Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହାଙ୍କ ଇମ୍ଫାଲରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉଦବୋଧନ
ବିଶେଷ ଖବର

ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହାଙ୍କ ଇମ୍ଫାଲରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉଦବୋଧନ

June 1, 2023No Comments5 Mins Read
Share Facebook Twitter LinkedIn Email WhatsApp Copy Link
ଅମିତ ଶାହ
ଦେଶରେ ବନ୍ୟା ପରିଚାଳନା ଓ ଗ୍ରୀଷ୍ମ ପ୍ରବାହ ପ୍ରସ୍ତୁତିର ସମୀକ୍ଷା କରିବେ ଅମିତ ଶାହ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଅମିତ୍ ଶାହାଙ୍କ ଚାରଦିନିଆ ମଣିପୁର ଗସ୍ତ ଆଜି ଶେଷ ହୋଇଛି। ଗସ୍ତର ଅନ୍ତିମ ଦିବସରେ ଇମ୍ଫାଲ ଠାରେ ସେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇଥିଲେ। ହିଂସାଗ୍ରସ୍ତ ମଣିପୁରରେ ଶାନ୍ତି ଫେରାଇ ଆଣିବାକୁ ସେ ସବୁ ପକ୍ଷଙ୍କୁ ନିବେଦନ କରିବା ସହିତ ସେମାନଙ୍କ ସହଯୋଗ ଲୋଡ଼ିଛନ୍ତି। ବିଭିନ୍ନ ପକ୍ଷ ଏକାଠି ହୋଇ ଆପୋସ ଆଲୋଚନା ଜରିଆରେ ଶାନ୍ତି ଓ ସଦଭାବନା ରକ୍ଷା କରିବାକୁ ସେ ପରାମର୍ଶ ଦେଇଛନ୍ତି। ଏହି ସ୍ପର୍ଶକାତର ସମୟରେ ରାଜ୍ୟବାସୀ କୌଣସି ଗୁଜବ ଓ ଅପପ୍ରଚାରରେ ବିଶ୍ୱାସ ନ କରି ଶାନ୍ତି ବଜାୟ ରଖିବାକୁ ସେ ନିବେଦନ କରିଛନ୍ତି। ଏହି ହିଂସାକାଣ୍ଡରେ ପ୍ରାଣ ହରାଇଥିବା ପରିବାରବର୍ଗଙ୍କୁ ଶାହା ମୋଦୀ ସରକାରଙ୍କ ପକ୍ଷରୁ ଗଭୀର ଶୋକ ବ୍ୟକ୍ତ କରିଛନ୍ତି।

ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି ଯେ ମଣିପୁର ହିଂସାକାଣ୍ଡର ବିଚାର ବିଭାଗୀୟ ତଦନ୍ତ କରାଯିବ। କୌଣସି ଏକ ହାଇକୋର୍ଟର ଅବସରପ୍ରାପ୍ତ ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏହି ତଦନ୍ତ କମିଶନ ଗଠିତ ହେବ। ଏହାଛଡ଼ା ମଣିପୁର ରାଜ୍ୟପାଳଙ୍କ ଅଧ୍ୟକ୍ଷତାରେ ଏକ ଶାନ୍ତି କମିଟି ରାଜ୍ୟରେ ଗଠିତ ହେବ ଏବଂ ଏଥିରେ ସବୁ ବର୍ଗ ଓ ପକ୍ଷର ପ୍ରତିନିଧିତ୍ୱ ରହିବ।

