Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବରିଷ୍ଠ ସାମ୍ବାଦିକ ସୁଧୀର ଚୈଧୁରୀ ‘ଜୀ ନ୍ୟୁଜ’ ଛାଡିବା ପଛରେ ରହିଛି ଏକ ବଡ କାରଣ
ଜାତୀୟ ଖବର

ବରିଷ୍ଠ ସାମ୍ବାଦିକ ସୁଧୀର ଚୈଧୁରୀ ‘ଜୀ ନ୍ୟୁଜ’ ଛାଡିବା ପଛରେ ରହିଛି ଏକ ବଡ କାରଣ

July 6, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବରିଷ୍ଠ ସାମ୍ବାଦିକ ସୁଧୀର ଚୈଧୁରୀ 'ଜୀ ନ୍ୟୁଜ' ଛାଡିବା ପଛରେ ରହିଛି ଏକ ବଡ କାରଣ

ନୂଆଦିଲ୍ଲୀ: ବରିଷ୍ଠ ସାମ୍ବାଦିକ ତଥା ଲୋକପ୍ରିୟ ନ୍ୟୁଜ ସୋ ‘ଡିଏନଏ’ ର ସଂଚାଳକ ସୁଧୀର ଚୈଧୁରୀ ‘ଜୀ ନ୍ୟୁଜ’ ଛାଡିଛନ୍ତି। ସେ ନିଜେ କିଛି କରିବେ ବୋଲି କହି ଇସ୍ତଫା ଦେଇଛନ୍ତି। ସେ ଜୀ ମିଡିଆ ସହିତ ଦୀର୍ଘ 12 ବର୍ଷର ସଂପର୍କକୁ ଛିନ୍ନ କରିଛନ୍ତି। ହେଲେ ଏହି ଇସ୍ତଫାକୁ ଦିଲ୍ଲୀ ଗଣମାଧ୍ୟମ ସହଜରେ ଗ୍ରହଣ କରୁ ନାହିଁ । ଏହା ପଛରେ କିଛି ବଡ କାରଣ ରହିଛି ବୋଲି ବର୍ତ୍ତମାନ ଏକ ବଡ ଚର୍ଚ୍ଚା ଆରମ୍ଭ ହୋଇଛି।

ଏହି ଚର୍ଚ୍ଚା ଅନୁସାରେ ସୁଧୀରଙ୍କୁ କୁଆଡେ ଦୀର୍ଘ ଦୁଇ ମାସ ଧରି କଣଠୋସା କରାଯାଉଥିଲା। ଜୀ ନ୍ୟୁଜ ର ଉପର ସ୍ତରରେ ଏକ ଶୀତଳ ଯୁଦ୍ଧ ଆରମ୍ଭ ହୋଇଯାଇ ଥିଲା ବୋଲି ସେଠାକାର କର୍ମଚାରୀମାନେ ଅନୁଭବ କରିସାରିଥିଲେ। ଏଥିରେ କୁଆଡେ ଖୋଦ ଜୀ ମାଲିକ ସୁବାଷ ଚନ୍ଦ୍ରାଙ୍କ ଭିତିରି ସମର୍ଥନ ଥିଲା ବୋଲି କୁହାଯାଉଛି। କାରଣ ସୁଧୀରଙ୍କ ନାମରେ ଜୀ ନ୍ୟୁଜ ପରିଚାଳିତ ହେଉଛି ବୋଲି ଚନ୍ଦ୍ରା ଚାରିଆଡୁ ଶୁଣିବାକୁ ପାଇଲେ। ଚନ୍ଦ୍ରାଙ୍କ ବହୁ ପରିଚିତ ଲୋକ ମଧ୍ୟ ତାଙ୍କୁ ଜଣାଇ ଦେଲେ ଯେ, ଜୀ ନ୍ୟୁଜ ଅର୍ଥ ସୁଧୀର ଚୈଧୁରୀ। ଏହାକୁ ନେଇ ଚନ୍ଦ୍ରା କୁଆଡେ ଅସନ୍ତୁଷ୍ଠ ଥିଲେ।

ସୁଧୀରଙ୍କୁ ଚେକ ଦେବା ପାଇଁ ସେ ଗତ ବର୍ଷ ଏବିପି ନ୍ୟୁଜର ବରିଷ୍ଠ ସାମ୍ବାଦିକ ରଜନୀଶ ଆହୁଜାଙ୍କୁ ଜୀ ନ୍ୟୁଜ ଏଡିଟର କରି ଆଣିଲେ। ଯାହାକୁ ସୁଧୀର ଚାହୁଁ ନ ଥିଲେ। ଏହାପରେ ରଜନୀଶ ଜୀ ନ୍ୟୁଜରେ ଏବିପିରେ ଥିବା ତାଙ୍କ ସମର୍ଥକଙ୍କୁ ନିଯୁକ୍ତି ଦେବା ପାଇଁ ପକ୍ରିୟା ଆରମ୍ଭ କଲେ। ଯାହାକୁ ସୁଧୀର ବନ୍ଦ କରାଇବାରେ ସଫଳ ହେଲେ। ଏହାପରେ ରଜନୀଶ ଏବଂ ସୁଧୀରଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ଶୀତଳ ଯୁଦ୍ଧ।

