Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଚଣ୍ଡିଖୋଲରେ ୧୯,୬୦୦ କୋଟି ଟଙ୍କା ପ୍ରକଳ୍ପର ଶୁଭାରମ୍ଭ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ବର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିନିକିଆ ଓଡିଶା ଗସ୍ତରେ ଆସି ୧୯,୬୦୦ କୋଟିରୁ ଅଧିକ ମୂଲ୍ୟର ଏକାଧିକ ବିକାଶମୂଳକ ପ୍ରକଳ୍ପ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ପ୍ରକଳ୍ପଗୁଡିକ ଓଡିଶାର ଯାଜପୁର ଜିଲ୍ଲା ଚଣ୍ଡିଖୋଲଠାରେରେ ପାଇଁ ଦେଶବାସୀଙ୍କୁ ଉତ୍ସର୍ଗ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ରହିଛି ତୈଳ ଏବଂ ଗ୍ୟାସ, ରେଳପଥ, ସଡକ, ପରିବହନ, ରାଜପଥ ଏବଂ ପରମାଣୁ ଶକ୍ତି ପ୍ରଭୃତି।

ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭଗବାନ ଜଗନ୍ନାଥ ଏବଂ ମା ବିରଜାଙ୍କ ଆଶୀର୍ବାଦରେ ଆଜି ଯାଜପୁର ଜିଲ୍ଲାର ଓଡିଶା ବିକାଶର ଏକ ନୂତନ ସ୍ରୋତ ପ୍ରବାହିତ ହେବାକୁ ଲାଗିଲା। ସ୍ବର୍ଗତ ବିଜୁ ପଟ୍ଟନାୟକର ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ଦେଶ ବିଦେଶ ତଥା ଓଡିଶାରେ ତାଙ୍କର ଅଦଭୁତ ଅବଦାନକୁ ମନେ ପକାଇଥିଲେ।

ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ, ପରମାଣୁ ଶକ୍ତି, ସଡ଼କପଥ, ରେଳପଥ ଏବଂ ସଂଯୋଗ କ୍ଷେତ୍ରରେ ପ୍ରାୟ ୧୯,୬୦୦ କୋଟି ଟଙ୍କା ମୂଲ୍ୟର ମେଗା ବିକାଶ ପ୍ରକଳ୍ପର ଉଦ୍ଘାଟନ ତଥା ଭିତ୍ତିପ୍ରସ୍ତର ସ୍ଥାପନ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ଏହି ଅଞ୍ଚଳରେ ଶିଳ୍ପ କାର୍ଯ୍ୟକଳାପକୁ ବୃଦ୍ଧି କରିବ ଏବଂ ରୋଜଗାର ସୃଷ୍ଟି କରିବ। ଆଜିର ବିକାଶମୂଳକ ପ୍ରକଳ୍ପ ପାଇଁ ସେ ଓଡିଶାବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବିକାଶ ଭାରତ ପାଇଁ ବର୍ତ୍ତମାନର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆମ ସରକାରଙ୍କ ପ୍ରମୁଖ ଆଭିମୁଖ୍ୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଶକ୍ତି କ୍ଷେତ୍ରରେ ପୂର୍ବ ରାଜ୍ୟଗୁଡିକର ଦକ୍ଷତା ବୃଦ୍ଧି ପାଇଁ ପ୍ରୟାସ ବିଷୟରେ ସେ ଉଲ୍ଲେଖ କରିଛନ୍ତି। ଉତ୍ତରପ୍ରଦେଶ, ବିହାର, ଝାଡଖଣ୍ଡ, ପଶ୍ଚିମବଙ୍ଗ ଏବଂ ଓଡିଶା ପରି ପାଞ୍ଚଟି ବଡ଼ ରାଜ୍ୟରେ ଉର୍ଜା ଯୋଜନା ଅଧୀନରେ ପ୍ରାକୃତିକ ଗ୍ୟାସ ଯୋଗାଣ ପାଇଁ ପ୍ରମୁଖ ପ୍ରକଳ୍ପ ଚାଲିଛି।

ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶାର ପାରାଦୀପରୁ ପଶ୍ଚିମବଙ୍ଗର ହାଲଦିଆ ପର୍ଯ୍ୟନ୍ତ ୩୪୪ କିଲୋମିଟର ଲମ୍ବା ପାଇପଲାଇନ ଉଦ୍ଘାଟନ କରିଛନ୍ତି। ସେ ପାରାଦ୍ବୀପ ରିଫାଇନାରୀରେ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ ମୋନୋ ଏଥାଇଲନ୍ ଗ୍ଲାଇକଲ୍ ପ୍ରକଳ୍ପ ଏବଂ ପାରାଦୀପରେ ୦.୬ MMTPA LPG ଆମଦାନୀ ସୁବିଧା ମଧ୍ୟ ଉଦ୍ଘାଟନ କରିଛନ୍ତି। ଯାହା ପୂର୍ବ ଭାରତର ପଲିଷ୍ଟର ଶିଳ୍ପରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବ। ଏହା ମଧ୍ୟ ଭଦ୍ରକ ଏବଂ ପାରାଦୀପରେ ଥିବା ଟେକ୍ସଟାଇଲ୍ ପାର୍କକୁ କଞ୍ଚାମାଲ ଯୋଗାଇବ।

ଆଜିର ଏହି ଉତ୍ସବ ଦେଶରେ ପରିବର୍ତ୍ତିତ କାର୍ଯ୍ୟ ସଂସ୍କୃତିର ପ୍ରତୀକ ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ ପୂର୍ବ ସରକାରଙ୍କ ତୁଳନାତ୍ମକ ଚିତ୍ର ଆଙ୍କିଥିଲେ। ସେ କହିଥିଲେ ଯେ, ପୂର୍ବ ସରକାର ପାରାଦ୍ବୀପ ରିଫାଇନାରୀର ଭତ୍ତି ପ୍ରସ୍ତର ସ୍ଥାପନ କରିଥିଲେ ମଧ୍ୟ ତାହାକୁ କାର୍ଯ୍ୟକାରୀ କରିପାରି ନ ଥିଲେ। ହେଲେ ଏବର ସରକାର ସେ ସବୁ କମ ଦିନ ମଧ୍ୟରେ ସଂପୂର୍ଣ୍ଣ କରି ଦେଖାଇଦେଇଛି।

