Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଚିଲିକା ବିଧାୟକଙ୍କୁ ମାଡ ମାରି ଲହୁଲୁହାଣ କରିବା ଘଟଣାକୁ ଆଜି ପୁରିଲା ବର୍ଷେ, ଏକ ହିସାବନିକାସ
ଜାତୀୟ ଖବର

ଚିଲିକା ବିଧାୟକଙ୍କୁ ମାଡ ମାରି ଲହୁଲୁହାଣ କରିବା ଘଟଣାକୁ ଆଜି ପୁରିଲା ବର୍ଷେ, ଏକ ହିସାବନିକାସ

March 12, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
PrasantJagdev
ଚିଲିକା ବିଧାୟକଙ୍କୁ ମାଡ ମାରି ଲହୁଲୁହାଣ କରିବା ଘଟଣାକୁ ଆଜି ପୁରିଲା ବର୍ଷେ, ଏକ ହିସାବନିକାସ

ଭୁବନେଶ୍ବର: ଆଜି ବାଣପୁର ପଲଟନ ପଡିଆରେ ଚାଲିଛି ପଞ୍ଚୁଦୋଳ। ଠିକ ବର୍ଷକ ପୂର୍ବେ ଆଜିର ଦିନରେ ଏହି ସ୍ଥାନରେ ଘଟିଥିଲା ଏକ ରାଜନୈତିକ ହିଂସାକାଣ୍ଡ। ଯାହା ସାରା ରାଜ୍ୟରେ ସୃଷ୍ଟି କରିଥିଲା ହଟଚମଟ। ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଏହି ସ୍ଥାନରେ ପ୍ରବଳ ମାଡ ମାରି ଲହୁଲୁହାଣ କରିଥିଲେ ବିଜେପି କର୍ମି।

ସେଦିନ ଥିଲା ୨୦୨୨ ମାର୍ଚ୍ଚ ୧୨ ତାରିଖ। ବର୍ତ୍ତମାନ ବର୍ଷକର ଏହି ଲମ୍ବା ସମୟ ମଧ୍ୟରେ ଚିଲିକା ନିର୍ବାଚନ ମଣ୍ଡଳୀରେ ପରିସ୍ଥିତି କଣ ରହିଛି, ଖୋଦ ବିଧାୟକଙ୍କ ସ୍ଥିତି କିପରି, ତାହାର ହିସାବ ନିକାସ କରିବାର ସମୟ ଆସିଛି।

ବିଧାୟକଙ୍କ ଉପରେ ଆରୋପ ଥିଲା ଯେ, ସେ ଲୋକଙ୍କୁ ଗାଡି ମଡାଇ ଦେଇଥିଲେ। ବର୍ତ୍ତମାନ କୋର୍ଟରେ ଏହି ମାମଲା ଚାଲିଥିବା ବେଳେ ଏହା କେତେ ସତ ତାହାର ରାୟ ଏ ପର୍ଯ୍ୟନ୍ତ ଆସି ନାହିଁ। ତେବେ ପୋଲିସ ରିପୋର୍ଟ ଆଧାରରେ ବିଧାୟକଙ୍କୁ ଗିରଫ କରାଗଲା। ସେ ଜେଲ ଗଲେ।

ସେତିକିରେ କଥା ସରିଲା ନାହିଁ, ତାଙ୍କୁ ଦଳରୁ ବହିସ୍କାର ମଧ୍ୟ କରି ଦିଆଗଲା। ଶେଷରେ ବିଧାୟକଙ୍କୁ ବର୍ଷକ ପାଇଁ ନିର୍ବାଚନ ମଣ୍ଡଳୀ ଯିବାକୁ କୋର୍ଟ ବାରଣ କରିଦେଲେ। ଗୋଟିଏ ପଟେ ମାଡଖାଇ ରକ୍ତାକ୍ତ ହେବା, ଜେଲ ଯିବା, ଦଳରୁ ବହିସ୍କାର ହେବା ଏବଂ ନିର୍ବାଚନ ମଣ୍ଡଳି ଭିତରେ ପଶି ନ ପାରିବା ପ୍ରଭୃତି ନେଇ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଚିଲିକାରେ ବହୁ ମୂଲ୍ୟ ଦେବାକୁ ପଡିଛି।

