Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପ୍ରାଥମିକ ଶିଶୁ ଯତ୍ନ ଏବଂ ଶିକ୍ଷାକୁ ମଜଭୁତ କରିବା ପାଇଁ ‘ପୁଷ୍ଟି ସହିତ ପାଠପଢ଼ା’ କାର୍ଯ୍ୟକ୍ରମ ଆରମ୍ଭ
ବିଶେଷ ଖବର

ପ୍ରାଥମିକ ଶିଶୁ ଯତ୍ନ ଏବଂ ଶିକ୍ଷାକୁ ମଜଭୁତ କରିବା ପାଇଁ ‘ପୁଷ୍ଟି ସହିତ ପାଠପଢ଼ା’ କାର୍ଯ୍ୟକ୍ରମ ଆରମ୍ଭ

May 12, 2023No Comments5 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ (ଡବ୍ଲ୍ୟୁସିଡି) ସ୍ମୃତି ଜୁବିନ୍ ଇରାନୀ, ୧୦ ମେ’ ୨୦୨୩ ରେ ବିଜ୍ଞାନ ଭବନ ଠାରେ ପ୍ରାଥମିକ ଶିଶୁ ଯତ୍ନ ଏବଂ ଶିକ୍ଷା (ଇସିସିଇ) କୁ ମଜଭୁତ କରିବା ପାଇଁ ଆୟୋଜିତ ଏକ ଜାତୀୟ କାର୍ଯ୍ୟକ୍ରମରେ ମୁଞ୍ଜପାରା ମହେନ୍ଦ୍ରଭାଇ, ଏମ୍‌ଡବ୍ଲ୍ୟୁସିଡି ରାଷ୍ଟ୍ର ମନ୍ତ୍ରୀ; ଇନ୍ଦିବର ପାଣ୍ଡେ, ସଚିବ (ଡବ୍ଲ୍ୟୁସିଡି) ଏବଂ ସଞ୍ଜୟ କୌଲ୍ , ମନ୍ତ୍ରଣାଳୟର ଇସିସିଇ ଟାସ୍କ ଫୋର୍ସର ଅଧ୍ୟକ୍ଷଙ୍କ ଉପସ୍ଥିତିରେ ‘ପୋଷଣ ଭି, ପଢ଼ାଇ ଭି’ ଅର୍ଥାତ୍ ‘ପୁଷ୍ଟି ସହିତ ପାଠପଢ଼ା’ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ।

୮୦୦ ରୁ ଅଧିକ ରାଜ୍ୟ ପ୍ରତିନିଧି, ଆଇସିଡିଏସ୍ କର୍ମକର୍ତ୍ତା, ସିଡିପିଓ, ସୁପରଭାଇଜର ଏବଂ ଅଙ୍ଗନୱାଡି କର୍ମୀଙ୍କ ଉପସ୍ଥିତିରେ କେନ୍ଦ୍ର ମନ୍ତ୍ରୀ ଶ୍ରୀମତୀ ସ୍ମୃତି ଜୁବିନ୍ ଇରାନୀ ମୁଖ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ। ଜାତୀୟ ଶିକ୍ଷା ନୀତି ୨୦୨୦ (ଏନ୍‌ଇପି) ଅଧୀନରେ ଚିହ୍ନଟ ହୋଇଥିବା ପିଲା ମାନଙ୍କର ପ୍ରମୁଖ ବିକାଶ ପରିସରରେ ଯଥା ଶାରୀରିକ/କ୍ରିୟାତ୍ମକ, ଜ୍ଞାନଗତ, ସାମାଜିକ – ଭାବଗତ – ନୈତିକ ସାଂସ୍କୃତିକ/କଳା ଏବଂ ଭାବ ବିନିମୟ ଓ ପ୍ରାରମ୍ଭିକ ଭାଷା, ସାକ୍ଷରତା ଏବଂ ସାଂଖ୍ୟିକତା ଗୁଡ଼ିକର ଦକ୍ଷତା ବୃଦ୍ଧି ଉପରେ ଧ୍ୟାନ ଦେଇ ୬ ବର୍ଷରୁ କମ୍ ବୟସର ସମସ୍ତ ପିଲାଙ୍କ ସାମଗ୍ରିକ ବିକାଶ ପାଇଁ ‘ପୋଷଣ ଭି, ପଢ଼ାଇ ଭି’ ଅଧୀନରେ ଯାହା ଜାତୀୟ ଶିକ୍ଷା ନୀତି (ଏନ୍‌ଇପି) ୨୦୨୦ ଏବଂ ଇସିସିଇ ଟାସ୍କଫୋର୍ସ ଦ୍ୱାରା ପ୍ରତିଷ୍ଠିତ, ତାକୁ ନିଶ୍ଚିତ କରିବାକୁ ସେ ସରକାରଙ୍କ ପ୍ରତିବଦ୍ଧତା ଉପରେ ଆଲୋକପାତ କରିଛନ୍ତି। ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ଟାସ୍କ ଫୋର୍ସର ସୁପାରିସଗୁଡ଼ିକ ରାଜ୍ୟ ସରକାର, ବିଶେଷଜ୍ଞ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ପିତାମାତା ଏବଂ ସମୁଦାୟଙ୍କ ସହିତ ସମ୍ପୂର୍ଣ୍ଣ ପରାମର୍ଶର ଫଳାଫଳ।

