Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଦ୍ବିପାକ୍ଷିକ ସମ୍ପର୍କ ପ୍ରତି ବାଇଡେନଙ୍କ ଅଙ୍ଗୀକାରବଦ୍ଧତା ଓ ଦୂରଦୃଷ୍ଟିର ପ୍ରଶଂସା କଲେ ମୋଦୀ
ବିଶେଷ ଖବର

ଦ୍ବିପାକ୍ଷିକ ସମ୍ପର୍କ ପ୍ରତି ବାଇଡେନଙ୍କ ଅଙ୍ଗୀକାରବଦ୍ଧତା ଓ ଦୂରଦୃଷ୍ଟିର ପ୍ରଶଂସା କଲେ ମୋଦୀ

September 9, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଜୋଶେଫ୍ ଆର. ବାଇଡେନଙ୍କୁ ନୂଆଦିଲ୍ଲୀ ଠାରେ (ସେପ୍ଟେମ୍ବର ୦୯ ଓ ୧୦, ୨୦୨୩) ଦିନ ସାକ୍ଷାତ କରିଛନ୍ତି। ରାଷ୍ଟ୍ରପତି ପଦରେ ଆସୀନ ହେବା ପରେ ଶ୍ରୀ ବାଇଡେନ ପ୍ରଥମ ଥର ନିମନ୍ତେ ଭାରତ ପରିଦର୍ଶନରେ ଆସିଛନ୍ତି। ସେ ନୂଆଦିଲ୍ଲୀ ଠାରେ ୦୯-୦୯-୨୦୨୩ ଦିନ ହେବାକୁ ଥିବା ଜି-୨୦ ଶିଖର ବୈଠକରେ ଯୋଗ ଦେବା ପାଇଁ ନୂଆଦିଲ୍ଲୀ ଆସିଛନ୍ତି।

ପାରସ୍ପରିକ ଗଣତାନ୍ତ୍ରିକ ମୂଲ୍ୟବୋଧ ରଣନୀତିକ ଏକାଭିମୁଖତା ଓ ଦୁଇ ଦେଶ ମଧ୍ୟରେ ମଜଭୁତ ଜନସମ୍ପର୍କ ଉପରେ ପର୍ଯ୍ୟବସିତ ଭାରତ-ଆମେରିକା ବ୍ୟାପକ ବୈଶ୍ବିକ ରଣନୀତିକ ସହଭାଗିତା ନେଇ ରାଷ୍ଟ୍ରପତି ବାଇଡେନଙ୍କ ଦୂରଦୃଷ୍ଟି ଓ ପ୍ରତିବଦ୍ଧତା ପାଇଁ ପ୍ରଧାନମନ୍ତ୍ରୀ ତାଙ୍କୁ ପ୍ରଶଂସା କରିଥିଲେ।

ଦୁଇ ନେତା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜୁନ୍ ୨୦୨୩ରେ ଆମେରିକା ଗସ୍ତ କାଳରେ ହୋଇଥିବା ଭବିଷ୍ୟତ ନିମନ୍ତେ ଆଲୋଚନା ବିଶେଷ କରି ଭାରତ-ୟୁଏସ୍ ମଧ୍ୟରେ ଆଗୁଆ ଓ ଆସୁଥିବା ପ୍ରଯୁକ୍ତିବିଦ୍ୟା (iCET) ପାଇଁ ନିଆଯାଇଥିବା ପଦକ୍ଷେପର ଅବଗତି ନେଇ ପ୍ରଶଂସା କରିଥିଲେ।

ଦୁଇ ନେତା ପ୍ରତିରକ୍ଷା, ବାଣିଜ୍ୟ, ପୁଞ୍ଜିନିବେଶ, ଶିକ୍ଷା, ସ୍ବାସ୍ଥ୍ୟ, ଗବେଷଣା, ନବୋନ୍ମେଷ, ସଂସ୍କୃତି ଓ ଲୋକ ସମ୍ପର୍କକୁ ନେଇ ଦ୍ବିପାକ୍ଷିକ ସମ୍ପର୍କର ନିରବଚ୍ଛିନ୍ନ ଅଗ୍ରଗତିକୁ ସ୍ବାଗତ କରିଥିଲେ।

ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ-୩ର ଐତିହାସିକ ଅବତରଣ ପାଇଁ ରାଷ୍ଟ୍ରପତି ବାଇଡେନ ପ୍ରଧାନମନ୍ତ୍ରୀ ଓ ଭାରତର ଜନସାଧାରଣଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇବା ସହ ଦୁଇ ଦେଶ ମଧ୍ୟରେ ଥିବା ମହାକାଶ କ୍ଷେତ୍ରରେ ନିବିଡ଼ ସହଯୋଗ ଉପରେ ଆଲୋକପାତ କରିଥିଲେ।

ଦୁଇ ନେତା ଆଞ୍ଚଳିକ ଓ ବୈଶ୍ବିକ ସମସ୍ୟା ଉପରେ ମଧ୍ୟ ମତ ବିନିମୟ କରିଥିଲେ। ଭାରତ-ଆମେରିକା ସହଭାଗିତା କେବଳ ଦୁଇ ଦେଶ ନୁହେଁ, ବରଂ ସମଗ୍ର ବିଶ୍ବ ପାଇଁ ଉପକାରୀ ବୋଲି ଉଭୟ ସହମତି ପ୍ରକାଶ କରିଥିଲେ।

ଜି-୨୦ ଅଧ୍ୟକ୍ଷତା କରୁଥିବା ଭାରତର ସଫଳତା ନିମନ୍ତେ ଆମେରିକାରୁ ମିଳୁଥିବା ନିରନ୍ତର ସହଯୋଗ ନିମନ୍ତେ ପ୍ରଧାନମନ୍ତ୍ରୀ ମୋଦୀ, ରାଷ୍ଟ୍ରପତି ବାଇଡେନଙ୍କୁ ଧନ୍ୟବାଦ ଜଣାଇଥିଲେ।

ନରେନ୍ଦ୍ର ମୋଦୀ ଯୁକ୍ତରାଷ୍ଟ୍ର ଆମେରିକା
Share. Facebook Twitter LinkedIn Email WhatsApp Copy Link

Related Posts

୧୨ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ, ପୁଣି ଡରାଇଲାଣି ଅକ୍ଟାେବର

October 2, 2026

BJD Media Cell Announcement: ଘୋଷଣା ହେଲା ବିଜେଡି ମିଡିଆ ସେଲର ନୂଆ କର୍ମକର୍ତ୍ତା, ଦେଖନ୍ତୁ ପୁରା ଲିଷ୍ଟ

October 2, 2026

ମହାପ୍ରଭୁଙ୍କ ଜମି ଉପରେ ଲୋଲୁପ ଦୃଷ୍ଟି ପକାଇଲେ ନାହିଁ ନିସ୍ତାର: ମୁଖ୍ୟ ପ୍ରଶାସକ

October 2, 2026

ଇତିହାସ ରଚିଲା ଭାରତର ମହିଳା ହକି ଦଳ: ୪୪ ବର୍ଷ ପରେ ଏସୀୟ କ୍ରୀଡ଼ାରେ ଜିତିଲା ସ୍ୱର୍ଣ୍ଣ ପଦକ

October 2, 2026
Latest News

RBIରେ ବଡ଼ ନିଯୁକ୍ତି: ସୁଧାକର ମଲ୍ଲୀ ହେଲେ ନୂଆ Executive Director, ଜାଣନ୍ତୁ କ’ଣ ରହିବ ଦାୟିତ୍ୱ

October 2, 2026

ବନ୍ଧୁକ ଦେଖାଇ ଯୁବତୀଙ୍କୁ ଦୁଷ୍କର୍ମ ମାମଲା: ଡିସିପିଙ୍କୁ ମହିଳା କମିଶନଙ୍କ ରିପୋର୍ଟ ତଲବ

October 2, 2026

ଷ୍ଟାଲିନଙ୍କ ତୀବ୍ର ଆକ୍ରମଣ, TVK ଓ ବିଜୟଙ୍କୁ ନେଇ ତାମିଲନାଡୁରେ ବଢ଼ିଲା ଚର୍ଚ୍ଚା

October 2, 2026

ନକଲି RTO ଗିରଫ

October 2, 2026

୧୨ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ, ପୁଣି ଡରାଇଲାଣି ଅକ୍ଟାେବର

October 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.