ସେ ପାରାଦୀପ – ହାଇଦ୍ରାବାଦର ଉଦଘାଟନ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି। ଗତକାଲି ତେଲେଙ୍ଗାନାର ସାଙ୍ଗାରେଡିରେ ପାଇପଲାଇନ ଏବଂ ତିନି ଦିନ ପୂର୍ବେ ପଶ୍ଚିମବଙ୍ଗର ଅରାମବାଗରେ ହାଲଡିଆରୁ ବାରୁନି ପର୍ଯ୍ୟନ୍ତ ୫୦୦ କିଲୋମିଟର ଲମ୍ବା ଅଶୋଧିତ ତୈଳ ପାଇପଲାଇନ ଉଦଘାଟିତ ହୋଇଛି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କେନ୍ଦ୍ର ସରକାର ଓଡିଶାରେ ଆଧୁନିକ ସଂଯୋଗ ଉପରେ ଧ୍ୟାନ ଦେଉଛନ୍ତି ଯାହା ଦ୍ବାରା ସ୍ଥାନୀୟ ସମ୍ବଳ ରାଜ୍ୟର ଅର୍ଥନୀତିକୁ ବୃଦ୍ଧି କରିବ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗତ ୧୦ ବର୍ଷ ମଧ୍ୟରେ ୩୦୦୦ କିଲୋମିଟର ଜାତୀୟ ରାଜପଥ ଏବଂ ରେଳ ବଜେଟକୁ ୧୨ ଗୁଣ ବୃଦ୍ଧି କରାଯାଇଛି।

ସେ ପ୍ରକାଶ କରିଛନ୍ତି ଯେ ରେଳ-ରାଜପଥ-ବନ୍ଦର ସଂଯୋଗରେ ଉନ୍ନତି ଆଣିବା ପାଇଁ ଯାଜପୁର, ଭଦ୍ରକ, ଜଗତସିଂହପୁର, ମୟୂରଭଞ୍ଜ, ଖୋର୍ଦ୍ଧା, ଗଞ୍ଜାମ, ପୁରୀ ଏବଂ କେନ୍ଦୁଝରରେ ଜାତୀୟ ରାଜପଥ ବିସ୍ତାର କରାଯାଉଛି। ସେ କହିଛନ୍ତି ଯେ ନୂଆ ଅନୁଗୁଳ ସୁକିଣ୍ଡା ରେଳ ଲାଇନ କଳିଙ୍ଗ ନଗର ଶିଳ୍ପାଞ୍ଚଳର ବିକାଶକୁ ସହାୟକ ହେବ।

ପ୍ରଧାନମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଆଜିର ବିକାଶମୂଳକ ପ୍ରକଳ୍ପ ପାଇଁ ନାଗରିକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହି ଉତ୍ସବରେ ଓଡିଶାର ରାଜ୍ୟପାଳ ଶ୍ରୀ ରଘୁବର ଦାସ, ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଶେଶ୍ବର ଟୁଡୁ ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର

ଆଜିଠୁ ପ୍ରଧାନମନ୍ତ୍ରୀଙ୍କ ଓଡିଶା ଏବଂ ଆସାମ ଗସ୍ତ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଙ୍କର ଆଜି ଭାରତୀୟ ପ୍ରବନ୍ଧ ସଂସ୍ଥାନ (ଆଇଆଇଏମ୍), ସମ୍ବଲପୁର ଗସ୍ତ ପରିପ୍ରେକ୍ଷୀରେ ଏକ ରାଜ୍ୟସ୍ତରୀୟ ବୈଠକ ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।

ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମକୁ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ସହ ଆନୁଷଙ୍ଗିକ ପ୍ରସ୍ତୁତି ସଂପର୍କରେ ସେ ସଂପୃକ୍ତ କର୍ତ୍ତୃପକ୍ଷ, ଜିଲ୍ଲାପାଳ ଏବଂ ଅଧିକାରୀମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି।

ପ୍ରାପ୍ତ ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ଆଜି ପୂର୍ବାହ୍ନରେ ନୂଆଦିଲ୍ଲୀ ବିମାନ ବନ୍ଦରରୁ ସ୍ୱତନ୍ତ୍ର ବାୟୁସେନା ବିମାନ ଯୋଗେ ଓଡ଼ିଶା ଅଭିମୁଖେ ଯାତ୍ରା କରି ଅପରାହ୍ନରେ ଝାରସୁଗୁଡ଼ା ବିମାନ ବନ୍ଦରରେ ଓହ୍ଲାଇ ସେଠାରୁ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ସମ୍ବଲପୁରସ୍ଥିତ ଅସ୍ଥାୟୀ ହେଲିପ୍ୟାଡରେ ପହଞ୍ଚି ଆଇଆଇଏମ୍ କ୍ୟାମ୍ପସରେ ପହଞ୍ଚିବେ। ସେଠାରେ ଆଇଆଇଏମ୍ , ସମ୍ବଲପୁର କ୍ୟାମ୍ପସର ଲୋକାର୍ପଣ ଓ ଅନ୍ୟ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କାଯ୍ୟକ୍ରମ ପରେପରେ ସେ ସ୍ଥାନୀୟ ‘ରେମେଡ୍’ପଡିଆ ଠାରେ ଏକ ସାଧାରଣ ସଭାରେ ଯୋଗଦେବେ।

ଏହାକୁ ଦୃଷ୍ଟିରେ ରଖି ଝାରସୁଗୁଡ଼ା ବିମାନ ବନ୍ଦର ସମେତ ସମ୍ବଲପୁରଠାରେ ଅସ୍ଥାୟୀ ହେଲିପ୍ୟାଡ୍ ରେ ଆନୁଷ୍ଠଙ୍ଗିକ ବ୍ୟବସ୍ଥା ସହ ତାଙ୍କ ଗସ୍ତର ଆରମ୍ଭରୁ ଶେଷ ପର‌୍ୟ୍ୟନ୍ତ ସୁରକ୍ଷା ବ୍ୟବସ୍ଥାକୁ ମାନକ ନିୟମ ଅନୁସାରେ କଡାକଡ଼ି ଦୃଷ୍ଟି ଦେବାକୁ ଦେବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଯୋଗ ଦେବାକୁଥିବା କୌଣସି କାଯ୍ୟକ୍ରମ ସ୍ଥଳ, ବିମାନବନ୍ଦର ଓ ହେଲିପ୍ୟାଡସ୍ଥଳ ଠାରେ ଡ୍ରୋନ କ୍ୟାମେରା ବ୍ୟବହାର କରାଯିବ ନାହିଁ।