ନୂତନ ଶିକ୍ଷଣ ସାମଗ୍ରୀ (ଟିଏଲ୍‌ଏମ୍‌) ଏବଂ ପଦ୍ଧତି ବିଷୟରେ ବକ୍ତବ୍ୟ ପ୍ରଦାନ କରି କେନ୍ଦ୍ର ମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ୧ ଲକ୍ଷ କାର୍ଯ୍ୟକଳାପ ମାଧ୍ୟମରେ ୧୦,୦୦୦ ରୁ ଅଧିକ ସମ୍ପ୍ରଦାୟରେ ୧.୫ ମିଲିୟନ୍ ପିତାମାତାଙ୍କ ସହ ଇସିସିଇ ସାମଗ୍ରୀ ଏବଂ ଶ୍ରାବ୍ୟ – ଦୃଶ୍ୟ ସାମଗ୍ରୀ ଗୁଡ଼ିକର ପରୀକ୍ଷା କରାଯାଇଛି। ସେ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟ ଏବଂ ରାଜ୍ୟ ମାନଙ୍କ ସମ୍ପୃକ୍ତ ବିଭାଗ ଗୁଡ଼ିକର ସହଯୋଗରେ ସମାବେଶୀ ଶିକ୍ଷାଦାନ ସାମଗ୍ରୀର ବିକାଶ ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ, ଯଦ୍ଦ୍ୱାରା ଦିବ୍ୟାଙ୍ଗ ପିଲା ମାନଙ୍କ ପାଇଁ ଇସିସିଇରେ ପଦ୍ଧତିଗୁଡ଼ିକ ବିକଶିତ ହୋଇ ପାରିବ ଏବଂ ଅଙ୍ଗନୱାଡି କର୍ମୀମାନେ ଅଭିଭାବକ ମାନଙ୍କୁ ସେମାନଙ୍କ ପିଲା ମାନଙ୍କୁ ଅଙ୍ଗନୱାଡି କେନ୍ଦ୍ର ଗୁଡିକରେ ଯୋଗ ଦେବାକୁ ପରାମର୍ଶ ଦେଇ ପାରିବେ।

ଭିତ୍ତିଭୂମି ବିକାଶରେ ଟିଏଲ୍‌ଏମ୍ ଭାବରେ ଖେଳନା ଗୁଡିକର ଭୂମିକା ଉପରେ ଆଲୋକପାତ କରି କେନ୍ଦ୍ର ମନ୍ତ୍ରୀ ସ୍ଥାନୀୟ ତଥା ଡିଆଇୱାଇ ଖେଳନା ତିଆରି ସମ୍ପର୍କରେ ସ୍ଥାନୀୟ ଅଂଚଳରେ ତଥା ସହଜରେ ଉପଲବ୍ଧ ସାମଗ୍ରୀ ଯେପରିକି କାଠ, କପଡା, କାଦୁଅ, ମାଟି ଇତ୍ୟାଦି ବିଷୟରେ କହିଥିଲେ ଯାହା ଅଙ୍ଗନୱାଡି କେନ୍ଦ୍ର ଗୁଡ଼ିକୁ ଖେଳନା ପାଇଁ (ଏନ୍‌ଏପିଟି) ଜାତୀୟ କାର୍ଯ୍ୟ ଯୋଜନା ଅଧୀନକୁ ଆଣିଛି।

