Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଓଡିଶା ରାଜନୀତିରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଡେଣା କାଟିବା ଲାଗି ପ୍ରତାପ ଷଡଙ୍ଗୀଙ୍କୁ ବିଜେପି ଶୀର୍ଷ ନେତୃତ୍ଵ ଅଧିକ ଗୁରୁତ୍ଵ ଦେଉଛନ୍ତି କି?
ବିଶେଷ ଖବର

ଓଡିଶା ରାଜନୀତିରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଡେଣା କାଟିବା ଲାଗି ପ୍ରତାପ ଷଡଙ୍ଗୀଙ୍କୁ ବିଜେପି ଶୀର୍ଷ ନେତୃତ୍ଵ ଅଧିକ ଗୁରୁତ୍ଵ ଦେଉଛନ୍ତି କି?

June 30, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଓଡିଶା ରାଜନୀତିରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଡେଣା କାଟିବା ଲାଗି ପ୍ରତାପ ଷଡଙ୍ଗୀଙ୍କୁ ବିଜେପି ଶୀର୍ଷ ନେତୃତ୍ଵ ଅଧିକ ଗୁରୁତ୍ଵ ଦେଉଛନ୍ତି କି?
ଓଡିଶା ରାଜନୀତିରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଡେଣା କାଟିବା ଲାଗି ପ୍ରତାପ ଷଡଙ୍ଗୀଙ୍କୁ ବିଜେପି ଶୀର୍ଷ ନେତୃତ୍ଵ ଅଧିକ ଗୁରୁତ୍ଵ ଦେଉଛନ୍ତି କି?

କେଦାର ମିଶ୍ର

ଏମିତି ଦେଖିଲେ ଓଡିଶାର ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀଙ୍କର କୌଣସି ତୁଳନା ସମ୍ଭବ ନୁହେଁ। ସରକାର ଭିତରେ ଧର୍ମେନ୍ଦ୍ରଙ୍କ ସ୍ଥାନ ଢେର ଉଚ୍ଚରେ। ମୋଦୀ ସରକାରରେ ମୂଳରୁ ପେଟ୍ରୋଲିୟମ ମନ୍ତ୍ରୀ ରହିଥିବା ଧର୍ମେନ୍ଦ୍ର ଏକ ବିରଳ ରେକର୍ଡର ଅଧିକାରୀ। ପେଟ୍ରୋଲିୟମ ମନ୍ତ୍ରୀ ଭାବରେ ଗତ କିଛି ବର୍ଷ ଭିତରେ କେହି ବି ଏତେ ବର୍ଷ ନିରନ୍ତର କାମ କରିବାର ସୁଯୋଗ ପାଇନଥିଲେ। ପ୍ରଥମ ମୋଦୀ ସରକାରରେ ଧର୍ମେନ୍ଦ୍ର ପେଟ୍ରୋଲିୟମ ସହିତ ଦକ୍ଷତା ବିକାଶ ଓ ଦ୍ଵିତୀୟ ପାଳିରେ ଇସ୍ପାତ ବିଭାଗର ଦାୟିତ୍ଵ ମଧ୍ୟ ପାଇଛନ୍ତି। ଓଡିଶାରୁ ବହୁ ବର୍ଷ ହେଲା ସେ ନିର୍ବାଚନ ଜିତିନାହାନ୍ତି କି ଲଢି ନାହାନ୍ତି, ତଥାପି ବିଜେପି ତାଙ୍କୁ ପ୍ରଥମେ ବିହାର ଓ ପରେ ମଧ୍ୟ ପ୍ରଦେଶରୁ ରାଜ୍ୟସଭାକୁ ପଠେଇଛି। ଏଥିରୁ ଦଳ ଓ ସରକାରରେ ତାଙ୍କର ପତିଆରା ସ୍ପଷ୍ଟ ପ୍ରମାଣିତ। ହେଲେ ଓଡିଶା ରାଜନୀତିରେ ଧର୍ମେନ୍ଦ୍ର ସବୁବେଳେ ପରାଜିତ ନାୟକ ହୋଇ ରହୁଛନ୍ତି ଓ ଓଡିଶାରେ ବିଜେପି ଆଶାନୁରୂପ ସଫଳତା ପାଉନାହିଁ। ଓଡିଶାର ବହୁ ବରିଷ୍ଠ ବିଜେପି ନେତା ଧର୍ମେନ୍ଦ୍ରଙ୍କୁ ନିଜର ନେତା ମାନିବାକୁ ନାରାଜ। ୨୦୧୯ ବିଧାନସଭା ନିର୍ବାଚନରେ ବିଜେପିର ଶୋଚନୀୟ ପରାଜୟ ପରେ ଧର୍ମେନ୍ଦ୍ରଙ୍କ ନେତୃତ୍ଵ ସବୁଠୁ ବଡ ଆହ୍ୱାନର ସମ୍ମୁଖୀନ ହୋଇଛି।