ଏ ସଂପର୍କରେ କାଯ୍ୟାନୁଷ୍ଠାନ ପାଇଁ ସେ ଜିଲ୍ଲାପାଳ ଓ ସୁରକ୍ଷା ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ। ସେହିପରି କାର୍ଯ୍ୟକ୍ରମ ସ୍ଥଳଗୁଡ଼ିକରେ ନିରବଚ୍ଛିନ୍ନ ବିଦ୍ୟୁତ୍ ସରବରାହ ପାଇଁ ଜେନେରେଟର ରଖିବା ସହ ଆଗୁ ଆଟେଷ୍ଟିଙ୍ଗ କରିବା, ଏହା ସହିତ ଆଉ ଦୁଇଟି ଅତିରିକ୍ତ ଜେନେରେଟର ରଖିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ଡାକବାଜି ଯନ୍ତ୍ର ଭଲ ଭାବରେ କାର୍ଯ୍ୟକ୍ଷମ ହେବା ପ୍ରତି ସେ ଗୁରୁତ୍ୱ ଦେଇଥିଲେ। କେନ୍ଦ୍ର ଗୃହ ବିଭାଗ ଓ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶାବଳୀ ଅନୁସାରେ ବିଭିନ୍ନ ସ୍ଥାନରେ କାର‌୍ୟ୍ୟନିର୍ବାହ ପାଇଁ ଏବଂ ମୁତୟନ ହେଉଥିବା ସିଧାସଳଖ ନିକଟ ସଂସ୍ପର୍ଶ (କ୍ଲୋଜ୍ ପ୍ରକ୍ସିମିଟି) ରେ ଯେଉଁ ଅଧିକାରୀ, କର୍ମଚାରୀ ବା ବ୍ୟକ୍ତି ବିଶେଷଙ୍କର ଦାୟିତ୍ୱ ରହୁଛି, ସେମାନଙ୍କ ପାଇଁ କୋଭିଡ-୧୯ ପରୀକ୍ଷା କରାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ କାରକେଡ୍ ବ୍ୟବସ୍ଥା, ଆମ୍ବୁଲାନ୍ସ ଏବଂ ଜୀବନ ସୁରକ୍ଷା ସହାୟକ ବ୍ୟବସ୍ଥା ସହ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଓ କାର‌୍ୟ୍ୟକ୍ରମ ସ୍ଥଳରେ ‘କ୍ରିଟିକାଲ କେୟାର ବକ୍ସ’ ରଖାଯିବ। ଭିଭିଆଇପି ଯିବା ଆସିବା ରାସ୍ତାର ମରାମତି କରାଯିବା, କାର୍ଯ୍ୟକ୍ରମ ସ୍ଥଳରେ ନିରବଚ୍ଛିନ୍ନ ପାନୀୟ ଜଳ ଯୋଗାଣ, କାର୍ଯ୍ୟକ୍ରମ ଥିବା ମଂଚ ପ୍ରସ୍ତୁତି ଓ ସୁରକ୍ଷାଯାଂଚ୍, କାର୍ଯ୍ୟକ୍ରମ ସ୍ଥଳ, ହେଲିପ୍ୟାଡ୍ ଓ ରାସ୍ତାରେ ବେରିକେଡିଂ ବ୍ୟବସ୍ଥା କରାଯିବ।

ଦୂରଦର୍ଶନ ଓ ଭାରତ ସରକାରଙ୍କ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ସହାୟତାରେ କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯିବାକୁ ଥିବା ବେଳେ ରାଜ୍ୟସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ଏହାକୁ ସୁବ୍ୟବସ୍ଥିତ କରାଯିବ। କାର‌୍ୟ୍ୟକ୍ରମସ୍ଥଳରେ ଇଣ୍ଟରନେଟ୍ ସୁବିଧା, ଅଗ୍ନିନିର୍ବାପକ ବ୍ୟବସ୍ଥା ଏବଂ ସୁରକ୍ଷା ବ୍ୟବସ୍ଥା ପାଇଁ ରାଜ୍ୟ ଗୃହ ବିଭାଗ ତରଫରୁ ଏକକ ଣ୍ଟ୍ରୋଲରୁମ୍ କାର୍ଯ୍ୟକରିବ। ଜିଲ୍ଲାପାଳ, ସମ୍ବଲପୁର ଓ ଜିଲ୍ଲାପାଳ, ଝାରସୁଗୁଡ଼ା ସଂପୃକ୍ତ ସ୍ଥାନରେ ଆବଶ୍ୟକ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସମସ୍ତଙ୍କ ସହଯୋଗରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମର ପ୍ରସ୍ତୁତି ଓ କାର‌୍ୟ୍ୟ ସୁଚାରୁ ରୂପେ ସଂପାଦନ କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି।ପ୍ରୋଟକଲ ଅନୁସାରେ କିଏ କେଉଁଠି ମୃତୟନ ରହିବେ,ତାହାକୁ ନିଶ୍ଚିତ କରିବାକୁ କୁହାଯାଇଛି। କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କୁ ମଧ୍ୟ ବ୍ୟବସ୍ଥାର ତଦାରଖ ପାଇଁ ଆବଶ୍ୟକ ପରାମର୍ଶ ଦିଆଯାଇଛି।

ଏହି ବୈଠକରେ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଟିବ ଅନୁ ଗର୍ଗ, ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓ ରଞ୍ଜନ କୁମାର ସିଂ, ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଅରୁଣ କୁମାର ଷଡଙ୍ଗୀ, ପୂର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ ବୀର ବିକ୍ରମ ଯାଦବ,ସୂଚନା ଓ ଲୋକସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂ, ଇଲେକ୍ଟ୍ରୋନିକ୍ସ ଓ ସୂଚନାପ୍ରଯୁକ୍ତି ବିଦ୍ୟା ବିଭାଗ ପ୍ରମୁଖ ଶାସନ ସଚିବ ମନୋଜ କୁମାର ମିଶ୍ରଙ୍କ ସମେତ ରାଜ୍ୟ ପ୍ରଶାସନର ସଂପୃକ୍ତ ବିଭାଗର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ବୈଠକରେ ଆଭାସୀ ବ୍ୟବସ୍ଥା ମାଧ୍ୟମରେ କେନ୍ଦ୍ରାଂଚଳ ରାଜସ୍ୱ ଆୟୁକ୍ତ, ପଶ୍ଚିମାଂଚଳ ଆରକ୍ଷୀ ମହାନିରୀକ୍ଷକ,ଜିଲ୍ଲାପାଳ ସମ୍ବଲପୁର ଓ ଝାରସୁଗୁଡ଼ା,ସଂପୃକ୍ତ ଆରକ୍ଷୀ ଅଧିକ୍ଷକ ଓ ଜିଲ୍ଲାସ୍ତରୀୟ ବରିଷ୍ଠ ପଦାଧିକାରୀମାନେ ଯୋଗଦେଇଥିଲେ। ଗୃହ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ଡଃ ସନ୍ତୋଷ ବାଲା ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମର ସବିଶେଷ ସୂଚନା ଓ ପ୍ରସ୍ତୁତି ସଂପର୍କରେ ଉପସ୍ଥାପନ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଆସନ୍ତାକାଲି ଓଡିଶା ଆସିବେ ପ୍ରଧାନମନ୍ତ୍ରୀ, ସୁରକ୍ଷା ପାଇଁ ବୈଠକ, ଜାଣନ୍ତୁ କେଉଁଠି କଣ ରହିଛି କାର୍ଯ୍ୟକ୍ରମ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଙ୍କର ଆସନ୍ତା ଫେବୃଆରୀ ୩ ତାରିଖରେ ଭାରତୀୟ ପ୍ରବନ୍ଧ ସଂସ୍ଥାନ (ଆଇଆଇଏମ୍), ସମ୍ବଲପୁର ଗସ୍ତ ପରିପ୍ରେକ୍ଷୀରେ ଏକ ରାଜ୍ୟସ୍ତରୀୟ ବୈଠକ ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।

ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମକୁ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ସହ ଆନୁଷଙ୍ଗିକ ପ୍ରସ୍ତୁତି ସଂପର୍କରେ ସେ ସଂପୃକ୍ତ କର୍ତ୍ତୃପକ୍ଷ, ଜିଲ୍ଲାପାଳ ଏବଂ ଅଧିକାରୀମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି।

ପ୍ରାପ୍ତ ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ୩ ତାରିଖ ପୂର୍ବାହ୍ନରେ ନୂଆଦିଲ୍ଲୀ ବିମାନ ବନ୍ଦରରୁ ସ୍ୱତନ୍ତ୍ର ବାୟୁସେନା ବିମାନ ଯୋଗେ ଓଡ଼ିଶା ଅଭିମୁଖେ ଯାତ୍ରା କରି ଅପରାହ୍ନରେ ଝାରସୁଗୁଡ଼ା ବିମାନ ବନ୍ଦରରେ ଓହ୍ଲାଇ ସେଠାରୁ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ସମ୍ବଲପୁରସ୍ଥିତ ଅସ୍ଥାୟୀ ହେଲିପ୍ୟାଡରେ ପହଞ୍ଚି ଆଇଆଇଏମ୍ କ୍ୟାମ୍ପସରେ ପହଞ୍ଚିବେ। ସେଠାରେ ଆଇଆଇଏମ୍ , ସମ୍ବଲପୁର କ୍ୟାମ୍ପସର ଲୋକାର୍ପଣ ଓ ଅନ୍ୟ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କାଯ୍ୟକ୍ରମ ପରେପରେ ସେ ସ୍ଥାନୀୟ ‘ରେମେଡ୍’ପଡିଆ ଠାରେ ଏକ ସାଧାରଣ ସଭାରେ ଯୋଗଦେବେ।

ଏହାକୁ ଦୃଷ୍ଟିରେ ରଖି ଝାରସୁଗୁଡ଼ା ବିମାନ ବନ୍ଦର ସମେତ ସମ୍ବଲପୁରଠାରେ ଅସ୍ଥାୟୀ ହେଲିପ୍ୟାଡ୍ ରେ ଆନୁଷ୍ଠଙ୍ଗିକ ବ୍ୟବସ୍ଥା ସହ ତାଙ୍କ ଗସ୍ତର ଆରମ୍ଭରୁ ଶେଷ ପର‌୍ୟ୍ୟନ୍ତ ସୁରକ୍ଷା ବ୍ୟବସ୍ଥାକୁ ମାନକ ନିୟମ ଅନୁସାରେ କଡାକଡ଼ି ଦୃଷ୍ଟି ଦେବାକୁ ଦେବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଯୋଗ ଦେବାକୁଥିବା କୌଣସି କାଯ୍ୟକ୍ରମ ସ୍ଥଳ, ବିମାନବନ୍ଦର ଓ ହେଲିପ୍ୟାଡସ୍ଥଳ ଠାରେ ଡ୍ରୋନ କ୍ୟାମେରା ବ୍ୟବହାର କରାଯିବ ନାହିଁ।

ଏ ସଂପର୍କରେ କାଯ୍ୟାନୁଷ୍ଠାନ ପାଇଁ ସେ ଜିଲ୍ଲାପାଳ ଓ ସୁରକ୍ଷା ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ। ସେହିପରି କାର୍ଯ୍ୟକ୍ରମ ସ୍ଥଳଗୁଡ଼ିକରେ ନିରବଚ୍ଛିନ୍ନ ବିଦ୍ୟୁତ୍ ସରବରାହ ପାଇଁ ଜେନେରେଟର ରଖିବା ସହ ଆଗୁ ଆଟେଷ୍ଟିଙ୍ଗ କରିବା, ଏହା ସହିତ ଆଉ ଦୁଇଟି ଅତିରିକ୍ତ ଜେନେରେଟର ରଖିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ଡାକବାଜି ଯନ୍ତ୍ର ଭଲ ଭାବରେ କାର୍ଯ୍ୟକ୍ଷମ ହେବା ପ୍ରତି ସେ ଗୁରୁତ୍ୱ ଦେଇଥିଲେ। କେନ୍ଦ୍ର ଗୃହ ବିଭାଗ ଓ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶାବଳୀ ଅନୁସାରେ ବିଭିନ୍ନ ସ୍ଥାନରେ କାର‌୍ୟ୍ୟନିର୍ବାହ ପାଇଁ ଏବଂ ମୁତୟନ ହେଉଥିବା ସିଧାସଳଖ ନିକଟ ସଂସ୍ପର୍ଶ (କ୍ଲୋଜ୍ ପ୍ରକ୍ସିମିଟି) ରେ ଯେଉଁ ଅଧିକାରୀ, କର୍ମଚାରୀ ବା ବ୍ୟକ୍ତି ବିଶେଷଙ୍କର ଦାୟିତ୍ୱ ରହୁଛି, ସେମାନଙ୍କ ପାଇଁ କୋଭିଡ-୧୯ ପରୀକ୍ଷା କରାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ କାରକେଡ୍ ବ୍ୟବସ୍ଥା, ଆମ୍ବୁଲାନ୍ସ ଏବଂ ଜୀବନ ସୁରକ୍ଷା ସହାୟକ ବ୍ୟବସ୍ଥା ସହ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଓ କାର‌୍ୟ୍ୟକ୍ରମ ସ୍ଥଳରେ ‘କ୍ରିଟିକାଲ କେୟାର ବକ୍ସ’ ରଖାଯିବ। ଭିଭିଆଇପି ଯିବା ଆସିବା ରାସ୍ତାର ମରାମତି କରାଯିବା, କାର୍ଯ୍ୟକ୍ରମ ସ୍ଥଳରେ ନିରବଚ୍ଛିନ୍ନ ପାନୀୟ ଜଳ ଯୋଗାଣ, କାର୍ଯ୍ୟକ୍ରମ ଥିବା ମଂଚ ପ୍ରସ୍ତୁତି ଓ ସୁରକ୍ଷାଯାଂଚ୍, କାର୍ଯ୍ୟକ୍ରମ ସ୍ଥଳ, ହେଲିପ୍ୟାଡ୍ ଓ ରାସ୍ତାରେ ବେରିକେଡିଂ ବ୍ୟବସ୍ଥା କରାଯିବ।