ସ୍ୱରାଷ୍ଟ୍ର ମନ୍ତ୍ରୀ ଆହୁରି କହିଛନ୍ତି ଯେ ଭାରତ ସରକାର ଓ ମଣିପୁର ସରକାରଙ୍କ ପକ୍ଷରୁ ରିଲିଫ ତଥା ଥଇଥାନ ପ୍ୟାକେଜରେ ହିଂସାକାଣ୍ଡରେ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କ ନିକଟ ସମ୍ପର୍କୀୟ ବା ପରିବାରବର୍ଗଙ୍କୁ ପ୍ରତ୍ୟେକ ୧୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଯୋଗାଇ ଦିଆଯିବ। ଏହି ସହାୟତା ରାଶିରେ କେନ୍ଦ୍ର ଓ ମଣିପୁର ସରକାରଙ୍କ ପାଞ୍ଚ ଲକ୍ଷ ଟଙ୍କା ଲେଖାଏଁ ଅବଦାନ ରହିବ। ମୃତକଙ୍କ ସମ୍ପର୍କୀୟ ବା ପରିବାରବର୍ଗଙ୍କୁ ଡିବିଟି ବ୍ୟବସ୍ଥାରେ ଏହି ଅର୍ଥ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଯିବ। ସେହିପରି ମଣିପୁରରେ ଶାନ୍ତି ରକ୍ଷା ପାଇଁ ବିଭିନ୍ନ ନିରାପତ୍ତା ସଂସ୍ଥା ଓ ରାଜ୍ୟ ପୁଲିସ ବାହିନୀ କାମ କରୁଛନ୍ତି। ସେମାନଙ୍କ ମଧ୍ୟରେ ସମନ୍ୱୟ ପ୍ରତିଷ୍ଠା ଏବଂ କାର୍ଯ୍ୟରେ ନିରପେକ୍ଷତା କାମ ଦେଖିବା ପାଇଁ ଏକ ଇଣ୍ଟର ଏଜେନ୍ସି ୟୁନିଫାଏଡ କମାଣ୍ଡ ଗଠିତ ହେବ। ଏଥିରେ ନିରାପତ୍ତା ପରାମର୍ଶଦାତା କୁଳଦୀପ ସିଂହ ମୁଖ୍ୟ ଭାବେ କାମ କରିବେ।

ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି ଯେ ରୁଜୁ ହୋଇଥିବା ମାମଲାଗୁଡ଼ିକ ମଧ୍ୟରୁ ପାଞ୍ଚଟି ଚିହ୍ନଟ ମାମଲା ସମେତ ମୋଟ ଛ’ଟି ଏବଂ ଗୋଟିଏ ସାଧାରଣ ଷଡ଼ଯନ୍ତ୍ର ମାମଲାର ତଦନ୍ତ ଭାର ସିବିଆଇର ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଉପରେ ନ୍ୟସ୍ତ କରାଯାଇଛି। ଏହି ହିଂସାକାଣ୍ଡର କାରଣ ନିର୍ଦ୍ଧାରଣରେ କୌଣସି ପକ୍ଷପାତ ବା ପାତରଅନ୍ତର ରହିବ ନାହିଁ। ଏଭଳି ଘଟଣାର ପୁନରୁାବୃତ୍ତି ଯେପରି ନ ଘଟେ ସେଥିପାଇଁ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ମନ୍ତ୍ରୀ ଶ୍ରୀ ଶାହା ଆହୁରି କହିଛନ୍ତି ଯେ ମଣିପୁରକୁ ଅତ୍ୟାବଶ୍ୟକ ସାମଗ୍ରୀର ନିରବଚ୍ଛିନ୍ନ ଯୋଗାଣକୁ ସୁନିଶ୍ଚିତ କରିବା ପାଇଁ ଭାରତ ସରକାର ନିୟମିତି କୋଟା ବାହାରେ ୩୦ ହଜାର ମେଟ୍ରିକ ଟନ ଚାଉଳ ପଠାଇଛନ୍ତି। ଏହାଛଡ଼ା ରାଜ୍ୟରେ ଇନ୍ଧନ ଅଭାବ ଦୂର କରିବା ପାଇଁ ରୋଷେଇ ଗ୍ୟାସ ସିଲିଣ୍ଡର, ପେଟ୍ରୋଲ ଓ ପନିପରିବା ପଠାଇବାର ବ୍ୟବସ୍ଥା କରାଯାଉଛି। ଦେଶର ଅବଶିଷ୍ଟ ଭାଗରୁ ମଣିପୁରକୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣକୁ ମଧ୍ୟ ସୁନିଶ୍ଚିତ କରାଯିବ। ଏଥିପାଇଁ ଖଙ୍ଗସାଙ୍ଗ ରେଳଷ୍ଟେସନରେ ଏକ ଅସ୍ଥାୟୀ ପ୍ଲାଟଫର୍ମ ତିଆରି କରାଯିବ। ଏହାଛଡ଼ା ଲୋକଙ୍କ ଯାତ୍ରାକୁ ସୁଗମ କରିବା ପାଇଁ ଚୁଡ଼ାଚାନ୍ଦପୁର, ମୋରେ କାଙ୍ଗପୋକପିରୁ ଅସ୍ଥାୟୀ ହେଲିକପ୍ଟର ସେବା ଆରମ୍ଭ କରାଯାଇଛି। ଏହାଫଳରେ ବିଭିନ୍ନ ସ୍ଥାନରେ ଅଟକି ରହିଥିବା ଲୋକ ସହଜରେ ନିଜ ଗନ୍ତବ୍ୟସ୍ଥଳକୁ ଯାଇ ପାରୁଛନ୍ତି । ଏହି ହେଲିକପ୍ଟର ସେବା ପାଇଁ ଯାତ୍ରୀ ପିଛା ୨୦୦୦ ଟଙ୍କା ଭଡ଼ା ଧାର୍ଯ୍ୟ ହୋଇଛି । ସେମାନେ ଏହି ଭଡ଼ାରେ ରାଜ୍ୟର ଆଭ୍ୟନ୍ତରୀଣ ଓ ଯୋଗାଯୋଗ ସୁବିଧା ନ ଥିବା ଗନ୍ତବ୍ୟସ୍ଥଳକୁ ଯାଇପାରିବେ । ହେଲିକପ୍ଟର ସେବା ବାବଦରେ ଯେଉଁ ଅତିରିକ୍ତ ଖର୍ଚ୍ଚ ଲାଗିବ ତାହାକୁ ଉଭୟ କେନ୍ଦ୍ର ଓ ମଣିପୁର ସରକାର ବହନ କରିବେ ।

