Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପ୍ରଥମ ଜି-୨୦ ସ୍ୱାସ୍ଥ୍ୟ କାର୍ଯ୍ୟକାରୀ ଗୋଷ୍ଠୀ ବୈଠକରେ ଉଦ୍ବୋଧନ ଦେଲେ କେନ୍ଦ୍ର ମନ୍ତ୍ରୀ
ବିଶେଷ ଖବର

ପ୍ରଥମ ଜି-୨୦ ସ୍ୱାସ୍ଥ୍ୟ କାର୍ଯ୍ୟକାରୀ ଗୋଷ୍ଠୀ ବୈଠକରେ ଉଦ୍ବୋଧନ ଦେଲେ କେନ୍ଦ୍ର ମନ୍ତ୍ରୀ

January 19, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଭାରତ ଜି-୨୦ ଅଧ୍ୟକ୍ଷ ପଦ ଗ୍ରହଣ କରିବା ପରେ କେରଳର ତିରୁଅନନ୍ତପୁରମ୍ ରେ ଏହି ସଂଗଠନର ସ୍ୱାସ୍ଥ୍ୟ କାର୍ଯ୍ୟକାରୀ ଗୋଷ୍ଠୀର ପ୍ରଥମ ବୈଠକ ଆୟୋଜିତ ହୋଇଛି। ଏଥିରେ କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଡାକ୍ତର ଭାରତୀ ପ୍ରବୀଣ ପୱାର, ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଏସ୍.ଭି ମୁରଲୀଧରନ୍ ଏବଂ ନିତି ଆୟୋଗର ସ୍ୱାସ୍ଥ୍ୟ ସଦସ୍ୟ ଡକ୍ଟର ଭି.କେ. ପଲ୍ ଯୋଗଦେଇଥିଲେ। ମନ୍ତ୍ରୀ ଡକ୍ଟର ଭାରତୀ ପୱାର ତାଙ୍କ ଉଦ୍ବୋଧନରେ କହିଛନ୍ତି ଯେ ମହାମାରୀ ନୀତି ଆମ ସ୍ୱାସ୍ଥ୍ୟ ନୀତିରେ ଏକ ଗୁରୁ୍ତ୍ୱପୂର୍ଣ୍ଣ ଅଂଶ ହେବା ଆବଶ୍ୟକ। ଏବେ ଯେକୌଣସି ସ୍ୱାସ୍ଥ୍ୟ ସଙ୍କଟ ଏକ ଆନ୍ତଃ ସଂଯୋଜିତ ବିଶ୍ୱରେ ଅର୍ଥନୀତିକ ସଙ୍କଟ ସୃଷ୍ଟି କରିବାର ସମ୍ଭାବନା ରହିଥିବାରୁ ଏଥିପ୍ରତି ସତର୍କ ରହିବାକୁ ପଡିବ।

ସେ ଆହୁରି କହିଛନ୍ତି ଯେ, ମହାମାରୀ ଦୂରୀକରଣ, ପ୍ରସ୍ତୁତି ଓ ମୁକାବିଲା ବିବିଧ ବହୁପାକ୍ଷିକ ସମନ୍ୱୟ ଲୋଡେ। ଭବିଷ୍ୟତର ସ୍ୱାସ୍ଥ୍ୟ ଆପଦକାଳୀନ ସ୍ଥିତିର ମୁକାବିଲା ପାଇଁ ଗୋଷ୍ଠୀ ଏବଂ ସମୁଦାୟଙ୍କୁ ସଶକ୍ତ କରି ସ୍ଥିତିସ୍ଥାପକ ଅବସ୍ଥାରେ ରଖିବାକୁ ପଡିବ। କୋଭିଡ-୧୯ ବିଶ୍ୱର ଶେଷ ମହାମାରୀ ନୁହେଁ ବୋଲି ଉଲ୍ଲେଖ କରି ସେ କହିଛନ୍ତି ଯେ ଏଥିରେ ଆମେ ଯାହା ଶିକ୍ଷାଲାଭ କଲୁ ଓ ଅନୁଭୂତି ଅର୍ଜିଲୁ ତାହା ଆମର ଭବିଷ୍ୟତର ମହାମାରୀ ପ୍ରସ୍ତୁତି ଏବଂ କାର୍ଯ୍ୟକ୍ରମରେ ସ୍ଥାନ ପାଇବା ଉଚିତ। ଆମକୁ ବିଭିନ୍ନ କ୍ଷେତ୍ରରେ ପ୍ରସ୍ତୁତ ଓ ସମର୍ଥ ହେବାକୁ ପଡିବ ଏବଂ ଯେକୌଣସି ଗୁରୁତର ସ୍ୱାସ୍ଥ୍ୟ ସମ୍ପଦର ମୁକାବିଲା କରିବାକୁ ଆମେ ଆମକୁ ତିଆରିବାକୁ ହେବ।

ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଦୃଢ ଏବଂ ସ୍ଥିତିସ୍ଥାପକ କରିବା ସହିତ ଜୀବନ ରକ୍ଷାକାରୀ ଟିକା ଓ ଔଷଧ ପ୍ରସ୍ତୁତି ସହିତ ରୋଗର କାରଣ ନିର୍ଦ୍ଧାରଣ କାମରେ ଅଧିକ ଅର୍ଥ ନିବେଶ କରିବାକୁ ପଡିବ ବୋଲି ସେ କହିଛନ୍ତି।

ଭାରତୀୟ ଚିକିତ୍ସା ସେବାର ଦୃଢ ସଂସ୍କୃତି ଏବଂ ସୃଜନାତ୍ମକ ଦିଗ ସମ୍ପର୍କରେ ଉଲ୍ଲେଖ କରି ବୈଦେଶିକ ବ୍ୟାପର ରାଷ୍ଟ୍ରମନ୍ତ୍ରୀ ଏସ.ଭି. ମୁରଲୀଧରନ କହିଥିଲେ ଯେ ମାନନୀୟ ପ୍ରଧାନମନ୍ତ୍ରୀଙ୍କ “ଗୋଟିଏ ବିଶ୍ୱ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ” ଆହ୍ୱାନ ବାସ୍ତବରେ ପୃଥିବୀର ମଙ୍ଗଳ ପାଇଁ ଉଦ୍ଦିଷ୍ଟ। ପ୍ରକୃତି ସହିତ ଭାରସାମ୍ୟ ରକ୍ଷା କରି ଚଳିଲେ ଭବିଷ୍ୟତରେ ଅନେକ ବିପଦ/ସଙ୍କଟକୁ ଟାଳି ଦେଇ ହେବ।

ଯେକୌଣସି ସମ୍ଭାବ୍ୟ ସ୍ୱାସ୍ଥ୍ୟଗତ ଜରୁରୀ ସ୍ଥିତିର ମୁକାବିଲା କ୍ଷେତ୍ରରେ ସମସ୍ତେ ମିଳିମିଶି କାମ କରିବାକୁ ସେ ପ୍ରତିନିଧିମାନଙ୍କୁ ଆହ୍ୱାନ ଦେଇଥିଲେ।

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଏହି ବୈଠକର ଉଦ୍ଦେଶ୍ୟ ସମ୍ପର୍କରେ କହି ଏହାକୁ କାର୍ଯ୍ୟରେ ରୂପାନ୍ତରିତ କରିବାକୁ ସମସ୍ତଙ୍କ ସହଯୋଗ ଲୋଡିଥିଲେ। ଭାରତ ଜି-୨୦ର ଅଧ୍ୟକ୍ଷ ପଦରେ ଥିବାରୁ ଏବଂ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନୂଆ ସାମୁହିକ ପ୍ରୟାସକୁ ଗୁରୁତ୍ୱ ଦେଉଥିବାରୁ ସେ ତିିନିଟି ଅଗ୍ରାଧିକାର କ୍ଷେତ୍ର ଜି-୨୦ର ହେଲଥ ଟ୍ରାକ ପାଇଁ ଉପସ୍ଥାପିତ କରିଥିଲେ। ସେ ତିନିଟି ହେଲା ସ୍ୱାସ୍ଥ୍ୟ ଜରୁରୀ ଅବସ୍ଥାର ୧)ଦୂରୀକରଣ, ପ୍ରସ୍ତୁତି ଓ ମୁକାବିଲା (ଏଏମ୍ଆର ଏବଂ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ) (୨) ଔଷଧ କ୍ଷେତ୍ରକୁ ସୁଦୃଢ କରିବା ସହିତ ସମସ୍ତଙ୍କୁ ଉଚିତ ମୂଲ୍ୟରେ ଉତ୍ତମ ମାନର ଔଷଧ ଯୋଗାଣକୁ ଗୁରୁତ୍ୱ ଦେବା ଏବଂ (୩) ଡିଜିଟାଲ ହେଲଥ ଇନୋଭେସନ ଓ ସଲ୍ୟୁସନ୍ସକୁ ଗୁରୁତ୍ୱ ଦେଇ ସାର୍ବଜନୀନ ସ୍ୱାସ୍ଥ୍ୟସେବା ଯୋଗାଣ ଓ ଉନ୍ନତମାନର ଚିକିତ୍ସା ସେବା ପ୍ରଦାନ।

