଶ ଦିଆଯାଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମହାମାରୀର ବଦଳୁଥିବା ପ୍ରକୃତି ଉପରେ ଅତି ନିକଟରୁ ଦୃଷ୍ଟି ରଖିଛି। ତେବେ କୋଭିଡ ଉପଯୁକ୍ତ ବ୍ୟବହାରକୁ କଡ଼ାକଡ଼ି ଭାବେ ପାଳନ କରିବା (ମାସ୍କ/ଫେସ କଭର ବ୍ୟବହାର କରିବା, ଶାରୀରିକ ଦୂରତା, ହାତର ଓ ଶ୍ବାସକ୍ରିୟାର ସ୍ବଚ୍ଛତା ବଜାୟ ରଖିବା) ଏବଂ କୋଭିଡ ଟିକା ଗ୍ରହଣ କରିବା ଏବେ ସୁଦ୍ଧା ଗୋଷ୍ଠୀ ସ୍ତରରେ କୋଭିଡ-୧୯ ପରିଚାଳନାର ପ୍ରମୁଖ ଅସ୍ତ୍ର ହୋଇରହିଛି।

ଓମିକ୍ରନ ଭାରିଆଣ୍ଟ ମାର୍ଗଦର୍ଶିକା
Share. Facebook Twitter LinkedIn Email WhatsApp Copy Link

Related Posts

ଶରୀର ପୁରୁଷର, ହେଲେ ଭିତରେ ଗର୍ଭାଶୟ; ସାମ୍ନାକୁ ଆସିଲା ବିରଳ ମାମଲା

September 11, 2026

ଓଡ଼ିଶା ପୋଲିସର ନୂଆ ପଦକ୍ଷେପ: ‘ଆମ ସାଥୀ’ ହ୍ୱାଟ୍ସଆପ୍ ବଟ୍‌ରେ ମିଳିବ ୧୪ଟି ପୋଲିସ ସେବା

September 11, 2026

କ୍ରସ୍ ଭୋଟିଂ ମାମଲାରେ ନୂଆ ମୋଡ଼, ୮ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ହାଇକୋର୍ଟ ଗଲା ବିଜେଡି

September 11, 2026

ବ୍ରିକ୍ସ ପାଇଁ ଉଡାଣ ଭରିବା ପରେ ଟ୍ରମ୍ପଙ୍କୁ ତାଚ୍ଛଲ୍ୟ କଲେ ଇରାନ ରାଷ୍ଟ୍ରପତି: ଭାରତକୁ ପ୍ରଶଂସା

September 11, 2026
Latest News

ସ୍ୱିଜରଲ୍ୟାଣ୍ଡରେ ମର୍ମନ୍ତୁଦ ପର୍ଯ୍ୟଟକ ବସ୍ ଦୁର୍ଘଟଣା: ୫ ମୃତ

September 11, 2026

ଓଡ଼ିଶାରେ ସରକାରୀ ବ୍ୟାଙ୍କ ସେବା ବ୍ୟାହତ: ଦେଶବ୍ୟାପୀ ଆନ୍ଦୋଳନରେ ସାମିଲ ହେଲେ ୮ ଲକ୍ଷରୁ ଊର୍ଦ୍ଧ୍ୱ କର୍ମଚାରୀ

September 11, 2026

ଆଉ ଏକ ‘ବିଶ୍ୱ ରେକର୍ଡ’ ସ୍ଥାପନ କଲେ ଜୋ ରୁଟ୍: ଟେଷ୍ଟ କ୍ରିକେଟରେ ରଚିଲେ ଇତିହାସ

September 11, 2026

ପୁରୀ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ପାଇଁ ଆସୁଛି ନୂଆ ଫୋଲ୍ଡିଂ ରାମ୍ପ ବ୍ୟବସ୍ଥା

September 11, 2026

ଶରୀର ପୁରୁଷର, ହେଲେ ଭିତରେ ଗର୍ଭାଶୟ; ସାମ୍ନାକୁ ଆସିଲା ବିରଳ ମାମଲା

September 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.