Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ରାଜ୍ୟପାଳଙ୍କ ଅଧ୍ୟକ୍ଷତାରେ ବସିଲା ଘରୋଇ ଓ ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟ କୁଳପତିଙ୍କ ସମ୍ମିଳନୀ
ବିଶେଷ ଖବର

ରାଜ୍ୟପାଳଙ୍କ ଅଧ୍ୟକ୍ଷତାରେ ବସିଲା ଘରୋଇ ଓ ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟ କୁଳପତିଙ୍କ ସମ୍ମିଳନୀ

December 1, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
VCconfrencee
ରାଜ୍ୟପାଳଙ୍କ ଅଧ୍ୟକ୍ଷତାରେ ବସିଲା ଘରୋଇ ଓ ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟ କୁଳପତିଙ୍କ ସମ୍ମିଳନୀ

ଭୁବନେଶ୍ୱର: ବିକଶିତ ଭାରତ ଓ ଆତ୍ମନିର୍ଭର ଭାରତ ନିର୍ମାଣ ନିମନ୍ତେ ଶିକ୍ଷାର ବରିଷ୍ଠ ଯୋଗଦାନ ରହିଛି। ଶିକ୍ଷା ହିଁ ପରିବର୍ତ୍ତନର ପ୍ରମୁଖ ମାଧ୍ୟମ ଏବଂ ଏହା ଉପରେ ଗୁରୁତ୍ୱ ଦେବାକୁ ରାଜ୍ୟପାଳ ରଘୁବର ଦାସ ଆହ୍ୱାନ ଦେଇଛନ୍ତି।

ଆଜି ରାଜଭବନରେ ଘରୋଇ ତଥା ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟର କୁଳପତି ସମ୍ମିଳନୀକୁ ସଂବୋଧିତ କରି ରାଜ୍ୟପାଳ କହିଲେ ଯେ, ଭାରତ ସରକାରଙ୍କ ଦ୍ୱାରା ପ୍ରଣୀତ ଜାତୀୟ ଶିକ୍ଷା ନୀତି – ୨୦୨୦ ହେଉଛି ଦୂରଦୃଷ୍ଟିସଂପନ୍ନ ପ୍ରୟାସ। ଏହାକୁ ପ୍ରତ୍ୟେକ ବିଶ୍ୱବିଦ୍ୟାଳୟ ଲାଗୁ କରିବା ଦରକାର। ପାଠ ସହିତ ଶାଠର ଆବଶ୍ୟକତା ରହିଛି। ସାଂପ୍ରତିକ ସମୟର ଆହ୍ୱାନ ଓ ଆବଶ୍ୟକତା ଅନୁଯାୟୀ ପାଠ୍ୟକ୍ରମ ପ୍ରଚଳନ କରିବାକୁ ରାଜ୍ୟପାଳ ପରାମର୍ଶ ଦେଇଛନ୍ତି।

କୌଣସି ଛାତ୍ରଛାତ୍ରୀ ଅର୍ଥ ଅଭାବରୁ ଉଚ୍ଚ ଶିକ୍ଷାରୁ ବଂଚିତ ହେବା ସ୍ପୃହଣୀୟ ନୁହେଁ। ଘରୋଇ ବିଶ୍ୱବିଦ୍ୟାଳୟ ଏହାକୁ ଧ୍ୟାନରେ ରଖି କାର୍ଯ୍ୟ କରିବା ସହ ସରକାରଙ୍କ ଆରକ୍ଷଣ ନୀତି ଲାଗୁ କରିବାକୁ ରାଜ୍ୟପାଳ କହିଛନ୍ତି।

ଓଡ଼ିଶାରେ ଶିଳ୍ପାୟନ ବେଶ୍ ଉତ୍ସାହଜନକ। ଶିଳ୍ପ ଓ ବ୍ୟବସାୟ ଜଗତର ଆବଶ୍ୟକତା ଭିତ୍ତିରେ ନୂତନ ଦକ୍ଷତାସଂପନ୍ନ ମାନବ ସଂବଳ ସୃଷ୍ଟି ହେବା ଦରକାର। ପ୍ରାସଂଗିକ ପାଠ୍ୟକ୍ରମ ଓ ସମୟର ଆବଶ୍ୟକତା ପୂରଣ ଦିଗରେ ବିଶ୍ୱବିଦ୍ୟାଳୟଗୁଡ଼ିକ ପ୍ରଚେଷ୍ଟା କରିବାକୁ ରାଜ୍ୟପାଳ କହିଛନ୍ତି।

ଭାରତକୁ ବିଶ୍ୱଗୁରୁ ହେବାର ସମୟ ଆସିଛି। ଭାରତର ଯୁବଶକ୍ତି ଆମର ଅମୂଲ୍ୟ ସଂପଦ। ଏହି ଜନସାଂଖିକ ସୁବିଧାର ସଫଳ ଉପଯୋଗ କରିବା ଦରକାର। ଘରୋଇ ବିଶ୍ୱବିଦ୍ୟାଳୟ ରାଜ୍ୟ ତଥା ଦେଶର ପ୍ରଗତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଦିଗରେ ଆନୁଷ୍ଠାନିକ ସାମାଜିକ ଦାୟିତ୍ୱ ନର୍ବାହ କରିବାକୁ ରାଜ୍ୟପାଳ ପରାମର୍ଶ ଦେଇଛନ୍ତି।