ସେପଟେ ପ୍ରଶାନ୍ତ ଜଗଦ୍ଦେବଙ୍କ ଏପରି ଅବସ୍ଥାରେ ଚିଲିକା ନିର୍ବାଚନ ମଣ୍ଡଳ ସଂପୂର୍ଣ୍ଣ ଭାବେ ନେତୃତ୍ବ ଛେଉଣ୍ଡ ହୋଇଯାଇଛି। କର୍ମିମାନେ କିଏ କାହାକୁ କିପରି ଗୁହାରି କରିବେ ତାହାର କେହି କିଛି ଥଳକୁଳ ପାଉ ନାହିଁନ୍ତି। ଏପରିକି ବିଜେଡିର ନିର୍ବାଚିତ ପଞ୍ଚାୟତ ଓ ପୌର ପ୍ରତିନିଧିମାନେ ମଧ୍ୟ କଣ କରିବେ କାହାକୁ କହିବେ, ରାସ୍ତା ନ ପାଇ ବାଉଳେଇ ହେଉଛନ୍ତି।

ହେଲେ ଏପରି ପରିସ୍ଥିତିରେ ବିଧାୟକ ନ ଆସିଲେ ନାହିଁ, ଯଦି ସାଂସଦ ପିନାକୀ ମିଶ୍ର ଆସି ଥାଆନ୍ତେ ତେବେ ହୁଏତ ଚିଲିକା କର୍ମି ନେତୃତ୍ବ ଛେଉଣ୍ଡ ହୋଇ ନ ଥାଆନ୍ତେ। ବିଧାୟକ ବଦଳରେ ତାଙ୍କ ନିର୍ଦ୍ଦେଶରେ ହୁଏତ କର୍ମିମାନେ କାମ କରିଥାଆନ୍ତେ। କିନ୍ତୁ ଦୁଃଖର କଥା ସେ ମଧ୍ୟ ଚିଲିକା ନିର୍ବାଚନ ମଣ୍ଡଳିକୁ ହେୟ ଜ୍ଞାନ କଲେ। ତାଙ୍କୁ ଚିଲିକା ନିର୍ବାଚନ ମଣ୍ଡଳୀରେ କର୍ମିମାନେ ସ୍ବଦେହରେ ଦେଖିବା ସ୍ବପ୍ନରେ ପରିଣତ ହୋଇଗଲା। ଚିଲିକାରେ ପିନାକୀଙ୍କ ପାଇଁ ପ୍ରଚାର କରି ଭୁଲ କରିଛୁ ବୋଲି କର୍ମିମାନେ ଭାବି ସାରିଲେଣି।

ଏ ସବୁ ପରିସ୍ଥିତି ଭିତରେ ଦୀର୍ଘ ଦିନ ଧରି ଚୁପ ରହିଥିବା ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁ ହଠାତ୍ ମୁଣ୍ଡ ଟେକିବା ଆରମ୍ଭ କଲେ। ତେବେ ହାସ୍ୟସ୍ପଦ କଥା ଯେ, ସେ ଏପରି ଅସୁବିଧା ସମୟରେ କର୍ମିମାନଙ୍କୁ ସାଥ୍ ଦେବେ କଣ ଓଲଟି ତାଙ୍କୁ ଗାଳି କରିବା ଆରମ୍ଭ କଲେ। ଯେଉଁମାନେ ରଘୁଙ୍କଆଡକୁ ଟିକିଏ ଢଳିବାକୁ ଚାହୁଁଥିଲେ ସେମାନେ ସବୁ ଫିଡିକି ଗଲେ। ଫଳରେ ଚିଲିକାର ରାଜନୈତିକ ପାଣିକୁ ରଘୁ ପରିସ୍କାର କରିବେ କଣ ତାହାକୁ ଆହୁରି ଗୋଳିଆ କରି ଦେଲେ।

