Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଧର୍ମେନ୍ଦ୍ର ପ୍ରଧାନ ଜାଣି ରଖିବା ଉଚିତ ରାଜନୀତିରେ 0+0=0 ନହୋଇ, ୧, ବି ହୋଇପାରେ, ୧୦୦ ବି ହୋଇପାରେ!!
ବିଶେଷ ଖବର

ଧର୍ମେନ୍ଦ୍ର ପ୍ରଧାନ ଜାଣି ରଖିବା ଉଚିତ ରାଜନୀତିରେ 0+0=0 ନହୋଇ, ୧, ବି ହୋଇପାରେ, ୧୦୦ ବି ହୋଇପାରେ!!

December 24, 2018No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଓଡିଶା ରାଜନୀତିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନବୁଝି ନଶୁଝି କିଛି ବି କହିଦେଉଥିବା ଜଣେ ସାଧାରଣ ବକ୍ତା ଭାବରେ ମନେରହିବେ। ଯେକୌଣସି ପ୍ରସଙ୍ଗ ଉପରେ କିଛି ବି ମନ୍ତବ୍ୟ ଦେବାର ପ୍ରବଣତା ଯୋଗୁଁ ତାଙ୍କର କୌଣସି ବକ୍ତବ୍ୟକୁ ଜନସାଧାରଣ ଗମ୍ଭୀରତାର ସହ ନେଉନାହାନ୍ତି। କେନ୍ଦ୍ରରେ ଅତ୍ୟନ୍ତ ପ୍ରଭାବଶାଳୀ ପେଟ୍ରୋଲିୟମ ବିଭାଗର ମନ୍ତ୍ରୀ ଭାବରେ ରହିଥିଲେ ମଧ୍ୟ ରାଜ୍ୟ ରାଜନୀତିରେ ଓ ଓଡିଶାର ବିଜେପି କ୍ୟାଡରଙ୍କ ମଧ୍ୟରେ ଧର୍ମେନ୍ଦ୍ରଙ୍କ ପ୍ରଭାବ ଅତ୍ୟନ୍ତ ସୀମିତ। ତାର ଏକମାତ୍ର କାରଣ ହେଉଛି, ବକ୍ତବ୍ୟ ଦେବା ସମୟରେ ତାଙ୍କର ସହଜିଆ ସ୍ଵଭାବ। ବିଜେପୁର ଉପ ନିର୍ବାଚନ ସମୟରେ ଧର୍ମେନ୍ଦ୍ରଙ୍କ ଆଗଚଲା ଓ ଉପରକୁହା ଗୁଣ ଯୋଗୁଁ ବିଜେପିର ଶୋଚନୀୟ ପରାଜୟ ହୋଇଥିଲା ବୋଲି ବିଜେପିର ବହୁ ନେତା ଓ କର୍ମୀ ସ୍ଵୀକାର କରିଛନ୍ତି। ତେବେ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ଉପରେ ଧର୍ମେନ୍ଦ୍ରଙ୍କ ଅଖଣ୍ଡ ପ୍ରଭାବ ରହିଥିବାରୁ ତାଙ୍କୁ ଖୋଲାଖୋଲି ବିରୋଧ କରିବାକୁ କାହାର ସାହସ ହେଉନାହିଁ। ଧର୍ମେନ୍ଦ୍ରଙ୍କ ପୁରୁଣା ବକ୍ତବ୍ୟର ଆଲୋଚନା ନକରି ହାଲ ସେ ଦେଇଥିବା ଏକ ମନ୍ତବ୍ୟର ତର୍ଜମା କରାଯାଇପାରେ।