ସେ ଆହୁରି କହିଛନ୍ତି ଯେ ମଣିପୁର ପାଇଁ କେନ୍ଦ୍ର ସରକାର ଆଠଟି ଚିକିତ୍ସକ ଦଳ ଗଠନ କରିଛନ୍ତି । ସେଥିମଧ୍ୟରୁ ତିନିଟି ଦଳ ମଣିପୁରରେ ପହଂଚି ସାରିଲେଣି । ଅବଶିଷ୍ଟ ପାଞ୍ଚଟି ଦଳ ଖୁବଶୀଘ୍ର ରାଜ୍ୟରେ ପହଂଚିବେ । ସେମାନେ ମୋରେ, ଚୁଡ଼ାଚାନ୍ଦପୁର ଓ କାଙ୍କପୋକପି ଅଞ୍ଚଳରେ ସ୍ୱାସ୍ଥ୍ୟସେବା ଯୋଗାଇଦେବେ ।

ରାଜ୍ୟରେ ପ୍ରତିଯୋଗିତାମୂଳକ ସମସ୍ତ ପରୀକ୍ଷା ଓ ଶିକ୍ଷା ବ୍ୟବସ୍ଥାକୁ ବ୍ୟାହତ ହେବାକୁ ଦିଆଯିବ ନାହିଁ ବୋଲି ଶ୍ରୀ ଶାହା କହିଛନ୍ତି । ଅନଲାଇନ ଶିକ୍ଷା, ଅନଲାଇନ ପରୀକ୍ଷା, ଦୂରଶିକ୍ଷା ବ୍ୟବସ୍ଥା ଆଦି ତୁରନ୍ତ ଆରମ୍ଭ କରିବାକୁ ଉଭୟ କେନ୍ଦ୍ର ଓ ଶିକ୍ଷା ମନ୍ତ୍ରଣାଳୟ ଏବଂ ରାଜ୍ୟ ଶିକ୍ଷା ବଭାଗ ମିଳିତ ଭାବେ କାମ କରୁଛନ୍ତି । ଆଉ ଦୁଇଦିନ ମଧ୍ୟରେ ଏସବୁ ସୁବିଧା ମଣିପୁରରେ ଉପଲବ୍ଧ ହେବ । ସେହିଭଳି ମଣିପୁର ହାଇକୋର୍ଟରେ ମାମଲା ଉପସ୍ଥାପନ ଓ ବିଚାର ପ୍ରକ୍ରିୟା ପୁନର୍ବାର ଚାଲୁ କରିବାକୁ ଚୁଡ଼ାଚାନ୍ଦପୁର, ମୋରେ ଓ କାଙ୍ଗପୋକପିରେ ଆଭାସୀ ବ୍ୟବସ୍ଥା ତିଆରି କରିବାକୁ କାମ ଚାଲିଛି । ରାଜ୍ୟରେ ସ୍ୱାଭାବିକ ଅବସ୍ଥା ଫେରାଇ ଆଣିବା ସହିତ ସବୁ କାମକୁ ଭଲ ଭାବେ ତଦାରଖ କରିବାକୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଜଣେ ଯୁଗ୍ମ ସଚିବ ପାହ୍ୟା ଅଧିକାରୀ ଓ ପାଞ୍ଚ ଜଣ ନିର୍ଦେଶକ ପାହ୍ୟାର ବିଭିନ୍ନ ମନ୍ତ୍ରଣାଳୟର ଅଧିକାରୀ ମଣିପୁରରେ ଉପସ୍ଥିତ ରହିବେ ।

