Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଅଯୋଦ୍ଧାକୁ ଗସ୍ତ କରିବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୁଛନ୍ତି ନୂଆ ରେକର୍ଡ
ବିଶେଷ ଖବର

ଅଯୋଦ୍ଧାକୁ ଗସ୍ତ କରିବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୁଛନ୍ତି ନୂଆ ରେକର୍ଡ

December 25, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଅଯୋଦ୍ଧାକୁ ଗସ୍ତ କରିବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୁଛନ୍ତି ନୂଆ ରେକର୍ଡ

ନୂଆଦିଲ୍ଲୀ: ଜାନୁଆରୀ ୨୨ରେ ପ୍ରାଣ ପ୍ରତିଷ୍ଠା ସମାରୋହରେ ଯୋଗ ଦେବା ମାତ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟା ସହ ଜଡ଼ିତ ଏକ ନିଆରା ରେକର୍ଡ କରିବେ। ପ୍ରଧାନମନ୍ତ୍ରୀ ଭାବରେ ସେ ପଞ୍ଚମ ଥର ପାଇଁ ଅଯୋଧ୍ୟାରେ ଗସ୍ତରେ ଆସୁଛନ୍ତି।

୨୦୧୯ରେ ଗୋସାଇଗଞ୍ଜରେ ସାଧାରଣ ସଭା, ୨୦୨୦ରେ ରାମ ମନ୍ଦିର ଭୂମି ପୂଜନ, ୨୦୨୨ରେ ଦୀପୋତ୍ସବ-୨୦୨୨ ପରେ ବିମାନବନ୍ଦର ଉଦ୍‌ଘାଟନ ଅବସରରେ ସେ ଚତୁର୍ଥ ଥର ପାଇଁ ଡିସେମ୍ବର ୩୦ରେ ଅଯୋଧ୍ୟାରେ ଗସ୍ତରେ ଯିବେ। ସେ ଏକମାତ୍ର ପ୍ରଧାନମନ୍ତ୍ରୀ ହେବେ ଯିଏ କି ୫ ଥର ଅଯୋଧ୍ୟା ଗସ୍ତ କରିବେ। ମୋଦି ହେଉଛନ୍ତି ଏକମାତ୍ର ପ୍ରଧାନମନ୍ତ୍ରୀ ଯିଏ କି ରାମଲାଲାଙ୍କ ପୂଜା ଅର୍ଚ୍ୟନା କରିଛନ୍ତି।

ନରେନ୍ଦ୍ର ମୋଦିଙ୍କ ପୂର୍ବରୁ ୪ ଜଣ ପ୍ରଧାନମନ୍ତ୍ରୀ ଏଠାକୁ ଆସିଥିଲେ ମଧ୍ୟ କେହି ରାମଲାଲାଙ୍କୁ ଭେଟି ନାହାନ୍ତି। ସାଂସଦ ଲଲ୍ଲୁ ସିଂହ କହିଛନ୍ତି ଯେ ଅଯୋଧ୍ୟା ପ୍ରତି ବହୁତ ସମ୍ମାନ ରଖୁଥିବା ପ୍ରଧାନମନ୍ତ୍ରୀ ମଧ୍ୟ ତାଙ୍କ ଆଚରଣ ମାଧ୍ୟମରେ ପ୍ରମାଣିତ କରିଛନ୍ତି ଯେ ସେ ଜଣେ ପ୍ରକୃତ ରାମ ଭକ୍ତ ଯିଏ କି ରାମଶକ୍ତିରେ ବିଶ୍ୱାସ କରନ୍ତି।

ଇନ୍ଦିରା ଓ ରାଜୀବ ତିନିଥର ଆସିଥିଲେ

ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ୩ ଥର ରାମନଗରୀ ଗସ୍ତ କରିଥିଲେ। ୧୯୬୬ ମସିହାରେ ସେ ସରଜୁ ସେତୁର ଉଦ୍‌ଘାଟନ କରିଥିଲେ। ଏହାପରେ ୧୯୭୫ମସିହାରେ ସେ ନରେନ୍ଦ୍ର ଦେବ କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ କରିବାକୁ ଆସିଥିଲେ। ତୃତୀୟ ଥର ପାଇଁ ସେ ୧୯୭୯ରେ ଅଯୋଧ୍ୟା ଗସ୍ତ କରିଥିଲେ।

ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧି ୧୯୮୪ ଓ ୧୯୮୯ରେ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବାକୁ ଏଠାକୁ ଆସିଥିଲେ। ୧୯୯୦ ମସିହାରେ ସେ ଏକ ସଦ୍ଭାବନା ଯାତ୍ରାରେ ଏଠାକୁ ଆସିଥିଲେ।

