Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»‘ଘର ଦୁଆରେ ପୁଷ୍ଟି’ ହିତାଧିକାରୀଙ୍କୁ ଫଳଚାରା, ପରିବା ବିହନ କିଟ୍‌ ବଣ୍ଟାଯିବ
ବିଶେଷ ଖବର

‘ଘର ଦୁଆରେ ପୁଷ୍ଟି’ ହିତାଧିକାରୀଙ୍କୁ ଫଳଚାରା, ପରିବା ବିହନ କିଟ୍‌ ବଣ୍ଟାଯିବ

January 13, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link
‘ଘର ଦୁଆରେ ପୁଷ୍ଟି’ ହିତାଧିକାରୀଙ୍କୁ ଫଳଚାରା, ପରିବା ବିହନ କିଟ୍‌ ବଣ୍ଟାଯିବ

ଭୁବନେଶ୍ୱର: ଅପପୁଷ୍ଟି ତଥା ରକ୍ତହୀନତା ସମସ୍ୟାର ସମାଧାନ ପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ହିତାଧିକାରୀ ପରିବାରଙ୍କୁ ଉନ୍ନତ ମାନର ପୁଷ୍ଟିକର ଫଳଚାରା ଓ ପନିପରିବା ବିହନ କିଟ୍‌ ବିନାମୂଲ୍ୟରେ ବଣ୍ଟନ ଉଦ୍ଦେଶ୍ୟରେ ଆରମ୍ଭ କରାଯାଇଥିବା ‘ଘରଦୁଆରେ ପୁଷ୍ଟି’ କାର୍ଯ୍ୟକ୍ରମକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ସଂପୂର୍ଣ୍ଣ କରିବାକୁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଗତ ଜାନୁଆରୀ ୭ ତାରିଖରେ ମାଲକାନଗିରିର ସ୍ୱାଭିମାନ ଅଞ୍ଚଳରେ ଶୁଭାରମ୍ଭ କରାଯାଇଥିବା ଏହି କାର୍ଯ୍ୟକ୍ରମର ଅଗ୍ରଗତି ସଂପର୍କରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଥିଲେ। କୃଷି ଭବନଠାରେ ଆୟୋଜିତ ବୈଠକରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଭର୍ଚୁଆଲ ମାଧ୍ୟମରେ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଓ ଉଦ୍ୟାନ କୃଷି ବିଭାଗର ଜିଲ୍ଲା ଅଧିକାରୀମାନଙ୍କ ସହିତ ବିସ୍ତୃତ ଭାବେ ଯୋଜନାର ସମୀକ୍ଷା କରିଥିଲେ।

ଏହି କାର୍ଯ୍ୟକ୍ରମ ଅଧିନରେ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଦ୍ୱାରା ହିତାଧିକାରୀ ଚିହ୍ନଟ ଓ ତାଲିକା ପ୍ରସ୍ତୁତ କରାଯାଉଥିବାବେଳେ ଚାରା ଓ ପନିପରିବା କିଟ୍‌ ଉଦ୍ୟାନ କୃଷି ବିଭାଗ ତରଫରୁ ଯୋଗାଇ ଦିଆଯାଉଛି। ହିତାଧିକାରୀ ଚିହ୍ନଟ ପ୍ରକ୍ରିୟାରେ ଯେପରି ସମସ୍ତ ଯୋଗ୍ୟ ହିତାଧିକାରୀ ସାମିଲ ହେବେ, ସେଥି ନିମନ୍ତେ କାର୍ଯ୍ୟକ୍ରମ ସଂପର୍କରେ ବ୍ୟାପକ ଜନସଚେତନତା ସୃଷ୍ଟି କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ନିର୍ଦ୍ଦେଶ ଦେଇଥିଲେ।

