Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ରାଜ୍ୟରେ ଶିଳ୍ପ ପ୍ରକଳ୍ପର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ: ଅଧିକ ନିଯୁକ୍ତି ପ୍ରଦାନକାରୀ କ୍ଷେତ୍ର ଉପରେ ଗୁରୁତ୍ୱ
ବିଶେଷ ଖବର

ରାଜ୍ୟରେ ଶିଳ୍ପ ପ୍ରକଳ୍ପର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ: ଅଧିକ ନିଯୁକ୍ତି ପ୍ରଦାନକାରୀ କ୍ଷେତ୍ର ଉପରେ ଗୁରୁତ୍ୱ

August 3, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ରାଜ୍ୟର ଶିଳ୍ପ କ୍ଷେତ୍ରରେ ଅଗ୍ରଗତି ସମୀକ୍ଷା କରି ଅଧିକ ନିଯୁକ୍ତି ପ୍ରଦାନକାରୀ କ୍ଷେତ୍ର ଗୁଡିକ ଉପରେ ଗୁରୁତ୍ୱପ୍ରଦାନ କରିବାକୁ ପରାମର୍ଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆଗାମୀ ୫ ବର୍ଷରେ ରାଜ୍ୟରେ ୩.୫ ଲକ୍ଷ ନିଯୁକ୍ତି ସମ୍ଭାବନା ସୃଷ୍ଟି କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ଟେକ୍ସଟାଇଲ, ଖାଦ୍ୟ ପ୍ରକ୍ରିୟାକରଣ ପରି କ୍ଷେତ୍ରଗୁଡିକରେ ଅଧିକ ନିଯୁକ୍ତି ସମ୍ଭାବନା ରହିଛି। ତେଣୁ ଏ ସବୁ କ୍ଷେତ୍ରରେ କିପରି ଅଧିକ ଶିଳ୍ପ ପ୍ରତିଷ୍ଠା ହୋଇପାରିବ ସେଥି ପ୍ରତି ଧ୍ୟାନ ଦେବାକୁ ସେ ପରାମର୍ଶ ଦେଇଥିଲେ। ଏ ସବୁ କ୍ଷେତ୍ରରେ ଓଡିଆ ଉଦ୍ୟୋଗୀମାନଙ୍କୁ ଶିଳ୍ପ ସ୍ଥାପନ ପାଇଁ ଉତ୍ସାହିତ କରିବାକୁ ମଧ୍ୟ ସେ ପରାମର୍ଶ ଦେଇଥିଲେ।

ସମୀକ୍ଷା ସମୟରେ ମୁଖ୍ୟମନ୍ତ୍ରୀ କହିଥିଲେ କେନ୍ଦୁଝର ପରି ଖଣିଜ ସମ୍ପଦ ସମୃଦ୍ଧ ଜିଲ୍ଲାରେ ଏ ପର୍ଯ୍ୟନ୍ତ ମେଗା ଷ୍ଟିଲ ପ୍ଲାଣ୍ଟ ସ୍ଥାପିତ ହୋଇପାରି ନାହିଁ। ଜିଲ୍ଲାରେ ଖଣିଜ ସମ୍ପଦ ସହ ଜମି, ଜଳ, ବିଦ୍ୟୁତ, ଯୋଗାଯୋଗର ସୁବିଧା ଆଦି ସବୁ ଆନୁଷଙ୍ଗିକ ଭିତ୍ତିଭୂମିର ସୁବିଧା ମଧ୍ୟ ରହିଛି। ତେଣୁ ସେଠାରେ ମେଗା ଷ୍ଟିଲ ପ୍ଲାଣ୍ଟ ସ୍ଥାପନ କରିବା ପାଇଁ ଉଦ୍ୟମ ତ୍ୱରାନ୍ୱିତ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।

ଆଲୋଚନା ପରେ ନିଷ୍ପତ୍ତି ହୋଇଥିଲା ଯେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଟାସ୍କ ଫୋର୍ସ ଗଠନ କରାଯାଇ କେନ୍ଦୁଝରରେ ମେଗା ଷ୍ଟିଲ ପ୍ଲାଣ୍ଟ ସ୍ଥାପନ ପାଇଁ ବିଭିନ୍ନ ଆଗ୍ରହୀ ଶିଳ୍ପ ସଂସ୍ଥା ସହିତ ଆଲୋଚନା କରାଯାଇ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବ।

ବୈଠକରେ ଶିଳ୍ପ ବିଭାଗର ପ୍ରମୁଖ ସଚିବ ଶ୍ରୀ ହେମନ୍ତ ଶର୍ମା ବିଭିନ୍ନ କ୍ଷେତ୍ରର ଶିଳ୍ପ ପ୍ରତିଷ୍ଠାରେ ହୋଇଥିବା ଅଗ୍ରଗତି ସମ୍ପର୍କରେ ଉପସ୍ଥାପନା କରିଥିଲେ। ସେ କହିଥିଲେ ଯେ ରାଜ୍ୟରେ ୨୦୧୬ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ୯୮୯ଟି ଶିଳ୍ପ ପ୍ରତିଷ୍ଠା ପାଇଁ ଆବେଦନ ଆସିଥିବା ବେଳେ ୬୭୪ଟି ପ୍ରକଳ୍ପ ସିଙ୍ଗିଲ ୱିଣ୍ଡୋ ଅଥରିଟି ଦ୍ୱାରା ଅନୁମୋଦନ ପାଇଛି। ସେଥି ମଧ୍ୟରୁ ୩୫୨ଟି ପ୍ରକଳ୍ପକୁ ଜମି ହସ୍ତାନ୍ତର କରାଯାଇଛି। ଏତଦ୍‌ ବ୍ୟତିତ ୧୮୩ଟି ପ୍ରକଳ୍ପ ଶିଳ୍ପ ସ୍ଥାପନ ପାଇଁ କାମ ଆରମ୍ଭ ହୋଇଛି। ୭୪ଟି ଶିଳ୍ପ କାର୍ଯ୍ୟକ୍ଷମ ହୋଇସାରିଛି।

