Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଚିଲିକା ବିଧାୟକଙ୍କୁ ଟାର୍ଗେଟ କରିବାରେ ବିଜେପି ନେତାଙ୍କ ପାଟି ଚୁପ ହେଲା କାହିଁକି ?
ବିଶେଷ ଖବର

ଚିଲିକା ବିଧାୟକଙ୍କୁ ଟାର୍ଗେଟ କରିବାରେ ବିଜେପି ନେତାଙ୍କ ପାଟି ଚୁପ ହେଲା କାହିଁକି ?

December 29, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
J P Nadda in Banpur
ଚିଲିକା ବିଧାୟକଙ୍କୁ ଟାର୍ଗେଟ କରିବାରେ ବିଜେପି ନେତାଙ୍କ ପାଟି ଚୁପ ହେଲା କାହିଁକି ?

ଭୁବନେଶ୍ବର: ଚିଲିକା ନିର୍ବାଚନ ମଣ୍ଡଳୀର ବାଣପୁର ପଲଟନ ପଡିଆରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଏକ ସମାବେଶ କରି ଫେରିଯାଇଛନ୍ତି। ଏହି ସମାବେଶରେ ନଡ୍ଡାଙ୍କ ସହିତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ସମ୍ବିତ ପାତ୍ର ଏବଂ ପୃଥୀରାଜ ହରିଚନ୍ଦନ ପ୍ରମୁଖ ଭାଷଣ ଦେଇଥିଲେ। ସମସ୍ତେ ସେମାନଙ୍କର ଭାଷଣରେ କେବଳ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ।

ହେଲେ ଆଶ୍ଚର୍ଯ୍ୟର କଥା ଏହି ସଭା ଯେଉଁ ନିର୍ବାଚନ ମଣ୍ଡଳୀରେ ହୋଇଥିଲା ତାହାର ବିଧାୟକ ବାହୁବଳି ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ କେହି ପାଟି ଖୋଲିଲେ ନାହିଁ। ଗତ ପଞ୍ଚାୟତ ନିର୍ବାଚନରେ ପ୍ରଶାନ୍ତଙ୍କୁ ବିଜେପି କର୍ମିମାନେ ପିଟିପିଟି ଲହୁଲୁହାଣ କଲେ। ଗାଡି ମଡାଇବା ଅଭିଯୋଗରେ ସେ ଜେଲ ଗଲେ। ବିଜେଡିରୁ ବହିସ୍କୃତ ହେଲେ। ବିଧାୟକଙ୍କ ଏପରି ଆଚରଣକୁ ନେଇ ବିଜେପି ରାଜ୍ୟ ସ୍ତରରେ ତୁମ୍ବିତୋଫାନ ମଧ୍ୟ କରିଥିଲା।

ସେହି ବିଧାୟକଙ୍କ ନିର୍ବାଚନ ମଣ୍ଡଳୀ ସଭାରେ କୌଣସି ବିଜେପି ନେତା ତାଙ୍କର ଏପରି ଆଚରଣକୁ ଟାର୍ଗେଟ କଲେ ନାହିଁ। ସେହି ମଞ୍ଚରେ ମମିତା ମେହେର, ଦୁର୍ନିତି ଗସ୍ତ ବିଧାୟକ, ମନ୍ତ୍ରୀ, ଅଫିସରଙ୍କ ବିରୋଧରେ ସମସ୍ତେ କହିଲେ। ହେଲେ କେହି ପ୍ରଶାନ୍ତଙ୍କ ଆଚରଣକୁ ନେଇ ପ୍ରଶ୍ନଟିଏ ମଧ୍ୟ କଲେ ନାହିଁ। ଏପରିକି ଖୋଦ ସେହି ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ପୃଥୀରାଜ ହରିଚନ୍ଦନ ମଧ୍ୟ ଚୁପ ହୋଇଗଲେ।

