Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ପୁଣିଥରେ ଭରସାକୁ ନେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
ବିଶେଷ ଖବର

ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ପୁଣିଥରେ ଭରସାକୁ ନେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

January 24, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପୁଣିଥରେ ପ୍ରଶାନ୍ତ ଜଗଦେବଙ୍କ ଉପରେ ଭରସା କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ପୁଣିଥରେ ବିଶ୍ବାସକୁ ନେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। କାରଣ ତାଙ୍କୁ ଦଳରୁ ନିଳମ୍ବିତ କରିଥିଲେ ମଧ୍ୟ ପଞ୍ଚାୟତ ନିର୍ବାଚନ ଟିକେଟ ପ୍ରଦାନ କରିବା ପାଇଁ ତାଙ୍କୁ ଦାୟିତ୍ବ ଦେଇଛନ୍ତି। ଏଥିରୁ ସ୍ପଷ୍ଟ ହେଲା ଯେ, ନବୀନଙ୍କ ପୁଣି ଭରସା ଯୋଗ୍ୟ ହୋଇପାରିଛନ୍ତି ବିଧାୟକ ପ୍ରଶାନ୍ତ ଜଗଦେବ।

ବିଜେପିର ଜଣେ କର୍ମିଙ୍କୁ ମାଡମାରିବା ଘଟଣାରେ ନବୀନ ତାଙ୍କୁ ଦଳରୁ ନିଲମ୍ବିତ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ତାଙ୍କର ନିଳମ୍ବନ ଆଦେଶ ପ୍ରତ୍ୟାହାର ହୋଇ ନ ଥିବା ବେଳେ ତାଙ୍କ ମନୋନିତ ପ୍ରାର୍ଥୀଙ୍କୁ ବିଜେଡି ଟିକେଟ ଦେଇଛି। ତେବେ ନବୀନଙ୍କ ଦସ୍ତଖତ ଥିବା ଏହି ଟିକେଟ ଜିଲ୍ଲା ପରିଷଦ ପ୍ରାର୍ଥୀ ଓ ପ୍ରାର୍ଥିନୀଙ୍କୁ ସେ ସିଧା ନ ଦେଇ ତାଙ୍କ ଧର୍ମପତ୍ନୀଙ୍କ ମାଧ୍ୟମରେ ପ୍ରଦାନ କରାଇଛନ୍ତି। କାରଣ ହେଲା ଯେ, ସେ ସିଧା ଟିକେଟ ଦେଇଥିଲେ ପ୍ରସଂଗଟି ଭିନ୍ନ ମୋଡ ନେଇ ଥାଆନ୍ତା। ବିରୋଧୀ ଏହାକୁ  ନିର୍ବାଚନ ପ୍ରସଂଗ କରି ତୁମ୍ବି ତୋଫାନ କରିଥାଆନ୍ତେ। ସେଥିପାଇଁ ନବୀନ ନିବାସରୁ ଜଗଦେବଙ୍କୁ କଡା ନିର୍ଦ୍ଦେଶ ଥିଲା ଯେ ତୁମେ ପ୍ରାର୍ଥୀମାନଙ୍କୁ ସିଧା ଟିକେଟ ଦେବ ନାହିଁ।

ବର୍ତ୍ତମାନ ପ୍ରଶାନ୍ତ ଜଗଦେବଙ୍କୁ ନବୀନ ପୁଣି ଦାୟିତ୍ବ ଦେବା ପରେ ତାଙ୍କ ଶିବିରରେ ବେଶ୍ ଉତ୍ସାହ ସୃଷ୍ଟି ହୋଇଛି। କାରଣ ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଚିଲିକା ବିଜେଡିରେ ଏକ ପ୍ରକାରର ଦୋଦୁଲ୍ୟମାନ ପରିସ୍ଥିତି ଉପୁଜି ଯାଇଥିଲା। ପଞ୍ଚାୟତ ନିର୍ବାଚନ ଲଢେଇରେ କିଏ ବିଜେଡି ମଙ୍ଗ ଧରିବ ତାଙ୍କୁ ନେଇ କର୍ମିମାନେ ସନ୍ଦେହ ମଧ୍ୟରେ ଥିଲେ। ସମସ୍ତେ ଭାବି ନେଇଥିଲେ ଯେ, ପ୍ରଶାନ୍ତଙ୍କ ଉପରୁ ଦଳ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିନେବ। ହେଲେ ଶେଷ ମୂହୁର୍ତ୍ତ ପର୍ଯ୍ୟନ୍ତ ବିଜେଡି ତାଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କଲା ନାହିଁ।

