Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଓଡିଶା ଭ୍ରମଣ, ଆଉ ରାଜ୍ୟ ବିଜେପି ନେତାଙ୍କ ଭିତିରି କଷଣ
ବିଶେଷ ଖବର

ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଓଡିଶା ଭ୍ରମଣ, ଆଉ ରାଜ୍ୟ ବିଜେପି ନେତାଙ୍କ ଭିତିରି କଷଣ

November 30, 2021No Comments3 Mins Read
Share Facebook Twitter LinkedIn Email WhatsApp Copy Link
ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଓଡିଶା ଭ୍ରମଣ, ଆଉ ରାଜ୍ୟ ବିଜେପି ନେତାଙ୍କ ଭିତିରି କଷଣ

ଭୁବନେଶ୍ବର: ଆମେ ବହୁତ ପୁରୁଣା କଥା କହିବୁ ନାହିଁ। ଏଇ ଅଳ୍ପ ଦିନର ଘଟଣା। ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କ କେଉଁଝର ଗସ୍ତ କରିଥିଲେ। ଉଦ୍ଦେଶ୍ୟ ନ ଥିଲା ତାଙ୍କର ନିଜ ଅନୁଷ୍ଠାନର କାର୍ଯ୍ୟକ୍ରମରେ ଯୋଗଦେବା। ଉଦ୍ଦେଶ୍ୟ ଥିଲା ରାଜ୍ୟରେ ବିଜେପିକୁ କିପରି ସୁଦୃଢ କରିବା। କାରଣ କେଉଁଝରରେ ସଂପୂର୍ଣ୍ଣ ଭାବେ ବିଜେପିର ଅର୍ଥାତ ଦଳୀୟ ସଭା କରାଯାଇଥିଲା। ହେଲେ ଦଳର କୌଣସି ତୁଙ୍ଗ ନେତା ସେହି ସଭାରେ ନ ଥିଲେ। ଥିଲେ କେବଳ ଜିଲ୍ଲା ବିଜେପି କର୍ମକର୍ତ୍ତା।

ତେବେ ଏହି ଗୋଟିଏ ଘଟଣା ନୁହେଁ। ଏହିପରି ବହୁ ଘଟଣା ଅନେକ ଜିଲ୍ଲାରେ ଘଟିଛି। ପ୍ରତି ମାସରେ ଅପରାଜିତା ବିଭିନ୍ନ ଜିଲ୍ଲା ଗସ୍ତରେ ଯାଉଛନ୍ତି। ସେଠାରେ ଦଳୀୟ ସଭା କରିବାରେ ଲାଗିଛନ୍ତି। ଯଦି ସେ ତାଙ୍କ ଅନୁଷ୍ଠାନ ସଭା କରୁଥା’ନ୍ତେ ହୁଏତ ପ୍ରଶ୍ନ କରାଯାଇ ନ ଥାଆନ୍ତା। ହେଲେ ସେ ବିଜେପି ଦଳର କର୍ମିଙ୍କୁ ନେଇ ବିରାଟ ସଭା ଓ ରାଲି କରୁଛନ୍ତି। ଆଉ ସେଥିରେ ନା ବିଜେପି ସଭାପତି ଯାଉଛନ୍ତି ନା କୌଣସି ଆଗଧାଡିର ନେତା। ସେଠାରେ କେବଳ ଅପରାଜିତା ଆଉ ଅପରାଜିତା।

ତେବେ ଅପରାଜିତା ଏପରି ଏକାକି ସଂଗଠନ କରିବାର ଉଦ୍ଦେଶ୍ୟ କଣ। ସେ କଣ ବିଜେପିର ସର୍ବେସର୍ବା କି ? ଏହିପରି ବିଭିନ୍ନ ପ୍ରଶ୍ନ ସାଧାରଣରେ ଆଲୋଚନା ହେବାରେ ଲାଗିଛି। କାରଣ ଅପରାଜିତା ହେଉଛନ୍ତି ଭୁବନେଶ୍ବରର ସାଂସଦ। ସେ କେବଳ ତାଙ୍କ ନିର୍ବାଚନ ମଣ୍ଡଳିରେ ସଭା କଲେ କେହି କିଛି କହିବାର ନାହିଁ। ହେଲେ ଏକାକୀ ସାରା ଓଡିଶା ଭ୍ରମଣ କରି ବିଜେପିର ବାନା ଉଡେଇବାର କାରଣ କଣ ?