ଦୂରଦର୍ଶନ ଓ ଭାରତ ସରକାରଙ୍କ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ସହାୟତାରେ କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯିବାକୁ ଥିବା ବେଳେ ରାଜ୍ୟସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ଏହାକୁ ସୁବ୍ୟବସ୍ଥିତ କରାଯିବ। କାର‌୍ୟ୍ୟକ୍ରମସ୍ଥଳରେ ଇଣ୍ଟରନେଟ୍ ସୁବିଧା, ଅଗ୍ନିନିର୍ବାପକ ବ୍ୟବସ୍ଥା ଏବଂ ସୁରକ୍ଷା ବ୍ୟବସ୍ଥା ପାଇଁ ରାଜ୍ୟ ଗୃହ ବିଭାଗ ତରଫରୁ ଏକକ ଣ୍ଟ୍ରୋଲରୁମ୍ କାର୍ଯ୍ୟକରିବ। ଜିଲ୍ଲାପାଳ, ସମ୍ବଲପୁର ଓ ଜିଲ୍ଲାପାଳ, ଝାରସୁଗୁଡ଼ା ସଂପୃକ୍ତ ସ୍ଥାନରେ ଆବଶ୍ୟକ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସମସ୍ତଙ୍କ ସହଯୋଗରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମର ପ୍ରସ୍ତୁତି ଓ କାର‌୍ୟ୍ୟ ସୁଚାରୁ ରୂପେ ସଂପାଦନ କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି।ପ୍ରୋଟକଲ ଅନୁସାରେ କିଏ କେଉଁଠି ମୃତୟନ ରହିବେ,ତାହାକୁ ନିଶ୍ଚିତ କରିବାକୁ କୁହାଯାଇଛି। କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କୁ ମଧ୍ୟ ବ୍ୟବସ୍ଥାର ତଦାରଖ ପାଇଁ ଆବଶ୍ୟକ ପରାମର୍ଶ ଦିଆଯାଇଛି।

ଏହି ବୈଠକରେ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଟିବ ଶ୍ରୀମତୀ ଅନୁ ଗର୍ଗ, ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓ ରଞ୍ଜନ କୁମାର ସିଂ, ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଅରୁଣ କୁମାର ଷଡଙ୍ଗୀ, ପୂର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବୀର ବିକ୍ରମ ଯାଦବ,ସୂଚନା ଓ ଲୋକସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ, ଇଲେକ୍ଟ୍ରୋନିକ୍ସ ଓ ସୂଚନାପ୍ରଯୁକ୍ତି ବିଦ୍ୟା ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ମନୋଜ କୁମାର ମିଶ୍ରଙ୍କ ସମେତ ରାଜ୍ୟ ପ୍ରଶାସନର ସଂପୃକ୍ତ ବିଭାଗର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ବୈଠକରେ ଆଭାସୀ ବ୍ୟବସ୍ଥା ମାଧ୍ୟମରେ କେନ୍ଦ୍ରାଂଚଳ ରାଜସ୍ୱ ଆୟୁକ୍ତ, ପଶ୍ଚିମାଂଚଳ ଆରକ୍ଷୀ ମହାନିରୀକ୍ଷକ,ଜିଲ୍ଲାପାଳ ସମ୍ବଲପୁର ଓ ଝାରସୁଗୁଡ଼ା,ସଂପୃକ୍ତ ଆରକ୍ଷୀ ଅଧିକ୍ଷକ ଓ ଜିଲ୍ଲାସ୍ତରୀୟ ବରିଷ୍ଠ ପଦାଧିକାରୀମାନେ ଯୋଗଦେଇଥିଲେ। ଗୃହ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ଡଃ ସନ୍ତୋଷ ବାଲା ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମର ସବିଶେଷ ସୂଚନା ଓ ପ୍ରସ୍ତୁତି ସଂପର୍କରେ ଉପସ୍ଥାପନ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର

ଅଯୋଦ୍ଧାକୁ ଗସ୍ତ କରିବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୁଛନ୍ତି ନୂଆ ରେକର୍ଡ

ନୂଆଦିଲ୍ଲୀ: ଜାନୁଆରୀ ୨୨ରେ ପ୍ରାଣ ପ୍ରତିଷ୍ଠା ସମାରୋହରେ ଯୋଗ ଦେବା ମାତ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟା ସହ ଜଡ଼ିତ ଏକ ନିଆରା ରେକର୍ଡ କରିବେ। ପ୍ରଧାନମନ୍ତ୍ରୀ ଭାବରେ ସେ ପଞ୍ଚମ ଥର ପାଇଁ ଅଯୋଧ୍ୟାରେ ଗସ୍ତରେ ଆସୁଛନ୍ତି।

୨୦୧୯ରେ ଗୋସାଇଗଞ୍ଜରେ ସାଧାରଣ ସଭା, ୨୦୨୦ରେ ରାମ ମନ୍ଦିର ଭୂମି ପୂଜନ, ୨୦୨୨ରେ ଦୀପୋତ୍ସବ-୨୦୨୨ ପରେ ବିମାନବନ୍ଦର ଉଦ୍‌ଘାଟନ ଅବସରରେ ସେ ଚତୁର୍ଥ ଥର ପାଇଁ ଡିସେମ୍ବର ୩୦ରେ ଅଯୋଧ୍ୟାରେ ଗସ୍ତରେ ଯିବେ। ସେ ଏକମାତ୍ର ପ୍ରଧାନମନ୍ତ୍ରୀ ହେବେ ଯିଏ କି ୫ ଥର ଅଯୋଧ୍ୟା ଗସ୍ତ କରିବେ। ମୋଦି ହେଉଛନ୍ତି ଏକମାତ୍ର ପ୍ରଧାନମନ୍ତ୍ରୀ ଯିଏ କି ରାମଲାଲାଙ୍କ ପୂଜା ଅର୍ଚ୍ୟନା କରିଛନ୍ତି।

ନରେନ୍ଦ୍ର ମୋଦିଙ୍କ ପୂର୍ବରୁ ୪ ଜଣ ପ୍ରଧାନମନ୍ତ୍ରୀ ଏଠାକୁ ଆସିଥିଲେ ମଧ୍ୟ କେହି ରାମଲାଲାଙ୍କୁ ଭେଟି ନାହାନ୍ତି। ସାଂସଦ ଲଲ୍ଲୁ ସିଂହ କହିଛନ୍ତି ଯେ ଅଯୋଧ୍ୟା ପ୍ରତି ବହୁତ ସମ୍ମାନ ରଖୁଥିବା ପ୍ରଧାନମନ୍ତ୍ରୀ ମଧ୍ୟ ତାଙ୍କ ଆଚରଣ ମାଧ୍ୟମରେ ପ୍ରମାଣିତ କରିଛନ୍ତି ଯେ ସେ ଜଣେ ପ୍ରକୃତ ରାମ ଭକ୍ତ ଯିଏ କି ରାମଶକ୍ତିରେ ବିଶ୍ୱାସ କରନ୍ତି।

ଇନ୍ଦିରା ଓ ରାଜୀବ ତିନିଥର ଆସିଥିଲେ

ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ୩ ଥର ରାମନଗରୀ ଗସ୍ତ କରିଥିଲେ। ୧୯୬୬ ମସିହାରେ ସେ ସରଜୁ ସେତୁର ଉଦ୍‌ଘାଟନ କରିଥିଲେ। ଏହାପରେ ୧୯୭୫ମସିହାରେ ସେ ନରେନ୍ଦ୍ର ଦେବ କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ କରିବାକୁ ଆସିଥିଲେ। ତୃତୀୟ ଥର ପାଇଁ ସେ ୧୯୭୯ରେ ଅଯୋଧ୍ୟା ଗସ୍ତ କରିଥିଲେ।

ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧି ୧୯୮୪ ଓ ୧୯୮୯ରେ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବାକୁ ଏଠାକୁ ଆସିଥିଲେ। ୧୯୯୦ ମସିହାରେ ସେ ଏକ ସଦ୍ଭାବନା ଯାତ୍ରାରେ ଏଠାକୁ ଆସିଥିଲେ।

ମୋଦି ପ୍ରଥମେ ୧୯୯୨ରେ ଅଯୋଧ୍ୟା ଆସିଥିଲେ

୧୯୯୨ ଜାନୁଆରୀରେ ନରେନ୍ଦ୍ର ମୋଦି ତତ୍କାଳୀନ ବିଜେପି ସଭାପତି ଡ. ମୁରଲୀ ମନୋହର ଯୋଶୀଙ୍କ ସହ ଅଯୋଧ୍ୟା ଗସ୍ତ କରିଥିଲେ। ୨୦୦୯ ଓ ୨୦୧୪ ଲୋକସଭା ନିର୍ବାଚନରେ ସେ ଅଯୋଧ୍ୟାରେ ସାଧାରଣ ସଭା ମଧ୍ୟ କରିଥିଲେ। ନରେନ୍ଦ୍ର ମୋଦିଙ୍କ ଜନସଭାରେ ପ୍ରବଳ ଜନସମାଗମ ଏକ ରେଖା ଆଙ୍କିଥିଲା ଯାହା ଯେ କୌଣସି ନେତାଙ୍କ ପାଇଁ ଅତିକ୍ରମ କରିବା ଚ୍ୟାଲେଞ୍ଜିଂ ଅଟେ।

ଦୁଇ ଥର ଆସିଥିଲେ ଅଟଳ ବିହାରୀ ବାଜପେୟୀ

ଭାରତରତ୍ନ ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଥିବାବେଳେ ଦୁଇଥର ଅଯୋଧ୍ୟା ଗସ୍ତ କରିଥିଲେ। ତାଙ୍କର ପ୍ରଥମ ଗସ୍ତ ୨୦୦୨ ମସିହାରେ ମନ୍ଦିର ଆନ୍ଦୋଳନର ଅନ୍ୟତମ ନାୟକ ପରମହଂସ ରାମଚନ୍ଦ୍ର ଦାସଙ୍କ ସାକେତବାସରେ ଅଯୋଧ୍ୟା ଆସିଥିଲା।

ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ପରମହଂସଙ୍କର ସ୍ୱପ୍ନ ନିଶ୍ଚୟ ପୂରଣ ହେବ ବୋଲି ସେ କହିଛନ୍ତି। ଅଟଳଜୀଙ୍କ ଏହି ବୟାନ ଏବଂ ପରମହଂସଜୀଙ୍କ ସ୍ୱପ୍ନ ଜାନୁଆରୀ ୨୨ରେ ଦିବ୍ୟ ଭବ୍ୟ ଏବଂ ଚିରଞ୍ଜୀବୀ ଭବନରେ ରାମଲଲାଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଦ୍ୱାରା ପୂରଣ ହେବ।

ଦ୍ୱିତୀୟ ଥର ପାଇଁ ସେ ୨୦୦୪ମସିହାରେ ସରୟୁ ରେଳ ଓଭରବ୍ରିଜ ଉଦ୍‌ଘାଟନ ପାଇଁ ଏଠାକୁ ଆସିଥିଲେ ଏବଂ ବିମାନବନ୍ଦରରେ ଏକ ସଭା ମଧ୍ୟ କରିଥିଲେ।

ଦେବେଗୌଡ଼ା ମଧ୍ୟ ଆସିଥିଲେ

୧୯୯୭ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଏଚ୍ ଡି ଦେବଗୌଡ଼ା ଏଠାକୁ ଆସିଥିଲେ। ସେ ସରଜୁ ରେଳ ଓଭରବ୍ରିଜ୍‌ର ଶିଳାନ୍ୟାସ କରିଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ରାଜଘାଟରେ ଜି20 ଦେଶର ନେତାମାନେ ମହାତ୍ମା ଗାନ୍ଧୀଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜି20 ସଦସ୍ୟ ଦେଶର ନେତାମାନଙ୍କ ସହିତ ଆଜି ଐତିହାସିକ ରାଜଘାଟରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି। ସେମାନେ ଏହି ତଥ୍ୟକୁ ଉପସ୍ଥାପନ କରିଛନ୍ତି ଯେ ଗାନ୍ଧୀଜୀଙ୍କ ଶାଶ୍ବତ ଆଦର୍ଶ ଏକ ସାମଞ୍ଜସ୍ୟପୂର୍ଣ୍ଣ, ସମାବେଶୀ ଏବଂ ସମୃଦ୍ଧ ବିଶ୍ବ ପାଇଁ ଆମ ସାମୁହିକ ଦୃଷ୍ଟିକୋଣର ମାଗଦର୍ଶନ କରିଥାଏ।

ପ୍ରଧାନମନ୍ତ୍ରୀ ଟ୍ବିଟରରେ ପୋଷ୍ଟ କରିଛନ୍ତି-

‘‘ଐତିହାସିକ ରାଜଘାଟରେ, ଜି20 ପରିବାର ଶାନ୍ତି, ସେବା, କରୁଣା ଏବଂ ଅହିଂସାର ପ୍ରତୀକ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି।

ଅନେକ ଦେଶ ଏକଜୁଟ ହେବା ସହିତ, ଗାନ୍ଧୀଜିଙ୍କ ଶାଶ୍ବତ ଆଦର୍ଶ ଏକ ସାମଞ୍ଜସ୍ୟପୂର୍ଣ୍ଣ, ସମାବେଶୀ ଏବଂ ସମୃଦ୍ଧ ବିଶ୍ବ ପାଇଁ ଆମର ସାମୁହିକ ଦୃଷ୍ଟିକୋଣର ମାର୍ଗଦର୍ଶନ କରୁଛି।’’

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଟ୍ବିଟରରେ ପୋଷ୍ଟ କରିଛନ୍ତି :

‘‘ଜି20 ପରିବାର ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି। ବିଶ୍ବର ନେତାମାନେ ରାଜଘାଟର ପରିଦର୍ଶନ କରିଛନ୍ତି ଯେଉଁଠାରେ ସେମାନେ ମହାତ୍ମା ଗାନ୍ଧୀଙ୍କ ସମାଧିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।’’

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର

ଜି ୨୦ ସମ୍ମିଳନୀରେ ଭାରତ ଫ୍ରାନ୍ସ ମଧ୍ୟରେ ହେଲା ଶୀର୍ଷ ନେତୃତ୍ବ ବୈଠକ, ନିଆଗଲା ଏହି ନିଷ୍ପତି

ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀ ଠାରେ ଜି – ୨୦ ନେତା ମାନଙ୍କର ସମ୍ମିଳନୀ ଅବସରରେ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଫ୍ରାନ୍ସ ଗଣତନ୍ତ୍ରର ରାଷ୍ଟ୍ରପତି ଶ୍ରୀ ଇମାନୁଏଲ ମାକ୍ରୋନଙ୍କ ସହ ମଧ୍ୟାହ୍ନ ଭୋଜନ ପରେ ଦ୍ୱିପାକ୍ଷିକ ବୈଠକ କରିଥିଲେ।

