Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ତୈମୁର ଅଲ୍ଲୀ ଖାନ୍‌, ସେ ସାନପିଲାର ଶୈଶବକୁ ଛଡେଇ ନେଉଥିବା ଗଣମାଧ୍ୟମ, ଅପରାଧୀ ନିଶ୍ଚୟ
ବିଶେଷ ଖବର

ତୈମୁର ଅଲ୍ଲୀ ଖାନ୍‌, ସେ ସାନପିଲାର ଶୈଶବକୁ ଛଡେଇ ନେଉଥିବା ଗଣମାଧ୍ୟମ, ଅପରାଧୀ ନିଶ୍ଚୟ

December 21, 2018No Comments2 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ତୈମୁର ଅଲ୍ଲୀ ଖାନ୍‌, ସେଇଫ ଅଲି ଖାନ ଓ କରୀନା କପୁରଙ୍କ ପୁଅ। ବୟସ ମାତ୍ର ଏକ ବର୍ଷ । ଅଥଚ ଗଣମାଧ୍ୟମରେ ତାଙ୍କୁ ନେଇ ଅନବରତ ଚର୍ଚ୍ଚା। ଗୋଟେ ଖବର କହୁଛି, ତାଙ୍କ ଫଟୋ କୁଆଡେ ୧୫୦୦ ଟଙ୍କାରେ ବିକ୍ରି ହେଉଛି। ଆଉ ଗୋଟେ ଖବର କହୁଛି ସେ କୁଆଡେ କରନ ଜୋହରଙ୍କ ପାଳିତା ଝିଅକୁ ବାହା ହେବେ। ଏ ଖବର ସବୁ ଯିଏ ଲେଖୁଛି ଓ ଯିଏ ଏହାକୁ ଛାପୁଛନ୍ତି, ସେମାନଙ୍କ ମୁହଁ ରେ ସତରେ କଣ ଲାଜ ନାହିଁ। ବର୍ଷକର ଗୋଟେ ସାନପିଲାର କଥାକହିପାରୁନଥିବା ଶୈଶବକୁ ଆମେ କଣ ଖେଳଣା ବୋଲି ଭାବୁଛୁ? ପିଲାଟିର ବାପା ଓ ମା ବହୁ ପ୍ରସିଦ୍ଧ ସିନେମା ତାରକା। ସେଥିରେ ପିଲାଟିର ଯାଏ ଆସେ କଣ? ଏ ପିଲାଟି ଜନ୍ମ ହେଲା କ୍ଷଣି ତାଙ୍କ ନାଁ କୁ ନେଇ ଗୋଟେ ନିର୍ବୋଧ ବିସମ୍ବାଦ ସୃଷ୍ଟି କରାଗଲା। ଧର୍ମ ଓ ଇତିହାସ କଣ ଜାଣିନଥିବା ଗୋଟେ ଦେବଶିଶୁ ଆମର ପାଗଳାମୀକୁ ନିଜ ଅଜାଣତରେ ସାମ୍ନା କଲା। ଜନ୍ମ ସମୟରୁ ଗୋଟେ ସାନପିଲା ପ୍ରତି ଆମର ସାମାଜିକ ଦୃଷ୍ଟିଭଙ୍ଗୀ ଯେ କେତେ କ୍ରୂର ହୋଇପାରେ, ଏଇଟା ତାର ବଡ ପ୍ରମାଣ।  ସାନ ସାନ ପିଲାଙ୍କ ନିରୀହ ପୃଥିବୀ ଭିତରେ ଆମର ଲୋଭୀ ଗଣମାଧ୍ୟମର ଏ ଅନୁପ୍ରବେଶକୁ ଗ୍ରହଣ କରିନେବା ଏକ ଅପରାଧ। ଏ ପ୍ରକାର ଖବର କେବଳ ଅନୈତିକ ନୁହେଁ, ଏହା ଅମାନବୀୟ ମଧ୍ୟ।

