Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପୌରାଞ୍ଚଳ ପାଇଁ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କଲେ ‘ଆମ ପୋଖରୀ’ କାର୍ଯ୍ୟକ୍ରମ, ଜାଣନ୍ତୁ ଏହା କଣ
ବିଶେଷ ଖବର

ପୌରାଞ୍ଚଳ ପାଇଁ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କଲେ ‘ଆମ ପୋଖରୀ’ କାର୍ଯ୍ୟକ୍ରମ, ଜାଣନ୍ତୁ ଏହା କଣ

July 6, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link
AmaPokhari
ପୌରାଞ୍ଚଳ ପାଇଁ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କଲେ 'ଆମ ପୋଖରୀ' କାର୍ଯ୍ୟକ୍ରମ, ଜାଣନ୍ତୁ ଏହା କଣ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ପୌରାଞ୍ଚଳରେ ‘ଆମ ପୋଖରୀ’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାରେ ରାଜ୍ୟର ସହରାଞ୍ଚଳ ଗୁଡିକରେ ଥିବା ଅବ୍ୟବହୃତ କିମ୍ବା ପୋତିହୋଇ ଯାଇଥିବା ଜଳାଶୟ ଗୁଡିକର ପୁନରୁଦ୍ଧାର କରାଯାଇ ଏହାକୁ ସ୍ୱଚ୍ଛ ଓ ନିର୍ମଳ କରାଯିବା ସହିତ ଏହାର ପାରିପାର୍ଶ୍ୱିକ ସୌନ୍ଦର୍ଯ୍ୟକରଣ କରାଯିବ।

୧୧୫ଟି ପୌରାଞ୍ଚଳର ୨୦୦୦ଟି ବୃହତ ଜଳାଶୟର ନବୀକରଣ କରାଯାଇ ଜନସାଧାରଣଙ୍କ ଅବସର ବିନୋଦନ ପାଇଁ ସ୍ୱାସ୍ଥ୍ୟପ୍ରଦ ସର୍ବସାଧାରଣ ସ୍ଥାନର ବିକାଶ କରାଯିବ। ମିଶନ ଶକ୍ତିର ମହିଳା ଓ କଲେଜରୁ ପାସ୍ କରିଥିବା ଶିକ୍ଷିତ ଯୁବକ ଯୁବତୀମାନେ ସହଭାଗିତାରେ ଏହା କରାଯିବ। ପ୍ରାକୃତିକ ଉପାୟରେ କମ୍ ଖର୍ଚ୍ଚରେ ଉନ୍ନତ ପରିବେଶ ସୃଷ୍ଟି କରାଯିବ।

ଲୋକସେବା ଭବନର କନ୍‌ଭେନ୍‌ସନ୍ ହଲରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନିଜର ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମିଶନ ଶକ୍ତି ମା’ମାନଙ୍କର ଉଚ୍ଚ ପ୍ରଶଂସା କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ମା’ମାନେ ହେଉଛନ୍ତି ଟିମ ୱାର୍କର ମଡେଲ। ଗାଁ ସହର ସବୁଆଡେ ଭଲ କାମ କରୁଛନ୍ତି। ସେମାନଙ୍କ ସଫଳତା ପାଇଁ ‘ମୁଁ ଗର୍ବିତ’ ବୋଲି ସେ କହିଥିଲେ।

ମୁକ୍ତା ଯୋଜନାରେ, ଜଳସାଥୀ ଭାବରେ ମିଶନ ଶକ୍ତିର ମା’ମାନେ ଭଲ କାମ କରୁଛନ୍ତି ବୋଲି ମତ ଦେଇ ଆମ ପୋଖରୀ କାର୍ଯ୍ୟକ୍ରମକୁ ମଧ୍ୟ ଭଲ ଭାବରେ କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ ବିଶ୍ୱାସ ପ୍ରକଟ କରିଥିଲେ। ଆମ ପୋଖରୀ ଗୁଡିକ ସହରାଞ୍ଚଳ ଜୀବନର ଏକ ମୌଳିକ ଅଂଶ ହୋଇପାରିବ ବୋଲି ସେ ଆଶା ବ୍ୟକ୍ତ କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମର ସାମାଜିକ ଓ ସାଂସ୍କୃତିକ ଜୀବନରେ ପୋଖରୀ ଗୁଡିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହା ସହିତ ସ୍ୱାସ୍ଥ୍ୟ ଓ ଅର୍ଥନୀତି ସହିତ ମଧ୍ୟ ସଂପର୍କ ରହିଛି।