କାର୍ଯ୍ୟକ୍ରମରେ ସମସ୍ତ ପ୍ରାଚୀନ ସମ୍ବେଦନଶୀଳ ଜନଜାତି ସଂପ୍ରଦାୟ ସମେତ ଟ୍ରାନ୍ସଜେଣ୍ଡର, ପରିବାରର ମୁଖ୍ୟ ବିଧବା ହୋଇଥିଲେ ସେମାନଙ୍କୁ ସାମିଲ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମରେ ରାଜ୍ୟରେ ୮ ଲକ୍ଷ ହିତାଧିକାରୀ ପରିବାରଙ୍କୁ ଅନ୍ତର୍ଭୁକ୍ତ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଆସନ୍ତା ୭ ଦିନ ମଧ୍ୟରେ ହିତାଧିକାରୀ ପରିବାର ଚିହ୍ନଟ ପ୍ରକ୍ରିୟା ସାରିବାକୁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ନିର୍ଦ୍ଦେଶ ଦେଇଥିଲେ । କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ସମସ୍ତ ସଂପୃକ୍ତ ବିଭାଗର ଅଧିକାରୀଙ୍କୁ ସାମିଲ କରି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ କରି କାର୍ଯ୍ୟଖସଡ଼ା ଚୂଡ଼ାନ୍ତ କରିବା ପାଇଁ ଉଦ୍ୟାନ କୃଷିର ଉପନିର୍ଦ୍ଦେଶକ ଏବଂ ସହକାରୀ ନିର୍ଦ୍ଦେଶକମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

କାର୍ଯ୍ୟକ୍ରମ ସଂପର୍କରେ ସାଧାରଣଲୋକ ଯେପରି ଜାଣିପାରିବେ ସେଥିପାଇଁ ଜିଲ୍ଲା, ବ୍ଲକ୍‌ ଓ ଗ୍ରାମ ପଞ୍ଚାୟତ ସ୍ତରରେ ପୋଷ୍ଟର, ବ୍ୟାନର ଆଦି ମାଧ୍ୟମରେ ବ୍ୟାପକ ଜନସଚେତନତା କାର୍ଯ୍ୟକ୍ରମ କରିବା ଓ କାର୍ଯ୍ୟକ୍ରମରେ ସ୍ଥାନୀୟ ପଞ୍ଚାୟତିରାଜ ଜନପ୍ରତିନିଧିମାନଙ୍କୁ ସାମିଲ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ନିର୍ଦ୍ଦେଶ ଦେଇଥିଲେ ।

ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ‘ଘରଦୁଆରେ ପୁଷ୍ଟି’ କାର୍ଯ୍ୟକ୍ରମକୁ ରାଜ୍ୟ ସରକାରଙ୍କ ଏକ ଫ୍ଲାଗ୍‌ସିପ୍‌ କାର୍ଯ୍ୟକ୍ରମ ଭାବରେ ଅଭିହିତ କରିଥିଲେ । ବିଭିନ୍ନ ବିଭାଗ ମଧ୍ୟରେ ଉପଯୁକ୍ତ ସମନ୍ୱୟ ରକ୍ଷା କରାଯାଇ କାର୍ଯ୍ୟକ୍ରମକୁ ତୃଣମୂଳ ସ୍ତରରେ କାର୍ଯ୍ୟକାରୀ କରାଯାଉଛି ବୋଲି
ଡ. ପାଢ଼ୀ କହିଥିଲେ ।

