Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପରିକ୍ରମା ପ୍ରକଳ୍ପକୁ ଜାନକୀବାବୁ, ବିଜୁବାବୁ ମଧ୍ୟ କରିବାକୁ ଚାହିଁଥିଲେ, ହେଲେ କରିପାରି ନ ଥିଲେ, କାହିଁକି?
ବିଶେଷ ଖବର

ପରିକ୍ରମା ପ୍ରକଳ୍ପକୁ ଜାନକୀବାବୁ, ବିଜୁବାବୁ ମଧ୍ୟ କରିବାକୁ ଚାହିଁଥିଲେ, ହେଲେ କରିପାରି ନ ଥିଲେ, କାହିଁକି?

January 20, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପରିକ୍ରମା ପ୍ରକଳ୍ପକୁ ଜାନକୀବାବୁ, ବିଜୁବାବୁ ମଧ୍ୟ କରିବାକୁ ଚାହିଁଥିଲେ, ହେଲେ କରିପାରି ନ ଥିଲେ, କାହିଁକି?

ଭୁବନେଶ୍ବର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଏକଦା ଜାନକୀ ବଲ୍ଲଭ ପଟ୍ଟନାୟକ ଏବଂ ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ବେଳେ କରିବାକୁ ଚାହିଁଥିଲେ। ହେଲେ ସେମାନେ କରିପାରି ନ ଥିଲେ। ତାହାର କାରଣ ହେଲା ଜଗନ୍ନାଥ କୌଣସି କାମ କରିବାକୁ ହେଲେ କାଳେ ବିଭ୍ରାଟ ହେଲେ ସରକାର ଭାଙ୍ଗିଯିବାର ଭୟ ରହିଥିଲା। ସେଥିପାଇଁ ସେମାନେ ଏହାକୁ କରିବା ପାଇଁ ଚାହିଁ ନ ଥିଲେ ବୋଲି କହିଛନ୍ତି 5ଟି ଅଧ୍ୟକ୍ଷ ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।

ଗତକାଲି ଭୁବନେଶ୍ବରର ଏକ ତାରକା ହୋଟେଲରେ ଆୟୋଜିତ ସହରାଞ୍ଚଳ ବିକାଶ ସମ୍ମିଳନୀରେ ଯୋଗଦେଇ କାର୍ତ୍ତିକ ପାଣ୍ଡିଆନ ବହୁ ତଥ୍ୟ ପଦାକୁ ଆଣିଛନ୍ତି। ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପ ଆରମ୍ଭ କରିବା ବେଳେ ସେହିପରି ବାଧାର ସମ୍ମୁଖୀନ ହୋଇଥିଲେ। ବହୁ ରାଜନେତା ତଥା ପ୍ରତିଷ୍ଠିତ ବ୍ୟକ୍ତି ଏଥିରେ ହାତ ନ ମାରିବା ପାଇଁ କହିଥିଲେ। ଏହା ଦ୍ବାରା ସରକାର ଭାଙ୍ଗିଯିବ ବୋଲି ସେମାନେ ସତର୍କ କରାଇଥିଲେ।

ହେଲେ ମୁଖ୍ୟମନ୍ତ୍ରୀ ତାହାକୁ ଭ୍ରୁକ୍ଷେପ ନ କରି ଏହି ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। ସେ କହିଥିଲେ ଯେ, ଲୋକଙ୍କ ଆର୍ଶିବାଦରେ ପାଞ୍ଚଥର ଶାସନ କ୍ଷମତାକୁ ଆସିଛି। ମୁଁ ଯଦି ଜଗନ୍ନାଥଙ୍କ କାମ ନ କରିବ ଆଉ କିଏ କରିବ ବୋଲି ପ୍ରଶ୍ନ କରିଥିଲେ। ଯଦି ମୋର ରାଜନୈତିକ କ୍ୟାରିୟରରେ ପୂର୍ଣ୍ଣଛେଦ ପଡିବ ପଡୁ ପଛେ କାମ ଆରମ୍ଭ କରାଯାଉ ବୋଲି ନିର୍ଦ୍ଦେଶ ଦେଇଥିଲେ। ସେହି ଅନୁସାରେ ପରିକ୍ରମା ପ୍ରକଳ୍ପର ସମସ୍ତ କାର୍ଯ୍ୟ ଆରମ୍ଭ କରାଯାଇଥିଲା।