ସ୍ୱରାଷ୍ଟ୍ର ମନ୍ତ୍ରୀ ଆହୁରି କହିଛନ୍ତି ଯେ ମଣିପୁର-ମିଅଁମାର ସୀମାରେ ନିର୍ମିତ ୧୦ କିମି ଲମ୍ବ ତାରବାଡ଼ର ପରୀକ୍ଷାନିରୀକ୍ଷା ସରିଛି । ଭାରତ ସରକାରଙ୍କ ଦ୍ୱାରା ଏହି ତାରବାଡ଼ ତିଆରି କରାଯାଇଛି । ଅନ୍ୟ ୮୦ କିମି ସୀମାର ତାରବାଡ଼ ନିର୍ମାଣ ପାଇଁ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି । ଅବଶିଷ୍ଟ ସୀମାର ତାରବାଡ଼ ନିର୍ମାଣ ପାଇଁ ସର୍ଭେ କାମ ଚାଲିଛି । ପଡ଼ୋଶୀ ଦେଶରୁ ମଣିପୁର ଓ ଭାରତକୁ ପ୍ରବେଶ କରୁଥିବା ଲୋକଙ୍କ ବାୟୋମେଟ୍ରିକ ଓ ଆଖିର ଫଟୋଚିତ୍ର ସଂଗ୍ରହ କରାଯାଉଛି । ଏହା ଫଳରେ ମଣିପୁରକୁ ବାହାରୁ ଆସୁଥିବା କୌଣସି ଲୋକ ହିଂସାକାଣ୍ଡ ଭିଆଇବାକୁ ସାହସ କରିବ ନାହିଁ ।

ମନ୍ତ୍ରୀ ଶ୍ରୀ ଶାହା କହିଛନ୍ତି ଯେ ହିଂସାକାଣ୍ଡ ଦୃଷ୍ଟିରୁ ଏବେ ମଣିପୁରରେ ଅପରାଧୀ ଓ ବିଦ୍ରୋହୀଙ୍କ ବିରୋଧରେ ଚାଲିଥିବା ସାମରିକ ଅଭିଯାନକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି । ଏଥିପାଇଁ ବିଭିନ୍ନ ପକ୍ଷଙ୍କ ମଧ୍ୟରେ ଏକ ଚୁକ୍ତି ହୋଇଛି । ଏହି ଚୁକ୍ତିର କୌଣସି ପ୍ରକାର ଉଲ୍ଲଂଘନକୁ ବରଦାସ୍ତ କରାଯିବ ନାହିଁ । ଚୁକ୍ତି ଖିଲାପକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କେହି ସର୍ତ୍ତ ଖିଲାପ କଲେ ତାହାକୁ ଚୁକ୍ତିର ଉଲ୍ଲଂଘନ ଭାବେ ବିଚାର କରାଯିବ ଏବଂ ସବୁ ସମ୍ପୃକ୍ତ ପକ୍ଷଙ୍କ ପାଇଁ ଚୁକ୍ତିର ସର୍ତ୍ତ ଟିକିନିଖି ପାଳନ ବାଧ୍ୟତାମୂଳକ । ଏଥିରେ କୌଣସି ସାଲିସ କରାଯିବ ନାହିଁ ବୋଲି ସେ ସ୍ପଷ୍ଟ କରି ଦେଇଛନ୍ତି ।