୨୦୧୯ ନିର୍ବାଚନରେ ଓଡିଶାରୁ ବିଜେପିର ଆଠ ଜଣ ଲୋକସଭା ପ୍ରାର୍ଥୀ ଜିଣିକି ଯାଇଥିବା ବେଳେ ହଠାତ ଜାତୀୟ ଗଣମାଧ୍ୟମରେ ବାଲେଶ୍ଵର ସାଂସଦ ପ୍ରତାପ ଷଡଙ୍ଗୀଙ୍କୁ ନେଇ ଏକ ପ୍ରଚାର ଅଭିଯାନ ଆରମ୍ଭ ହେଲା। ତାଙ୍କୁ ଜାତୀୟ ଗଣମାଧ୍ୟମରେ ଓଡିଶାର ମୋଦୀ ବୋଲି ପ୍ରଚାର କରିବା ପଛରେ ଏକ ବଡ ଶକ୍ତିର ହାତ ରହିଥିବା ସୁନିଶ୍ଚିତ। ଯୋଜନାବଦ୍ଧ ଭାବରେ ପ୍ରତାପ ଷଡଙ୍ଗୀଙ୍କୁ ତ୍ୟାଗୀ, ତପସ୍ଵୀ, ବାଗ୍ମୀ ଓ ଓଜସ୍ଵୀ ବୋଲି କୁହାଯାଉଛି। ଯେଉଁ ଓଡିଆ ଗଣମାଧ୍ୟମ ତାଙ୍କୁ ଗତ ୨୦ ବର୍ଷ ଭିତରେ ବିଶେଷ କିଛି ଗୁରୁତ୍ଵ ଦେଉନଥିଲେ, ସେମାନେ ହଠାତ୍ ପ୍ରତାପଙ୍କ ଜୟଗାନ ଆରମ୍ଭ କଲେ। ଏହା ପୂର୍ବରୁ ଓଡିଶା ବିଜେପି ସଭାପତି ପଦ ଲାଗି ଯେବେ ବି ପ୍ରତାପ ଷଡଙ୍ଗୀଙ୍କ ନାମ ଉଠିଛି, ତାକୁ କଳେ ବଳେ କୌଶଳେ ଚାପି ଦିଆଯାଉଥିଲା। ଏପରିକି ପ୍ରତାପ ଷଡଙ୍ଗୀଙ୍କୁ ଟିକେ ଅଧିକ ଟିଭି ଫୁଟେଜ ଦେଇଥିବାରୁ ଜଣେ ବରିଷ୍ଠ ସମ୍ପାଦକଙ୍କ ଚାକିରି ଚାଲିଯାଇଥିବା କଥା ମଧ୍ୟ ଶୁଣାଯାଏ। ପ୍ରତାପ ଓ ଧର୍ମେନ୍ଦ୍ରଙ୍କ ଭିତରେ ଖୁବ ଗୋଟେ ମଧୁର ସମ୍ପର୍କ ଯେ ନଥିଲା, ଏକଥା ବିଜେପି ନେତା ଓ ବିଜେପି କଥା ରିପୋର୍ଟ କରୁଥିବା ସାମ୍ବାଦିକ ମାନେ ଭଲ ଭାବରେ ଜାଣନ୍ତି।