ବର୍ତ୍ତମାନ ଆଉ ଏକ ଘଟଣା ସଂପର୍କରେ ଏଇଠି ଉପସ୍ଥାପନା କରିବୁ। ତାହା ହେଲା ଅପରାଜିତାଙ୍କ ରାୟଗଡା ଗସ୍ତ। ସେ ଗତ ମାସରେ ରାୟଗଡା ଯାଇଥିଲେ। ସେ ଯିବା ପୂର୍ବରୁ ରାଜ୍ୟ ବିଜେପିର ତରଫରୁ ଫତୁଆ ଜାରି କରାଗଲା। ତାହା ହେଲା ଯେ ଅପରାଜିତାଙ୍କ ସଭାକୁ କୌଣସି ବିଜେପି କର୍ମି ଯିବେ ନାହିଁ। ଏ କଥା ଅପରାଜିତା ଜାଣିବା ସତ୍ବେ ମଧ୍ୟ ସେ ରାୟଗଡା ଗସ୍ତ କରିଥିଲେ। ସେଠାରେ ବିଜେପି କର୍ମି କମ ଥିଲେ, ହେଲେ ସାଧାରଣ ଲୋକେ ଅନେକ ଥିଲେ। ହେଲେ ସେଠାରେ ଏକ ବଡମ୍ବନାର ବିଷୟ ଘଟିଲା। ତାହା ହେଲା, ଅପରାଜିତାଙ୍କ ସଭାକୁ ଯେଉଁ କେତେଜଣ ବିଜେପି ନେତା ଯାଇଥିଲେ ସେମାନଙ୍କୁ ରାଜ୍ୟ ବିଜେପି ଦଳରୁ ନିଲମ୍ବିତ କରିଦିଆଗଲା।

ଏହି ଘଟଣାରୁ ସ୍ପଷ୍ଟ ହେଲା ଯେ, ଅପରାଜିତା ଯାହା କରୁଛନ୍ତି ତାହା ରାଜ୍ୟ ବିଜେପିର ହଜମ ହେଉ ନାହିଁ। ସେ ଯେଉଁଠି ସଭା କରୁଛନ୍ତି ତାହାକୁ ଭଣ୍ଡୁର କରିବା ପାଇଁ ଏକ ଗୋଷ୍ଟୀ ରିତମତ କସରତ କରିବାରେ ଲାଗିଛନ୍ତି। ତେବେ ସେ ସବୁକୁ ଭ୍ରୁକ୍ଷେପ ନ କରି ଅପରାଜିତା ଏକାକୀ ଲଢେଇ ଜାରି ରଖିଛନ୍ତି। ଏଥିରୁ ସ୍ପଷ୍ଟ ହେଲା ଯେ, ତାଙ୍କୁ ଯେତେ ବିରୋଧ କରାଯିବ ସେ ସେତିକି ଉତ୍ସାହିତ ହୋଇ ସଭା ରାଲି କରିବେ। କେହି ରୋକିପାରିବେ ନାହିଁ।

ତେବେ ସାଧାରଣରେ ଏକ ସନ୍ଦେହ ହେବାରେ ଲାଗିଛି ଯେ ଅପରାଜିତା ଏପରି ଏକାକୀ ଦଳିୟ ସଂଗଠନ କରିବା ପାଇଁ ତାଙ୍କୁ କିଏ ଶକ୍ତି ଯୋଗାଉଛି। କାରଣ କିଛି ଅଦୃଶ୍ୟ ଶକ୍ତି ନ ମିଳିଲେ ଧର୍ମେନ୍ଦ୍ର ପ୍ରଧାନ ପରି ନେତା ଆଉ ତାଙ୍କ ଚେଲାଚାମୁଣ୍ଡାଙ୍କୁ ଅପରାଜିତା ଟକ୍କର ଦିଅନ୍ତେ କିପରି। ଦୀର୍ଘ ବର୍ଷ ଧରି ଓଡିଶା ବିଜେପି ଅର୍ଥ ଧର୍ମେନ୍ଦ୍ର ପ୍ରଧାନଙ୍କୁ ହିଁ ବୁଝାଉ ଥିଲା। ଏବେ ବି ମଧ୍ୟ ସେହି ଅବସ୍ଥା ଅଛି। ହେଲେ ତାଙ୍କ ଚକ୍ରବୁହ୍ୟକୁ ଭେଦ କରି ଅପରାଜିତା ଆଗକୁ ବଢିବାରେ ଲାଗିଛନ୍ତି। ତେଣୁ ଏ କ୍ଷେତ୍ରରେ ଦିଲ୍ଲୀ ଆର୍ଶିବାଦ ନ ଥିଲେ ତାହା କେବେ ସମ୍ଭବ ହୁଅନ୍ତା ନାହିଁ।

