Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିଧାନସଭା ବଜେଟ ଅଧିବେସନ: ଆଜି ହେଲେ ଛକାଛକି, କାଲି ହେବେ ମୁହାଁମୁହିଁ
ବିଶେଷ ଖବର

ବିଧାନସଭା ବଜେଟ ଅଧିବେସନ: ଆଜି ହେଲେ ଛକାଛକି, କାଲି ହେବେ ମୁହାଁମୁହିଁ

February 20, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
assembly
ବିଧାନସଭା ବଜେଟ ଅଧିବେସନ: ଆଜି ହେଲେ ଛକାଛକି, କାଲି ହେବେ ମୁହାଁମୁହିଁ

ଭୁବନେଶ୍ବର: ଆସନ୍ତାକାଲିଠାରୁ ବସୁଛି ଓଡିଶା ବିଧାନସଭାର ବଜେଟ ଅଧିବେସନ। ତେବେ ଏହି ଅଧିବେସନରୁ ବଜେଟ ସଂପର୍କରେ ଜାଣିବା ପାଇଁ ଲୋକେ ଆଗ୍ରହୀ ନୁହଁନ୍ତି। ବରଂ ଶାସକ ବିରୋଧୀ କିପରି ହେବେ ମୁହାଁମୁହିଁ ସେ ନେଇ ସମସ୍ତେ ଅନେଇ ରହିଛନ୍ତି। କାରଣ ହେଲା ଏଥର ବଜେଟ ଅଧିବେସନ ପୂର୍ବରୁ ବିରୋଧୀ ଓ ଶାସକ ଦଳ ପାଖରେ ରହିଛି ସ୍ପର୍ଶକାତର ପ୍ରସଂଗ।

ଏଥର ବିଧାନସଭାରେ ପ୍ରମୁଖ ପ୍ରସଂଗ ମଧ୍ୟରେ ରହିଛି ନବ ଦାସ ହତ୍ୟାକାଣ୍ଡ। କାରଣ ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ସ୍ପଷ୍ଟ ଦିବାଲୋକରେ ହତ୍ୟା କରିବା ଘଟଣା ସାରା ଦେଶରେ ଚହଳ ସୃଷ୍ଟି କରିଛି। ତେବେ ଏହି ହତ୍ୟାକାଣ୍ଡରେ ଖୋଦ ପୋଲିସ ସଂପୃକ୍ତ। ଫଳରେ ବିରୋଧୀଙ୍କ ପାଇଁ ହାଙ୍ଗାମା କରିବା ପାଇଁ ଏହା ପ୍ରମୁଖ ପ୍ରସଂଗ ହୋଇ ରହିଛି। ଉଭୟ ବିଜେପି ଓ କଂଗ୍ରେସ ଏହାକୁ ନେଇ ଗୃହରେ ତୁମ୍ବିତୋଫାନ କରିବେ।

ସେହିପରି ଶାସକ ବିଜେଡି ମଧ୍ୟ ପଛରେ ପଡିଯିବ ନାହିଁ। କାରଣ ବିଜେଡି ପାଖରେ ମଧ୍ୟ ବିରୋଧୀ ବିଜେପିକୁ ଘେରିବା ପାଇଁ ରହିଛି ମାଳମାଳ ପ୍ରସଂଗ। ଚାଉଳ କାଟିବା ହେଉ କିମ୍ବା କେନ୍ଦ୍ରମନ୍ତ୍ରୀମାନଙ୍କର ପ୍ରତିଶୃତି ପୁରଣ ନ ହେବା ପ୍ରଭୃତି ପ୍ରଂସଗ ରହିଛି। ସେହିପରି ରାଜ୍ୟକୁ ସ୍ବତନ୍ତ୍ର ପାହ୍ୟା ପ୍ରଦାନ ନେଇ ମଧ୍ୟ ବିଜେଡି ହୋହାଲ୍ଲା କରିବାର ସମ୍ଭାବନା ରହିଛି।

ତେବେ ବିଜେଡି ପାଖରେ ଯେଉଁ ବଡ ହତିୟାର ରହିଛି ତାହା ହେଲା ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ରଙ୍କ ମହିଳା ପୋଲିସଙ୍କୁ ଆକ୍ରମଣ। ଏହି ଘଟଣା ସାରା ଦେଶରେ ଚର୍ଚ୍ଚା ହୋଇଥିବା ବେଳେ ବିଜେଡି ଏହାକୁ ପ୍ରମୁଖ ପ୍ରସଂଗ କରିବ। ଜଣେ ସାମ୍ବିଧାନିକ ପଦପଦବୀରେ ଥିବା ନେତା ପୋଲିସକୁ ଧକ୍କା ମାରିବା ଘଟଣାକୁ କେହି ବି ସହଜରେ ଗ୍ରହଣ କରି ନାହାଁନ୍ତି। ଫଳରେ ବିଜେଡି ଏହାକୁ ନେଇ ବିଜେପିକୁ ଆକ୍ରମଣ କରିବ।

ଏଥର ବିଧାନସଭାରେ ନବ ଦାସ ଏବଂ ଜୟନାରାୟଣ ମିଶ୍ର ଦୁଇଟି ବଡ ପ୍ରସଂଗ ବ୍ୟତିତ ଅନ୍ୟ କେତେକ ପ୍ରଂସଗ ରହିଛି। ସେଗୁଡିକ ମଧ୍ୟରେ ତିର୍ତ୍ତୋଲ ବିଧାୟକ ବିଜୟଶଙ୍କର ଦାସଙ୍କ ପ୍ରେମ ଏବଂ ରାଜ୍ୟରେ ଆଇନି ଶୃଙ୍ଖଳା ପରିସ୍ଥିତି ନେଇ ବିଜେପି ଘେରିବ। ସେହିପରି ବିଜେଡି ମଧ୍ୟ କେନ୍ଦ୍ର ସରକାର ଚାଉଳ କାଟିବା, କେନ୍ଦ୍ରମନ୍ତ୍ରୀମାନେ ପଦମପୁର ଉପନିର୍ବାଚନରେ ଦେଇଥିବା ପ୍ରତିଶୃତି ପୁରଣ ନ କରିବା ପ୍ରଭୃତି ରହିଛି।

odisha assembly ନବ ଦାସ ବଜେଟ ବିଧାନସଭା ବିଧାନସଭା ବଜେଟ ଅଧିବେସନ
Share. Facebook Twitter LinkedIn Email WhatsApp Copy Link

Related Posts

ସପ୍ତମ ଦିନରେ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଆନ୍ଦୋଳନ

March 16, 2026

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

March 16, 2026

ଚର୍ଲାପାଲ୍ଲିରୁ କାମାକ୍ଷା ଓ ଶାଲିମାରକୁ ଦୁଇଟି ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ ସେବା

March 16, 2026

Common PG Entrance Test ଆବେଦନ ପାଇଁ ବଢିଲା ସମୟ ସୀମା 

March 16, 2026
Latest News

ସପ୍ତମ ଦିନରେ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଆନ୍ଦୋଳନ

March 16, 2026

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

March 16, 2026

ଚର୍ଲାପାଲ୍ଲିରୁ କାମାକ୍ଷା ଓ ଶାଲିମାରକୁ ଦୁଇଟି ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ ସେବା

March 16, 2026

Common PG Entrance Test ଆବେଦନ ପାଇଁ ବଢିଲା ସମୟ ସୀମା 

March 16, 2026

ରାଜ୍ୟସଭା ଜିତିବା ପରେ ମନମୋହନ, ସୁଜିତ କୁମାର ଏବଂ ଦିଲ୍ଲୀପ ରାୟଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.