Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମୋଦୀ ଯେତେ ଅଧିକ କଂଗ୍ରେସକୁ ଗାଳି କରିବେ, ସେତେ ଅଧିକ କଂଗ୍ରେସ ଲୋକଙ୍କ ବିଶ୍ଵାସ ଫେରି ପାଇବ
ବିଶେଷ ଖବର

ମୋଦୀ ଯେତେ ଅଧିକ କଂଗ୍ରେସକୁ ଗାଳି କରିବେ, ସେତେ ଅଧିକ କଂଗ୍ରେସ ଲୋକଙ୍କ ବିଶ୍ଵାସ ଫେରି ପାଇବ

December 21, 2018No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର-

ହିନ୍ଦୀ ହୃଦୟ କ୍ଷେତ୍ର ବୋଲି କୁହାଯାଉଥିବା ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ ବିଧାନସଭା ନିର୍ବାଚନରେ କଂଗ୍ରେସର ବିଜୟ ପାଇଁ ଦଳର ନେତା ରାହୁଲ ଗାନ୍ଧୀ ଯେତିକି ଶ୍ରେୟ, ତାଠୁ ଟିକେ ଅଧିକ ଶ୍ରେୟ ଯିବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କର ଏକମେବ ସେନାପତି ଅମିତ ଶାହାଙ୍କ ପାଖକୁ। ଏ ଦୁହେଁ, କଂଗ୍ରେସ ସହ ଶତୃତାର ସ୍ତରକୁ ଏତେ ଉପରକୁ ନେଇଯାଇଛନ୍ତି ଯେ, ଜଣେ ସାଧାରଣ ଭାରତୀୟ ମନରେ କଂଗ୍ରେସ ପ୍ରତି ଅନୁକମ୍ପା ଜାଗ୍ରତ ହେବା ସ୍ଵାଭାବିକ। ଏମିତି ସମାନ କଥା ଘଟିଥିଲା ଜରୁରୀକାଳୀନ ପରିସ୍ଥିତି ପରେ ଗଢାହୋଇଥିବା ଜନତା ପାର୍ଟି ସରକାର ଅମଳରେ। ତତ୍କାଳୀନ ପ୍ରଧାନମନ୍ତ୍ରୀ ମୋରାରଜି ଭାଇ ଦେସାଇ ଓ ତାଙ୍କ ମନ୍ତ୍ରୀ ମଣ୍ଡଳ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ନିରନ୍ତର ଗାଳି କରିବା ଓ ତାଙ୍କୁ ହଲାପଟା କରିବା ପାଇଁ ଜାତୀୟ ଅନୁଷ୍ଠାନ ଗୁଡିକୁ ବ୍ୟବହାର କରିବାର ଫଳ ସ୍ଵରୂପ ଶ୍ରୀମତୀ ଗାନ୍ଧୀ ଭାରତୀୟ ଭୋଟରଙ୍କର ଅନୁକମ୍ପା ପାଇଥିଲେ ଓ ୧୯୮୦ ନିର୍ବାଚନରେ କଂଗ୍ରେସ ପୁଣି କ୍ଷମତାକୁ ଫେରିଥିଲା। କଂଗ୍ରେସକୁ ରାଜନୈତିକ ସ୍ତରରେ ବିରୋଧ କରିବା ଓ କଂଗ୍ରେସ ସହ ଶତୃତା କରିବା, ଦୁଇଟି ଅଲଗା କଥା। ପ୍ରଧାନମନ୍ତ୍ରୀ ଏ ଦେଶର କୌଣସି ଦଳ, ନେତା ବା ନାଗରିକ ପ୍ରତି ବିଦ୍ଵେଷ ରଖିପାରିବେ ନାହିଁ। ପ୍ରଧାନମନ୍ତ୍ରୀ ପଦ ଓ ଗୋପନୀୟତାର ଶପଥପାଠ କଲାବେଳେ ଏକଥା ଅତି ସ୍ପଷ୍ଟ ଭାବରେ ଘୋଷଣା କରିଥାନ୍ତି। “ଅନୁରାଗ ଓ ଦ୍ଵେଷ ରହିତ ହୋଇ ମୁଁ ବିଧି ସମ୍ମତ ଭାବରେ ଦେଶର ସମସ୍ତଙ୍କ ପ୍ରତି ନ୍ୟାୟ କରିବି”- ଏହା ହେଉଛି ପ୍ରଧାନମନ୍ତ୍ରୀଙ୍କ ଶପଥ। ଅନେକ ସମୟରେ ଲାଗୁଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ନେଇଥିବା ଶପଥ ଟି ବୋଧେ ଭୁଲିଯାଇଛନ୍ତି!

