Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଫନି ଖାଇଗଲା ଭୁବନେଶ୍ବରର ସୌନ୍ଦର୍ଯ୍ୟ, ସ୍ମାର୍ଟ ସିଟି ପୁଣି ଥରେ ରୂପ ଫେରିପାଇବାକୁ ଲାଗିବ ଆହୁରି ଅନେକ ବର୍ଷ
ବିଶେଷ ଖବର

ଫନି ଖାଇଗଲା ଭୁବନେଶ୍ବରର ସୌନ୍ଦର୍ଯ୍ୟ, ସ୍ମାର୍ଟ ସିଟି ପୁଣି ଥରେ ରୂପ ଫେରିପାଇବାକୁ ଲାଗିବ ଆହୁରି ଅନେକ ବର୍ଷ

May 4, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link
Bhubaneswar situation after Fani
Bhubaneswar situation after Fani

ସମୀକ୍ଷା ବ୍ୟୁରୋ

ବାତ୍ୟା ଫନିର ପ୍ରଭାବ ରାଜଧାନୀରେ ଏତେବେଶୀ ପଡିବ ବୋଲି କେହି କେବେ ଚିନ୍ତା କରି ନ ଥିଲେ। ପୁରୀରେ ଫନି ସ୍ଥଳଭାଗ ଛୁଇଁବାର ଅଧ ଘଣ୍ଚା ମଧ୍ୟରେ ଭୁବନେଶ୍ବରକୁ ଉଜାଡି ଦେଇଥିଲା। ଭୁବନେଶ୍ବରର ହଜାର ହଜାର ଗଛ ଉପୁଡି ପଡିଥିବା ବେଳେ ଶହ ଶହ ସଂଖ୍ୟାରେ ବିଜୁଳି ଖୁଣ୍ଟ ଓ ଟ୍ରାନସଫରମର ଧ୍ବସ୍ତବିଧ୍ବସ୍ତ ହୋଇଯାଇଛି। ସହରର ଏମିତି କୌଣସି ରାସ୍ତା ନାହିଁ ଯାହା ଗଛ ପଡି ଅବରୋଧ ହୋଇ ନ ଥିଲା। ଫନି ଅତିକ୍ରମ କରିବା ପରେ ରାଜ୍ୟ ସରକାରଙ୍କ ଅଗ୍ନିଶମ ବିଭାଗ, ଓଡ୍ରାଫ ଟିମ ଓ ଏନଡିଆରଏଫ 24 ଘଣ୍ଟା ମଧ୍ୟରେ ରାସ୍ତା ସଫା କାମ ସାରିଛନ୍ତି। ରାଜଧାନୀରେ ଇଣ୍ଟରନେଟ ଓ ଟେଲିଫୋନ ସେବା ସଂପୂର୍ଣ୍ଣ ଭାବେ ବ୍ୟାହତ ହୋଇଛି। ତେବେ ମେ 4 ତାରିଖ ଅପରାହ୍ନ ବେଳକୁ ସାମୟିକ ଭାବେ ଟେଲିଫୋନ ଓ ଇଣ୍ଟରନେଟ ସେବା ବାହାଲ ହୋଇଛି। ତେବେ ବିଜୁଳି ସେବା ଆସିବାକୁ ଆହୁରି କିଛି ଦିନ ଲାଗିଯାଇପାରେ।

Bhubaneswar situation after Fani

ପାନୀୟ ଜଳ ଯୋଗାଣ ପାଇଁ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରି ଆଜି ସକାଳୁ ପାଇପ ଯୋଗେ ପାଣି ଯୋଗାଇବାରେ ସଫଳ ହୋଇଛନ୍ତି। 1999 ମହାବାତ୍ୟା ସମୟରେ ରାଜଧାନୀ ଭୁବନେଶ୍ବରର ବହୁ ପୁରୁଣା ଗଛ ଉପୁଡି ପଡିଥିଲା। ସେଥିରୁ ବର୍ତ୍ତି ପଡିଥିବା ଅନେକ ଗଛ ଫନି କବଳରେ ଧରାଶାୟୀ ହୋଇଛନ୍ତି। ହକି ବିଶ୍ବପକ ପାଇଁ ରାଜଧାନୀକୁ ଯେଉଁ ନୂଆ ରୂପ ଦିଆଯାଇଥିଲା, ତାହା ଧ୍ବସ୍ତବିଧ୍ବସ୍ତ ହୋଇଯାଇଛି। ରାଜଧାନୀର ପ୍ରମୁଖ ପାର୍କଗୁଡିକ ପୁରା ଉଜୁଡି ଯାଇଛି। ଏକାମ୍ର କାନନ, ଆଇଜି ପାର୍କ, ଫରେଷ୍ଟ ପାର୍କ, ଜୟଦେବ ବାଟିକା ଇତ୍ୟାଦିରେ ଫନି ତାଣ୍ଡବ ରଚନା କରିଛି।