ନିହାତି ସାନପିଲାଙ୍କୁ ସେଲେବ୍ରିଟି ଭାବରେ ଦେଖେଇବାର ପ୍ରବଣତା ଆମ ଗଣମାଧ୍ୟମର ରହିଛି। । ତେବେ ସେମାନଙ୍କୁ ତାରକା ବନାଇବାକୁ ଯାଇ ଆମେ ତାଙ୍କର ମାନସିକ ଓ ଶାରୀରିକ ଅଭିବୃଦ୍ଧିକୁ କ୍ଷତି ପହଞ୍ଚାଇଥାଉ। ଶିଶୁ ଭାବରେ ଗୋଟେ ମୁକ୍ତ ପୃଥିବୀରେ ବିଚରଣ କରିବାର ଓ ସେ ପୃଥିବୀରୁ ମୁକ୍ତ ଭାବରେ ଶିକ୍ଷାଲାଭ କରିବାର ଅଧିକାରକୁ ଆମେ ଛଡେଇ ନେଇଥାଉ। ୟୁରୋପ ଏବଂ ଆମେରିକାର ବହୁ ଶିଶୁ ତାରକାଙ୍କ ଜୀବନ ଗଣମାଧ୍ୟମର ଅତ୍ୟଧିକ ଆଧିପତ୍ୟ ଯୋଗୁଁ ଧ୍ଵଂସ ହୋଇଯାଇଛି। ଏକ ମୁକ୍ତ ଓ ସୁରକ୍ଷିତ ଶୈଶବରୁ ବଞ୍ଚିତ ଏହି ଶିଶୁ ତାରକାମାନେ ନିଜର ପରବର୍ତ୍ତୀ ଜୀବନରେ ମାନସିକ ଚାପର ବଶବର୍ତ୍ତୀ ହୋଇ ନିଶାଖୋର ହୋଇଛନ୍ତି କିମ୍ବା ହତାଶାର ଶିକାର ହୋଇ ମାନସିକ ଭାରସାମ୍ୟ ହରାଇଛନ୍ତି। ମାଇକେଲ ଜ୍ୟାକସନ, ରିଚି ରିଚ ଓ ମ୍ୟାକଲେ କୁଲକିନ ପ୍ରମୁଖ ତାର ଉଦାହରଣ।

ଗୋଟେ ସାନପିଲାକୁ ନେଇ ଏ ପ୍ରକାର ଗାଲୁଗପ ତିଆରିବା ଓ ଲୋକଙ୍କ ମନରେ ତାକୁ ନେଇ ଗୁଡାଏ କଳ୍ପନା ଜଳ୍ପନା ପ୍ରସ୍ତୁତ କରିବା ପଛରେ ଗଣମାଧ୍ୟମର କି ଉଦ୍ଦେଶ୍ୟ ରହିଛି? ଆମ ପାଖରେ କଣ ଖବର ର ଅଭାବ ରହିଛି ନା ଆମେ ଚିନ୍ତା କ୍ଷେତ୍ରରେ ଅତ୍ୟନ୍ତ ଦୁର୍ବଳ? ତୈମୁର ଅଲ୍ଲୀ ଖାନ୍‌ଙ୍କ ବିଷୟରେ ଖବର ଚାପିଲେ ଆମର ଲୋକପ୍ରିୟତା ସତରେ ବଢି ଯାଉଛି କି? ମୋ ମତରେ ଏଥିରୁ କିଛି ବି ସତ୍ୟ ନୁହେଁ। ଖବର ପାଇଁ ପ୍ରଶସ୍ତ ଇଲାକା ପଡିଛି। ବହୁ ରୋଚକ ଓ ମନୋରଞ୍ଜନଧର୍ମୀ ଖବର ଆମେ ତିଆରି କରିପାରିବୁ। ତାହା ନକରି ଗୋଟେ କଥା କହିବା ଶିଖି ନଥିବା ସାନପିଲା କୁ ଖବରର କେନ୍ଦ୍ରରେ ରଖି ଆମେ ଆମର ରୁଗ୍ଣ ମାନସିକତା ପ୍ରମାଣିତ କରୁଛୁ।