କେନ୍ଦ୍ର ମନ୍ତ୍ରୀ ଅଙ୍ଗନୱାଡି କର୍ମୀଙ୍କ ଉତ୍ସାହ ଏବଂ ପ୍ରତିବଦ୍ଧତାକୁ ସ୍ୱୀକୃତି ପ୍ରଦାନ କରିଛନ୍ତି ଏବଂ ଯେଉଁମାନେ ଡବ୍ଲ୍ୟୁଏଚ୍‌ଓ ମାନାଙ୍କ ଅନୁଯାୟୀ ପ୍ରାୟ ୭ କୋଟି ପିଲାଙ୍କ ଉଚ୍ଚତା ଏବଂ ଓଜନ ମାପିଥିଲେ ଏବଂ ପରେ ମାର୍ଚ୍ଚ ୨୦୨୩ ରେ ପୋଷଣ ପଖୱାଡା ସମୟରେ ପୋଷଣ ଟ୍ରାକର ଆଇସିଟି ପ୍ଲାଟଫର୍ମରେ ଏହି ତଥ୍ୟ ଅପଲୋଡ୍ କରିଥିଲେ, ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ବିଶ୍ୱରେ ଏହାକୁ ଅଦ୍ୱିତୀୟ ଭାବରେ ପ୍ରଶଂସା କରିବା ସହିତ ସାମଗ୍ରିକ ଭାବେ ଦେଶର ପିଲା ମାନଙ୍କର ବିକାଶ କ୍ଷେତ୍ରରେ ଅବଦାନ ରଖିବାର ସେମାନଙ୍କ ସାମର୍ଥ୍ୟ ଉପରେ ଦେଶର ସାମୂହିକ ଆତ୍ମବିଶ୍ୱାସକୁ କେନ୍ଦ୍ର ଡବ୍ଲ୍ୟୁସିଡି ମନ୍ତ୍ରୀ ଉଲ୍ଲେଖ କରି ଅଙ୍ଗନୱାଡି ଭଉଣୀ ମାନଙ୍କର ପ୍ରଶଂସା କରିଛନ୍ତି। ସାଧାରଣ ସହଯୋଗ ଏବଂ ଶିଶୁ ବିକାଶ ଜାତୀୟ ପ୍ରତିଷ୍ଠାନ (ଏନ୍‌ଆଇପିସିସିଡି) ନେତୃତ୍ୱରେ ଏକ ଖେଳ ଭିତ୍ତିକ ଶିକ୍ଷାଦାନ ସହିତ ତିନି ଦିନିଆ ବିଶେଷ ଇସିସିଇ ତାଲିମ ମାଧ୍ୟମରେ ୧.୩ ମିଲିୟନରୁ ଅଧିକ ଅଙ୍ଗନୱାଡି କର୍ମୀଙ୍କୁ ଅତିରିକ୍ତ ସହାୟତା ‘ପୋଷଣ ଭି, ପଢ଼ାଇ ଭି’ କାର୍ଯ୍ୟକ୍ରମ ମାଧ୍ୟମରେ ଇସିସିଇ ତାଲିମ ଏବଂ ଶିକ୍ଷଣ ସାମଗ୍ରୀ ଶିକ୍ଷାଦାନ ପାଇଁ ପ୍ରସ୍ତାବିତ ବର୍ଦ୍ଧିତ ବଜେଟ୍ ସହିତ ଘୋଷଣା କରାଯାଇଥିଲା।

ଏମ୍‌ଡବ୍ଲ୍ୟୁସିଡି ରାଷ୍ଟ୍ର ମନ୍ତ୍ରୀ ମୁଞ୍ଜପାରା ମହେନ୍ଦ୍ରଭାଇ ପୋଷଣକୁ ଘରେ ଘରେ ପରିଚିତ କରାଇବା କ୍ଷେତ୍ରରେ ଭାରତର ସଫଳତାକୁ ସ୍ୱୀକାର କରିଛନ୍ତି। ସେ କହିଛନ୍ତି, “ମିଳିତ ଭାବେ, ଆମେ ଆମର ବ୍ୟବସ୍ଥା ଏବଂ ଆମର ଚିନ୍ତାଧାରାକୁ ବଦଳାଇବାକୁ ଚେଷ୍ଟା କରୁଛୁ – ସ୍ୱଚ୍ଛ ଭାରତର ମୌଳିକ ସ୍ୱଚ୍ଛତା ଠାରୁ ଆରମ୍ଭ କରି ପୋଷଣ ଅଭିଯାନରେ ଭଲ ପୁଷ୍ଟିର ଅଭ୍ୟାସ ଏବଂ ବର୍ତ୍ତମାନ “ପୋଷଣ ଭି, ପଢ଼ାଇ ଭି’ ଇତ୍ୟାଦି କ୍ଷେତ୍ରରେ ଲଙ୍କଜ୍ଞର କରୁଛୁ।

