Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ରାଷ୍ଟ୍ରପତିଙ୍କ ଦ୍ୱାରା ୨୦୨୨ “ଡିଜିଟାଲ ଇଣ୍ଡିଆ” ପୁରସ୍କାର ପ୍ରଦାନ
ବିଶେଷ ଖବର

ରାଷ୍ଟ୍ରପତିଙ୍କ ଦ୍ୱାରା ୨୦୨୨ “ଡିଜିଟାଲ ଇଣ୍ଡିଆ” ପୁରସ୍କାର ପ୍ରଦାନ

January 7, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଆଜି ଏଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସପ୍ତମ ‘ଡିଜିଟାଲ ଇଣ୍ଡିଆ’ ପୁରସ୍କାର ପ୍ରଦାନ କରିଛନ୍ତି। ଏହି ଅବସରରେ ଉଦ୍‌ବୋଧନ ଦେଇ ରାଷ୍ଟ୍ରପତି କହିଛନ୍ତି ଯେ ‘ଡିଜିଟାଲ ଇଣ୍ଡିଆ’ ପୁରସ୍କାର-୨୦୨୨ କେବଳ ସରକାରୀ ସଂସ୍ଥା ଓ ଅନୁଷ୍ଠାନକୁ ଅନୁପ୍ରାଣିତ, ଉତ୍ସାହିତ ଓ ସ୍ୱୀକୃତି ପ୍ରଦାନ କରି ନ ଥାଏ, ଏହା ମଧ୍ୟ ଷ୍ଟାର୍ଟ ଅପ୍‌ଗୁଡିକୁ ଡିଜିଟାଲ ଇଣ୍ଡିଆର ଲକ୍ଷ୍ୟ ପୂରଣରେ ସହାୟକ ହୋଇଥାଏ। ଏହି ପୁରସ୍କାର ଭାରତକୁ ଏକ ଡିଜିଟାଲ ସଶକ୍ତ ସମାଜରେ ପରିଣତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହା ଜନସାଧାରଣଙ୍କୁ ଡିଜିଟାଲ ଶାସନର ସଫଳ ପ୍ରୟୋଗ ଦିଗରେ ସମର୍ଥ କରିଥାଏ।

ରାଷ୍ଟ୍ରପତି ପୁରସ୍କାର ବିଜୟୀମାନଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି ଯେ ବିଭିନ୍ନ କ୍ଷେତ୍ରରେ ନବସୃଜନ ଆଣି ଲୋକଙ୍କ ସେବା ପାଇଁ ଯେଉଁ ଉଦ୍ୟମ ଚାଲିଛି ତାହା ବେଶ୍ ଆନନ୍ଦଦାୟକ। ଏହା ଦ୍ୱାରା ନାଗରିକମାନେ ସଶକ୍ତ ହେବା ସହିତ, ଡାଟା ସେୟାରିଂ ଓ ବ୍ୟାବସାୟିକ ସୁଗମତା ପ୍ରକ୍ରିୟା ତ୍ୱରାନ୍ୱିତ ହେଉଛି।

ରାଷ୍ଟ୍ରପତି କହିଛନ୍ତି ଯେ ସାମାଜିକ ନ୍ୟାୟ ପ୍ରଦାନ, ଡିଜିଟାଲ ନବସୃଜନ (ଇନୋଭେସନ)ର ପ୍ରମୁଖ  ଲକ୍ଷ୍ୟ ହେବା ଉଚିତ। ଏବେ ଦେଶରେ ଯେଉଁ ଡିଜିଟାଲ ବିଭାଜନ ବା ସହର  ମଫସଲ ଭିତରେ ଡିଜିଟାଲ ତାରତମ୍ୟ ରହିଛି; ଟେକ୍‌ନୋଲୋଜି ମାଧ୍ୟମରେ ତାହାର ଦୂରୀକରଣ କରାଯାଇପାରିଲେ ଭାରତ ଏକ ଜ୍ଞାନ ଅର୍ଥନୀତିରେ ପରିଣତ ହୋଇପାରିବ। ଭାରତ ଏ ଦିଗରେ ଯେଉଁ ପଦକ୍ଷେପ ନେଉଛି ତାହା ଇପ୍‌ସିତ୍ ଲକ୍ଷ୍ୟ ପୂରଣରେ ସହାୟକ ହେବ ବୋଲି  ରାଷ୍ଟ୍ରପତି ଦୃଢ ବିଶ୍ୱାସ ପ୍ରକଟ କରିଛନ୍ତି। ସେ କହିଛନ୍ତି  ଯେ ‘ଡିଜିଟାଲ ଅନ୍ତ୍ୟୋଦୟ ଯାତ୍ରା ପଥରେ ଭାରତ ଉପଯୁକ୍ତଭାବେ ଆଗେଇ ଚାଲିଛି ଏବଂ ଏଥିରେ ସମାଜର ଅବହେଳିତ ଓ ବଂଚିତ ବର୍ଗଙ୍କୁ ସାମିଲ କରି ସେମାନଙ୍କ ଅର୍ଥନୀତିକ, ସାମାଜିକ ଓ ସାଂସ୍କୃତିକ ଅଧିକାରକୁ ସୁନିଶ୍ଚିତ କରିବାକୁ ପ୍ରୟାସ କରୁଛି।

ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଆହୁରି କହିଥିôଲେ ଯେ ଭାରତରେ ଡିଜିଟାଲ ପରିବର୍ତ୍ତନର କାହାଣୀ, ନବସୃଜନ, ରୂପାୟନ ଓ ସମସ୍ତଙ୍କୁ ସମ୍ପୃକ୍ତ କରିବାର କାହାଣୀ। ସମଗ୍ର ବିଶ୍ୱକୁ ଅଧିକ ସୁଗମ, ସମାନ ଏବଂ ସମାବେଶୀ କରିବା ପାଇଁ ଅଧିକରୁ ଅଧିକ ସହଯୋଗ ଭିତ୍ତିକ ମଞ୍ଚ ସୃଷ୍ଟି ମାଧ୍ୟମରେ ନୂଆ ନୂଆ ଅଭିନବ ସମାଧାନ ସୂତ୍ର ବାହାର କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି।

ସେ ଆହୁରି କହିଛନ୍ତି ଭାରତୀୟ ଆଇଟି କମ୍ପାନୀମାନେ ବିଦେଶୀଙ୍କୁ ଭାରତର ପ୍ରତିଭାର ମୂଲ୍ୟ ବୁଝିବାରେ ଉଲ୍ଲେଖନୀୟ ଅବଦାନ ରଖିଛନ୍ତି। ଆମେ ବର୍ତ୍ତମାନର ନୀତିର ସଦୁପଯୋଗ କରି ଆମର ସୂଚନା ପ୍ରଯୁକ୍ତି ପରିବେଶକୁ ଆହୁରି ସୁଦୃଢ କରିବା ସହିତ ସପ୍ଟଓୟାର ଓ ହାର୍ଡଓୟାର କ୍ଷେତ୍ରରେ ଭାରତକୁ ଏକ ବୈଶ୍ୱିକ ପାୱାର ହାଉସରେ ପରିଣତ କରିବାକୁ ସେ ଆହ୍ୱାନ ଜଣାଇଛନ୍ତି। ସେ କହିଛନ୍ତି ଏ କ୍ଷେତ୍ରରେ ବିଶ୍ୱର ପ୍ରମୁଖ ରାଷ୍ଟ୍ରରେ ପରିଣତ ହେବା ନିମନ୍ତେ ଭାରତ ଇନୋଭେଟିଭ ମେଡ୍ ଇନ୍ ଇଣ୍ଡିଆ ଟେକ୍‌ନୋଲୋଜି ପ୍ରସ୍ତୁତ କରିବା ଉଚିତ।

ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି ଯେ ନୂଆ ଜ୍ଞାନ, ଅନ୍ତର୍ଦୃଷ୍ଟି ଓ ସମସ୍ୟା ସମାଧାନ ସୂତ୍ର ସୃଷ୍ଟିରେ ଦାତାର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏଥିରେ ସଫଳତା ବିନିଯୋଗର ନୂଆ କ୍ଷେତ୍ର ସୃଷ୍ଟି କରିଥାଏ। ତେଣୁ ଆମେ ସରକାରୀ ଡାଟା ବ୍ୟବହାରକୁ ଅଧିକ ଗଣତାନ୍ତ୍ରିକ କରିବା ଉଚିତ। ଏହା ପଥରେ ଯୁବ ଟେକ୍ନୋଲୋଜି ଉତ୍ସାହୀମାନେ ଏହାକୁ ବ୍ୟବହାର କରି ସ୍ଥାନୀୟ ଡିଜିଟାଲ ସଲ୍ୟୁସନ୍ସର ବାଟ ବାହାର କରିପାରିବେ।