ଭାରତର ଏହି ପ୍ରୟାସକୁ ଇଣ୍ଡୋନେସିଆ ଓ ବ୍ରାଜିଲ ପ୍ରଶଂସା କରିଥିଲେ। ମହାମାରୀ ବିଶ୍ୱର ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ସୁଦୃଢ କରିବାକୁ ସୁଯୋଗ ଦେଇଥିବାରୁ ଏ କ୍ଷେତ୍ରରେ ତୁରନ୍ତ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ବୋଲି ଏହି ଦୁଇ ଦେଶର ପ୍ରତିନିଧି କହିଥିଲେ।

କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଗବେଷଣା ସଚିବ ଡକ୍ଟର ରାଜୀବ ବହଲ, ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ସଚିବ ଲବ ଅଗ୍ରୱାଲ, ବୈଦେଶିକ ବିଭାଗର ଅତିରିକ୍ତ ସଚିବ ଅଭୟ ଠାକୁର, ଜି-୨୦ ରାଷ୍ଟ୍ରଙ୍କ ପ୍ରତିନିଧି ଗଣ, ସ୍ୱତନ୍ତ୍ର ନିମନ୍ତ୍ରିତ ରାଷ୍ଟ୍ରଙ୍କ ପ୍ରତିନିଧି, ବିଭିନ୍ନ ଆନ୍ତର୍ଜାତିକ ସଂଗଠନର ପ୍ରତିନିଧିଗଣ, ବିଶ୍ୱବ୍ୟାଙ୍କ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ଡବ୍ଲୁଇଏଫ ଭଳି ଅଂଶୀଦାର ସଂସ୍ଥାର ପ୍ରତିନିଧି ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗର ଅଧିକାରୀ ଯୋଗଦେଇଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ପୁଣି ଜନ୍ତରମନ୍ତରଠାରେ ଆନ୍ଦୋଳନ କରିବ ସିଜେପି

October 9, 2026

ଏସ୍‌ଆଇ ପରୀକ୍ଷା ଜାଲିଆତି ମାମଲା: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଛାନ୍‌ଭିନ୍‌

October 9, 2026

ଓଆଇଏସ୍ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନ: ସଠିକ୍‌, ଶୀଘ୍ର ଓ ସରଳତା

October 9, 2026

୪୮ତମ ବିଶ୍ବ ଦକ୍ଷତା ପ୍ରତିଯୋଗିତାରେ ‘ଟିମ୍ ଇଣ୍ଡିଆ’ର ପ୍ରତିନିଧିମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

October 9, 2026
Latest News

ଅକ୍ଟୋବର ୧୩ ବେଳକୁ ବଙ୍ଗୋପସାଗରରେ ଲଘୁଚାପ!

October 10, 2026

ଆଜି ଅକ୍ଟୋବର ୧୦ ତାରିଖରେ ଏହି ରାଶିଗୁଡିକର ଭାଗ୍ୟରେ ହେଲା ପରିବର୍ତ୍ତନ

October 10, 2026

ପୁଣି ଜନ୍ତରମନ୍ତରଠାରେ ଆନ୍ଦୋଳନ କରିବ ସିଜେପି

October 9, 2026

ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି: ରାଷ୍ଟ୍ରପତିଙ୍କ ଦ୍ୱାରସ୍ଥ ହେଲେ ବିରୋଧୀ ନେତା

October 9, 2026

୨ କଲରାପତରିଆ ଛାଲ ଜବତ, ୬ ଗିରଫ

October 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.