ହଠାତ ପ୍ରତାପଙ୍କୁ ହିରୋ ଭାବରେ ଉପସ୍ଥାପନ କରିବା, ତାଙ୍କୁ ମନ୍ତ୍ରୀ ଭାବରେ ଦାୟିତ୍ଵ ଦେବା, ତାଙ୍କ ସଂସ୍କୃତ କୁ ନେଇ ବଢେଇ ଚଢେଇ ଆଲୋଚନା କରିବା ଓ ସର୍ବ ଶେଷରେ ଲୋକସଭାରେ ରାଷ୍ଟ୍ରପତିଙ୍କ ପାଇଁ ଧନ୍ୟବାଦ ପ୍ରସ୍ତାବ ବିତର୍କକୁ ଆରମ୍ଭ କରିବାର ସୁଯୋଗ ଦେବା ଭଳି ଘଟଣାକ୍ରମରେ ଏକ ଭିନ୍ନ ରାଜନୀତିର ଆଭାସ ସ୍ପଷ୍ଟ ବାରି ହୋଇ ପଡୁଛି। ଓଡିଶା ରାଜନୀତିରେ ଧର୍ମେନ୍ଦ୍ରଙ୍କୁ ଅଲଗା କରି ରଖିବାକୁ ଓ ପ୍ରତାପ ଷଡଙ୍ଗୀଙ୍କୁ ଅଧିକରୁ ଅଧିକ ରାଜନୈତିକ ଗୁରୁତ୍ଵ ଦେବାକୁ ବୋଧେ ବିଜେପି ଶୀର୍ଷ ନେତୃତ୍ଵ ଉଦ୍ୟମ ଆରମ୍ଭ କରିଛନ୍ତି। ରାଜ୍ୟରେ ଧର୍ମେନ୍ଦ୍ର ଆଦୌ ଗ୍ରହଣୀୟ ନେତୃତ୍ଵ ନୁହନ୍ତି ଓ ତାଙ୍କ ନେତୃତ୍ବରେ ଦଳ ଓଡିଶାରେ କେବେହେଲେ କ୍ଷମତା ଦାଖଲ କରିପାରିବ ନାହିଁ ବୋଲି ବିଜେପିର ହୃଦବୋଧ ହୋଇ ସାରିଛି। ପ୍ରତାପ ଷଡଙ୍ଗୀଙ୍କୁ ଅଧିକରୁ ଅଧିକ ମିଡିଆ ପ୍ରଚାରର କେନ୍ଦ୍ରରେ ରଖି ତାଙ୍କର ଏକ ନୂଆ ବ୍ରାଣ୍ଡ ପ୍ରସ୍ତୁତ କରାଯାଉଛି।

ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିଜେପି ପୂର୍ଣ୍ଣ ସନ୍ତୁଷ୍ଟ କରି ରଖିବା ସହିତ ନବୀନଙ୍କ ବିରୋଧରେ ବିଜେପିର କୌଣସି ଶୀର୍ଷ ନେତା କିଛି ନ କହିବାକୁ କୁହାଯାଇଛି। ତାହା ସହିତ ପ୍ରତାପ ଷଡଙ୍ଗୀଙ୍କର ଏକ ସକାରାତ୍ମକ ଭାବମୂର୍ତ୍ତି ନିର୍ମାଣର ଉଦ୍ୟମ ମଧ୍ୟ ଚାଲିଛି। ଏହା ପୂର୍ବରୁ ପ୍ରତାପଙ୍କୁ ଜଣେ ଉଗ୍ର ହିନ୍ଦୁତ୍ଵବାଦୀ ନେତା ଭାବରେ ଓଡିଶାର ଗଣମାଧ୍ୟମ ଚିତ୍ରିତ କରୁଥିଲା। ଏବେ ହଠାତ ତାଙ୍କୁ ସନ୍ଥ ଓ ମହାତ୍ମାର ସ୍ତରକୁ ଉନ୍ନୀତ କରିବାର ଉଦ୍ୟମ ଚାଲିଛି। ଏହି ଉଦ୍ୟମର ଦୁଇଟି ରାଜନୈତିକ ଉଦ୍ଦେଶ୍ୟ ରହିଛି। ପ୍ରଥମରେ ଏହା ଦ୍ଵାରା ନବୀନ ପଟ୍ଟନାୟକଙ୍କ ଏକ ବିକଳ୍ପ ନିର୍ମାଣ ଓ ଦ୍ବିତୀୟରେ ରାଜ୍ୟ ରାଜନୀତିରୁ ଧର୍ମେନ୍ଦ୍ରଙ୍କ ଅପସାରଣ। ଧର୍ମେନ୍ଦ୍ରଙ୍କୁ ଜାତୀୟ ରାଜନୀତିରେ ଉପଯୋଗ କରି ଓଡିଶାରେ ପ୍ରତାପ ଷଡଙ୍ଗୀଙ୍କୁ ସର୍ବଜନ ଗ୍ରହଣୀୟ କରିବାର ଯୋଜନାବଦ୍ଧ ଉଦ୍ୟମ ନିର୍ବାଚନ ପରେ ପରେ ହିଁ ଆରମ୍ଭ ହୋଇଛି। ନିର୍ବାଚନ ସମୟରୁ ହିଁ  ଓଡିଶାରେ ଧର୍ମେନ୍ଦ୍ରଙ୍କ ନେତୃତ୍ଵ ସଫଳ ହେବ ନାହିଁ ବୋଲି ବିଜେପି ନେତୃତ୍ଵ ଜାଣି ସାରିଥିଲେ। ତେଣୁ ତାଙ୍କର ବିକଳ୍ପ ଭାବରେ କେତେବେଳେ ଅପରାଜିତା ଷଡଙ୍ଗୀ ତ ପୁଣି କେବେ ବୈଜୟନ୍ତ ପଣ୍ଡାଙ୍କ ନାଁ ଚର୍ଚ୍ଚାକୁ ଆସୁଥିଲା। ତେବେ ଏ ଦୁହେଁ ସଂଘ ବିଚାର ଓ ହିନ୍ଦୁତ୍ଵ ରାଜନୀତିରୁ ଆସିନଥିବାରୁ ପ୍ରତାପ ହିଁ ପରିଶେଷରେ ଧର୍ମେନ୍ଦ୍ରଙ୍କ ବିକଳ୍ପ ଭାବରେ ବିଜେପି ଶୀର୍ଷ ନେତୃତ୍ବର ସମର୍ଥନ ପାଇଛନ୍ତି।

