Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସରକାର କିଛି ବି କରିପାରେ, ସରକାର ଆମ କମ୍ପ୍ୟୁଟରରେ ଏବେ ଗୁଇନ୍ଦା ହୋଇ ବସିଛି, ତେଣୁ ଆମେ ସରକାରର ନଜରବନ୍ଦୀ
ବିଶେଷ ଖବର

ସରକାର କିଛି ବି କରିପାରେ, ସରକାର ଆମ କମ୍ପ୍ୟୁଟରରେ ଏବେ ଗୁଇନ୍ଦା ହୋଇ ବସିଛି, ତେଣୁ ଆମେ ସରକାରର ନଜରବନ୍ଦୀ

December 21, 2018No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ସରକାର କିଛି ବି କରିପାରେ। ଆମ ସମୟର ଜଣେ ଅତ୍ୟନ୍ତ ଶକ୍ତିଶାଳୀ କବି ଭାରତ ମାଝିଙ୍କ ଗୋଟେ କବିତାର ଆରମ୍ଭ ଥିଲା ଏମିତି। କବିତାଟିରେ ଭାରତ କହିଥିଲେ, ସରକାର ଆମ ଜୀବନକୁ ନେଇ କିଛି ବି କରିପାରେ। ଗଣତନ୍ତ୍ରର ଛତା ତଳେ ନିଜର ଏକଛତ୍ରବାଦୀ ଆଧିପତ୍ୟକୁ ଜାହିର କରିବା ଲାଗି ସରକାର ଏଠି ନାଗରିକର ଶୋଇବାଘର, ରୋଷେଇଘର ଓ ଦରକାର ପଡିଲେ ଗାଧୁଆଘରକୁ ମଧ୍ୟ ପ୍ରବେଶ କରିପାରେ। ଗତକାଲି ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ତରଫରୁ ଏମିତି ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ଯାହାର ଆଧାରରେ ଦେଶର ଦଶଟି ପ୍ରମୁଖ ଅନୁଷ୍ଠାନକୁ ଭାରତୀୟ ନାଗରିକଙ୍କର ଯେ କୌଣସି କମ୍ପ୍ୟୁଟରରୁ ଯେ କୌଣସି ତଥ୍ୟ ଜାଣିପାରିବାର ଅଧିକାର ଦିଆଯାଇଛି। ଗୃହ ମନ୍ତ୍ରଣାଳୟର ସଚିବ ରାଜୀବ ଗଉବାଙ୍କ ଦସ୍ତଖତରେ ଜାରି ହୋଇଥିବା ଏହି ବିଜ୍ଞପ୍ତିରେ କୁହାଯାଇଛି- ଯେକୌଣସି କମ୍ପ୍ୟୁଟରକୁ ଆସୁଥିବା, ଗଚ୍ଛିତଥିବା ଓ ପଠାଯାଇଥିବା ତଥ୍ୟ ସରକାରଙ୍କ ସଂସ୍ଥା ଗୁଡିକ ବ୍ୟାଜ୍ୟାପ୍ତି କରିପାରିବେ, ନିୟନ୍ତ୍ରଣ କରିପାରିବେ ଓ ଆବଶ୍ୟକସ୍ଥଳେ ଗୋପନୀୟ ତଥ୍ୟକୁ ଫିଟାଇ ପାରିବେ। ଆଇବି, ନିଶା ନିବାରଣ ବ୍ୟୁରୋ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ, ରାଜସ୍ୱ ସତର୍କତା ନିର୍ଦ୍ଦେଶାଳୟ, ସିବିଆଇ, ର’, ଦିଲ୍ଲୀ ପୋଲିସ ଭଳି ସଂସ୍ଥା ଯେକୌଣସି କମ୍ପ୍ୟୁଟରକୁ ଯେକୌଣସି ମୁହୂର୍ତ୍ତରେ ହ୍ୟାକ କରିପାରିବେ ବୋଲି ସରକାର ଅଧିକାର ଦେଇଛନ୍ତି।

