ଦ୍ବିପାକ୍ଷିକ ସମ୍ପର୍କ ପ୍ରତି ବାଇଡେନଙ୍କ ଅଙ୍ଗୀକାରବଦ୍ଧତା ଓ ଦୂରଦୃଷ୍ଟିର ପ୍ରଶଂସା କଲେ ମୋଦୀ

Published: Sep 9, 2023, 1:42 pm IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଜୋଶେଫ୍ ଆର. ବାଇଡେନଙ୍କୁ ନୂଆଦିଲ୍ଲୀ ଠାରେ (ସେପ୍ଟେମ୍ବର ୦୯ ଓ ୧୦, ୨୦୨୩) ଦିନ ସାକ୍ଷାତ କରିଛନ୍ତି। ରାଷ୍ଟ୍ରପତି ପଦରେ ଆସୀନ ହେବା ପରେ ଶ୍ରୀ ବାଇଡେନ ପ୍ରଥମ ଥର ନିମନ୍ତେ ଭାରତ ପରିଦର୍ଶନରେ ଆସିଛନ୍ତି। ସେ ନୂଆଦିଲ୍ଲୀ ଠାରେ ୦୯-୦୯-୨୦୨୩ ଦିନ ହେବାକୁ ଥିବା ଜି-୨୦ ଶିଖର ବୈଠକରେ ଯୋଗ ଦେବା ପାଇଁ ନୂଆଦିଲ୍ଲୀ ଆସିଛନ୍ତି।

ପାରସ୍ପରିକ ଗଣତାନ୍ତ୍ରିକ ମୂଲ୍ୟବୋଧ ରଣନୀତିକ ଏକାଭିମୁଖତା ଓ ଦୁଇ ଦେଶ ମଧ୍ୟରେ ମଜଭୁତ ଜନସମ୍ପର୍କ ଉପରେ ପର୍ଯ୍ୟବସିତ ଭାରତ-ଆମେରିକା ବ୍ୟାପକ ବୈଶ୍ବିକ ରଣନୀତିକ ସହଭାଗିତା ନେଇ ରାଷ୍ଟ୍ରପତି ବାଇଡେନଙ୍କ ଦୂରଦୃଷ୍ଟି ଓ ପ୍ରତିବଦ୍ଧତା ପାଇଁ ପ୍ରଧାନମନ୍ତ୍ରୀ ତାଙ୍କୁ ପ୍ରଶଂସା କରିଥିଲେ।

ଦୁଇ ନେତା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜୁନ୍ ୨୦୨୩ରେ ଆମେରିକା ଗସ୍ତ କାଳରେ ହୋଇଥିବା ଭବିଷ୍ୟତ ନିମନ୍ତେ ଆଲୋଚନା ବିଶେଷ କରି ଭାରତ-ୟୁଏସ୍ ମଧ୍ୟରେ ଆଗୁଆ ଓ ଆସୁଥିବା ପ୍ରଯୁକ୍ତିବିଦ୍ୟା (iCET) ପାଇଁ ନିଆଯାଇଥିବା ପଦକ୍ଷେପର ଅବଗତି ନେଇ ପ୍ରଶଂସା କରିଥିଲେ।

ଦୁଇ ନେତା ପ୍ରତିରକ୍ଷା, ବାଣିଜ୍ୟ, ପୁଞ୍ଜିନିବେଶ, ଶିକ୍ଷା, ସ୍ବାସ୍ଥ୍ୟ, ଗବେଷଣା, ନବୋନ୍ମେଷ, ସଂସ୍କୃତି ଓ ଲୋକ ସମ୍ପର୍କକୁ ନେଇ ଦ୍ବିପାକ୍ଷିକ ସମ୍ପର୍କର ନିରବଚ୍ଛିନ୍ନ ଅଗ୍ରଗତିକୁ ସ୍ବାଗତ କରିଥିଲେ।

ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ-୩ର ଐତିହାସିକ ଅବତରଣ ପାଇଁ ରାଷ୍ଟ୍ରପତି ବାଇଡେନ ପ୍ରଧାନମନ୍ତ୍ରୀ ଓ ଭାରତର ଜନସାଧାରଣଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇବା ସହ ଦୁଇ ଦେଶ ମଧ୍ୟରେ ଥିବା ମହାକାଶ କ୍ଷେତ୍ରରେ ନିବିଡ଼ ସହଯୋଗ ଉପରେ ଆଲୋକପାତ କରିଥିଲେ।

ଦୁଇ ନେତା ଆଞ୍ଚଳିକ ଓ ବୈଶ୍ବିକ ସମସ୍ୟା ଉପରେ ମଧ୍ୟ ମତ ବିନିମୟ କରିଥିଲେ। ଭାରତ-ଆମେରିକା ସହଭାଗିତା କେବଳ ଦୁଇ ଦେଶ ନୁହେଁ, ବରଂ ସମଗ୍ର ବିଶ୍ବ ପାଇଁ ଉପକାରୀ ବୋଲି ଉଭୟ ସହମତି ପ୍ରକାଶ କରିଥିଲେ।

ଜି-୨୦ ଅଧ୍ୟକ୍ଷତା କରୁଥିବା ଭାରତର ସଫଳତା ନିମନ୍ତେ ଆମେରିକାରୁ ମିଳୁଥିବା ନିରନ୍ତର ସହଯୋଗ ନିମନ୍ତେ ପ୍ରଧାନମନ୍ତ୍ରୀ ମୋଦୀ, ରାଷ୍ଟ୍ରପତି ବାଇଡେନଙ୍କୁ ଧନ୍ୟବାଦ ଜଣାଇଥିଲେ।

Related posts