ଭୁବନେଶ୍ବର ସହିତ ପୁରୀ କାକଟପୁର ଅସ୍ତରଂଗ, କଟକ ଓ ଜଗତସିଂପୁର ଅଞ୍ଚଳରେ ଫନିର ପ୍ରଭାବ ଦେଖିବାକୁ ମିଳିଛି। ସରକାରୀ ଭାବେ ପ୍ରାୟ 11 ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। ଯାହା ଫଳରେ ବାତ୍ ୟାରେ ମୃତାହତଙ୍କ ସଂଖ୍ୟା କମ ରହିଛି। ସରକାରୀ ଭାବେ ବାତ୍ୟା ଜନିତ ମୃତ୍ୟୁ ସଂଖ୍ୟା 9 ବୋଲି ସରକାରୀ ସୁତ୍ରରୁ ଜଣାପଡିଛି। ରିଲିଫ ଓ ପୁନର୍ବାସ ବ୍ୟବସ୍ଥା ଉପରେ ସରକାର କଡା ନଜର ରଖିଛନ୍ତି। ଆସନ୍ତା 6 ତାରିଖରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ବର ଆସି ବାତ୍ୟା ପରବର୍ତ୍ତି ସ୍ଥିତିର ସମୀକ୍ଷା କରିବେ ବୋଲି ଜଣାପଡିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାତ୍ୟା ପୂର୍ବରୁ ଓ ପରେ ଘଟଣାର ସମୀକ୍ଷା କରିଛନ୍ତି। ଭୁବନେଶ୍ବରରେ ସାଧାରଣ ସ୍ଥିତି ଫେରାଇ ଆଣିବାକୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ୟମ ଆରମ୍ଭ ହୋଇଛି। ବହୁ ସଂଖ୍ୟକ ବିଜୁଳି ବିଭାଗର

Bhubaneswar situation after Fani

କର୍ମଚାରୀ ଏହି କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଆସନ୍ତା 48 ଘଣ୍ଟା ମଧ୍ୟରେ ସହରର ବିଦ୍ୟୁତ ବ୍ୟବସ୍ଥା ବାହାଲ ହୋଇପାରିବ ବୋଲି ଆଶା କରାଯାଉଛି।

ସହରତଳି ଅଞ୍ଚଳ ଓ ବିଭିନ୍ନ ବସ୍ତିରେ ରହୁଥିବା ଲୋକଙ୍କୁ ରିଳିଫ ଖାଦ୍ୟ ଯୋଗାଇ ଦିଆଯାଉଛି। ଭୁବନେଶ୍ବରର ସ୍ଥିତି ଯଥାଶିଘ୍ର ସୁଧୁରି ଯିବାରେ ସ୍ଥାନୀୟ ନାଗରିକ ସହଯୋଗ କରନ୍ତୁ ବୋଲି ସରକାର ଅନୁରୋଧ କରିଛନ୍ତି। ଇତି ମଧ୍ୟରେ ସ୍ବତନ୍ତ୍ର ରେଳ ଓ ବିମାନ ସେବା ଆରମ୍ଭ କରାଯାଇଛି। ଭୁବନେଶ୍ବର ରେଳ ଷ୍ଟେସନ ଓ ବିମାନ ବନ୍ଦରରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲେ ମଧ୍ୟ 4 ତାରିଖ ଅପରାହ୍ନରୁ ଏହା କାର୍ଯ୍ୟକ୍ଷମ ହେବା ଆରମ୍ଭ କରିଛି। ଆମେ ଆଶା ରଖିବା ଫନିର ପ୍ରଭାବରୁ ଭୁବନେଶ୍ବର ଶିଘ୍ର ମୁକ୍ତ ହେବ ଓ ଏହାର ପୁରୁଣା ସୌନ୍ଦର୍ଯ୍ୟ ଯଥା ଶିଘ୍ର ଫେରି ଆସିବ।

electricity fani ndrf odrf smartcity
Share. Facebook Twitter LinkedIn Email WhatsApp Copy Link

Related Posts

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026

‘ଭାରତୀୟ ନାବିକଙ୍କ ସୁରକ୍ଷା ସର୍ବୋଚ୍ଚ ପ୍ରାଥମିକତା’: ଭାରତ ସରକାର

April 21, 2026

“ଆମେରିକା ପାଇଁ ବିପଦଜନକ ପାକିସ୍ତାନ, କିନ୍ତୁ ଭାରତ….”: ଆମେରିକୀୟ ବିଶେଷଜ୍ଞଙ୍କ ଟ୍ରମ୍ପଙ୍କୁ ଚେତାବନୀ

April 20, 2026

କୃଷକର ଖଡ଼ିଛୁଆଁ ପର୍ବ ଅକ୍ଷୟ ତୃତୀୟା

April 20, 2026
Latest News

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026

ଇସ୍ପାତ ସହର ରାଉରକେଲାରେ ମହାମହିମ

April 21, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ରାଜସ୍ଥାନ ଗସ୍ତ

April 21, 2026

ଜଳିବ ପଶ୍ଚିମ ଓଡ଼ିଶା

April 21, 2026

ତିନି ମାସ ମଧ୍ୟରେ ୧୮,୨୬୨ଟି ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ଟ୍ରିପ 

April 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.