Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସାପକୁ ପଲିଥିନ୍‌ରେ ପୁରାଇ ସାଇକେଲ୍‌ରେ ମେଡିକାଲ୍‌ ଗଲେ ଜଗୁଆଳି ମୋଚିରାମ
ବିଶେଷ ଖବର

ସାପକୁ ପଲିଥିନ୍‌ରେ ପୁରାଇ ସାଇକେଲ୍‌ରେ ମେଡିକାଲ୍‌ ଗଲେ ଜଗୁଆଳି ମୋଚିରାମ

September 5, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ଉଦଳା: ଗୋଟିଏ ହାତରେ ଜୀବନ ବଞ୍ଚାଇବାର ଆଶା, ଆଉ ଅନ୍ୟ ହାତରେ ବିଷାକ୍ତ ସାପ। ମୟୂରଭଞ୍ଜ ଜିଲ୍ଲା ଉଦଳା ଅଞ୍ଚଳରେ ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଉଦଳା ନଗରପାଳିକା (ଏନଏସି) ୧୦ ନମ୍ବର ୱାର୍ଡସ୍ଥିତ ଉଠା ଜଳସେଚନ ପ୍ରକଳ୍ପର ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଜଗୁଆଳି ଭାବେ କାର୍ଯ୍ୟରତ ମୋଚିରାମ ଟୁଡୁଙ୍କ ଗୋଡ଼କୁ ଏକ ବିଷାକ୍ତ ସାପ କାମୁଡ଼ିଥିଲେ ହେଁ ସେ ତିଳେହେଲେ ଭୟଭୀତ ନହୋଇ ଅପୂର୍ବ ସାହସର ପରିଚୟ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ବହଳଦା ଅଞ୍ଚଳର ମୋଚିରାମ ଟୁଡୁ ଗତକାଲି ରାତି ପ୍ରାୟ ୮ଟା ସମୟରେ କାର୍ଯ୍ୟାଳୟରେ ଡ୍ୟୁଟିରେ ଥିବାବେଳେ ହଠାତ୍ ଏକ ସାପ ଆସି ତାଙ୍କ ଗୋଡ଼କୁ କାମୁଡ଼ି ଦେଇଥିଲା। ପ୍ରଥମେ ସେ ସାପଟିକୁ ସଠିକ୍ ଭାବେ ଚିହ୍ନିପାରି ନଥିଲେ, ମାତ୍ର ପରିସ୍ଥିତିର ଗୁରୁତ୍ୱ ଓ ସାପଟି ବିଷାକ୍ତ ହୋଇଥାଇପାରେ ଭାବି ସେ ତୁରନ୍ତ ତାକୁ କାବୁ କରି ମାରିଦେଇଥିଲେ। ଚିକିତ୍ସା ସମୟରେ ସାପର ସଠିକ୍ ଚିହ୍ନଟ ପାଇଁ କୌଣସି ବିଳମ୍ବ ନକରି ସେ ମୃତ ସାପଟିକୁ ଏକ ପଲିଥିନ୍ ମୁଣିରେ ପୁରାଇଥିଲେ।

ଏହାପରେ ପଲିଥିନ୍‌ରେ ବିଷାକ୍ତ ସାପକୁ ଧରି ସେ ନିଜ ସାଇକେଲ୍ ଚଳାଇ ଚିକିତ୍ସା ପାଇଁ ସିଧାସଳଖ ଉଦଳା ଉପଖଣ୍ଡ ଚିକିତ୍ସାଳୟରେ ପହଞ୍ଚିଥିଲେ। ସାଇକେଲ୍‌ରେ ଆସି ମେଡିକାଲ୍‌ରେ ପହଞ୍ଚିବା ପରେ ତାଙ୍କ ହାତରେ ସାପ ଥିବା ଦେଖି ଉପସ୍ଥିତ ଲୋକେ ଓ ଡାକ୍ତରୀ ଦଳ ସ୍ତବ୍ଧ ହୋଇଯାଇଥିଲେ। ପରୀକ୍ଷା ପରେ ତାହା ଏକ ସାଙ୍ଘାତିକ ବିଷାକ୍ତ ଚିତି ସାପ ବୋଲି ଚିହ୍ନଟ ହୋଇଥିଲା। ଡାକ୍ତରମାନେ ତୁରନ୍ତ ମୋଚିରାମଙ୍କ ଚିକିତ୍ସା ଆରମ୍ଭ କରିଥିଲେ। ରାତିରେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଅବନତି ଦେଖାଦେବାରୁ ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଛି।

Watchman Mochiram went to the hospital on a bicycle with a snake inside a polythene bag.
Share. Facebook Twitter LinkedIn Email WhatsApp Copy Link

Related Posts

ପାରାଦୀପ ବନ୍ଦରକୁ ‘ମେଗା ପୋର୍ଟ’ ମାନ୍ୟତା, ଓଡ଼ିଶାର ସାମୁଦ୍ରିକ ଅର୍ଥନୀତିକୁ ମିଳିବ ନୂଆ ଗତି

September 25, 2026

ରାଜ୍ୟରେ ଅବପାତର ତାଣ୍ଡବ: ବିଚ୍ଛିନ୍ନ ହେଲା ସଂଯୋଗ, ବଢ଼ିଲା ବନ୍ୟା ଆଶଙ୍କା

September 25, 2026

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

September 25, 2026

କଟକର ପୂର୍ବକଚ୍ଛଠାରେ ‘ପୋଷଣ ମାସ ୨୦୨୬’ ଓ ‘ସ୍ୱଚ୍ଛତା ହିଁ ସେବା ୨୦୨୬’ ସଚେତନତା କାର୍ଯ୍ୟକ୍ରମ

September 25, 2026
Latest News

ପାରାଦୀପ ବନ୍ଦରକୁ ‘ମେଗା ପୋର୍ଟ’ ମାନ୍ୟତା, ଓଡ଼ିଶାର ସାମୁଦ୍ରିକ ଅର୍ଥନୀତିକୁ ମିଳିବ ନୂଆ ଗତି

September 25, 2026

ରାଜ୍ୟରେ ଅବପାତର ତାଣ୍ଡବ: ବିଚ୍ଛିନ୍ନ ହେଲା ସଂଯୋଗ, ବଢ଼ିଲା ବନ୍ୟା ଆଶଙ୍କା

September 25, 2026

ବ୍ରହ୍ମପୁତ୍ର କ୍ରାକର୍‌ ଓ ପଲିମର୍‌ ଲିମିଟେଡ୍‌ ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି

September 25, 2026

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

September 25, 2026

କଟକର ପୂର୍ବକଚ୍ଛଠାରେ ‘ପୋଷଣ ମାସ ୨୦୨୬’ ଓ ‘ସ୍ୱଚ୍ଛତା ହିଁ ସେବା ୨୦୨୬’ ସଚେତନତା କାର୍ଯ୍ୟକ୍ରମ

September 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.