କଂଗ୍ରେସ ଓ ଏହାର ନେତା ରାହୁଲ ଗାନ୍ଧୀ ତଥା ସୋନିଆ ଗାନ୍ଧୀଙ୍କୁ ସମାଲୋଚନା କରିବାର ସବୁ ଅଧିକାର ପ୍ରଧାନମନ୍ତ୍ରୀଙ୍କର ରହିଛି। କିନ୍ତୁ ପ୍ରଧାନମନ୍ତ୍ରୀ ଯେ ନିଜ ରାଜନୈତିକ ପ୍ରତିପକ୍ଷଙ୍କୁ ଗାଳି କରିବେ, ବିଦ୍ରୂପ କରିବେ ଓ ଗୋଡ ଟାଣିବେ, ଏହା ଅତ୍ୟନ୍ତ ଅଶୋଭନୀୟ । ପଦ ମର୍ଯାଦା ଦୃଷ୍ଟିରୁ ଏହା ନିନ୍ଦନୀୟ ମଧ୍ୟ। ଗୁଜରାଟ, କର୍ଣ୍ଣାଟକ ଓ ନିକଟରେ ସରିଥିବା  ବିଧାନସଭା ନିର୍ବାଚନ ଗୁଡିକରେ ପ୍ରଧାନମନ୍ତ୍ରୀଙ୍କ ଭାଷଣର ସ୍ତର  ଯେ କୌଣସି ଗ୍ରାମୀଣ କର୍ମୀଠାରୁ ମଧ୍ୟ ନିକୃଷ୍ଟସ୍ତର। ସୋନିଆ ଗାନ୍ଧୀଙ୍କୁ କଂଗ୍ରେସର ବିଧବା ବୋଲି ସେ ଯେମିତି କହିଲେ, ତାହା ଅଶାଳୀନତାର ସବୁ ସୀମା ଟପିଗଲା। ଏବେ କହିଲେଣି, କଂଗ୍ରେସର ଡିଏନଏ ହିଁ ଖରାପ। କି ଅଦ୍ଭୁତ କଥା! କେହି ମାନନ୍ତୁ କି ନମାନନ୍ତୁ, କଂଗ୍ରେସର ଡିଏନଏ ରେ କେବଳ ନେହେରୁ-ଇନ୍ଦିରା ପରିବାର ନାହାନ୍ତି, ଏହାର ଡିଏନଏ ସହିତ ଭାରତୀୟ ସ୍ଵାଧୀନତା ଆଂଦୋଳନର ପ୍ରାଣକୋଷ ଜଡିତ। କଂଗ୍ରେସର ଡିଏନଏ କୁ ନିନ୍ଦା କରିବାକୁ ଯାଇ ପ୍ରଧାନମନ୍ତ୍ରୀ ମହାତ୍ମା ଗାନ୍ଧୀ, ନେତାଜୀ ସୁଭାଷ ବୋଷ, ସର୍ଦ୍ଦାର ପଟେଲ, ଲାଲା ଲାଜପତ ରାୟ, ବାଲ ଗଙ୍ଗାଧର ତିଳକ, ଗୋପାଳକୃଷ୍ଣ ଗୋଖଲେଙ୍କ ପରି ଅଗଣିତ ସ୍ଵାଧୀନତା ସଂଗ୍ରାମୀଙ୍କ ଡିଏନଏ କୁ ନିନ୍ଦା କରିଛନ୍ତି। ଇତିହାସର ବିକୃତ ପାଠ ଭିତରେ ଜଣେ ପ୍ରଧାନମନ୍ତ୍ରୀ ଏଇ ସ୍ତରକୁ ଖସି ଆସିବା ଆଦୌ ଗ୍ରହଣୀୟ ନୁହେଁ।