ଆଜି ୨୩ ଡିସେମ୍ବର ଦିନ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କଲେ। ଚନ୍ଦ୍ରଶେଖର ରାଓ ଏବେ ସାରା ଦେଶରେ କଂଗ୍ରେସ ଓ ବିଜେପିର ବିକଳ୍ପ ପାଇଁ ଏକ ସଙ୍ଘୀୟ ସାମ୍ମୁଖ୍ୟ ଗଠନ ର ଲକ୍ଷ୍ୟ ନେଇ ବିଭିନ୍ନ ଆଞ୍ଚଳିକ ଦଳର ନେତାଙ୍କୁ ଭେଟୁଛନ୍ତି। ସାଧାରଣ ନିର୍ବାଚନ ପୂର୍ବରୁ ଏହା ଏକ ସାଧାରଣ ପ୍ରକ୍ରିୟା। ରାଓଙ୍କ ଏହି ପଦକ୍ଷେପକୁ ନେଇ ଦୁଇ ପ୍ରକାର ପ୍ରତିକ୍ରିୟା ଦେଖିବାକୁ ମିଳୁଛି। କଂଗ୍ରେସ ତାଙ୍କୁ ବିଜେପିର ଗୋପନ ଦୂତ ବୋଲି କହୁଥିବାବେଳେ ବିଜେପି ତାଙ୍କୁ ବିଶ୍ଵାସକୁ ନେବାକୁ ଚାହୁଁନାହିଁ। ତେଲେଙ୍ଗାନା ରାଜନୀତିରେ ବିଜେପି ଷଷ୍ଠ ପକ୍ଷ ଓ କେସିଆରଙ୍କ ଲାଗି ବିଜେପି ସେଠି ବିଶେଷ ମହତ୍ତ୍ଵ ରଖେନାହିଁ। ତାଙ୍କ ଲାଗି କଂଗ୍ରେସ ହେଉଛି ପ୍ରଥମ ବିରୋଧୀ। ତେଣୁ କଂଗ୍ରେସ ଓ ବିଜେପିଠାରୁ ସମଦୂରତ୍ଵ ରଖୁଥିବା ଦଳମାନଙ୍କର ଏକ ମେଣ୍ଟ କଥା ସେ ଉଠାଉଛନ୍ତି। ସେହି କ୍ରମରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଓଙ୍କ ସ୍ଵାଭାବିକ ଅଂଶୀଦାର । ଓଡିଶା, ତେଲେଙ୍ଗାନା ଓ ପଶ୍ଚିମବଙ୍ଗର ମୋଟ ଲୋକସଭା ଆସନ ହେଉଛି ୨୧+୧୭+୪୨ = ୮୦ । ୨୦୧୪ ରେ ଏଥିରୁ ମାତ୍ର ୫ ଟି ଆସନ ବିଜେପି ଖାତାକୁ ଯାଇଥିଲା। ବାକି ୭୫ ଆସନରୁ ତେଲେଙ୍ଗାନା ରାଷ୍ଟ୍ର ସମିତି ୧୧, ବିଜୁ ଜନତା ଦଳ ୨୦ ତୃଣ ମୂଳ କଂଗ୍ରେସ ୩୪ ଆସନ ପାଇଥିଲେ। ରାଜନୀତିର ବାସ୍ତବ ଗଣିତ ଦେଖିବାକୁ ଗଲେ ପ୍ରଚଣ୍ଡ ମୋଦୀ ହାୱା ସତ୍ତ୍ୱେ ମଧ୍ୟ ଏସବୁ ରାଜ୍ୟରେ ବିଜେପି ନିଜର କୌଣସି ପତିଆରା ପ୍ରଦର୍ଶନ କରିପାରିନଥିଲା।

ସେହି ଦୃଷ୍ଟିରୁ ଆଜି ଏ ତିନୋଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଏକାଠିହେବା ବିଜେପି ଲାଗି ଗୋଟେ ପ୍ରକାର ମୁଣ୍ଡ ବିନ୍ଧାର କାରଣ। ହିନ୍ଦୀ ଭାଷାଭାଷୀ  ଅଞ୍ଚଳରେ ବିଜେପିର ବିପର୍ୟୟକୁ ପୂର୍ବ ଭାରତରୁ ଭରଣା କରାଯିବ ବୋଲି ବିଜେପି ଚିନ୍ତା କରୁଥିଲା। କିନ୍ତୁ ଏହି ରାଜ୍ୟ ଗୁଡିକରେ ବିଜେପି ସଂଗଠନ ଆଜି ମଧ୍ୟ କେବଳ ଟେଲିଭିଜନ ପରଦାରେ ସୀମିତ । ସେହି ଟେଲିଭିଜନ ମାୟାରେ ପଡି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ନବୀନ ପଟ୍ଟନାୟକ ଓ ଚନ୍ଦ୍ରଶେଖର ରାଓଙ୍କ ସାକ୍ଷାତକୁ ୦+୦=୦ ବୋଲି କହିଛନ୍ତି। ନବୀନ ଜିରୋ ହେବେ କି ହିରୋ ହେବେ ତାହା ୨୦୧୯ ନିର୍ବାଚନରେ ଜଣାପଡିବ। ନବୀନ କିନ୍ତୁ ଗତ ଦଶ ବର୍ଷ ଧରି ବିଜେପିକୁ ଓଡିଶାରେ ପିକ ମେଲିବାର ସୁଯୋଗ ଦେଇନାହାନ୍ତି, ଏକଥା ଆଉ କିଏ ଜାଣୁ କି ନ ଜାଣୁ, ଧର୍ମେନ୍ଦ୍ର ପ୍ରଧାନ ଭଲ ଭାବରେ ଜାଣନ୍ତି। ନବୀନ ତାଙ୍କ ନିର୍ବାଚନକୁ ଦୁର୍ଗମ କଲେ ବୋଲି ଧର୍ମେନ୍ଦ୍ର ବିହାର ଓ ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ଯାଇଛନ୍ତି। ତେଣୁ ନବୀନ କେତେ ଜିରୋ ସେକଥା ଧର୍ମେନ୍ଦ୍ରଙ୍କ ମରମ ଜାଣେ। ବାକି ରହିଲା ଚନ୍ଦ୍ରଶେଖର ରାଓଙ୍କ କଥା। ମାତ୍ର ୧୨ ଦିନ ତଳେ ରାଓଙ୍କ ଦଳ ତେଲେଙ୍ଗାନା ବିଧାନସଭାରେ ୨/୩ ସଂଖ୍ୟା ଗରିଷ୍ଠତା ପାଇ ୮୮ ଆସନରେ ଜୟଲାଭ କରିଛନ୍ତି। କେସିଆରଙ୍କ ଭୋଟ ହାର ୪୬.୯% ହୋଇଥିବା ବେଳେ ବିଜେପି ତେଲେଙ୍ଗାନାରେ ଷଷ୍ଠ ସ୍ଥାନରେ ରହିଛି। ୧୧୮ ଆସନରେ ନିର୍ବାଚନ  ଲଢି ବିଜେପି ସେଠି ମାତ୍ର ଗୋଟିଏ ଆସନ ହାସଲ କରିଛି। ସେଥିରେ କେସିଆରଙ୍କୁ ଜିରୋ ବା ଶୂନ ବୋଲି କହିବା ଧର୍ମେନ୍ଦ୍ରଙ୍କ ପାଇଁ ପକ୍ଷରେ ପିଲାଳିଆ ଶୁଭୁଛି। ଯଦି ଜଣେ କେନ୍ଦ୍ରମନ୍ତ୍ରୀ ମାତ୍ର ୧୨ ଦିନ ତଳେ ବିପୁଳ ବହୁମତରେ ନିର୍ବାଚିତ ହୋଇଥିବା ଜଣେ ମୁଖ୍ୟମନ୍ତ୍ରୀଙ୍କୁ ଶୂନ ବୋଲି କହନ୍ତି, ତାହା କେବଳ ହାସ୍ୟାସ୍ପଦ ନୁହେଁ, ରାଜନୈତିକ ଗଣିତରେ ଏହା ନିର୍ବୋଧତା ମଧ୍ୟ!!