ହଠାତ ବିଜେପି କାହିକି ଏପରି ଚୁପ ରହିଲା ତାହାକୁ ନେଇ ସାଧାରଣରେ ପ୍ରଶ୍ନ ସୃଷ୍ଟି ହୋଇଛି। ସନ୍ଦେହ ପ୍ରକାଶ ପାଇଛି ଯେ, ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ କୁଆଡେ ବିଜେପି ୨୦୨୪ ନିର୍ବାଚନ ପାଇଁ ଟାର୍ଗେଟରେ ରଖିଛି। ସେଥିପାଇଁ ବାଣପୁର ସଭାରେ କେହି ପ୍ରଶାନ୍ତ ଜଗଦ୍ଦେବ ବିରୋଧରେ ନ କହିବା ପାଇଁ ତାଗିଦ କରାଯାଇଥିଲା। ତାଙ୍କୁ ଆଉ ଅସନ୍ତୁଷ୍ଠ ନ କରିବା ପାଇଁ ବିଜେପି ଉଚ୍ଚ ନେତୃମଣ୍ଡଳୀ ଇଚ୍ଛା ପ୍ରକାଶ କରିଛନ୍ତି।

ଏ କଥା କେତେ ଦୂର ସତ ବା ମିଛ ତାହା ଭିନ୍ନ କଥା ହେଲେ ପ୍ରଶାନ୍ତ ଜଗଦ୍ଦେବଙ୍କ ପରି ଜଣେ ନେତାଙ୍କର ସଂଗଠନ ଗଢିବାରେ ବେଶ ଭଲ ଦକ୍ଷତା ରହିଛି। ଏହିପରି ଜଣେ ନେତାଙ୍କୁ ନିଜ ଦଳକୁ ଆଣି ବିଜେପି ଏକ ଭିନ୍ନ ସମୀକରଣ ସୃଷ୍ଟି କରିବା ଲକ୍ଷ୍ୟରେ ରହିଛି। ସେଥିପାଇଁ କେବଳ ଏହି ସଭାରେ ନୁହେଁ ଭବିଷ୍ୟତରେ ମଧ୍ୟ ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ବିଜେପି ଆଉ ମୁହଁ ଖୋଲିବ ନାହିଁ ବୋଲି ମଧ୍ୟ ଜଣାପଡିଛି।

banpur J P Nadda J P Nadda in Odisha ଜେ ପି ନଡ୍ଡା ବାଣପୁରରେ ନଡ୍ଡା
Share. Facebook Twitter LinkedIn Email WhatsApp Copy Link

Related Posts

ଶସ୍ତା ହେବ କି ଡିଜେଲ?: ଅନ୍ତର୍ଜାତୀୟ ବଜାରରେ ହଇଚଇ ସୃଷ୍ଟି ରୁଷର ନୂତନ ନିଷ୍ପତ୍ତି

October 11, 2026

ପାରାଦୀପ ବନ୍ଦରର ନୂଆ ରେକର୍ଡ: ଗୋଟିଏ ଦିନରେ ସର୍ବାଧିକ କୋଇଲା ଲୋଡିଂ

October 11, 2026

ସରିଲା ଦୁଇ ମହାଶକ୍ତିଙ୍କ ପ୍ରସିଦ୍ଧ ଭେଟଯାତ୍ରା: ଆଜିଠାରୁ ସପ୍ତମାତାଙ୍କ ଦିବ୍ୟଦର୍ଶନ ଆରମ୍ଭ

October 11, 2026

ଗ୍ୟାସ ପାଇପ୍ ଫାଟି ଅଗ୍ନିକାଣ୍ଡ: ଶିଶୁ କନ୍ୟା ମୃତ, ୩ ଗୁରୁତର

October 11, 2026
Latest News

ଶସ୍ତା ହେବ କି ଡିଜେଲ?: ଅନ୍ତର୍ଜାତୀୟ ବଜାରରେ ହଇଚଇ ସୃଷ୍ଟି ରୁଷର ନୂତନ ନିଷ୍ପତ୍ତି

October 11, 2026

ପାରାଦୀପ ବନ୍ଦରର ନୂଆ ରେକର୍ଡ: ଗୋଟିଏ ଦିନରେ ସର୍ବାଧିକ କୋଇଲା ଲୋଡିଂ

October 11, 2026

ଆସନ୍ତାକାଲି ସିଜେଆଇଙ୍କ ଦ୍ୱାରସ୍ଥ ହେବେ ବିରୋଧୀ

October 11, 2026

ତାମିଲନାଡ଼ୁରେ ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

October 11, 2026

ଇମ୍ରାନ ଖାନଙ୍କ ବଢ଼ିଲା ସମସ୍ୟା: ଏଫଆଇଆର ଦାଖଲ କଲା ମୁମ୍ବାଇ ପୋଲିସ

October 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.