BJP dharmendrapradhan odishanews pratapsarangi thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ୱରରେ ‘ପୂର୍ବାଞ୍ଚଳ କୃଷି ସମ୍ମିଳନୀ -୨୦୨୬’: ଓଡ଼ିଶାର କୃଷି ବିକାଶକୁ କେନ୍ଦ୍ରର ପ୍ରଶଂସା

May 19, 2026

ବ୍ରହ୍ମପୁରରେ ଦୁଇ ଯୁବକ ଯୁବତୀଙ୍କୁ ମରଣାନ୍ତକ ଆକ୍ରମଣ ମାମଲା: ରାଜ୍ୟ ସରକାରକୁ ଘେରିଲେ ନବୀନ

May 19, 2026

ଅସୁସ୍ଥ ଏବଂ ବିପଦଜନକ କୁକୁରମାନଙ୍କ ପାଇଁ ବଡ଼ ଖବର: କଡ଼ା ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

May 19, 2026

ଓଡ଼ିଶାରେ ପେଟ୍ରୋଲ, ଡିଜେଲ ଏବଂ ଏଲପିଜିର ପର୍ଯ୍ୟାପ୍ତ ଏବଂ ନିରବଚ୍ଛିନ୍ନ ଯୋଗାଣ ଜାରି

May 19, 2026
Latest News

ଆଫଗାନିସ୍ତାନ ଟେଷ୍ଟ ସିରିଜ ପାଇଁ ଉପ ଅଧିନାୟକ ପଦରୁ ହଟିଲେ ପନ୍ତ: ତିନି ନୂଆ ମୁହଁ

May 19, 2026

ମଇ ୨୪ ରେ ଦେଖନ୍ତୁ ରୋମାଣ୍ଟିକ ଚଳଚ୍ଚିତ୍ର ‘ମନ ମୋର କାଗଜ ଗୁଡ଼ି’

May 19, 2026

ଭୁବନେଶ୍ୱରରେ ‘ପୂର୍ବାଞ୍ଚଳ କୃଷି ସମ୍ମିଳନୀ -୨୦୨୬’: ଓଡ଼ିଶାର କୃଷି ବିକାଶକୁ କେନ୍ଦ୍ରର ପ୍ରଶଂସା

May 19, 2026

ମମତା ବାନାର୍ଜୀଙ୍କୁ ବଡ଼ ଝଟକା: ଫାଲଟା ଆସନରେ ନିର୍ବାଚନ ଲଢିବାକୁ ମନା କଲେ ଟିଏମସି ପ୍ରାର୍ଥୀ

May 19, 2026

ଆସନ୍ତାକାଲି ଦେଶବ୍ୟାପୀ ସମସ୍ତ ଔଷଧ ବ୍ୟବସାୟ ପ୍ରତିଷ୍ଠାନ ଗୁଡିକର ଏକଦିନିଆ ବନ୍ଦ ଡାକରା

May 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.