Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଆଖୁ ଉତ୍ପାଦନରେ ଓଡ଼ିଶାକୁ ଅଗ୍ରଣୀ ରାଜ୍ୟ କରିବାକୁ ହେବ: ଉପମୁଖ୍ୟମନ୍ତ୍ରୀ
ବିଶେଷ ଖବର

ଆଖୁ ଉତ୍ପାଦନରେ ଓଡ଼ିଶାକୁ ଅଗ୍ରଣୀ ରାଜ୍ୟ କରିବାକୁ ହେବ: ଉପମୁଖ୍ୟମନ୍ତ୍ରୀ

September 9, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ଓଡ଼ିଶାକୁ ପୁଣି ଥରେ ଆଖୁ ଉତ୍ପାଦନରେ ଏକ ଅଗ୍ରଣୀ ରାଜ୍ୟରେ ପରିଣତ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।  କୃଷି ଭବନଠାରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ‘ଆଖୁ ବିକାଶ ଉପରେ ପ୍ରଯୁକ୍ତିବିଦ୍ୟା ମିଶନ୍’ ରାଜ୍ୟ ଯୋଜନା ଅଧୀନରେ ‘ଅଧିକ ଅମଳ ପାଇଁ ଆଧୁନିକ ପ୍ରଣାଳୀରେ ଆଖୁଚାଷ’ ଶୀର୍ଷକ ଦୁଇଦିନିଆ କର୍ମଶାଳା ଉଦ୍‌ଘାଟିତ ହୋଇଯାଇଛି।

ଏହି କର୍ମଶାଳାରେ କଟକ, ଢେଙ୍କାନାଳ, ଗଞ୍ଜାମ, ଯାଜପୁର ଏବଂ କଳାହାଣ୍ଡି ଭଳି ପ୍ରମୁଖ ଆଖୁ ଚାଷ ହେଉଥିବା ଜିଲ୍ଲାଗୁଡ଼ିକରେ ପ୍ରଯୁକ୍ତିବିଦ୍ୟାର ପ୍ରସାର, କୃଷକ ଉତ୍ପାଦକ ସଂଗଠନ (ଏଫପିଓ) ଭିତ୍ତିକ ବଜାର ସଂଯୋଗକୁ ସୁଦୃଢ଼ କରିବା ଏବଂ ଉତ୍ପାଦକତା ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଛି। ଉଦ୍‌ଘାଟନୀ ସମାରୋହରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଯୋଗଦେଇ ଆଖୁର ମୂଲ୍ୟବୃଦ୍ଧି ଓ ଚାଷ ଖର୍ଚ୍ଚ ହ୍ରାସ ଉପରେ ସରକାର ନେଉଥିବା ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ।

ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଥିଲେ ଯେ, ଆଧୁନିକ କୃଷି ପଦ୍ଧତି, ସଠିକ ଜଳସେଚନ ଏବଂ ଉଚ୍ଚ-ଅମଳକ୍ଷମ କିସମ ବିହନର ବ୍ୟବହାର ଦ୍ୱାରା ହାରାହାରି ଉତ୍ପାଦକତା ବୃଦ୍ଧି କରାଯିବ। ଚାଷୀମାନେ ଯେପରି କମ୍ ଖର୍ଚ୍ଚରେ ଅଧିକ ଲାଭ ପାଇପାରିବେ, ସେଥିପାଇଁ ଗବେଷଣାଲବ୍ଧ ଜ୍ଞାନକୁ ପ୍ରୟୋଗଶାଳାରୁ ସିଧାସଳଖ ଜମିକୁ ଅଣାଯାଉଛି। ସେହିପରି ସମବାୟ ମନ୍ତ୍ରୀ ଶ୍ରୀ ବଳସାମନ୍ତ କହିଲେ ଯେ, ସମବାୟ ମଡେଲ ଓ ଏଫପିଓ ମାଧ୍ୟମରେ ଆଖୁ ଚାଷୀମାନଙ୍କୁ ସିଧାସଳଖ ବଜାର ସହ ଯୋଡ଼ାଯିବ, ଯାହାଦ୍ୱାରା ସମୟୋଚିତ କ୍ରୟ ଓ ଉଚିତ ମୂଲ୍ୟ ସୁନିଶ୍ଚିତ ହୋଇପାରିବ।

ଏହି କାର୍ଯ୍ୟକ୍ରମରେ କୃଷି ବିଭାଗ କମିଶନର ତଥା ଶାସନ ସଚିବ ସଚିନ ରାମଚନ୍ଦ୍ର ଜାଧବ, ଓୟୁଏଟି କୁଳପତି ଡ. ପ୍ରଭାତ କୁମାର ରାଉଳ, କୃଷି ନିର୍ଦ୍ଦେଶକ ଶୁଭମ୍ ସକ୍ସେନା, ମୃତ୍ତିକା ସଂରକ୍ଷଣ ନିର୍ଦ୍ଦେଶକ ସୁବ୍ରତ କୁମାର ପଣ୍ଡାଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ଅବସରରେ ଆଖୁ ଉତ୍ପାଦନରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ୫ ଜଣ ପ୍ରଗତିଶୀଳ ଚାଷୀଙ୍କୁ ସମ୍ମାନିତ ଓ ପୁରସ୍କୃତ କରାଯାଇଥିଲା।

ଆଖୁ ଚାଷ ଆଧୁନିକ କୃଷି ପ୍ରଯୁକ୍ତି କୃଷକ ସଶକ୍ତିକରଣ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ୨୦୨୩-୨୪ ବ୍ୟାଚ୍‌ ଶିକ୍ଷକ ହେବେ ନିୟମିତ

October 2, 2026

ମହାନଦୀ ଜଳବଣ୍ଟନ ପାଇଁ ବୈଠକ: ଓଡ଼ିଶାର ଅଧିକାର ପାଇଁ ଦାବି ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

October 2, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଲେ ଓଡ଼ିଶାର ରାଜ୍ୟପାଳ

October 1, 2026

ଇରମ ପଞ୍ଚାୟତ ପିଇଓ ଚିନ୍ମୟୀ ପଣ୍ଡା ନିଲମ୍ବିତ

October 1, 2026
Latest News

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ୨୦୨୩-୨୪ ବ୍ୟାଚ୍‌ ଶିକ୍ଷକ ହେବେ ନିୟମିତ

October 2, 2026

ପାର୍ବଣ ପୂର୍ବରୁ ଡାଲି ଦର ଉପରେ ଲାଗିବ ଲଗାମ! ଶୁଳ୍କ ହ୍ରାସ କରିପାରନ୍ତି ସରକାର

October 2, 2026

TMCରେ ସଙ୍କଟ ମଧ୍ୟରେ ଅଧୀରଙ୍କ ବଡ଼ ବୟାନ, ମମତାଙ୍କୁ କଂଗ୍ରେସକୁ ଫେରିବାକୁ ଆହ୍ୱାନ

October 2, 2026

ମହାନଦୀ ଜଳବଣ୍ଟନ ପାଇଁ ବୈଠକ: ଓଡ଼ିଶାର ଅଧିକାର ପାଇଁ ଦାବି ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

October 2, 2026

ହେମନ୍ତ ସୋରେନଙ୍କୁ ₹୧୦ ହଜାର ଜରିମାନା

October 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.