ଅବକ୍ଷୟପ୍ରାପ୍ତ ଜଳାଶୟଗୁଡିକର ପୁନରୁଦ୍ଧାର ଏକ ପ୍ରଶଂସନୀୟ ପଦକ୍ଷେପ ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଏହାର ରୂପାନ୍ତର ଦ୍ୱାରା ସହରାଞ୍ଚଳ ଜନଜୀବନରେ ଗୁଣାତ୍ମକ ଉନ୍ନତି ଆସିପାରିବ ବୋଲି ସେ କହିଥିଲେ। ଆମ ପୋଖରୀ କାର୍ଯ୍ୟକ୍ରମର ପାଇଲଟ୍ ପ୍ରୋଜେକ୍ଟର ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର, କଟକ ଓ ବ୍ରହ୍ମପୁରର ମହାନଗର ନିଗମର ଉଚ୍ଚ ପ୍ରଶଂସା କରିଥିଲେ।

ଏହି କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରି ଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ପରାମର୍ଶ ଦେଇଥିଲେ। ବିଭିନ୍ନ କାର୍ଯ୍ୟକ୍ରମ ଯଥା ଜାଗା ମିଶନ, ଟ୍ୟାପ ପାନୀୟ ଜଳ, ମୁକ୍ତା ପରି ଯୋଜନାର ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରଶଂସା ମଧ୍ୟ କରିଥିଲେ। ଏବେ ଆମ ପୋଖରୀ ଯୋଜନାର ସଫଳ ରୂପାୟନ ବିଭାଗର ଆଉ ଏକ ସଫଳତା ବେଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ଯୋଗଦେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ କହିଲେ ଯେ ଏହି କାର୍ଯ୍ୟକ୍ରମ ଦ୍ୱାରା ମିଶନ ଶକ୍ତିର ମହିଳାମାନେ ଏବେ ଆମର ଜଳାଶୟଗୁଡିକର ମଧ୍ୟ ରକ୍ଷକ ହୋଇ ତା’ର ଦେଖା ଶୁଣା କରିବେ। ସହର, ଗାଁ ସବୁ କ୍ଷେତ୍ରର ବିକାଶରେ ମହିଳାମାନଙ୍କ ଭୂମିକା ଦିନକୁ ଦିନ ଅଧିକ ଗୁରୁତ୍ୱପୂର୍ଣ୍ଣ ହେଉଛି ବୋଲି ସେ କହିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆମ ପୋଖରୀ କାର୍ଯ୍ୟକ୍ରମର ମୁଖ୍ୟ ଉପଦେଷ୍ଟା ଶ୍ରୀ ଆନନ୍ଦ ମଲ୍ଲିଗଭଡ୍ ଙ୍କୁ ସମ୍ମାନିତ କରିଥିଲେ। ଜଣେ ମେକାନିକାଲ ଇଞ୍ଜିନିୟର ଭାବେ ବୃତ୍ତି ଆରମ୍ଭ କରିଥିବା ଶ୍ରୀ ଆନନ୍ଦ ଜଳାଶୟ ସୁରକ୍ଷା ପାଇଁ ବୃତ୍ତି ପରିତ୍ୟାଗ କରି କାମ ଆରମ୍ଭ କରିଥିଲେ । ଜଳ ସଂରକ୍ଷଣ କ୍ଷେତ୍ରରେ ତାଙ୍କର ଯଥେଷ୍ଟ ଦକ୍ଷତା ଓ ସୁନାମ ରହିଛି। ସାରା ଦେଶରେ ସେ ଲେକ୍ ମ୍ୟାନ ‍ଭାବରେ ପରିଚିତ।

ଏହି ଅବସରରେ ଆମ ପୋଖରୀ ପାଇଲଟ୍ ପ୍ରୋଜେକ୍ଟର ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର, କଟକ ଓ ବ୍ରହ୍ମପୁରର ମହାନଗର ନିଗମର ଟିମ୍ ଗୁଡିକୁ ମଧ୍ୟ ସମ୍ବର୍ଦ୍ଧନା ଦେଇଥିଲେ।

