Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଏହି ଦିନ ଦେଖିବା ପାଇଁ ଆମେ ପଦକ ଜିତିଥିଲୁ କି?, କ୍ୟାମେରା ଆଗରେ କାନ୍ଦିବାକୁ ଲାଗିଲେ କୁସ୍ତି ଯୋଦ୍ଧା
ବିଶେଷ ଖବର

ଏହି ଦିନ ଦେଖିବା ପାଇଁ ଆମେ ପଦକ ଜିତିଥିଲୁ କି?, କ୍ୟାମେରା ଆଗରେ କାନ୍ଦିବାକୁ ଲାଗିଲେ କୁସ୍ତି ଯୋଦ୍ଧା

May 4, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସ ସହ ବିବାଦ ପରେ ଦିଲ୍ଲୀର ଜନ୍ତର ମନ୍ତରରେ ବିନେଶ ଫୋଗାଟ କାନ୍ଦିପକାଇଥିଲେ। ବିଳମ୍ବିତ ରାତିରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ବିନେଶ କହିଥିଲେ ଯେ, ଯେତେବେଳେ ଆମେ ଦେଶ ପାଇଁ ପଦକ ଜିତିଥିଲୁ, ଆମେ କେବେ ଭାବି ନଥିଲୁ ଦିନେ ଆମକୁ ମଧ୍ୟ ଏହି ଦିନ ଦେଖିବାକୁ ପଡ଼ିବ। ମୁଁ ତ କହିବି ଯେ ଦେଶର କୌଣସି ଖେଳାଳି ଦେଶ ପାଇଁ ପଦକ ଜିତିବା ଉଚିତ୍ ନୁହେଁ।

କ୍ୟାମେରା ଆଗରେ କାନ୍ଦୁଥିବା ବିନେଶ ଫୋଗାଟ କହିଥିଲେ ଯେ, ଯେଉଁଠି ଆମେ ତଳେ ଶୋଉଥିଲୁ ବର୍ଷା ହେତୁ ସେଠାରେ ଏବେ ପାଣି ଜମିଯାଇଛି। ଯେଉଁଥିପାଇଁ ଆମେ ଶୋଇବା ପାଇଁ ଖଟ ମାଗିଥିଲୁ, କିନ୍ତୁ ପୋଲିସ ଆମକୁ ସେହି ଖଟ ଆଣିବାକୁ ଅନୁମତି ଦେଇ ନଥିଲା।

ଦିଲ୍ଲୀ ପୋଲିସକୁ ଦୋଷାରୋପ କରି ଧାରଣାରେ ବସିଥିବା ଶୀର୍ଷ ରେସଲର ବିନେଶ କହିଥିଲେ ଯେ, ଜଣେ ମଦ୍ୟପ ପୋଲିସ ଆମ ସହ ଅସଦାଚରଣ କରିଛି। ସେ ଗଣମାଧ୍ୟମକୁ କହିଛନ୍ତି, ଆମେ ଆମର ସମ୍ମାନ ପାଇଁ ଲଢୁଛୁ। କିନ୍ତୁ ଏହାର ଫଳ ହେଉଛି ଯେ, ଏଠାରେ ପୋଲିସ ଆମ ଛାତି ଛାତି ଧକ୍କା ଦେଇଛି।

ବିନେଶ ଆହୁରି କହିଛଥିଲେ ଯେ, ଏତେ ଦୁର୍ନୀତି କରିବା ପରେ ମଧ୍ୟ ବ୍ରିଜଭୂଷଣ ତାଙ୍କ ଘରେ ଆରାମରେ ଶୋଇଛନ୍ତି କିନ୍ତୁ ଆମକୁ ଏଭଳି ଅବସ୍ଥାରେ ରହିବାକୁ ପଡୁଛି। ଯେତେବେଳେ ଆମେ ଶୋଇବା ପାଇଁ କାଠ ଖଟ ମାଗିଥିଲୁ, ସେତେବେଳେ ପୋଲିସ୍ ଆମକୁ କହିଲା, ଶୋଇଯାଅ! ମରିଯାଅ।