ଏପରି ପରିସ୍ଥିତି ଦେଖି ଚିଲିକାର ପୂର୍ବତନ ବିଧାୟକ ତଥା ବିଜେଡି ନେତା ରଘୁନାଥ ସାହୁ ନିଜେ ଭାବି ନେଲେ ଯେ, ନବୀନ ତାଙ୍କୁ ପଞ୍ଚାୟତ ନିର୍ବାଚନ ଦାୟିତ୍ବ ଦେବେ। ସେଥିପାଇଁ ସେ ନବୀନ ନିବାସରୁ କୌଣସି ଆଦେଶ ନ ପାଇ ମଧ୍ୟ ନିର୍ବାଚନ ପ୍ରଚାର ଆରମ୍ଭ କରିଦେଇ ଥିଲେ। ରଘୁ ସାହୁଙ୍କ ଏପରି ସକ୍ରିୟତା ଦେଖି ପ୍ରଶାନ୍ତ ଜଗଦେବଙ୍କ ଶିବିରରେ ଛନକା ପଶିଯାଇ ଥିଲା। ସେମାନେ ଭାବି ନେଲେ ଯେ, ହୁଏତ ବିଜେଡି ପ୍ରଶାନ୍ତ ଜଗଦେବଙ୍କୁ କଣଠୋସା କରି ରଘୁ ସାହୁଙ୍କୁ ଦାୟିତ୍ବ ଦେଇ ଦେବ।

ସେତେବେଳେ ବିଜେଡି କର୍ମିମାନେ ନା ରଘୁ ନା ପ୍ରଶାନ୍ତଙ୍କ ପାଖରେ ରହିବେ କିଛି ନିଷ୍ପତି କରିପାରୁ ନ ଥିଲେ। ଅନ୍ୟପଟେ ପ୍ରଶାନ୍ତ ଜଗଦେବ ମଧ୍ୟ ବାଉଳା ହୋଇଯାଇ ଥିଲେ। କାରଣ ସେ ଭାବିଥିଲେ ଯେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ତାଙ୍କ ଉପରୁ ଦଳ ନିଳମ୍ବନ ଆଦେଶ ପ୍ରତ୍ୟାହାର କରିନେବ। ହେଲେ ଶେଷ ପର୍ଯ୍ୟନ୍ତ ତାହା ହୋଇ ପାରିଲା ନାହିଁ। ହେଲେ ନବୀନ ତାଙ୍କୁ ସଂଗଠନ ଦାୟିତ୍ବରୁ ନ ହଟେଇ ପୂର୍ବପରି କାମ କରିବା ପାଇଁ ଭରସା ଦେଲେ। ଯାହାଫଳରେ ପ୍ରଶାନ୍ତଙ୍କ ପାଇଁ ଏହା ଏକ ଆଶ୍ବସ୍ଥି ଆଣି ଦେଇଛି। ସେପଟେ ବିଜେଡି ତାଙ୍କୁ ଗୁରୁତ୍ବ ଦେଉ ନାହିଁ ବୋଲି ଅନୁଭବ କରି ରଘୁ ସାହୁ ହତାସ ହେବାରେ ଲାଗିଛନ୍ତି। ପରବର୍ତ୍ତି ସମୟରେ ସେ କଣ କରିବେ କୌଣସି ନିଷ୍ପତି ନେଇପାରୁ ନାହାଁନ୍ତି।

ଚିଲିକା ନିର୍ବାଚନ ମଣ୍ଡଳି ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପଞ୍ଚାୟତ ନିର୍ବାଚନ ପ୍ରଶାନ୍ତ ଜଗଦେବ ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ବିଏସଏନଏଲ ଏବଂ ଟିଡବ୍ଲୁଡବ୍ଲୁଓ ପକ୍ଷରୁ ରକ୍ତଦାନ ଶିବିର

February 24, 2026

ଶହୀଦ ବାଜି ରାଉତଙ୍କ ସମ୍ପର୍କରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି

February 24, 2026

ମାର୍ଚ୍ଚ ୧ ତାରିଖ ସନ୍ଧ୍ୟା ୬:୩୦ରୁ ଟିଭି ପ୍ରିମିୟମରେ ଦେଖନ୍ତୁ ସୁପରହିଟ୍ ଚଳଚ୍ଚିତ୍ର ‘ଚନ୍ଦ୍ରବଂଶୀ’

February 24, 2026

ଓଡିଶାର ସବୁଠାରୁ ବଡ ଓ ଫ୍ଲାଗସିପ୍ ରିଆଲିଟି ଶୋ‘ ରଜ କୁଇନ୍’: ଆସନ୍ତା ୨୮ରୁ ବିଭିନ୍ନ ସହରରେ ଅଡିସନ୍

February 24, 2026
Latest News

ଆଜି ଫେବୃୟାରୀ ୨୫ ତାରିଖ ବୁଧବାର, ଏହି ରାଶିର ଲୋକେ ପାଇବେ ଖୁସି ଖବର

February 25, 2026

ଜିଏମଆରସିର ଗିଫ୍ଟ ସିଟି-ଶାହପୁର ମେଟ୍ରୋ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରୀ

February 24, 2026

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ‘ଦ ଟିଚର୍ ଆପ୍ ୨.୦’ର ଶୁଭାରମ୍ଭ

February 24, 2026

ବିଏସଏନଏଲ ଏବଂ ଟିଡବ୍ଲୁଡବ୍ଲୁଓ ପକ୍ଷରୁ ରକ୍ତଦାନ ଶିବିର

February 24, 2026

୨୦୨୬-୨୭ ଋତୁ ପାଇଁ ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ୟାବିନେଟ ମଞ୍ଜୁରି

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.