“ପୋଷଣ ଭି, ପଢ଼ାଇ ଭି’ ର ପ୍ରଭାବ ଉପରେ ବିଶଦ ଆଲୋଚନା କରି ସଚିବ ଇନ୍ଦିବର ପାଣ୍ଡେ, ଅଙ୍ଗନୱାଡି କେନ୍ଦ୍ରରେ ଦୈନିକ ୨ ଘଣ୍ଟା ଇସିସିଇ ଶିକ୍ଷାଦାନ ହାସଲ କରିବାର ପ୍ରୟାସ ବିଷୟରେ ଉଲ୍ଲେଖ କରିଛନ୍ତି ଯାହା ମାତୃଭାଷାରେ ପ୍ରଦାନ କରାଯିବ ଏବଂ ରାଜ୍ୟ ପାଠ୍ୟକ୍ରମ ମାଧ୍ୟମରେ ଜାତୀୟ ପାଠ୍ୟକ୍ରମ ସହିତ ସଂଲଗ୍ନ କରାଯିବ। ସେ ମଧ୍ୟ ଦେଶର ‘ଯୁବ ଜନସଂଖ୍ୟାର ସାମଗ୍ରିକ ବିକାଶ ପାଇଁ ସାମୂହିକ ଦାୟିତ୍ୱ ବାବଦରେ ଉଲ୍ଲେଖ କରିଛନ୍ତି, ଯେଉଁଥିରେ ୦ – ୩ ବର୍ଷ ବୟସର ପିଲାମାନଙ୍କ ପାଇଁ ପ୍ରାରମ୍ଭିକ ଉତ୍ସାହ ଏବଂ ଅଙ୍ଗନୱାଡି କେନ୍ଦ୍ର ଗୁଡ଼ିକୁ ଚଳଚଂଚଳ ଶିକ୍ଷା କେନ୍ଦ୍ରରେ ନିର୍ମାଣ କରିବାର ଆବଶ୍ୟକତା ରହିଛି ଯେଉଁଥିରେ ଛୋଟ ପିଲାମାନେ ଯୋଗ ଦେବାକୁ ଅପେକ୍ଷା କରିବେ। ସେ କହିଛନ୍ତି ଯେ ଏହି ଦିଗରେ ଦେଶର ସମସ୍ତ ମିନି ଅଙ୍ଗନୱାଡି କେନ୍ଦ୍ରକୁ ସମ୍ପୂର୍ଣ୍ଣ ଅଙ୍ଗନୱାଡି କେନ୍ଦ୍ରରେ ପରିଣତ କରିବା ପାଇଁ ନୀତିଗତ ନିଷ୍ପତ୍ତି ନିଆଯାଇଛି।

ଏହି କାର୍ଯ୍ୟକ୍ରମରେ “ଇସିସିଇରେ ଆପଣଙ୍କ ରାଜ୍ୟ କିପରି ଅଭିବୃଦ୍ଧି କରି ପାରିବ : ଉଦାହରଣରୁ ଶିକ୍ଷା’ ଶୀର୍ଷକ ଏକ ପ୍ୟାନେଲ ଆଲୋଚନା ମଧ୍ୟ ଆୟୋଜିତ ହୋଇଥିଲା ଯେଉଁଥିରେ ମହାରାଷ୍ଟ୍ର, ମେଘାଳୟ, ତାମିଲନାଡୁ ଏବଂ ଉତ୍ତରପ୍ରଦେଶ ରାଜ୍ୟର ଇସିସିଇ ସର୍ବୋତ୍ତମ ଅଭ୍ୟାସ ଉପରେ ଆଲୋକପାତ କରରଯାଇଥିଲା, ଯାହା ଇସିସିଇ, ମନ୍ତ୍ରଣାଳୟର ଟାସ୍କ ଫୋର୍ସର ଅଧ୍ୟକ୍ଷ ସଞ୍ଜୟ କୌଲଙ୍କ ଦ୍ୱାରା ପରିଚାଳିତ ହୋଇଥିଲା। ମେଘାଳୟ ସରକାରଙ୍କ ପ୍ରଧାନ ସଚିବ ସମ୍ପତ କୁମାର ଶିଶୁଙ୍କ ସ୍ୱାସ୍ଥ୍ୟ, ଶିକ୍ଷା ତଥା ଜୀବନ ଫଳାଫଳରେ ଉନ୍ନତି ଆଣିବା ପାଇଁ ଇସିଡିରେ ବିନିଯୋଗର ଗୁରୁତ୍ୱ ଏବଂ ଅଙ୍ଗନୱାଡି କେନ୍ଦ୍ର ଗୁଡ଼ିକୁ ଇସିଇ କେନ୍ଦ୍ରରେ ପରିଣତ କରିବା ଉପରେ ଧ୍ୟାନ ଦେବା ଆବଶ୍ୟକ ବୋଲି କହିଥିଲେ।