ମୋଦି ପ୍ରଥମେ ୧୯୯୨ରେ ଅଯୋଧ୍ୟା ଆସିଥିଲେ

୧୯୯୨ ଜାନୁଆରୀରେ ନରେନ୍ଦ୍ର ମୋଦି ତତ୍କାଳୀନ ବିଜେପି ସଭାପତି ଡ. ମୁରଲୀ ମନୋହର ଯୋଶୀଙ୍କ ସହ ଅଯୋଧ୍ୟା ଗସ୍ତ କରିଥିଲେ। ୨୦୦୯ ଓ ୨୦୧୪ ଲୋକସଭା ନିର୍ବାଚନରେ ସେ ଅଯୋଧ୍ୟାରେ ସାଧାରଣ ସଭା ମଧ୍ୟ କରିଥିଲେ। ନରେନ୍ଦ୍ର ମୋଦିଙ୍କ ଜନସଭାରେ ପ୍ରବଳ ଜନସମାଗମ ଏକ ରେଖା ଆଙ୍କିଥିଲା ଯାହା ଯେ କୌଣସି ନେତାଙ୍କ ପାଇଁ ଅତିକ୍ରମ କରିବା ଚ୍ୟାଲେଞ୍ଜିଂ ଅଟେ।

ଦୁଇ ଥର ଆସିଥିଲେ ଅଟଳ ବିହାରୀ ବାଜପେୟୀ

ଭାରତରତ୍ନ ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଥିବାବେଳେ ଦୁଇଥର ଅଯୋଧ୍ୟା ଗସ୍ତ କରିଥିଲେ। ତାଙ୍କର ପ୍ରଥମ ଗସ୍ତ ୨୦୦୨ ମସିହାରେ ମନ୍ଦିର ଆନ୍ଦୋଳନର ଅନ୍ୟତମ ନାୟକ ପରମହଂସ ରାମଚନ୍ଦ୍ର ଦାସଙ୍କ ସାକେତବାସରେ ଅଯୋଧ୍ୟା ଆସିଥିଲା।

ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ପରମହଂସଙ୍କର ସ୍ୱପ୍ନ ନିଶ୍ଚୟ ପୂରଣ ହେବ ବୋଲି ସେ କହିଛନ୍ତି। ଅଟଳଜୀଙ୍କ ଏହି ବୟାନ ଏବଂ ପରମହଂସଜୀଙ୍କ ସ୍ୱପ୍ନ ଜାନୁଆରୀ ୨୨ରେ ଦିବ୍ୟ ଭବ୍ୟ ଏବଂ ଚିରଞ୍ଜୀବୀ ଭବନରେ ରାମଲଲାଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଦ୍ୱାରା ପୂରଣ ହେବ।

ଦ୍ୱିତୀୟ ଥର ପାଇଁ ସେ ୨୦୦୪ମସିହାରେ ସରୟୁ ରେଳ ଓଭରବ୍ରିଜ ଉଦ୍‌ଘାଟନ ପାଇଁ ଏଠାକୁ ଆସିଥିଲେ ଏବଂ ବିମାନବନ୍ଦରରେ ଏକ ସଭା ମଧ୍ୟ କରିଥିଲେ।

ଦେବେଗୌଡ଼ା ମଧ୍ୟ ଆସିଥିଲେ

୧୯୯୭ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଏଚ୍ ଡି ଦେବଗୌଡ଼ା ଏଠାକୁ ଆସିଥିଲେ। ସେ ସରଜୁ ରେଳ ଓଭରବ୍ରିଜ୍‌ର ଶିଳାନ୍ୟାସ କରିଥିଲେ।

ଅଯୋଦ୍ଧା ନରେନ୍ଦ୍ରମୋଦି ପ୍ରଧାନମନ୍ତ୍ରୀ ରାମମନ୍ଦିର
Share. Facebook Twitter LinkedIn Email WhatsApp Copy Link

Related Posts

ଦୁଇ ରାଜ୍ୟରେ ବମ୍ପର ଭୋଟିଂ

April 23, 2026

ମୁର୍ଶିଦାବାଦରେ ନିର୍ବାଚନୀ ହିଂସା

April 23, 2026

ଭୋଟ ଦେଉଛି ତାମିଲନାଡୁ

April 23, 2026

ଆଜି ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟ ଭୋଟିଂ

April 23, 2026
Latest News

ଦୁଇ ରାଜ୍ୟରେ ବମ୍ପର ଭୋଟିଂ

April 23, 2026

ରାଜଧାନୀରେ ଅସମ୍ଭାଳ ତାତି

April 23, 2026

ଜନଗଣନା ପାଇଁ SOP

April 23, 2026

ଗୋପାଳପୁର ବ୍ୟବସାୟୀ ଅପହରଣ ଓ ହତ୍ୟାକାଣ୍ଡ ଘଟଣା: ୮ଜଣ ଅଟକ

April 23, 2026

ଆଜି ହୋଇପାରେ ସ୍କୁଲ ଛୁଟି ଘୋଷଣା

April 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.