ଏହି କାର୍ଯ୍ୟକ୍ରମରେ ହିତାଧିକାରୀ ପରିବାରକୁ ୧୦ଟି ଉନ୍ନତ ମାନର ଫଳଚାରା ଯୋଗାଇ ଦିଆଯାଉଛି । ଏଥିରେ ସଜନା ଛୁଇଁ, କଂଚା କଦଳୀ, ଅମୃତଭଣ୍ଡା, ଲେମ୍ବୁ ଓ ଦେଶୀଆଳୁର ଦୁଇଟି ଲେଖାଏଁ ଚାରା ବିନା ମୂଲ୍ୟରେ ଯୋଗାଇ ଦିଆଯାଉଛି । ସେହିପରି ପନିପରିବା କିଟ୍‌ରେ ବାଇଗଣ, ଭେଣ୍ଡି, କଞ୍ଚାଲଙ୍କା, କଲରା, ଟମାଟୋ ଏବଂ ପାଳଙ୍ଗ ଶାଗର ଉନ୍ନତମାନର ପ୍ରାମାଣିକ ମଂଜି ଯୋଗାଇ ଦିଆଯାଇଛି। ବଣ୍ଟନ ପ୍ରକ୍ରିୟାରେ ସଂପୂର୍ଣ୍ଣ ସ୍ୱଚ୍ଛତା ଅବଲମ୍ବନ କରିବା ପାଇଁ ହିତାଧିକାରୀ ପରିବାରଙ୍କର ଜିଓ ଟାଗିଂ, ଫଟୋ ଏବଂ ଭିଡ଼ିଓଗ୍ରାଫି କରିବା ପାଇଁ ମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ବୈଠକରେ ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ ରୋହିତ କୁମାର ଲେଙ୍କା କାର୍ଯ୍ୟକ୍ରମର ଅଗ୍ରଗତି ସଂପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ । ବୈଠକରେ ଅନୁସୂଚିତ ଜନଜାତି ନିର୍ଦ୍ଦେଶକ, ଓଡ଼ିଶା ରାଜ୍ୟ ବିହନ ନିଗମର ପରିଚାଳନା ନିର୍ଦ୍ଦେଶକ ଓ ସଂପୃକ୍ତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିବାବେଳେ ଜିଲ୍ଲାର ଜିଲ୍ଲାପାଳ, ଉଦ୍ୟାନ କୃଷିର ଉପନିର୍ଦ୍ଦେଶକ, ସହକାରୀ ନିର୍ଦ୍ଦେଶକମାନେ ଜିଲ୍ଲାରୁ ଭର୍ଚୁଆଲ ମାଧ୍ୟମରେ ଯୋଗଦେଇଥିବାବେଳେ ସହକାରୀ ଉଦ୍ୟାନ କୃଷି ଅଧିକାରୀମାନେ ବ୍ଲକ୍‌ରୁ ଭର୍ଚୁଆଲରେ ଯୋଗଦେଇଥିଲେ ।

କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଘର ଦୁଆରେ ପୁଷ୍ଟି
Share. Facebook Twitter LinkedIn Email WhatsApp Copy Link

Related Posts

ଏବେ UPI ପାଇଁ ସରକାରଙ୍କ ଦୁଇଟି ଫର୍ମୁଲା: ପ୍ରଭାବିତ ହେବେ କି ଗ୍ରାହକ?

August 13, 2026

ଲୋକସଭା ଅନିଶ୍ଚିତକାଳ ପାଇଁ ମୁଲତବୀ

August 13, 2026

LAC ନିକଟରେ ଉତ୍ତେଜନା ଖବର ମଧ୍ୟରେ ଚୀନ୍ ଜାରି କଲା ବଡ଼ ବିବୃତ୍ତି: ଜାଣନ୍ତୁ…. 

August 13, 2026

ଖେତରେ ଧାନ କାଟୁଥିବା ମହିଳାଙ୍କୁ ପଥର ମାରି ହତ୍ୟା: ୬୫ ବର୍ଷୀୟ ଦୋଷୀଙ୍କୁ ଆଜୀବନ ଜେଲ୍

August 13, 2026
Latest News

ଏବେ UPI ପାଇଁ ସରକାରଙ୍କ ଦୁଇଟି ଫର୍ମୁଲା: ପ୍ରଭାବିତ ହେବେ କି ଗ୍ରାହକ?

August 13, 2026

ନାନ୍ଦେଡ଼ର ଗୁରୁଦ୍ୱାରା ମାତା ସାହିବ କୌରରେ ସୁଖବୀର ସିଂହ ବାଦଲଙ୍କୁ ଆକ୍ରମଣ

August 13, 2026

ଆରଜି କର ଦୁଷ୍କର୍ମ-ହତ୍ୟା ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ: ପୂର୍ବତନ ଟିଏମସି ବିଧାୟକ ଗିରଫ

August 13, 2026

ରକେଟ ଭଳି ଚଢିଲା ସୁନା ଓ ରୂପା ମୂଲ୍ୟ: ଜାଣନ୍ତୁ ଆଜିର ଦର

August 13, 2026

ବିଜେପି ମୁଖପାତ୍ର ଭାବରେ କାର୍ଯ୍ୟ କରୁଛି ଅକାଳୀ ଦଳ: ଇଡି ଚିଠି ଉପରେ ଆପ ର ଆକ୍ରମଣ

August 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.