ତେବେ ଏହାର କାରଣରେ ଏତିକି ଅନୁମାନ କରାଯାଇପାରେ ଯେ, ଧର୍ମେନ୍ଦ୍ରଙ୍କୁ ରାଜ୍ୟ ସଂଗଠନ କରିବା ପାଇଁ ଯେଉଁ ଭଲି ଶକ୍ତି ପ୍ରଦାନ କରାଯାଇଥିଲା, ସେଥିରେ ସେ ସଫଳ ହୋଇପାରିଲେ ନାହିଁ। ଧର୍ମେନ୍ଦ୍ର ଓଡିଶାରେ ଜଣେ ଫେଲ୍ ନେତା ଭାବେ ପରିଚିତ ହେଲେ। ବାରମ୍ବାର ନିର୍ବାଚନ ଆଉ ଉପନିର୍ବାଚନରେ ହାରିବା ଦ୍ବାରା ତାଙ୍କର ସଂଗଠନ ପ୍ରତି ଦିଲ୍ଲୀର ସନ୍ଦେହ ସୃଷ୍ଟି ହେଲା। ଫଳରେ ତାଙ୍କୁ ଶିକ୍ଷା ଦେଇ ବର୍ତ୍ତମାନ ଅପରାଜିତାଙ୍କୁ କେନ୍ଦ୍ରୀୟ ନେତୃତ୍ବ ଆଗକୁ ଆଣିଛନ୍ତି।

ତେବେ ଏହା ନିଶ୍ଚିତ କୁହାଯାଇ ପାରିବ ଯେ, ଯେ ପର୍ଯ୍ୟନ୍ତ ଧର୍ମେନ୍ଦ୍ର ଶକ୍ତିଶାଳି ଥିବେ ସେ ପର୍ଯ୍ୟନ୍ତ ଅପରାଜିତାଙ୍କୁ ସଂଗଠନ କରିବା ଭରୀ କଷ୍ଟକର ହେବ। ତଥାପି ଅପରାଜିତା ଯେତିକି ସଂଗଠନ କରୁଛନ୍ତି ତାହାକୁ ନେଇ ରାଜ୍ୟ ବିଜେପିର ବହୁ ତୁଙ୍ଗ ନେତା ଖାଲି ଦାନ୍ତ କଡମଡ କରିବା ଛଡା ଆଉ କିଛି କରିପାରୁ ନାହାଁନ୍ତି।

ବିଜେପି ଭୁବନେଶ୍ବର ଭୁବନେଶ୍ବର ସାଂସଦ ରାଜ୍ୟ ବିଜେପି ରାୟଗଡା ସାଂସଦ ଅପରାଜିତା ଷଡଙ୍ଗୀ
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶା ପୋଲିସର ଐତିହାସିକ ସଫଳତା: ୬୫୪ ଆନ୍ତଃରାଜ୍ୟ ନିଶା ବେପାରୀ ଗିରଫ

March 20, 2026

ସବୁଠାରୁ ଶକ୍ତିଶାଳୀ ଚୁମ୍ବକ ତିଆରି କରିବ ଭାରତ: ମୋଦି ସରକାରଙ୍କ ବଡ଼ ଯୋଜନା

March 20, 2026

ପଖାଳ ଦିବସ ଅବସରରେ ଓଡ଼ିଆ ଭାଇଭଉଣୀମାନଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

March 20, 2026

ଏବେ ଇଣ୍ଟରନେଟ୍ ବନ୍ଦ କରିବ ଇରାନ?: ବିପଦରେ ଭାରତ ସମେତ ଏହି ଦେଶଗୁଡ଼ିକର ନେଟୱାର୍କ

March 20, 2026
Latest News

ଯାହା ଆଶଙ୍କା ଥିଲା, ତାହା ହେଲା: ଶେଷରେ ବଢିଲା ପେଟ୍ରୋଲ ଦର

March 20, 2026

୨୦୨୬ ଆଇପିଏଲ ରୁ ବାଦ ପଡିଲେ ୭ ଖେଳାଳି: ଜାଣନ୍ତୁ କିଏ?

March 20, 2026

ଓଡ଼ିଶା ପୋଲିସର ଐତିହାସିକ ସଫଳତା: ୬୫୪ ଆନ୍ତଃରାଜ୍ୟ ନିଶା ବେପାରୀ ଗିରଫ

March 20, 2026

ସବୁଠାରୁ ଶକ୍ତିଶାଳୀ ଚୁମ୍ବକ ତିଆରି କରିବ ଭାରତ: ମୋଦି ସରକାରଙ୍କ ବଡ଼ ଯୋଜନା

March 20, 2026

ପଖାଳ ଦିବସ ଅବସରରେ ଓଡ଼ିଆ ଭାଇଭଉଣୀମାନଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

March 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.