ସେ ଆହୁରି କହିଛନ୍ତି ଯେ ମଣିପୁରରେ ଯେଉଁମାନଙ୍କ ପାଖରେ ଅସ୍ତ୍ରଶସ୍ତ୍ର ଅଛି ସେମାନେ ପୁଲିସ ନିକଟରେ ତାହା ସମର୍ପଣ କରିବା ଉଚିତ । ପୁଲିସର କମ୍ବିଂ ଅପରେସନ ସମୟରେ ଯାହା ପାଖରୁ ଅସ୍ତ୍ରଶସ୍ତ୍ର ମିଳିବ ତା’ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ରାଜ୍ୟର ଏହି ଘଡ଼ିସନ୍ଧି କ୍ଷଣରେ ନାଗରିକ ସମାଜ ଓ ବିଭିନ୍ନ ସଂଗଠନ ଆଗେଇ ଆସି ଶାନ୍ତି ଏବଂ ସଦଭାବନା ପ୍ରତିଷ୍ଠାରେ ସାହାଯ୍ୟ ସହଯୋଗ କରିବା ଆବଶ୍ୟକ । ଆପୋସ ଆଲୋଚନା ମାଧ୍ୟମରେ ସଦ୍ଭାବନା ଓ ଶାନ୍ତିର ବାତାବରଣ ସୃଷ୍ଟି କରିବାକୁ ସେ ନିବେଦନ କରିଛନ୍ତି ।

ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି ଯେ ଏକ ମାମଲାରେ ଅଦାଲତଙ୍କ ରାୟ ପରେ ଗତ ଏପ୍ରିଲ ୨୯ ତାରିଖରେ ଦୁଇ ଗୋଷ୍ଠୀ ମଧ୍ୟରେ ହିଂସାକାଣ୍ଡ ଆରମ୍ଭ ହୋଇଥିଲା । ତା’ ପୂର୍ବରୁ ବିଗତ ଛ’ ବର୍ଷ ଧରି ମଣିପୁରରେ ବନ୍ଦ, ଅପରାଧ, କର୍ଫୁ୍ୟ, ହିଂସାକାଣ୍ଡ ଓ ଅଶାନ୍ତି କିଛି ନ ଥିଲା । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଓ ରାଜ୍ୟର ମୁଖ୍ୟମନ୍ତ୍ରୀ ଏନ୍ ବୀରେନ ସିଂହଙ୍କ ନେତୃତ୍ୱରେ ସବୁକିଛି ଠିକଠାକ ଚାଲିଥିଲା । ଏହି ଛ’ ବର୍ଷ ମଧ୍ୟରେ ଡବଲ ଇଞ୍ଜିନ ସରକାର ଯୋଗୁ ମଣିପୁରରେ ଅଭୁତପୂର୍ବ ବିକାଶ ଘଟିଛି । ଏହି ଛ’ ବର୍ଷ ଥିଲା ମଣିପୁର ଇତିହାସରେ ଶାନ୍ତି ଓ ବିକାଶର ବର୍ଷ । ମଣିପୁରରେ ଅନେକ କେନ୍ଦ୍ରୀୟ ଅନୁଷ୍ଠାନ ଓ ଚମକ୍ରାର ଭିତ୍ତିଭୂମିମାନ ପ୍ରତିଷ୍ଠା କରାଯାଇ ଏହାକୁ ବିକାଶର ନୂଆ ଶିଖରରେ ସରକାର ପହଂଚାଇଛନ୍ତି । ଶିକ୍ଷା ଓ କ୍ରୀଡ଼ା କ୍ଷେତ୍ରରେ ମଣିପୁର ଦେଶର ଏକ ହବରେ ପରିଣତ ହୋଇଛି ।