ଧର୍ମେନ୍ଦ୍ର ବାବୁ ଭଲ ଭାବରେ ଜାଣନ୍ତି ଯେ ଏହି ତୃତୀୟ ମେଣ୍ଟ ଉପରେ ହିଁ ତାଙ୍କ ଦଳର ଭବିଷ୍ୟତ ନିର୍ଭରଶୀଳ, ତେଣୁ ଗଣମାଧ୍ୟମରେ ମତାମତ ଦେବା ଆଗରୁ କେନ୍ଦ୍ରମନ୍ତ୍ରୀ ମହୋଦୟ ଟିକେ ଅଧିକ ବିଚାର ଆଲୋଚନା କରିବା ଉଚିତ ହୁଅନ୍ତା!!

Share. Facebook Twitter LinkedIn Email WhatsApp Copy Link

Related Posts

ରାଜସ୍ବ ମନ୍ତ୍ରୀଙ୍କ ବନ୍ୟା ସମୀକ୍ଷା: ଚାଷୀଙ୍କୁ ମିଳିବ କୃଷି ଓ ରାଜସ୍ୱ ବିଭାଗର ମିଳିତ ପ୍ୟାକେଜ୍

July 31, 2026

୮୪,୦୮୪ କୋଟିର ବ୍ୟୟ ଅଟକଳ ସହ ‘ସମୁଦ୍ର ମନ୍ଥନ’ କୁ କ୍ୟାବିନେଟ ମଞ୍ଜୁରି

July 31, 2026

ଆଇବି ଅଧିକାରୀ ଅଙ୍କିତ ଶର୍ମା ହତ୍ୟା ମାମଲା: ତାହିର ହୁସେନଙ୍କୁ ଆଜୀବନ କାରାଦଣ୍ଡ

July 31, 2026

ଗଲୱାନ ସଂଘର୍ଷ ପରେ ପ୍ରଥମ ଥର ପାଇଁ ଭାରତ ଗସ୍ତରେ ଆସିବେ ସି ଜିନପିଙ୍ଗ

July 31, 2026
Latest News

କେବଳ ୬ ଖେଳାଳି ନିଶ୍ଚିତ!: ୨୦୨୭ ବିଶ୍ୱକପ ପାଇଁ ଟିମ୍ ଇଣ୍ଡିଆରେ ମିଳିବ ସୁଯୋଗ

July 31, 2026

‘ଖେଲୋ ଇଣ୍ଡିଆ’: ଜାତୀୟ କ୍ରୀଡ଼ା ମହାସଂଘଗୁଡ଼ିକ ପାଇଁ ବର୍ଦ୍ଧିତ ସହାୟତାକୁ କ୍ୟାବିନେଟ୍ ମଞ୍ଜୁରୀ

July 31, 2026

ରାଜସ୍ବ ମନ୍ତ୍ରୀଙ୍କ ବନ୍ୟା ସମୀକ୍ଷା: ଚାଷୀଙ୍କୁ ମିଳିବ କୃଷି ଓ ରାଜସ୍ୱ ବିଭାଗର ମିଳିତ ପ୍ୟାକେଜ୍

July 31, 2026

୮୪,୦୮୪ କୋଟିର ବ୍ୟୟ ଅଟକଳ ସହ ‘ସମୁଦ୍ର ମନ୍ଥନ’ କୁ କ୍ୟାବିନେଟ ମଞ୍ଜୁରି

July 31, 2026

ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ମାମଲା: କ୍ଷମା ମାଗିଲେ ନାବାଳିକା

July 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.