ରାଷ୍ଟ୍ରପତି ନିଜର ଖୁସି ବ୍ୟକ୍ତ କରି କହିଥିଲେ ଯେ ଭାରତର ସରକାରୀ  ସଂସ୍ଥାମାନେ ଯେଉଁ ନବ ସୃଜନକାରୀ ପ୍ରୟାସ ତୃଣମୂଳ ସ୍ତରରେ ହାତକୁ ଦେଇଛନ୍ତି ଏବଂ ଘରୋଇ-ସରକାରୀ ଅଂଶୀଦାରୀରେ ଷ୍ଟାର୍ଟଅପ୍‌ଗୁଡିକ ସହିତ ଯେଉଁ ସହଯୋଗ ରଖିଛନ୍ତି ତାହା ବେଶ ଉତ୍ସାହର ବିଷୟ। ସବୁ ନାଗରିକଙ୍କ ଜୀବନ ଧାରଣର ମାନକୁୁ  ବଢାଇ ସେମାନଙ୍କୁ ଜୀବନକୁ  ସୁଖଦ କରିବାର ଆହ୍ୱାନକୁ ସାକାର କରିବାକୁ ଆମକୁ ବ୍ରତୀ ହେବାକୁ ପଡିବ। ଏଥିପାଇଁ ନ୍ୟାୟପାଳିକା, ଭୂ-ପଞ୍ଜୀକରଣ, ସାର ଓ ଉର୍ବରକ ଉପଯୋଗ, ସାଧାରଣ ବଣ୍ଟନ ବ୍ୟବସ୍ଥାଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ଆମକୁ କାମ କରିବାକୁ ହେବ ବୋଲି ରାଷ୍ଟ୍ରପତି କହିଛନ୍ତି।

ଡିଜିଟାଲ ଇଣ୍ଡିଆ ଦ୍ରୌପଦୀ ମୁର୍ମୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ
Share. Facebook Twitter LinkedIn Email WhatsApp Copy Link

Related Posts

କେରଳ ଏବେ ‘କେରଳମ’ ଭାବରେ ପରିଚିତ ହେବ: ନୂତନ ନାମକୁ ମୋଦି କ୍ୟାବିନେଟ୍ ର ମଞ୍ଜୁରୀ

February 24, 2026

ବିନା ଛୁଞ୍ଚିରେ ଦିଆଯିବ ଇଞ୍ଜେକ୍ସନ, ଓଡିଶା ଷ୍ଟାର୍ଟଅପ କୁ ମିଳିଲା ପେଣ୍ଟଟ

February 24, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026
Latest News

ମାର୍ଚ୍ଚ ୧ ତାରିଖ ସନ୍ଧ୍ୟା ୬:୩୦ରୁ ଟିଭି ପ୍ରିମିୟମରେ ଦେଖନ୍ତୁ ସୁପରହିଟ୍ ଚଳଚ୍ଚିତ୍ର ‘ଚନ୍ଦ୍ରବଂଶୀ’

February 24, 2026

ଓଡିଶାର ସବୁଠାରୁ ବଡ ଓ ଫ୍ଲାଗସିପ୍ ରିଆଲିଟି ଶୋ‘ ରଜ କୁଇନ୍’: ଆସନ୍ତା ୨୮ରୁ ବିଭିନ୍ନ ସହରରେ ଅଡିସନ୍

February 24, 2026

କେରଳ ଏବେ ‘କେରଳମ’ ଭାବରେ ପରିଚିତ ହେବ: ନୂତନ ନାମକୁ ମୋଦି କ୍ୟାବିନେଟ୍ ର ମଞ୍ଜୁରୀ

February 24, 2026

ଭୁବନେଶ୍ବର ସୁପରମାର୍ଟ ରେ ଭୀଷଣ ଅଗ୍ନିକାଣ୍ଡ, କ୍ରେନ ସାହାଯ୍ୟରେ ନିଆଁ ଲିଭାଇବାକୁ ଚେଷ୍ଠା

February 24, 2026

ବିନା ଛୁଞ୍ଚିରେ ଦିଆଯିବ ଇଞ୍ଜେକ୍ସନ, ଓଡିଶା ଷ୍ଟାର୍ଟଅପ କୁ ମିଳିଲା ପେଣ୍ଟଟ

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.