ତେବେ ପ୍ରଧାନମନ୍ତ୍ରୀ ନିଜ ରଣନୀତି ବାଛିବାରେ ସ୍ଵାଧୀନ, ସେଥିରେ କାହାର କିଛି କହିବାର ନାହିଁ। ସେ କଂଗ୍ରେସକୁ ଗାଳି କରି ୨୦୧୯ ରେ ପୁଣିଥରେ କ୍ଷମତାକୁ ଫେରିବେ ବୋଲି ଯଦି ଭାବୁଥାନ୍ତି, ତାହେଲେ ସେ ବିଚାର ତାଙ୍କର। କିନ୍ତୁ ୨୦୧୪ ରେ ସେ ଆମଠାରୁ ମାତ୍ର ଷାଠିଏ ମାସର ସମୟ ମାଗିଥିଲେ। କଂଗ୍ରେସର ଷାଠିଏ ବର୍ଷ ବନାମ ମୋଦୀଙ୍କର ଷାଠିଏ ମାସର ତୁଳନା ଲୋକେ କରିବେ। ଏବେ ଷାଠିଏ ମାସରୁ ୫୭ ମାସ ବିତିସାରିଲାଣି। ମୋଦୀ ନିଜର ଏମିତି କୌଣସି ସଫଳତା ନାହିଁ ଯାହାକୁ “ଗେମ ଚେଞ୍ଜର” ବୋଲି କହିପାରିବେ। କଂଗ୍ରେସ ଭୁଲ କରିଥିଲା ବୋଲି ୨୦୧୪ରେ ମୋଦୀଙ୍କୁ ସୁଯୋଗ ମିଳିଥିଲା। ଆଜି ମୋଦୀ ପୁଣି କଂଗ୍ରେସର ଡିଏନଏ କୁ ଗାଳି ଦେଇ ନିଜର ପତିଆରା ଫେରାଇ ପାରିବେ ନାହିଁ। ସବୁ ସାଧାରଣ ସଭାରେ କଂଗ୍ରେସ ବିରୋଧରେ ଗର୍ଜନ କରି ମୋଦୀ କଂଗ୍ରେସର ପ୍ରଚାର କରିଚାଲିଛନ୍ତି। ମୋଦୀ ଥିବା ଯାଏ କଂଗ୍ରେସକୁ ଆଉ ସ୍ଵତନ୍ତ୍ର ପ୍ରଚାର କୌଶଳ ତିଆରି କରିବାର ଆବଶ୍ୟକତା ନାହିଁ। କଂଗ୍ରେସ-ମୁକ୍ତ ଭାରତ ଗଠନର ସ୍ଵପ୍ନ ଭାଙ୍ଗିସାରିଲା ପରେ ମୋଦୀ ଏବେ ନିଜେ ନିଜର ବିଦାୟ ପର୍ବ ର ପ୍ରସ୍ତୁତି କରୁଛନ୍ତି।

ମୋଦୀଙ୍କ ମୁହଁ ରୁ ଫିଟୁଥିବା ପ୍ରତ୍ୟେକଟି କଂଗ୍ରେସ ବିରୋଧୀ ଗାଳି ରାହୁଲ ଗାନ୍ଧୀଙ୍କ ପାଇଁ ଫୁଲ ଚନ୍ଦନ ପାଲଟି ଯାଉଛି, ଏକଥା ବୋଧେ ବିଜେପି ବୁଝି ପାରୁନାହିଁ। ନା ବିକାଶ, ନା ହିନ୍ଦୁତ୍ଵ- ମୋଦୀଙ୍କ ପାଇଁ ଏବେ କେହି ସହାୟକ ହେଉନାହାନ୍ତି। ତେଣୁ କଂଗ୍ରେସକୁ ଗାଳି କରି କଂଗ୍ରେସକୁ କ୍ଷମତାରେ ଶୀଘ୍ର ଆସୀନ କରାଇବାକୁ ବୋଧେ ମୋଦୀ ସଂକଳ୍ପ କରିଛନ୍ତି!!!

Share. Facebook Twitter LinkedIn Email WhatsApp Copy Link

Related Posts

ସଂସଦରେ ପାସ୍ ହେଲା ପ୍ରଶ୍ନ ପତ୍ର ପ୍ରଘଟ ବିରୋଧୀ ବିଲ୍: ଭିଡିଓ ଜାରି କଲେ ପ୍ରଧାନମନ୍ତ୍ରୀ

July 31, 2026

ପଶ୍ଚିମ ଏସିଆ ପରିସ୍ଥିତିର ସମୀକ୍ଷା କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସିସିଏସ୍ ବୈଠକ

July 31, 2026

ଲୋକସଭାରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ବିଶେଷାଧିକାର ଭଙ୍ଗ ନୋଟିସ୍

July 30, 2026

କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଓ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆଲୋଚନା

July 30, 2026
Latest News

ଅତ୍ୟାଧୁନିକ ମେଗର R30 ଭ୍ୟାନ୍-ମାଉଣ୍ଟେଡ୍ କେବୁଲ୍ ଫଲ୍ଟ ଲୋକେସନ୍ ର  ଶୁଭାରମ୍ଭ

July 31, 2026

ରାଷ୍ଟ୍ରପତି ଭବନରେ ବସ୍ତରର ପରମ୍ପରାର ଝଲକ: ପାରମ୍ପରିକ ପୋଷାକରେ ପହଞ୍ଚିଲେ ବସ୍ତରବାସୀ

July 31, 2026

ସଂସଦରେ ପାସ୍ ହେଲା ପ୍ରଶ୍ନ ପତ୍ର ପ୍ରଘଟ ବିରୋଧୀ ବିଲ୍: ଭିଡିଓ ଜାରି କଲେ ପ୍ରଧାନମନ୍ତ୍ରୀ

July 31, 2026

ପଶ୍ଚିମ ଏସିଆ ପରିସ୍ଥିତିର ସମୀକ୍ଷା କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସିସିଏସ୍ ବୈଠକ

July 31, 2026

ଆଜି ଜୁଲାଇ ୩୧ ତାରିଖରେ କ’ଣ ରହିଛି ଆପଣଙ୍କର ରାଶିଫଳ?, ଜାଣନ୍ତୁ ବିସ୍ତୃତ ଭାଗ୍ୟଫଳ

July 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.