ଏହାର ଅର୍ଥ ହେଉଛି, ଏ ଦେଶରେ ଆଉ ଆମର “ରାଇଟ୍ସ ଟୁ ପ୍ରାଇଭେସି” ନାହିଁ। ଜାତୀୟ ସୁରକ୍ଷା କିମ୍ବା କିଛି ବିଶେଷ କ୍ଷେତ୍ରରେ ସରକାରଙ୍କର ଏପ୍ରକାର ଅଧିକାର ରହିଥିଲା। କିନ୍ତୁ ଏହି ବିଜ୍ଞପ୍ତିର ଭାଷା କହୁଛି – “for the purposes of interception, monitoring and decryption of any information generated, transmitted, received or stored in any Computer resource.” ଯେକୌଣସି କମ୍ପ୍ୟୁଟରର ଅର୍ଥ ହୋଇପାରେ ବୋରୋଧିଦଳ, ସ୍ଵେଚ୍ଚାସେବୀ ସଂଗଠନ, ନ୍ୟାୟପାଳିକା କିମ୍ବା ଯେକୌଣସି ରାଜନୈତିକ ପ୍ରତିପକ୍ଷର କମ୍ପ୍ୟୁଟରକୁ ସରକାର ଅନାୟାସରେ ହ୍ୟାକ କରିପାରିବେ। ଯେ କୌଣସି ଗଣତନ୍ତ୍ର ପାଇଁ ଏହାଠୁ ବଳି ବଡ ବିପଦ ଆଉ କିଛି ନାହିଁ।

କମ୍ପ୍ୟୁଟର କେବଳ ବ୍ୟାବସାୟିକ ବା ପେଷାଦାର କାମର ମାଧ୍ୟମ ନୁହେଁ। ଏହା ଅନେକାଂଶରେ ବ୍ୟକ୍ତିଗତ ତଥ୍ୟ ଓ ସୂଚନାର ଆଧାର। ମୋର ବ୍ୟକ୍ତିଗତ ଜୀବନ ଉପରେ ସରକାର କେତେଦୂର ହସ୍ତକ୍ଷେପ କରିପାରିବେ, ସେ କଥାକୁ ନେଇ “ରାଇଟ୍ସ ଟୁ ପ୍ରାଇଭେସି” ରାୟରେ ମାନ୍ୟବର ସୁପ୍ରିମକୋର୍ଟ ଅତ୍ୟନ୍ତ ସ୍ପଷ୍ଟ ନିର୍ଦ୍ଦେଶ ଦେଇସାରିଛନ୍ତି। ଆଧାର ମାମଲାର ରାୟରେ ମଧ୍ୟ ନାଗରିକର ମୌଳିକ ଅଧିକାର ଓ ସରକାରୀ ହସ୍ତକ୍ଷେପର ସୀମା ବିଷୟରେ ସ୍ପଷ୍ଟ ଦିଶା ରହିଛି। ତା ସତ୍ତ୍ୱେ ମଧ୍ୟ ସରକାର ଏମିତି ଏକ ନିର୍ଦ୍ଦେଶାବଳି ଜାରି କରିବାର ଅର୍ଥ ହେଉଛି, କେଉଁଠି ନା କେଉଁଠି ସରକାର ଦେଶରେ ଏକପ୍ରକାର ଜରୁରୀକାଳିନ ପରିସ୍ଥିତି ଜାରି କରିବାଭଳି ପୃଷ୍ଠଭୂମି ନିର୍ମାଣ କରୁଛନ୍ତି। ଏକଛନ୍ତ୍ରବାଦୀ ଆଧିପତ୍ୟ ଜାହିର କରୁଥିବା ଏଭଳି ଏକ ବିଜ୍ଞପ୍ତି ସମ୍ପର୍କରେ ବିଜେଡି ସାଂସଦ ତଥାଗତ ଶତପଥି କହନ୍ତି- “ଷୋଡଶ ଲୋକସଭା ସରିଆସୁଥିବା ବେଳେ ଏ ସରକାର ଗୁପ୍ତଚର ବୃତ୍ତିରେ ମାତିଛନ୍ତି। କୌଣସି ପ୍ରକାର ସଂସଦୀୟ କିମ୍ବା ଆଇନଗତ ନିୟନ୍ତ୍ରଣ ନଥାଇ ଏପ୍ରକାର ଗୁପ୍ତଚର ବ୍ୟବସ୍ଥା ସତରେ ଆଶ୍ଚର୍ଯଜନକ। ଲୋକଙ୍କ ପଇସାରେ ଲୋକଙ୍କ ବ୍ୟକ୍ତିଗତ ଜୀବନ ଉପରେ ସରକାର ଗୁଇନ୍ଦା ଲଗାଉଛନ୍ତି। କେହି ଚିନ୍ତା କରୁନାହାନ୍ତି ଯେ ଆମର ବହିର୍ବ୍ୟାପାର ଗୁଇନ୍ଦା ବ୍ୟବସ୍ଥା କାମ କରୁନାହିଁ।“

