Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମାଲକାନଗିରି ଓ ମୟୂରଭଞ୍ଜ ଜିଲ୍ଲାରେ ପରିକ୍ରମା କଲା ‘ଅହିଂସା ରଥ’ ଲୋକଙ୍କ ବିପୁଳ ସମ୍ବର୍ଦ୍ଧନା
ବିଶେଷ ଖବର

ମାଲକାନଗିରି ଓ ମୟୂରଭଞ୍ଜ ଜିଲ୍ଲାରେ ପରିକ୍ରମା କଲା ‘ଅହିଂସା ରଥ’ ଲୋକଙ୍କ ବିପୁଳ ସମ୍ବର୍ଦ୍ଧନା

September 12, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link
ମାଲକାନଗିରି ଓ ମୟୂରଭଞ୍ଜ ଜିଲ୍ଲାରେ ପରିକ୍ରମା କଲା ‘ଅହିଂସା ରଥ’ ଲୋକଙ୍କ ସମ୍ବର୍ଦ୍ଧନା

ଭୁବନେଶ୍ୱର : ଅହିଂସା ଓ ସତ୍ୟାଗ୍ରହ ଥିଲା ଗାନ୍ଧିଜୀଙ୍କର ଅତିପ୍ରିୟ ଆୟୁଧ। ସେହି ଅମୋଘ ଆୟୁଧର ଉପଯୋଗ କରି ଶକ୍ତିଶାଳୀ ବି୍ରଟିଶ ଶକ୍ତିକୁ ସେ ପରାଜିତ କରିଥିଲେ। ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ପରିକ୍ରମା କରୁଥିବା ଅହିଂସା ରଥ ମାଲକାନଗିରି ଏବଂ ମୟୂରଭଞ୍ଜ ପରିକ୍ରମା କରି ଦେଶପ୍ରେମ, ସତ୍ୟ ଓ ଅହିଂସାର ବାର୍ତ୍ତା ପ୍ରସାର ସହ ଜନସାଧାରଣଙ୍କ ମଧ୍ୟରେ ଅପୂର୍ବ ଉତ୍ସାହ ଉନ୍ମାଦନା ସୃଷ୍ଟି କରିବା ସହ ସ୍ୱାଧୀନତା ସଂଗ୍ରାମ ତଥା ସଂଗ୍ରାମୀମାନଙ୍କ ବଳିଦାନର ସ୍ମୃତିଚାରଣ କରୁଛି।

ଆଜି ମାଲକାନଗିରି ଜିଲ୍ଲାରେ ଗୋଟିଏ ଅହିଂସା ରଥ କୋରୁକୋଣ୍ଡା ବ୍ଲକ ଏବଂ ଅନ୍ୟ ଅହିଂସା ରଥଟି ପଡିଆ ବ୍ଲକ ଏବଂ କାଲିମେଳା ବ୍ଲକ ପରିକ୍ରମା କରିଛି। ମାଲକାନଗିରି ସଦର ମହକୁମାରୁ ରଥ ପଡ଼ିଆ ବ୍ଲକ ଅଭିମୁଖେ ଯାତ୍ରା କରିଥିଲା। ସମସ୍ତ ପ୍ରଶାସନିକ ଅଧିକାରୀ, ଜିଲ୍ଳା ପରିଷଦ ସଦସ୍ୟ, ବ୍ଲକର ପ୍ରଶାସନିକ ଅଧିକାରୀ, ପଞ୍ଚାୟତିରାଜ ସଭ୍ୟ, ସରପଞ୍ଚ, ୱାର୍ଡ଼ ମେମ୍ବର, ବ୍ଲକ ଅଧ୍ୟକ୍ଷ, ଶିକ୍ଷକଶିକ୍ଷୟିତ୍ରୀ, ଛାତ୍ରଛାତୀ୍ର, ତହସିଲ ଅଫିସର କର୍ମଚାରୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ, ମିଶନ ଶକ୍ତି ସଦସ୍ୟା, ଆଶାକର୍ମୀ, ଗଣମାଧ୍ୟମର ପ୍ରତିନିଧି, ଯନ୍ତ୍ରୀ ଏବଂ ବହୁସଂଖ୍ୟାରେ ସ୍ଥାନୀୟ ଜନତା ଏହି ଯାତ୍ରାରେ ସାମିଲ ହୋଇଥିଲେ। ରଥ କାଲିମେଳାର ମୁଗିପଏଣ୍ଟ ଓ ଅନ୍ୟାନ୍ୟ ଅଂଚଳ ପରିକ୍ରମା ପରେ ସନ୍ଧ୍ୟାରେ ଜିଲ୍ଲା ସଦର ମହକୁମାକୁ ଫେରିଥିଲା।