ସବୁଠୁ ଆଶ୍ଚର୍ୟର କଥା ହେଉଛି, ତୈମୁର ଅଲ୍ଲୀ ଖାନ୍‌ କୋଡିଏ ବର୍ଷ ପରେ କାହାକୁ ବାହା ହେବେ ସେ ପ୍ରକାର ଗାଲୁଗପ କୁ ମଧ୍ୟ ଆମେ ପ୍ରସାରଣ କରୁଛୁ। ଆମର ସାମ୍ବାଦିକ ବନ୍ଧୁମାନେ ବୋଧେ ଜାଣନ୍ତି ନାହିଁ, ବାଲ୍ୟ ବିବାହ ଏକ ଦଣ୍ଡନୀୟ ଅପରାଧ। ଦୁଇଟି ନିରୀହ ଶିଶୁଙ୍କ ଜୀବନକୁ ନେଇ ଖେଳ ଖେଳୁଥିବା ଏପ୍ରକାର ସାମ୍ବାଦିକମାନଙ୍କୁ ଅପରାଧୀ ବ୍ୟତୀତ ଆଉ କିଛି କୁହାଯାଇ ପାରିବ ନାହିଁ ।

Share. Facebook Twitter LinkedIn Email WhatsApp Copy Link

Related Posts

ଭାରତରେ କେତେ ଲୋକ ଟ୍ରମ୍ପଙ୍କୁ ପସନ୍ଦ କରନ୍ତି?: ଦେଖନ୍ତୁ ଆଶ୍ଚର୍ଯ୍ୟଜନକ ଜନମତ

June 26, 2026

ରାମ ମନ୍ଦିର ଦାନ ଚୋରି ମାମଲା: ୬ ରୁ ଅଧିକ ଲୋକଙ୍କ ବିରୁଦ୍ଧରେ ମାମଲା ରୁଜୁ

June 25, 2026

ସୁଜାତାଙ୍କୁ ବିଜେଡିରେ ସାମିଲ କରି ନବୀନ ପଟ୍ଟନାୟକ କହିଦେଲେ ଏକ ବଡ କଥା..

June 25, 2026

ବିଜେଡିରେ ସାମିଲ ହେଲେ ସୁଜାତା କାର୍ତ୍ତିକେୟନ ରାଉତ, ନବୀନ ଘୋଷଣା କରି କହିଲେ..

June 25, 2026
Latest News

ଭାରତରେ କେତେ ଲୋକ ଟ୍ରମ୍ପଙ୍କୁ ପସନ୍ଦ କରନ୍ତି?: ଦେଖନ୍ତୁ ଆଶ୍ଚର୍ଯ୍ୟଜନକ ଜନମତ

June 26, 2026

୫୭ ବର୍ଷ ବୟସରେ ପଦାର୍ପଣ କଲେ ଧର୍ମେନ୍ଦ୍ର ପ୍ରଧାନ: ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

June 26, 2026

ଆଉ ଏକ ଝଟକା ଦେଲା ବାଂଲାଦେଶ: ଭାରତଠାରୁ ଏହି ପ୍ରକଳ୍ପ ଛଡାଇ ନେଇ ଚୀନ୍ ସହିତ କଲା ବଡ଼ ଚୁକ୍ତି

June 26, 2026

ବିଜେପିର ରାଜନୈତିକ ଗଣନାକୁ ବିଚଳିତ କରିପାରେ ନୀତିଶ କୁମାରଙ୍କ ନିଷ୍ପତ୍ତି!; ବିରୋଧୀ ଦଳ ମଧ୍ୟ ସତର୍କ

June 26, 2026

ପ୍ରଥମ ଟି-୨୦ରେ ଇତିହାସ ରଚିବେ ବୈଭବ ସୂର୍ଯ୍ୟବଂଶୀ: ଡେବ୍ୟୁ ମ୍ୟାଚରେ କରିବେ ୬ଟି ବଡ଼ ରେକର୍ଡ

June 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.