ଡେପୁଟି କମିଶନର ଅଫ୍ ପୋଲିସ୍ (ନୂଆଦିଲ୍ଲୀ) ପ୍ରଣବ ତାୟଲ କହିଛନ୍ତି ଯେ, ଆମ୍ ଆଦମୀ ପାର୍ଟି ନେତା ସୋମନାଥ ଭାରତୀ ଅନୁମତି ବିନା ଏକ ଫୋଲ୍ଡିଂ ଖଟ ବିରୋଧ ସ୍ଥାନକୁ ଆଣିଥିଲେ। ଏହି ବିଷୟରେ ପଚରାଯିବା ପରେ ଭାରତୀଙ୍କ ସମର୍ଥକମାନେ ଆକ୍ରମଣାତ୍ମକ ହୋଇ ଟ୍ରକରୁ ଖଟ କାଢିବାକୁ ଚେଷ୍ଟା କରିଥିଲେ। ଏକ ଛୋଟ ଝଗଡା ପରେ ଭାରତୀ ଏବଂ ଅନ୍ୟ ଦୁଇଜଣଙ୍କୁ ହେପାଜତକୁ ନିଆଯାଇଥିଲା।

ଜନ୍ତର ମନ୍ତର ଦିଲ୍ଲୀ ପୋଲିସ ବିନେଶ ଫୋଗାଟ
Share. Facebook Twitter LinkedIn Email WhatsApp Copy Link

Related Posts

ଲଗାଣ ବର୍ଷା ସ୍ଥିତିର ମୁକାବିଲା ନେଇ ଏକ ଉଚ୍ଚସ୍ତରୀୟ ସମୀକ୍ଷା କଲେ ରାଜସ୍ୱ ମନ୍ତ୍ରୀ

September 23, 2026

SIR-ନିର୍ବାଚନ କମିଶନ ବିବାଦ ଉପରେ ବିଜେପିର ପ୍ରଥମ ପ୍ରତିକ୍ରିୟା: ସମ୍ବିତ ପାତ୍ର କହିଲେ….

September 23, 2026

ଗଭୀର ଅବପାତ ଜନିତ ବର୍ଷା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

September 23, 2026

Odisha Assembly News: ଦ୍ବିତୀୟ ଦିନରେ ମଧ୍ୟ ଚାଲିପାରିଲାନି ଗୃହ, ଅପରାହ୍ନ ଚାରିଟା ପର୍ଯ୍ୟନ୍ତ ମୁଲତବୀ

September 23, 2026
Latest News

ଏସଆଇଆର ସମେତ ସମସ୍ତ ନିଷ୍ପତ୍ତି ପୂର୍ଣ୍ଣ ନିର୍ବାଚନ ଆୟୋଗର ସର୍ବସମ୍ମତ ନିଷ୍ପତ୍ତି: ଇସି

September 23, 2026

୫ ମାସର ଗର୍ଭବତୀ ଭାଇବୋହୂଙ୍କୁ ଦୁଷ୍କର୍ମ ଅଭିଯୋଗ, ଦେଢ଼ଶୁର ଗିରଫ

September 23, 2026

ମନ୍ଥର ହେଲା ଗଭୀର ଅବପାତର ଗତି, ଦକ୍ଷିଣ ଓଡ଼ିଶାରେ ବଢ଼ିଲା ବର୍ଷା ଚିନ୍ତା

September 23, 2026

ନୂଆପଲ୍ଲୀରେ ଚାଞ୍ଚଲ୍ୟ: ପତ୍ନୀଙ୍କୁ ତାୱାରେ ପିଟି ହତ୍ୟା

September 23, 2026

ଆତ୍ମହତ୍ୟା ପ୍ରବଣତା: ସୁପ୍ରିମକୋର୍ଟଙ୍କ ଗାଇଡ୍‌ଲାଇନ ପାଳନ ନିର୍ଦ୍ଦେଶ ଦେଲେ ଓଏଚ୍‌ଆର୍‌ସି

September 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.