ଆଇସିଡିଏସର ଉପ ନିର୍ଦ୍ଦେଶକ ମହମ୍ମଦ ଜାଫର ଖାନ୍ ଉତ୍ତରପ୍ରଦେଶର ସମ୍ଭବ, ପୋଷଣ ପାଠଶାଳା ଏବଂ ପୁଷ୍ଟିହୀନତାକୁ ହ୍ରାସ କରିବା ପାଇଁ ପ୍ରସ୍ତୁତ ଏକ ନକ୍ସା ଭଳି ବିଭିନ୍ନ ପଦକ୍ଷେପ ଗୁଡିକ ବିଷୟରେ କହିଥିଲେ। ଅଙ୍ଗନୱାଡି କେନ୍ଦ୍ର ଗୁଡ଼ିକର ପରିବର୍ତ୍ତର ଆବଶ୍ୟକତା ପାଇଁ ପାଇଁ ସମ୍ପତ କୁମାରଙ୍କ ଉପସ୍ଥାପନା ଗୁଡ଼ିକୁ ଦୋହରାଇ ସେ ବାଳ ଚିତ୍ର, ଶିଶୁ ଅନୁକୂଳ ଆସବାବପତ୍ର, ୱାଇଫାଇ, ଏଲଇଡି ଟିଭି ଇତ୍ୟାଦି ଯୋଗ କରିବା ବିଷୟରେ କହିଥିଲେ।

ଡକ୍ଟର ଇନ୍ଦୁରାଣୀ ଜାଖର, କମିଶନର (ଅତିରିକ୍ତ ଦାୟିତ୍ୱ), ଆଇସିଡିଏସ୍ ମହାରାଷ୍ଟ୍ରରେ ଲାଗୁ ହୋଇଥିବା ସର୍ବୋତ୍ତମ ଇସିସିଇ ଅଭ୍ୟାସ ବିଷୟରେ କହିଥିଲେ ଏବଂ ତ୍ରିଗୁଣ ‘ଏ’ : ଆରମ୍ଭ, ଆକାର, ଅଙ୍କୁର ରଣନୀତି ଉପରେ ଆଲୋକପାତ କରିଥିଲେ। ଆକାର ଅଙ୍ଗନୱାଡି କେନ୍ଦ୍ର ସ୍ତରରେ ଇସିସିଇ ସହିତ ସମ୍ପର୍କ ରଖେ ଏବଂ ଏହା ୨୦୧୬ ମସିହାରୁ କାର୍ଯ୍ୟକାରୀ ହୋଇଥିବା ଏକ ଶିଶୁ କୈନ୍ଦ୍ରିକ ପ୍ରାକ୍ ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ଅଟେ। ଏହା ପରୀକ୍ଷାମୂଳକ ଶିକ୍ଷା ମାଧ୍ୟମରେ ଏକ ଶିଶୁର ସାମଗ୍ରିକ ବିକାଶ ଉପରେ ଧ୍ୟାନ ଦେଇଥାଏ ଏବଂ ଏହା କାର୍ଯ୍ୟକାରୀ ହେବାର ଗତ ୫ ବର୍ଷ ମଧ୍ୟରେ ଶିକ୍ଷଣ ଫଳାଫଳରେ ପ୍ରଭୂତ ଅଭିବୃଦ୍ଧି ଦେଖାଇଛି।