ବର୍ତ୍ତମାନ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଯାହା ହୋଇଛି ତାହା ଗତ ସାତଶହ ବର୍ଷ ମଧ୍ୟରେ ହୋଇ ନ ଥିଲା। ଏହା କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜଗନ୍ନାଥଙ୍କ ପ୍ରତି ଅଗାଢ ଭକ୍ତି ସହିତ ସତସାହସ ଯୋଗୁଁ ଏହା ସମ୍ଭବ ହୋଇପାରିଲା ବୋଲି ପାଣ୍ଡିଆନ କହିଥିଲେ। ବର୍ତ୍ତମାନ ବିଶ୍ବର କୋଟିକୋଟି ଜଗନ୍ନାଥ ପ୍ରେମୀ ଓ ଭକ୍ତ ଏହି ପ୍ରକଳ୍ପକୁ ପ୍ରଶଂସା କରିବାରେ ଲାଗିଛନ୍ତି। ଜଗନ୍ନାଥଙ୍କ ଆର୍ଶିବାଦ ବିନା ଏତେବଡ କାର୍ଯ୍ୟ କେବେ ସମ୍ଭବ ହୋଇ ନ ଥାଆନ୍ତା ବୋଲି ପାଣ୍ଡଆନ କହିଥିଲେ।

Kartik Pandian ପରିକ୍ରମା ପ୍ରକଳ୍ପ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ
Share. Facebook Twitter LinkedIn Email WhatsApp Copy Link

Related Posts

ଏଆଇବିଡି ଇଣ୍ଟରନ୍ୟାସନାଲ ମିଡିଆ ପୁରସ୍କାରରେ ସମ୍ମାନିତ ହେଲା ଆକାଶବାଣୀ ସମ୍ବଲପୁର

May 18, 2026

ବେଙ୍ଗାଲୁରୁ-ମୁମ୍ବାଇ ଏକ୍ସପ୍ରେସ୍‌ର ଶୁଭାରମ୍ଭ କଲେ ଅଶ୍ୱିନୀ ବୈଷ୍ଣବ

May 18, 2026

ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେଦରଲ୍ୟାଣ୍ଡ ଗସ୍ତ ସମ୍ପର୍କରେ ଭାରତ-ନେଦରଲ୍ୟାଣ୍ଡ ମିଳିତ ବିବୃତ୍ତି

May 18, 2026

ରଣପୁର ସମ୍ବାଦ ସାହିତ୍ୟ ଘରର ସ୍କୁଲ ଚାଲ ଅଭିଯାନ ପ୍ରସ୍ତୁତି ବୈଠକ

May 18, 2026
Latest News

ଏଆଇବିଡି ଇଣ୍ଟରନ୍ୟାସନାଲ ମିଡିଆ ପୁରସ୍କାରରେ ସମ୍ମାନିତ ହେଲା ଆକାଶବାଣୀ ସମ୍ବଲପୁର

May 18, 2026

ବେଙ୍ଗାଲୁରୁ-ମୁମ୍ବାଇ ଏକ୍ସପ୍ରେସ୍‌ର ଶୁଭାରମ୍ଭ କଲେ ଅଶ୍ୱିନୀ ବୈଷ୍ଣବ

May 18, 2026

ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେଦରଲ୍ୟାଣ୍ଡ ଗସ୍ତ ସମ୍ପର୍କରେ ଭାରତ-ନେଦରଲ୍ୟାଣ୍ଡ ମିଳିତ ବିବୃତ୍ତି

May 18, 2026

ରଣପୁର ସମ୍ବାଦ ସାହିତ୍ୟ ଘରର ସ୍କୁଲ ଚାଲ ଅଭିଯାନ ପ୍ରସ୍ତୁତି ବୈଠକ

May 18, 2026

ଆଜି ମେ ୧୮ ତାରିଖ ସୋମବାରରେ ଏହି ଆଠଟି ରାଶି ପ୍ରତି ମା ଲକ୍ଷ୍ମୀଙ୍କର ରହିଛି ଆଶୀର୍ବାଦ

May 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.