ଆହୁଜା ଜୀ ନ୍ୟୁଜରେ ଯୋଗ ଦେବା ପରେ ସୁବାଷ ଚନ୍ଦ୍ରା ଏକ ଅଫିସଆଲ ଘୋଷଣା ପତ୍ର ଜାରୀ କରିଥିଲେ। ଯାହାର ଓଡିଆ ହେଲା ଯେ, ‘ଅଫିସରେ କାହାର ପଦବୀ କେତେ ବଡ ତାହା ବଡ କଥା ନୁହେଁ। ଏଠି ସଂସ୍ଥା ବା କଂପାନୀ ହେଉଛି ସବୁଠାରୁ ବଡ। ଏଠି କେହି କାହାକୁ ନାମରେ କୌଣସି ଅଫିସଆଲ ଯୋଗାଯୋଗ କରିପାରିବେ ନାହିଁ। ଯେପରି ସୁଧୀର ଚୌଧୁରୀଙ୍କୁ କୌଣସି ମେଲ ଦେଲେ ତାଙ୍କୁ ସିଇଓ କ୍ଲଷ୍ଟର-01 ବୋଲି ଉଲ୍ଲେଖ କରିବେ, ତାଙ୍କ ନାମରେ ନୁହେଁ।’ ଏହାକୁ ନେଇ କର୍ମଚାରୀମାନେ ବେଶ ଚର୍ଚ୍ଚା କରିବାକୁ ଲାଗିଲା।

ତେବେ ସୁଧୀରଙ୍କୁ ବହୁତ ବଡ ଧକ୍କା ହେଲା ଯେତେବେଳେ ତାଙ୍କର ଲୋକପ୍ରିୟ ସୋ ଡିଏନଏ କୁ ରୋହିତ ରଂଜନଙ୍କୁ ସଂଚାଳନ କରିବା ପାଇଁ ଦିଆଗଲା। ସୁଧୀର ଦିଲ୍ଲୀ ବାହାରେ ଥିବା ବେଳେ ଏହି କାର୍ଯ୍ୟ କରାଯାଇଥିଲା। ଏହାକୁ ନେଇ ସୁଧୀର ପୁରା ଖପ୍ପା ହୋଇ ପଡିଥିଲେ। ନିଜର ଭିନ୍ନ ଶୈଳୀର ସାମ୍ବାଦିକତା ନେଇ ଦେଶରେ ଏକ ସ୍ବତନ୍ତ୍ର ସ୍ଥାନ ଦଖଲ କରିଥିବା ସୁଧୀର, ଏହାକୁ ଆଉ ସହି ପାରିଲେ ନାହିଁ। ଶେଷରେ ସେ ଇସ୍ତଫା ଦେବାକୁ ବାଧ୍ୟ ହେଲେ ବୋଲି ଦିଲ୍ଲୀ ମିଡିଆରେ ଚର୍ଚ୍ଚା ଚାଲିଛି।

Zee News ଜୀ ନ୍ୟୁଜ
Share. Facebook Twitter LinkedIn Email WhatsApp Copy Link

Related Posts

Odisha DA Hike Announced: ବଢିଲା ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା

May 15, 2026

ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍ ର ଆଦିତ୍ୟ ଆଲୁମିନିୟମ ସମ୍ପ୍ରସାରଣ ପ୍ରସ୍ତାବକୁ ଜନ ଶୁଣାଣୀରେ ମିଳିଲା ସମର୍ଥନ

May 15, 2026

ଆସନ୍ତା ଜୁନ ୨୧ ତାରିଖରେ ହେବ ନିଟ୍‌ ୟୁଜି ପରୀକ୍ଷା

May 15, 2026

ଆଜିଠୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିଦେଶ ଗସ୍ତ

May 15, 2026
Latest News

Odisha DA Hike Announced: ବଢିଲା ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା

May 15, 2026

ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍ ର ଆଦିତ୍ୟ ଆଲୁମିନିୟମ ସମ୍ପ୍ରସାରଣ ପ୍ରସ୍ତାବକୁ ଜନ ଶୁଣାଣୀରେ ମିଳିଲା ସମର୍ଥନ

May 15, 2026

ରାଜ୍ୟରେ ପେଟ୍ରୋଲ ଡିଜେଲର ଅଭାବ ନାହିଁ : ଯୋଗାଣ ମନ୍ତ୍ରୀ

May 15, 2026

ଆସନ୍ତା ଜୁନ ୨୧ ତାରିଖରେ ହେବ ନିଟ୍‌ ୟୁଜି ପରୀକ୍ଷା

May 15, 2026

ଆଜିଠୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିଦେଶ ଗସ୍ତ

May 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.