ସେହିପରି କୋରୁକୋଣ୍ଡା ବ୍ଲକର ବିଭିନ୍ନ ଅଞ୍ଚଳ ପରିକ୍ରମା ସମୟରେ ଅହିଂସା ରଥକୁ ବିଭିନ୍ନ ସ୍ଥାନରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ବିଭିନ୍ନ ବିଦ୍ୟାଳୟ, ପଂଚାୟତ ଅଫିସ ଏବଂ ବିଭିନ୍ନ ସ୍ଥାନରେ ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତିମାନଙ୍କରେ ମାଲ୍ୟାର୍ପଣ କରାଯାଇଥିଲା। ଉଭୟ ରଥ ପରିକ୍ରମା ସମୟରେ ମାଲକାନଗିରିର ବିଭିନ୍ନ ସ୍ଥାନରେ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ସହ ଭିଡ଼ିଓ ସୋ ପ୍ରଦର୍ଶିତ ହୋଇଥିଲା।

ଆଜି ମୟୂରଭଞ୍ଜ ଜିଲ୍ଲାର ବାରିପଦା ପୌରାଞ୍ଚଳ ଅନ୍ତର୍ଗତ ମଧୁବନ, କେସିଗୋଲେଇ, ଶରତଚନ୍ଦ୍ର ବିଦ୍ୟାପୀଠ, ଜଗନ୍ନାଥ ମନ୍ଦିର ରଥଦାଣ୍ଡ, ସେପି କଲେଜ, ବେଲଗଡ଼ିଆ ଅଗ୍ନିଶମ ସେବା କେନ୍ଦ୍ର, ବାରିପଦା ପୌରାଞ୍ଚଳ କାର୍ଯ୍ୟାଳୟ ପରିସର, ବିଜୁ ପଟ୍ଟନାୟକ ଗୋଲେଇ, ପାଣ୍ଡେ ନୋଡାଲ ପ୍ରାଥମିକ ବିଦ୍ୟାଳୟ, ଦାରଘାଡାହି ଅଞ୍ଚଳରେ ଅହିଂସା ରଥ ପରିକ୍ରମା କରିଛି। ସେହିପରି ବାରିପଦା ବ୍ଲକ୍‌ ଅଞ୍ଚଳର ରାଜାବସା ଗ୍ରାମପଞ୍ଚାୟତ, ଲକ୍ଷ୍ମୀପୋଷି ଗ୍ରାମପଞ୍ଚାୟତ, ପିଆର୍‌ସେ ମେଡିକାଲ କଲେଜ, ବାରିପଦା ବ୍ଲକ୍‌ କାର୍ଯ୍ୟାଳୟ ପରିସର, କାଠପାଳ ଓ କେସିପୁର ଅଞ୍ଚଳ ପରିକ୍ରମା କରିଥିଲା।

ପରେ ଅହିଂସା ରଥ ବେତନଟୀ ବ୍ଲକ୍‌ ଅନ୍ତର୍ଗତ ଦାନ୍ତିଆମୁହାଁ, ତାରାକୁଟୀ, ବେତନଟୀ ବଜାର, ବେତନଟୀ ଏମ୍‌ପିସି ହାଇସ୍କୁଲ, ଆଗାରିଆ, ବୈଶିଙ୍ଗା ଅଞ୍ଚଳ ପରିକ୍ରମା କରିଛି। ପ୍ରତ୍ୟେକ ସ୍ଥାନରେ ସଂପୃକ୍ତ ବ୍ଲକର ବିଡ଼ିଓ, ବ୍ଲକ୍‌ ଅଧ୍ୟକ୍ଷ/ଅଧ୍ୟକ୍ଷା, ପଞ୍ଚାୟତିରାଜ ପ୍ରତିନିଧି, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ଶିକ୍ଷକଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ସ୍ଥାନୀୟ ଜନସାଧାରଣ ଅହିଂସା ରଥକୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ରଥ ପରିକ୍ରମା ସମୟରେ ବିଭିନ୍ନ ସ୍ଥାନରେ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ସହ ଭିଡ଼ିଓ ସୋ ପ୍ରଦର୍ଶିତ ହୋଇଥିଲା।

ଅନ୍ୟ ଗୋଟିଏ ଅହିଂସା ରଥ କୁଳିଅଣା ବ୍ଲକ୍‌ର ପୁରୁଣାପାଣି, ନୁଧୁନା ଗ୍ରାମପଞ୍ଚାୟତ, ଚାନ୍ଦୁଆ ବ୍ଲକ୍‌ ସଦର କାର୍ଯ୍ୟାଳୟ, ଧଡ଼ିପଡ଼ା ଅଞ୍ଚଳ ପରିକ୍ରମା କରିଥିଲା। ପରେ ରଥଟି ଶୁଳିଆପଦା ବ୍ଲକ୍‌ ଅନ୍ତର୍ଗତ ଦେଉଳି ଗ୍ରାମପଞ୍ଚାୟତ, ବଡ଼ଦେଉଳୀ ଛକ, ଗୁହାଳଡ଼ିହା, ବାଘଡ଼ାଛକ, ସାଇବଣୀ, ଝାଟିକିଆ ଦେଇ ମୋରଡ଼ା ବ୍ଲକ୍‌ ଯାଇଥିଲା। ମୋରଡ଼ା ବ୍ଲକ୍‌ ଅନ୍ତର୍ଗତ ବଡ଼ଶୋଳ, ଚିକିଟାମାଟିଆ, ନୁଆଗାଁ, ମୋରଡ଼ା ବ୍ଲକ୍‌ ଛକ ଓ ଝିଙ୍କିରିଆ ଅଞ୍ଚଳ ପରିକ୍ରମା ପରେ ରଥଟି ରାସଗୋବିନ୍ଦପୁର ବ୍ଲକ୍‌ ଅଞ୍ଚଳରେ ପ୍ରବେଶ କରିଥିଲା।