ଗୁଇନ୍ଦାଗିରି କରି ଯେଉଁ ସରକାର ଚାଲେ, ସେ ସରକାର ଗଣତନ୍ତ୍ରର ସବୁଠୁ ବଡ ଶତ୍ରୁ। ତେଣୁ ଏ ସରକାରକୁ ଗଣତାନ୍ତ୍ରିକ ବୋଲି କହିବା ପୂର୍ବରୁ ଆମକୁ ଲକ୍ଷେ ଥର ଚିନ୍ତା କରିବାକୁ ପଡିବ।

Share. Facebook Twitter LinkedIn Email WhatsApp Copy Link

Related Posts

ରାଜସ୍ବ ମନ୍ତ୍ରୀଙ୍କ ବନ୍ୟା ସମୀକ୍ଷା: ଚାଷୀଙ୍କୁ ମିଳିବ କୃଷି ଓ ରାଜସ୍ୱ ବିଭାଗର ମିଳିତ ପ୍ୟାକେଜ୍

July 31, 2026

୮୪,୦୮୪ କୋଟିର ବ୍ୟୟ ଅଟକଳ ସହ ‘ସମୁଦ୍ର ମନ୍ଥନ’ କୁ କ୍ୟାବିନେଟ ମଞ୍ଜୁରି

July 31, 2026

ଆଇବି ଅଧିକାରୀ ଅଙ୍କିତ ଶର୍ମା ହତ୍ୟା ମାମଲା: ତାହିର ହୁସେନଙ୍କୁ ଆଜୀବନ କାରାଦଣ୍ଡ

July 31, 2026

ଗଲୱାନ ସଂଘର୍ଷ ପରେ ପ୍ରଥମ ଥର ପାଇଁ ଭାରତ ଗସ୍ତରେ ଆସିବେ ସି ଜିନପିଙ୍ଗ

July 31, 2026
Latest News

କେବଳ ୬ ଖେଳାଳି ନିଶ୍ଚିତ!: ୨୦୨୭ ବିଶ୍ୱକପ ପାଇଁ ଟିମ୍ ଇଣ୍ଡିଆରେ ମିଳିବ ସୁଯୋଗ

July 31, 2026

‘ଖେଲୋ ଇଣ୍ଡିଆ’: ଜାତୀୟ କ୍ରୀଡ଼ା ମହାସଂଘଗୁଡ଼ିକ ପାଇଁ ବର୍ଦ୍ଧିତ ସହାୟତାକୁ କ୍ୟାବିନେଟ୍ ମଞ୍ଜୁରୀ

July 31, 2026

ରାଜସ୍ବ ମନ୍ତ୍ରୀଙ୍କ ବନ୍ୟା ସମୀକ୍ଷା: ଚାଷୀଙ୍କୁ ମିଳିବ କୃଷି ଓ ରାଜସ୍ୱ ବିଭାଗର ମିଳିତ ପ୍ୟାକେଜ୍

July 31, 2026

୮୪,୦୮୪ କୋଟିର ବ୍ୟୟ ଅଟକଳ ସହ ‘ସମୁଦ୍ର ମନ୍ଥନ’ କୁ କ୍ୟାବିନେଟ ମଞ୍ଜୁରି

July 31, 2026

ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ମାମଲା: କ୍ଷମା ମାଗିଲେ ନାବାଳିକା

July 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.