ସେହିପରି ରାଜ୍ୟରେ ୧୨ଟି ବୈଦେଶିକ ପୁଞ୍ଜି ବିନିଯୋଗ ପ୍ରସ୍ତାବ ରହିଛି। ୪୧ଟି ଗୁରୁତ୍ୱପୂର୍ଣ୍ଣ ପୁଞ୍ଜି ନିବେଶ ପ୍ରସ୍ତାବକୁ କାର୍ଯ୍ୟକାରୀ କରିବା ପାଇଁ ଶିଳ୍ପ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି ବୋଲି ଶ୍ରୀ ଶର୍ମା ପ୍ରକାଶ କରିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ପାଇଁ ବିପୁଳ ସୁଯୋଗ ରହିଛି। ଏ ଦିଗରେ ସମସ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରି ସରକାରୀ ସ୍ତରରେ ଶିଳ୍ପ ସଂସ୍ଥାମାନଙ୍କୁ ଉପଯୁକ୍ତ ସୁଯୋଗ ଯୋଗାଇଦେବା ସହିତ ସେମାନଙ୍କ ସମସ୍ତ ଆବଶ୍ୟକତା ପୂରଣ ଦିଗରେ ସରକାରଙ୍କ ସମସ୍ତ ସଂପୃକ୍ତ ବିଭାଗ ସହଯୋଗ ଯୋଗାଇଦେବା ଜରୁରୀ ବୋଲି ସେ ମତ ଦେଇଥିଲେ।

ବୈଠକରେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚରଣ ସ୍ୱାଇଁ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର, ଇପିକଲ୍‌ର ପରିଚାଳନା ନିର୍ଦ୍ଦେଶକ ଭୁପିନ୍ଦର ସିଂ ପୁନିଆ ଓ ଶିଳ୍ପ ବିଭାଗର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ।

କେନ୍ଦୁଝର ଟାସ୍କ ଫୋର୍ସ ମୁଖ୍ୟ ଶାସନ ସଚିବ ଲୋକସେବା ଭବନ
Share. Facebook Twitter LinkedIn Email WhatsApp Copy Link

Related Posts

ଦଶମ-ଦ୍ୱାଦଶ ଶ୍ରେଣୀ ଫଳାଫଳ ପ୍ରକାଶ କଲା CISCE: ଏହି ଲିଙ୍କ୍ ବ୍ୟବହାର କରି ତୁରନ୍ତ ଯାଞ୍ଚ କରନ୍ତୁ

April 30, 2026

ଏକଜିଟ୍ ପୋଲ ଫଳାଫଳରେ କ’ଣ ପାଇଲା କଂଗ୍ରେସ?: ଜାଣନ୍ତୁ କେଉଁଠି ଲାଭ ଆଉ କେଉଁଠି କ୍ଷତି?

April 30, 2026

ପୋଲିସକୁ ଛୁରା ମାଡ : ୩ ଆହତ

April 30, 2026

୧୦ ବର୍ଷ ପରେ କେରଳରେ କ୍ଷମତା ପରିବର୍ତ୍ତନର ସଙ୍କେତ, କଂଗ୍ରେସକୁ ବହୁମତ!

April 30, 2026
Latest News

ବାଲୁଗାଁ: ରାଉତରାପଲ୍ଲୀ ଗ୍ରାମରେ ୪ ଦିନ ବ୍ୟାପି ବିଶ୍ଵଶାନ୍ତି ମହାଯଜ୍ଞ, ଆସନ୍ତାକାଲି ପୂର୍ଣ୍ଣାହୁତି

April 30, 2026

ଦଶମ-ଦ୍ୱାଦଶ ଶ୍ରେଣୀ ଫଳାଫଳ ପ୍ରକାଶ କଲା CISCE: ଏହି ଲିଙ୍କ୍ ବ୍ୟବହାର କରି ତୁରନ୍ତ ଯାଞ୍ଚ କରନ୍ତୁ

April 30, 2026

ଏକଜିଟ୍ ପୋଲ ଫଳାଫଳରେ କ’ଣ ପାଇଲା କଂଗ୍ରେସ?: ଜାଣନ୍ତୁ କେଉଁଠି ଲାଭ ଆଉ କେଉଁଠି କ୍ଷତି?

April 30, 2026

ପୁଟିନଙ୍କ ସହ ଦେଢ଼ ଘଣ୍ଟା ଧରି କଥା ହେଲେ ଟ୍ରମ୍ପ

April 30, 2026

ପୋଲିସକୁ ଛୁରା ମାଡ : ୩ ଆହତ

April 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.