ରଥଟି ରାସଗୋବିନ୍ଦପୁର ବ୍ଲକର ଦେବଶୋଳ, ରାସଗୋବିନ୍ଦପୁର ବ୍ଲକ୍‌ ସଦର ମହକୁମା, ତହସିଲ୍‌ ଛକ, ବିବି ହାଇସ୍କୁଲ ଓ ବିବି ମହାବିଦ୍ୟାଳୟ ଅଞ୍ଚଳ ପରିକ୍ରମା କରିଥିଲା। ପ୍ରତ୍ୟେକ ସ୍ଥାନରେ ସଂପୃକ୍ତ ବ୍ଲକର ବିଡ଼ିଓ, ବ୍ଲକ୍‌ ଅଧ୍ୟକ୍ଷ/ଅଧ୍ୟକ୍ଷା, ପଞ୍ଚାୟତିରାଜ ପ୍ରତିନିଧି, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ଶିକ୍ଷକଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ସ୍ଥାନୀୟ ଜନସାଧାରଣ ଅହିଂସା ରଥକୁ ସ୍ୱାଗତ କରିଥିଲେ।

ରଥ ପରିକ୍ରମା ସମୟରେ ବିଭିନ୍ନ ସ୍ଥାନରେ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ସହ ଭିଡ଼ିଓ ସୋ ପ୍ରଦର୍ଶିତ ହୋଇଥିଲା। ଉଲ୍ଲେଖଯୋଗ୍ୟ ଯେ ବିଭାଗ ପକ୍ଷରୁ ପ୍ରାୟୋଜିତ ‘ଅହିଂସା ରଥ’କୁ ରାଜ୍ୟର ବିଭିନ୍ନ ସ୍ଥାନରେ ବିପୁଳ ସମ୍ବର୍ଦ୍ଧନା ମିଳିବା ସହିତ ସମାଜର ବିଭିନ୍ନ ବର୍ଗର ଲୋକେ ଅନୁପ୍ରେରିତ ହେଉଛନ୍ତି।

ଅହିଂସା ରଥ ମୟୂରଭଞ୍ଜ ମାଲକାନଗିରି
Share. Facebook Twitter LinkedIn Email WhatsApp Copy Link

Related Posts

ଉମରକୋଟରେ ବ୍ୟାପିଲା ଝାଡ଼ାବାନ୍ତି: ଜଣେ ଶିଶ ମୃତ,୨୫ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ

September 18, 2026

ଲିଙ୍ଗରାଜ ମନ୍ଦିରରେ ସେବାୟତ ବିବାଦ: ରାତିରୁ ନୀତିକାନ୍ତି ବନ୍ଦ

September 18, 2026

ପୋଲିସ କବଜାରେ ଦୁର୍ଦ୍ଦାନ୍ତ ମାଓନେତା ଅସୀମ: ମୁଣ୍ଡ ଉପରେ ଥିଲା ୨.୨୦ କୋଟିର ପୁରସ୍କାର

September 18, 2026

ପାସପୋର୍ଟ ନିୟମରେ ବଡ଼ ପରିବର୍ତ୍ତନ କଲେ ସରକାର: ବୃଦ୍ଧି ହେବ କି ଫି’?

September 18, 2026
Latest News

ନିଠାରି ହତ୍ୟାକାଣ୍ଡ ମାମଲାରୁ ଖଲାସ ହୋଇଥିବା ସୁରେନ୍ଦ୍ର କୋଲିଙ୍କ ଆତ୍ମହତ୍ୟା

September 18, 2026

ଉମରକୋଟରେ ବ୍ୟାପିଲା ଝାଡ଼ାବାନ୍ତି: ଜଣେ ଶିଶ ମୃତ,୨୫ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ

September 18, 2026

ଲିଙ୍ଗରାଜ ମନ୍ଦିରରେ ସେବାୟତ ବିବାଦ: ରାତିରୁ ନୀତିକାନ୍ତି ବନ୍ଦ

September 18, 2026

ଭାରତୀୟ-ଆମେରିକୀୟ କଂଗ୍ରେସ ସଦସ୍ୟଙ୍କ ବିଶ୍ୱାସଘାତକତା!: ଶୁଳ୍କ ଲାଗୁ କରିବାକୁ ଦେଲେ ଭୋଟ୍

September 18, 2026

ମମତା ବାନାର୍ଜୀଙ୍କ ପରେ ଏବେ ନିର୍ବାଚନ କମିଶନଙ୍କ ନିକଟକୁ ନାମ ପଠାଇଲେ ରୀତବ୍ରତ ଗୋଷ୍ଠୀ

September 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.