ଏହି ପାଇଲଟ୍ ପ୍ରୋଜେକ୍ଟରେ କାମ କରୁଥିବା ଭୁବନେଶ୍ୱର ମହାନଗର ନିଗମର ମିଶନ ଶକ୍ତି ମା ଗୀତାଞ୍ଜଳି ବେହେରା, କଟକ ମହାନଗର ନିଗମର ମିଶନ ଶକ୍ତି ମା ଅନିତା ରାଣୀ ଓ ବ୍ରହ୍ମପୁରର ମହାନଗର ନିଗମର ମିଶନ ଶକ୍ତି ମା ସୁନିତା ପଣ୍ଡା ପ୍ରମୁଖ ସେମାନଙ୍କ ଅଭିଜ୍ଞତା ବର୍ଣ୍ଣନା କରି ଜଳାଶୟର ପୁନରୁଦ୍ଧାରରେ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଦାୟିତ୍ୱ ଦେଇଥିବାରୁ କୃତଜ୍ଞତା ପ୍ରକାଶ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଭରଷା ପାଇଁ ସେମାନେ ଆଜି ଦକ୍ଷ ହୋଇପାରିଛନ୍ତି ଓ ବିକାଶ ପ୍ରକ୍ରିୟାରେ ସହଭାଗୀ ହୋଇପାରିଛନ୍ତି ବୋଲି କହିଥିଲେ।

ବିଭାଗର ପ୍ରମୁଖ ସଚିବ ଶ୍ରୀ ଜି. ମାଥିଭାତନନ୍ ସ୍ୱାଗତ ଭାଷଣ ଦେଇଥିଲେ ଓ ସ୍ୱତନ୍ତ୍ର ସଚିବ ଧନ୍ୟବାଦ ଅର୍ପଣ କରିଥିଲେ।

Naveen Patnaik ନବୀନ ପଟ୍ଟନାୟକ
Share. Facebook Twitter LinkedIn Email WhatsApp Copy Link

Related Posts

ସତର୍କତା ଏବଂ ନିରାପଦ ଟ୍ରେନ୍ ଚଳାଚଳ ସୁନିଶ୍ଚିତ କରିବା ପାଇଁ  ଛଅ ରେଳ କର୍ମଚାରୀ ସମ୍ବର୍ଦ୍ଧିତ 

May 25, 2026

ଓଇଆରସି ପଦବୀରୁ ଇସ୍ତଫା ଦେଲେ ଅବସରପ୍ରାପ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା

May 25, 2026

ଏକାଥରେ 67 ବିଇଓ ଙ୍କୁ ବଦଳି କଲେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଜାଣନ୍ତୁ କିଏ କେଉଁଠାକୁ ଗଲେ

May 25, 2026

ଦଳରୁ ଏବଂ ସାଂସଦ ପଦରୁ ଇସ୍ତଫା ଦେବା ପରେ ଏବେ କୁଆଡେ ଯିବେ ଦେବାଶିଷ ସାମନ୍ତରାୟ?

May 25, 2026
Latest News

ସତର୍କତା ଏବଂ ନିରାପଦ ଟ୍ରେନ୍ ଚଳାଚଳ ସୁନିଶ୍ଚିତ କରିବା ପାଇଁ  ଛଅ ରେଳ କର୍ମଚାରୀ ସମ୍ବର୍ଦ୍ଧିତ 

May 25, 2026

ପଲାନିସ୍ୱାମୀଙ୍କୁ ବଡ଼ ଝଟକା: ଇସ୍ତଫା ଦେଲେ ତିନି AIADMK ବିଧାୟକ, ବିଜୟଙ୍କୁ କଲେ ସମର୍ଥନ

May 25, 2026

ଓଇଆରସି ପଦବୀରୁ ଇସ୍ତଫା ଦେଲେ ଅବସରପ୍ରାପ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା

May 25, 2026

୧୫ ବର୍ଷ ବୟସରେ ବିଶ୍ୱ ରେକର୍ଡ ସ୍ଥାପନ କଲେ ବୈଭବ ସୂର୍ଯ୍ୟବଂଶୀ

May 25, 2026

ଏକାଥରେ 67 ବିଇଓ ଙ୍କୁ ବଦଳି କଲେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଜାଣନ୍ତୁ କିଏ କେଉଁଠାକୁ ଗଲେ

May 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.