ଚଳିତ ବର୍ଷ ଜୁଲାଇ ମାସରେ ପ୍ୟାରିସରେ ଶେଷ ଥର ପାଇଁ ଦୁଇ ନେତାଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବୈଠକ ପରେ ଉଭୟ ନେତା ଦ୍ୱିପାକ୍ଷିକ ସମ୍ପର୍କର ଅଗ୍ରଗତି ଉପରେ ଆଲୋଚନା, ଆକଳନ ଏବଂ ସମୀକ୍ଷା କରିଥିଲେ। ଗୁରୁତ୍ୱପୂର୍ଣ୍ଣ ଅନ୍ତର୍ଜାତୀୟ ଏବଂ ଆଞ୍ଚଳିକ ବିକାଶ ଉପରେ ମଧ୍ୟ ସେମାନେ ମତ ବିନିମୟ କରିଥିଲେ।

ଭାରତ – ଫ୍ରାନ୍ସ ରଣନୈତିକ ଭାଗିଦାରୀର ୨୫ତମ ବାର୍ଷିକୀ ପାଳନ ଅବସରରେ ୨୦୨୩ ଜୁଲାଇ ୧୪ ରେ ଫ୍ରାନ୍ସ ଜାତୀୟ ଦିବସରେ ସମ୍ମାନିତ ଅତିଥି ଭାବେ ଯୋଗ ଦେବା ପରିପ୍ରେକ୍ଷୀରେ ୧୩ – ୧୪ ଜୁଲାଇ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଐତିହାସିକ ପ୍ୟାରିସ୍ ଗସ୍ତ ପରେ ରାଷ୍ଟ୍ରପତି ମାକ୍ରୋନ୍ ଭାରତ ଗସ୍ତ କରିଛନ୍ତି।

ଗଭୀର ବିଶ୍ୱାସ, ଅଂଶୀଦାର ମୂଲ୍ୟବୋଧ, ସାର୍ବଭୌମତ୍ୱ ଏବଂ ରଣନୈତିକ ସ୍ୱାଧୀନତା ଉପରେ ବିଶ୍ୱାସ, ଜାତିସଂଘ ଚାର୍ଟରରେ ଥିବା ଅନ୍ତର୍ଜାତୀୟ ଆଇନ ଏବଂ ନୀତି ପ୍ରତି ଦୃଢ଼ ପ୍ରତିବଦ୍ଧତା, ବହୁପକ୍ଷବାଦରେ ଏକ ସ୍ଥାୟୀ ବିଶ୍ୱାସ ଏବଂ ଏକ ସ୍ଥିର ବହୁ – ମେରୁ ବିଶ୍ୱର ପାରସ୍ପରିକ ଲକ୍ଷ୍ୟ ଉପରେ ପ୍ରତିଷ୍ଠିତ ଭାରତ ଫ୍ରାନ୍ସ ଭାଗିଦାରୀର ଶକ୍ତିକୁ ସ୍ୱୀକାର କରି ଉଭୟ ନେତା ଆଞ୍ଚଳିକ ଏବଂ ବୈଶ୍ୱିକ ଆହ୍ୱାନର ମୁକାବିଲା ପାଇଁ ସେମାନଙ୍କର ସହଯୋଗକୁ ବ୍ୟାପକ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।

ଅଶାନ୍ତ ସମୟରେ ‘ବସୁଧୈବ କୁଟୁମ୍ବକମ୍’ ଅର୍ଥାତ୍ ‘ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ’ର ବାର୍ତ୍ତା ବହନ କରି ସାମୂହିକ ଭାବରେ ଏକ ଉତ୍ତମ ଶକ୍ତି ଭାବରେ କାର‌୍ୟ୍ୟ କରିବା ପାଇଁ ସେମାନଙ୍କର ଅତୁଟ ପ୍ରତିବଦ୍ଧତାକୁ ସେମାନେ ଦୋହରାଇ ଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତ ସମୟରେ ‘ହରାଇଜନ୍ ୨୦୪୭’ ରୋଡ୍ ମ୍ୟାପ୍, ଭାରତ – ପ୍ରଶାନ୍ତ ମହାସାଗରୀୟ ରୋଡ୍ ମ୍ୟାପ୍ ଏବଂ ଅନ୍ୟାନ୍ୟ ପରିଣାମ ସାମ୍ପ୍ରତିକ ପ୍ରସଙ୍ଗ ଭାବେ କାର‌୍ୟ୍ୟ କରିବା ସହିତ ପ୍ରତିରକ୍ଷା, ମହାକାଶ, ପରମାଣୁ ଶକ୍ତି, ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି, ଗୁରୁତ୍ୱପୂର୍ଣ୍ଣ ପ୍ରଯୁକ୍ତି ବିଦ୍ୟା, ଜଳବାୟୁ ପରିବର୍ତ୍ତନ, ଶିକ୍ଷା, ଏବଂ ଲୋକମାନଙ୍କ ମଧ୍ୟରେ ଯୋଗାଯୋଗ ଆଦି କ୍ଷେତ୍ରରେ ସହଯୋଗ ପାଇଁ ନୂତନ ଓ ମହତ୍ତ୍ୱାକାଂକ୍ଷୀ ଲକ୍ଷ୍ୟ ଗୁଡ଼ିକର କାର‌୍ୟ୍ୟକାରିତା ଦିଗରେ ସାମଗ୍ରିକ ଅଗ୍ରଗତି ଏବଂ ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ଉଭୟ ନେତା ଆଲୋଚନା କରିଥିଲେ।

ଭିତ୍ତିଭୂମି, ଯୋଗାଯୋଗ, ଶକ୍ତି, ଜୈବ ବିବିଧତା, ସ୍ଥାୟୀତା ଏବଂ ଶିଳ୍ପ ପ୍ରକଳ୍ପ ସମେତ ଭାରତ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ଏବଂ ଆଫ୍ରିକାରେ ଭାରତ – ଫ୍ରାନ୍ସ ଭାଗିଦାରୀ ଉପରେ ମଧ୍ୟ ସେମାନେ ଆଲୋଚନା କରିଥିଲେ। ଭାରତ ଏବଂ ଫ୍ରାନ୍ସ ଦ୍ୱାରା ଆରମ୍ଭ ହୋଇଥିବା ଅନ୍ତର୍ଜାତୀୟ ସୌର ମେଣ୍ଟ ଏବଂ ବିପର‌୍ୟ୍ୟୟ ପ୍ରତିରୋଧୀ ଭିତ୍ତିଭୂମି ପାଇଁ ମେଣ୍ଟରେ ସହଯୋଗ ମାଧ୍ୟମରେ ଭାରତ – ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ପାଇଁ ସମାଧାନ ପ୍ରଦାନ କରିବାରେ ସେମାନଙ୍କର ଭୂମିକା ଉପରେ ସେମାନେ ଗୁରୁତ୍ୱାରୋପ କରିଥିଲେ।