ସେ ଆହୁରି କହିଛନ୍ତି ଯେ ମଣିପୁରରେ ତାଙ୍କ ଅବସ୍ଥାନ କାଳରେ ସେ ବିଭିନ୍ନ ବର୍ଗ ଓ ସମୁଦାୟର ଲୋକଙ୍କୁ ଭେଟିଛନ୍ତି। ବିଭିନ୍ନ ଅସ୍ଥାୟୀ ରିଲିଫ କ୍ୟାମ୍ପ ବୁଲି ଦେଖିବା ସହିତ ଇମ୍ଫାଲ, ମୋରେ ଓ ଚୁଡ଼ାଚାନ୍ଦପୁରରେ ବିଭିନ୍ନ ପ୍ରତିନିଧିଦଳର ସଦସ୍ୟ ଏବଂ ହିଂସାକାଣ୍ଡରେ କ୍ଷତିଗ୍ରସ୍ତଙ୍କ ସହ ଆଲୋଚନା କରିଛନ୍ତି । ରାଜ୍ୟର କ୍ୟାବିନେଟ ମନ୍ତ୍ରୀଗଣ ଓ ମହିଳା ସଂଗଠନର ପ୍ରତିନିଧିଙ୍କ ସହିତ ତାଙ୍କର ଆଲୋଚନା ହୋଇଛି । ଏହା ବ୍ୟତୀତ ମିଟେଇ ସମ୍ପ୍ରଦାୟ ୨୨, କୁକି ସମ୍ପ୍ରଦାୟର ୨୫ ଜନପ୍ରତିନିଧିଙ୍କ ସହିତ ସେ ଆଲୋଚନା କରିଛନ୍ତି । ଶାନ୍ତି ଫେରାଇ ଆଣିବାକୁ ରାଜ୍ୟର ବୁଦ୍ଧିଜୀବୀ, ପ୍ରଫେସର, ଅବରସପ୍ରାପ୍ତ ଅଧିକାରୀ ଓ ବିଭିନ୍ନ ବର୍ଗର ଲୋକଙ୍କୁ ସେ ଭେଟି କଥାବାର୍ତ୍ତା କରିଛନ୍ତି । ସର୍ବୋପରି ୧୧ଟି ରାଜନୀତିକ ଦଳର ପ୍ରତିନିଧିଙ୍କ ସହିତ ତାଙ୍କର ଆଲୋଚନା ହୋଇଛି । ସର୍ବଦଳୀୟ ବୈଠକ ସମେତ ରାଜ୍ୟର କ୍ରୀଡ଼ାବିତଙ୍କ ସହିତ ସେ ରାଜ୍ୟରେ ଶାନ୍ତି ଫେରାଇ ଆଣିବା ସହିତ ସଦଭାବନା ପୁନଃ ପ୍ରତିଷ୍ଠା ପାଇଁ ଆଲୋଚନା କରିଛନ୍ତି ବୋଲି ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଶାହା ଏହି ସାମ୍ବାଦିକ ସମ୍ମିଳନୀରେ କହିଥିଲେ ।

ଅମିତ୍‌ ଶାହା ଇମ୍ଫାଲ ମଣିପୁର ଗସ୍ତ ସାମ୍ବାଦିକ ସମ୍ମିଳନୀ ସ୍ୱରାଷ୍ଟ୍ର ମନ୍ତ୍ରୀ
Share. Facebook Twitter LinkedIn Email WhatsApp Copy Link

Related Posts

ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ପାଳନ ପାଇଁ ବସିଲା ପ୍ରସ୍ତୁତି ବୈଠକ, ନିଆଗଲା ଏହି ସବୁ ନିଷ୍ପତି

May 14, 2026

ପୁରୀ କୋରାପୁଟ ମଧ୍ୟରେ ଚାଲିବାକୁ ଥିବା ନୂଆ ଟ୍ରେନଟି କେଉଁ କେଉଁ ଷ୍ଟେସନରେ ରହିବ

May 14, 2026

କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ୩୮ ନବ ଦମ୍ପତିଙ୍କୁ ଆଶୀର୍ବାଦ କଲେ ଉପମୁଖ୍ୟମନ୍ତ୍ରୀ

May 13, 2026

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନେଲେ ବଡ ନିଷ୍ପତି, କାରକେଡ୍ ଗାଡି ସଂଖ୍ୟା କଲେ ହ୍ରାସ

May 13, 2026
Latest News

ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ପାଳନ ପାଇଁ ବସିଲା ପ୍ରସ୍ତୁତି ବୈଠକ, ନିଆଗଲା ଏହି ସବୁ ନିଷ୍ପତି

May 14, 2026

ଆସିକା SDPO ନିଲମ୍ବିତ

May 14, 2026

ସଙ୍କଟ ମଧ୍ୟରେ, ଭାରତ ପାଇଁ ଭଲ ଖବର: ହର୍ମୁଜ୍ ପ୍ରଣାଳୀ ପାର କଲା ଏମଭି ସନସାଇନ୍

May 14, 2026

କୁମ୍ଭୀର ମୁହଁରୁ ଅଳ୍ପକେ ବର୍ତ୍ତିଲେ ମହିଳା

May 14, 2026

ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ବାନ ପରେ, ଦିଲ୍ଲୀ ସରକାରୀ କାର୍ଯ୍ୟାଳୟରେ ‘ନୋ କାର ଡେ’

May 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.