ଗୁଣାତ୍ମକ ଶିକ୍ଷାର ମାନ ନିର୍ଦ୍ଧାରଣ ନିମନ୍ତେ ଯେଉଁସବୁ ମାନକ ଓ ବିଧିବ୍ୟବସ୍ଥା ରହିଛି, ପ୍ରତ୍ୟେକ ପାଳନ କରିବା ଦରକାର। ବିଶ୍ୱସ୍ତରୀୟ ଶିକ୍ଷା ବ୍ୟବସ୍ଥା ପାଇଁ ଅନୁରୂପ ଚିନ୍ତନ ଓ ପ୍ରସ୍ତୁତି ଆବଶ୍ୟକ। ସମୟର ଆହ୍ୱାନକୁ ସାମ୍ନା କରିବାକୁ ବିଶ୍ୱବିଦ୍ୟାଳୟର କ୍ଷମତା ବୃଦ୍ଧି ପାଇଁ ରାଜ୍ୟପାଳ ଆହ୍ୱାନ ଦେଇଛନ୍ତି।

କୁଳପତି ସମ୍ମିଳନୀରେ ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ରାଜ୍ୟ ସରକାରଙ୍କ ବିଭିନ୍ନ ଶୈକ୍ଷିକ ନୀତି ଓ ବ୍ୟବସ୍ଥା ସଂପର୍କରେ ସୂଚନା ଦେଇ ଘରୋଇ ଓ ସରକାରୀ ବିଶ୍ୱବିଦ୍ୟାଳୟ ମଧ୍ୟରେ କ୍ରିୟାଶୀଳ ସମନ୍ୱୟ ଓ ସଂପର୍କ ଉପରେ ଗୁରୁତ୍ୱ ଆରୋପ କରିଥିଲେ।

ନ୍ୟାସନାଲ ଏକାଡେମିକ ଡିପୋଜିଟୋରର ସୁବିଧାର ଉପଯୋଗ କରିବା, ସରକାରୀ ପ୍ରୋତ୍ସାହନ ସଂପର୍କରେ ସଚେତନତା ସୃଷ୍ଟି ତଥା ମଧ୍ୟମ, କ୍ଷୁଦ୍ର ଓ ଅଣୁ ଶିଳ୍ପ କ୍ଷେତ୍ରରେ ନବସର୍ଜନାକୁ ପ୍ରୋତ୍ସାହିତ କରିବା ପାଇଁ ସହଯୋଗ କାମନା କରିଥିଲେ।

ସମ୍ମିଳନୀରେ ରାଜ୍ୟର ୧୩ଗୋଟି ଘରୋଇ ଓ ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟର କୁଳପତିମାନେ ବିଶ୍ୱବିଦ୍ୟାଳୟର ଲକ୍ଷ୍ୟ, ଆଦର୍ଶ, ପ୍ରଗତି ଓ ସ୍ଥିତି ସଂପର୍କରେ ସୂଚନା ଦେଇଥିଲେ। ରାଜଭବନର ବରିଷ୍ଠ ଅଧିକାରୀମାନେ ସମ୍ମିଳନୀରେ ଉପସ୍ଥିତ ଥିଲେ।

କୁଳପତି ସମ୍ମିଳନୀ ରଘୁବର ଦାସ ରାଜ୍ୟପାଳ
Share. Facebook Twitter LinkedIn Email WhatsApp Copy Link

Related Posts

ଭବାନୀପୁର ଫଳାଫଳ: ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ୧୫ ହଜାର ଭୋଟରେ ହାରିଲେ ମମତା ବାନାର୍ଜୀ

May 4, 2026

ପଶ୍ଚିମବଙ୍ଗରେ ପରାଜୟ ସ୍ୱୀକାର କଲା ଟିଏମସି: ତଥାପି ଗଣତି ପ୍ରକ୍ରିୟା ଉପରେ ଆଣିଲା ଗୁରୁତର ଅଭିଯୋଗ

May 4, 2026

ମଧୁମେହ ସଚେତନା ଓ ମାଗଣା ସ୍ଵାସ୍ଥ୍ୟ ଶିବିର

May 4, 2026

ଗ୍ରୀଷ୍ମ ଋତୁରେ ଯାତ୍ରୀ ଚାହିଦା ପୂରଣ ପାଇଁ ସ୍ୱତନ୍ତ୍ର ଟ୍ରେନ୍ ଗୁଡିକର ସେବାରେ ସମ୍ପ୍ରସାରଣ

May 4, 2026
Latest News

ଉପନିର୍ବାଚନରେ ​​ବି ବିଜେପିର ବାଜିମାତ

May 4, 2026

ବକ୍ସ ଅଫିସ ପରେ ରାଜନୀତିରେ ବି କିଙ୍ଗ ପାଲଟିଲେ ବିଜୟ: ଏମଜି ରାମଚନ୍ଦ୍ରନଙ୍କ ରାସ୍ତାରେ ଥାଲାପତି

May 4, 2026

ଭବାନୀପୁର ଫଳାଫଳ: ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ୧୫ ହଜାର ଭୋଟରେ ହାରିଲେ ମମତା ବାନାର୍ଜୀ

May 4, 2026

“CRPF ଯବାନ ମୋତେ ମାରିଥିଲେ”: ମମତା ବାନାର୍ଜୀଙ୍କ ବଡ଼ ଅଭିଯୋଗ

May 4, 2026

ପଶ୍ଚିମବଙ୍ଗରେ ପରାଜୟ ସ୍ୱୀକାର କଲା ଟିଏମସି: ତଥାପି ଗଣତି ପ୍ରକ୍ରିୟା ଉପରେ ଆଣିଲା ଗୁରୁତର ଅଭିଯୋଗ

May 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.