ସର୍ବୋପରି କହିବାକୁ ଗଲେ ଗତବର୍ଷ ଆଜିର ଦିନରେ ବାଣପୁର ପଲଟନ ପଡିଆରେ ଯାହା ଘଟିଲା ତାହା ଥିଲା ଚିଲିକା ରାଜନୈତିକ ଇତିହାସରେ ଏକ ସ୍ମରଣୀୟ ଘଟଣା। ଯାହା କେବେ ପୂର୍ବରୁ ହୋଇ ନ ଥିଲା କିମ୍ବା ଭବିଷ୍ୟତରେ ଏପରି ହେବ ବୋଲି ଆଶା କରାଯାଉ ନାହିଁ। କିନ୍ତୁ ଚିଲିକାର ବିଜେଡି କର୍ମି ଓ ନେତାଙ୍କୁ ଏପରି ବିପଦ ସମୟରେ ନା ବିଧାୟକ, ନା ସାଂସଦ, ନା ପୂର୍ବତନ ବିଧାୟକ, ନା ବିଜୁ ଜନତା ଦଳ, କେହି ଛିଡା ନ ହେବା ହିଁ ସବୁଠୁ ବଡ ଦୁଃଖଦାୟକ ଘଟଣା କହିଲେ ଅତ୍ୟୁକ୍ତି ହେବ ନାହିଁ।

ଚିଲିକା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବାଣପୁର ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବିଭୂତି ବଳବନ୍ତରାୟ ରଘୁ ସାହୁ
Share. Facebook Twitter LinkedIn Email WhatsApp Copy Link

Related Posts

“ମାଗଣା ଉପହାର ଦେଲେ ବିକାଶ କିପରି ହେବ?”: ମାଗଣା ଯୋଜନା ଉପରେ ସୁପ୍ରିମ କୋର୍ଟଙ୍କ ଭର୍ତ୍ସନା

February 19, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍‌ରେ ଜିଓ ପକ୍ଷରୁ ‘ନେସନ୍‌-ଫର୍ଷ୍ଟ ଏଆଇ ଷ୍ଟାକ୍‌’ର ରୂପରେଖ ପ୍ରଦର୍ଶିତ

February 19, 2026

ଭାରତୀୟ ବିମାନ ସେବା ବିରୋଧରେ ବଡ଼ ନିଷ୍ପତ୍ତି: ଏୟାରସ୍ପେସ୍ ବନ୍ଦ କଲା ବାଂଲାଦେଶ 

February 19, 2026

ରାହୁଲ ଗାନ୍ଧୀଙ୍କ ସମେତ ୨୫ ସାଂସଦଙ୍କୁ ଗୁଳି ଧମକ ମାମଲା: ପୋଲିସ ହେପାଜତରେ ଅଭିଯୁକ୍ତ

February 19, 2026
Latest News

ମହୁକୁଦରେ ବ୍ଳକ୍ ସ୍ତରୀୟ ବିଶ୍ୱଶାନ୍ତି ଅଲେଖ ମହିମା ଅଖଣ୍ଡ ବ୍ରହ୍ମ ଯଜ୍ଞ

February 19, 2026

“ମାଗଣା ଉପହାର ଦେଲେ ବିକାଶ କିପରି ହେବ?”: ମାଗଣା ଯୋଜନା ଉପରେ ସୁପ୍ରିମ କୋର୍ଟଙ୍କ ଭର୍ତ୍ସନା

February 19, 2026

ଟି-୨୦ ବିଶ୍ୱକପରେ ଆଉ ଏକ ବିପର୍ଯ୍ୟୟ: ଶ୍ରୀଲଙ୍କାକୁ ୬ ୱିକେଟରେ ପରାସ୍ତ କଲା ଜିମ୍ବାୱେ

February 19, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍‌ରେ ଜିଓ ପକ୍ଷରୁ ‘ନେସନ୍‌-ଫର୍ଷ୍ଟ ଏଆଇ ଷ୍ଟାକ୍‌’ର ରୂପରେଖ ପ୍ରଦର୍ଶିତ

February 19, 2026

ଭାରତୀୟ ବିମାନ ସେବା ବିରୋଧରେ ବଡ଼ ନିଷ୍ପତ୍ତି: ଏୟାରସ୍ପେସ୍ ବନ୍ଦ କଲା ବାଂଲାଦେଶ 

February 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.