ବାଣପୁର: ଆଜି ବାଣପୁର ବ୍ଲକ ସ୍ଥିତ ନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ମାଣେତ୍ରୀ ଗ୍ରାମରେ ଘଟିଥିବା ଅଗ୍ନିକାଣ୍ଡ କ୍ଷତିଗସ୍ତ ପରିବାରଙ୍କୁ ସାକ୍ଷାତ କରିଛନ୍ତି ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ତାଙ୍କର ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିବା ସହ ସରକାରୀ ଯୋଜନା ମାଧ୍ୟମରେ ସମସ୍ତ ପ୍ରକାର ଆବଶ୍ୟକ ସହାୟତା ଯଥାଶୀଘ୍ର ପହଞ୍ଚାଇବା ପାଇଁ ବାଣପୁର ତହସିଲଦାର ଏବଂ ଅନ୍ୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନା ଯୋଗ୍ୟ ଯେ, ଗତ ୨୭ ତାରିଖ ସକାଳ ୯ଟାରେ ବାଣପୁର ବ୍ଲକ ଅନ୍ତର୍ଗତ ନନ୍ଦପୁର ଗ୍ରାମପଞ୍ଚାୟତ ଅଧିନସ୍ଥ ମାଣିତ୍ରି ଗ୍ରାମରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟି ସାତଟି ପରିବାର ସର୍ବସ୍ୱାନ୍ତ ହୋଇଯାଇଛନ୍ତି। ଚୁଲି ନିଆଁରୁ ଅଗ୍ନିକାଣ୍ଡ ଘଟିଥିବା ପୀଡିତ ପରିବାର ତରଫରୁ କୁହାଯାଇଥିବା ବେଳେ ସୂଚନା ପାଇ ବାଣପୁର ଅଗ୍ନିଶମ ବିଭାଗ ଏବଂ ଗ୍ରାମବାସୀଙ୍କ ସହଯୋଗରେ ନିଆଁକୁ ଆୟତ୍ତ କରିଥିବା ବେଳେ ନିଆଁର ଆଁ ଭିତରେ ଘରର ସବୁ ଆଶାବାବ ପତ୍ର ସହ ଟଙ୍କା ପଇସା ଧ୍ବଂସ ହୋଇଯାଇଥିଲା। ପୀଡିତ ପରିବାର ଲୋକ କେବଳ ପିନ୍ଧିଥିବା ବସ୍ତ୍ର ସହ ଅନ୍ୟ କୌଣସି ଜିନିଷ ଉଦ୍ଧାର ହୋଇପାରିନଥିଲା।
କ୍ଷତିଗସ୍ତ ହୋଇଥିବା ପରିବାର ହେଉଛନ୍ତି ଉଦୟନାଥ ସାହୁ, ରାଜକିଶୋର ସାହୁ, ଅଭିମନ୍ୟୁ ସାହୁ, ଦିଲୀପ ସାହୁ, ମହେଶ୍ୱର ମହାରଣା, ଶିବ ମହାରଣା, ଶ୍ୟାମ ସୁନ୍ଦର ସାହୁ। ଏହି ପରିବାର ଅତି ଗରିବ ଶ୍ରେଣୀର ହୋଇଥିବା ବେଳେ ପ୍ରତ୍ୟେକ ପରିବାର ଦିନ ମଜୁରିଆ ଅଟନ୍ତି।
ପୁଣି ପଢନ୍ତୁ- ବାଣପୁରରେ ଭୀଷଣ ଅଗ୍ନିକାଣ୍ଡ: ସାତଟି ପରିବାର ସର୍ବସ୍ୱାନ୍ତ