ମିଶନ ଚନ୍ଦ୍ରଯାନ – ୩ର ସଫଳତା ପାଇଁ ରାଷ୍ଟ୍ରପତି ମାକ୍ରୋନ୍ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଉଭୟ ନେତା ଭାରତ – ଫ୍ରାନ୍ସ ମହାକାଶ ସହଯୋଗର ଛଅ ଦଶନ୍ଧିକୁ ମନେ ପକାଇଥିଲେ ଏବଂ ଜୁନ୍ ୨୦୨୩ ରେ ପ୍ରଥମ ରଣନୈତିକ ମହାକାଶ ଆଲୋଚନା ଆୟୋଜନ ପର ଠାରୁ ଏହାର ଅଗ୍ରଗତିର ସମୀକ୍ଷା କରିଥିଲେ।

ସେମାନେ ଭାରତ – ଫ୍ରାନ୍ସ ବେସାମରିକ ପରମାଣୁ ସମ୍ପର୍କକୁ ସ୍ୱୀକାର କରିଥିଲେ, ଜୈତାପୁର ପରମାଣୁ କାରଖାନା ପ୍ରକଳ୍ପ ପାଇଁ ଆଲୋଚନାରେ ଭଲ ଅଗ୍ରଗତିକୁ ସ୍ୱୀକାର କରିଥିଲେ ଏବଂ ଏସ୍ଏମ୍ଆର ଏବଂ ଏଏମ୍ଆର ଟେକ୍ନୋଲୋଜିର ସହ – ବିକାଶ ପାଇଁ ଭାଗିଦାରୀ ସ୍ଥାପନ କରିବା ନିମନ୍ତେ ଦ୍ୱିପାକ୍ଷିକ ସହଯୋଗକୁ ବିସ୍ତାର କରିବା ପାଇଁ ଉଭୟ ପକ୍ଷର ନିରନ୍ତର ଯୋଗଦାନକୁ ସ୍ୱାଗତ କରିବା ସହିତ ଏକ ଉତ୍ସର୍ଗୀକୃତ ଉଦ୍ଦେଶ୍ୟ ଘୋଷଣାପତ୍ରର ଆଗାମୀ ସ୍ୱାକ୍ଷରକୁ ସ୍ୱାଗତ କରିଥିଲେ। ଫ୍ରାନ୍ସ ପରମାଣୁ ଯୋଗାଣକାରୀ ଗୋଷ୍ଠୀରେ ଭାରତର ସଦସ୍ୟତା ପାଇଁ ନିଜର ଦୃଢ଼ ଏବଂ ଅତୁଟ ସମର୍ଥନକୁ ଦୋହରାଇଛି।

ଉନ୍ନତ ପ୍ରତିରକ୍ଷା ଜ୍ଞାନକୌଶଳ ଓ ପ୍ଲାଟଫର୍ମର ଡିଜାଇନ୍, ବିକାଶ, ପରୀକ୍ଷଣ ଏବଂ ଉତ୍ପାଦନ କ୍ଷେତ୍ରରେ ଭାଗିଦାରୀ ମାଧ୍ୟମରେ ପ୍ରତିରକ୍ଷା ସହଯୋଗକୁ ସୁଦୃଢ଼ କରିବା ଏବଂ ଭାରତ – ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ଏବଂ ଏହା ବାହାରେ ତୃତୀୟ ବିଶ୍ୱର ଦେଶ ସମେତ ଭାରତରେ ଉତ୍ପାଦନ ବିସ୍ତାର କରିବାକୁ ଉଭୟ ନେତା ସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇ ଥିଲେ। ଏହି ପରିପ୍ରେକ୍ଷୀରେ ପ୍ରତିରକ୍ଷା ଔଦ୍ୟୋଗିକ ରୋଡମ୍ୟାପକୁ ଶୀଘ୍ର ଚୂଡ଼ାନ୍ତ କରିବାକୁ ସେମାନେ ଆହ୍ୱାନ ଦେଇଛନ୍ତି।

ଡିଜିଟାଲ, ବିଜ୍ଞାନ, ବୈଷୟିକ ଉଦ୍ଭାବନ, ଶିକ୍ଷା, ସଂସ୍କୃତି, ସ୍ୱାସ୍ଥ୍ୟ ଏବଂ ପରିବେଶ ସହଯୋଗ ଭଳି କ୍ଷେତ୍ର ଉପରେ ଗୁରୁତ୍ୱାରୋପ କରି ଉଭୟ ନେତା ଭାରତ – ପ୍ରଶାନ୍ତ ମହାସାଗର କ୍ଷେତ୍ର ପାଇଁ ଭାରତ – ଫ୍ରାନ୍ସ କ୍ୟାମ୍ପସ ମଡେଲରେ ଏହି କ୍ଷେତ୍ର ଗୁଡ଼ିକରେ ସଂସ୍ଥାଗତ ସମ୍ପର୍କକୁ ସୁଦୃଢ଼ କରିବାକୁ ଆହ୍ୱାନ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ସେମାନେ ସାଂସ୍କୃତିକ ଭାବ ବିନିମୟକୁ ବିସ୍ତାର କରିବା ଏବଂ ସଂଗ୍ରହାଳୟର ବିକାଶ କ୍ଷେତ୍ରରେ ମିଳିତ ଭାବେ କାର‌୍ୟ୍ୟ କରିବା ନିମନ୍ତେ ପ୍ରତିବଦ୍ଧତାକୁ ଦୋହରାଇ ଥିଲେ।

ବୈଶ୍ୱିକ ଆହ୍ୱାନ ଗୁଡିକର ମୁକାବିଲା ଏବଂ ଅଧିକ ସ୍ଥିର ବିଶ୍ୱ ବ୍ୟବସ୍ଥା ଗଠନ ପାଇଁ ଆନ୍ତର୍ଜାତିକ ପ୍ରୟାସରେ ଉନ୍ନତ ଅନ୍ତର୍ଭୁକ୍ତୀକରଣ, ଏକତା ଏବଂ ସମନ୍ୱୟ ରଖିଥିବା ଜି – ୨୦ ର ଭାରତର ଅଧ୍ୟକ୍ଷତାକୁ ଫ୍ରାନ୍ସ ନିରନ୍ତର ଭାବେ ସମର୍ଥନ କରିଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରପତି ମାକ୍ରୋନଙ୍କୁ ଧନ୍ୟବାଦ ଜଣାଇଥିଲେ। ଭାରତ ଏବଂ ଫ୍ରାନ୍ସ ମଧ୍ୟ ଜି – ୨୦ରେ ଆଫ୍ରିକୀୟ ସଂଘର ସଦସ୍ୟତାକୁ ସ୍ୱାଗତ କରିଛନ୍ତି ଏବଂ ଆଫ୍ରିକାର ପ୍ରଗତି, ସମୃଦ୍ଧି ଏବଂ ବିକାଶ ପାଇଁ ଏୟୁ ସହିତ କାମ କରିବାକୁ ଚାହୁଁଛନ୍ତି।