ଏସ୍‌. ଜେ. ଚିରୁ, ପ୍ରଧାନ ସଚିବ, ସାମାଜିକ କଲ୍ୟାଣ ଏବଂ ମହିଳା ସଶକ୍ତିକରଣ ତାମିଲନାଡୁର ଦୃଷ୍ଟିକୋଣକୁ ସମ୍ମୁଖକୁ ଆଣିଥିଲେ ଯେଉଁଠାରେ ୫୪ ହଜାର ଅଙ୍ଗନୱାଡି ୨୨ ଲକ୍ଷରୁ ଅଧିକ ପିଲାଙ୍କୁ ସେବା ପ୍ରଦାନ କରନ୍ତି। ସର୍ବୋତ୍ତମ ଅଭ୍ୟାସଗୁଡ଼ିକ ବିଷୟରେ ଉଲ୍ଲେଖ କରି ସେ ଆଧାର ପାଡି ଭ୍ୟାଲ୍ୟାଡୁ ପାପ୍ପା (ଏପିଭିପି) କାର୍ଯ୍ୟକ୍ରମ ବିଷୟରେ କହିଥିଲେ ଯାହାକି ଏକ ବିକାଶମୂଳକ ଏବଂ ବୟସ ଉପଯୁକ୍ତ ବାର୍ଷିକ ତଥା ପ୍ରସଙ୍ଗଭିତ୍ତିକ ପାଠ୍ୟକ୍ରମ ଯେଉଁଥିରେ ୧୧ ଶିଶୁ ବନ୍ଧୁ – ବିଷୟବସ୍ତୁ ଆଧାରିତ କାର୍ଯ୍ୟକଳାପ (ମିନିଟ୍ ରୁ ମିନିଟ୍ କାର୍ଯ୍ୟକ୍ରମ) ଅଙ୍ଗନୱାଡି କର୍ମୀଙ୍କୁ ବଣ୍ଟନ କରାଯାଇଥାଏ।

ନୂତନ ପଦ୍ଧତି ଏବଂ ଆନୁଷଙ୍ଗିକ କୌଶଳ ଉପରେ ଅଙ୍ଗନୱାଡି କର୍ମୀଙ୍କ ଦ୍ୱାରା ଏକ ଆକର୍ଷଣୀୟ ପ୍ରଦର୍ଶନ ସହିତ ଜାତୀୟ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା।

Share. Facebook Twitter LinkedIn Email WhatsApp Copy Link

Related Posts

ଅରୁଣାଚଳ ସୀମାରେ ଚୀନ୍‌କୁ ଜବାବ : ଡ୍ରୋନ୍ ବଳରେ ମଜବୁତ ହେଉଛି ଆଇଟିବିପି

October 23, 2026

ଇସ୍ରାଏଲ ସ୍ୱାଧୀନତା ଦିବସରେ ମଶାଲ ପ୍ରଜ୍ୱଳନ ପାଇଁ ମୋଦୀଙ୍କୁ ନେତାନ୍ୟାହୁଙ୍କ ଆମନ୍ତ୍ରଣ

October 23, 2026

କୃଷକଙ୍କୁ ସଶକ୍ତ କରିବାକୁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ : ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ

October 23, 2026

ବିଶ୍ୱ ସ୍ତରରେ ଶକ୍ତିଶାଳୀ ପ୍ରତିଷ୍ଠାନ ଏବଂ ଗ୍ଲୋବାଲ୍ ସାଉଥ୍‌ର ଅଧିକାର ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱ

October 22, 2026
Latest News

ଅନ୍ନାମାଲାଇଙ୍କ ସ୍ପଷ୍ଟୀକରଣ: ସିଜେପି ଏଜେଣ୍ଡା ଅଲଗା, କେବେ ବି ସମର୍ଥନ କରିବେ ନାହିଁ

October 23, 2026

ଘରୁ ଡାକି ନେଇ ଯୁବକକୁ ହତ୍ୟା, ବାଲୁଗାଁରୁ ଅଭିଯୁକ୍ତ ଗିରଫ

October 23, 2026

ଅରୁଣାଚଳ ସୀମାରେ ଚୀନ୍‌କୁ ଜବାବ : ଡ୍ରୋନ୍ ବଳରେ ମଜବୁତ ହେଉଛି ଆଇଟିବିପି

October 23, 2026

ଡିଜେ ଗାଡ଼ି ଓଲଟି ଜଣଙ୍କ ମୃତ୍ୟୁ, ୯ ଗୁରୁତର

October 23, 2026

ପରିବାର ଅଦାଲତଙ୍କ ରାୟକୁ ଚ୍ୟାଲେଞ୍ଜ, ହାଇକୋର୍ଟରେ ଛାଡ଼ପତ୍ର ମାମଲାର ନୂଆ ମୋଡ଼

October 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.