Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»‘ସୁଜଳ’ ଅଭିଯାନର ଶୁଭାରମ୍ଭ: ଅକ୍ଟୋବର ୧୬ ଯାଏଁ ଚାଲିବ ରାଜ୍ୟବ୍ୟାପୀ କାର୍ଯ୍ୟକ୍ରମ
ରାଜ୍ୟ ଖବର

‘ସୁଜଳ’ ଅଭିଯାନର ଶୁଭାରମ୍ଭ: ଅକ୍ଟୋବର ୧୬ ଯାଏଁ ଚାଲିବ ରାଜ୍ୟବ୍ୟାପୀ କାର୍ଯ୍ୟକ୍ରମ

October 3, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
‘ସୁଜଳ’ ଅଭିଯାନର ଶୁଭାରମ୍ଭ: ଅକ୍ଟୋବର ୧୬ ଯାଏଁ ଚାଲିବ ରାଜ୍ୟବ୍ୟାପୀ କାର୍ଯ୍ୟକ୍ରମ

ଭୁବନେଶ୍ବର: ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଜଳ ସଂରକ୍ଷଣ, ନିରାପଦ ପାନୀୟ ଜଳର ବ୍ୟବହାର ଏବଂ ଜଳବାହିତ ରୋଗର ପ୍ରତିରୋଧ ପାଇଁ ରାଜ୍ୟବ୍ୟାପୀ ‘ସୁଜଳ’ ଅଭିଯାନ ଆରମ୍ଭ ହୋଇଛି।  ଭୁବନେଶ୍ୱରଠାରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି। ଅକ୍ଟୋବର ୨ରୁ ୧୬ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଏହି ଅଭିଯାନ ଚାଲିବ। ବିଭାଗ ଅଧୀନସ୍ଥ ୱାଟ୍‌କୋ ଦ୍ୱାରା ଆୟୋଜିତ ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ ହେଉଛି ଜଳର ଅପଚୟ ରୋକିବା, ଉପଲବ୍ଧ ଜଳସମ୍ପଦର ସୁରକ୍ଷା କରିବା ଏବଂ ଭବିଷ୍ୟତ ପିଢ଼ି ପାଇଁ ଜଳର ଉପଲବ୍ଧତା ସୁନିଶ୍ଚିତ କରିବା। “ଜଳ ସଂରକ୍ଷଣ-ଆଜିର ଆବଶ୍ୟକତା, ଭବିଷ୍ୟତ ପିଢ଼ିର ଭାଗ୍ୟ” ବାର୍ତ୍ତାକୁ ଆଧାର କରି ଏହି ଅଭିଯାନ ମାଧ୍ୟମରେ ଜଳର ସୁବିନିଯୋଗ ଓ ସଂରକ୍ଷଣ ପାଇଁ ନାଗରିକମାନଙ୍କୁ ଉତ୍ସାହିତ କରାଯିବ। ନିରାପଦ ପାନୀୟ ଜଳ ଓ ଜନସ୍ୱାସ୍ଥ୍ୟ ମଧ୍ୟରେ ଥିବା ସମ୍ପର୍କକୁ ଗୁରୁତ୍ୱ ଦେଇ ଅଭିଯାନରେ “ଦୂଷିତ ଜଳ ବିଭିନ୍ନ ରୋଗର କାରଣ” ବାର୍ତ୍ତା ପ୍ରଚାର କରାଯିବ। ଦୂଷିତ ଜଳ ବ୍ୟବହାର ଦ୍ୱାରା ଝାଡ଼ାବାନ୍ତି, ଆମାଶୟ, ଟାଇଫଏଡ୍ ଓ ଜଣ୍ଡିସ୍ ଭଳି ରୋଗ ହେବାର ଆଶଙ୍କା ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଯିବ। ପାନୀୟ ଜଳକୁ ପରିଷ୍କାର ଓ ଘୋଡଣୀ ଯୁକ୍ତ ପାତ୍ରରେ ରଖିବା, ଜଳ ଉତ୍ସଗୁଡ଼ିକୁ ପ୍ରଦୂଷଣମୁକ୍ତ ରଖିବା ଏବଂ ଘରୋଇ ସ୍ତରରେ ସ୍ୱଚ୍ଛତା ବଜାୟ ରଖିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ।

ଜଳ ସଂରକ୍ଷଣକୁ ଦୈନନ୍ଦିନ ଜୀବନର ଏକ ଅଭ୍ୟାସରେ ପରିଣତ କରିବା ପାଇଁ ନାଗରିକମାନଙ୍କୁ କେତେକ ସରଳ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି। ଆବଶ୍ୟକ ନଥିବା ସମୟରେ ଟ୍ୟାପ୍ ବନ୍ଦ ରଖିବା, ଜଳ ଯୋଗାଣ ପାଇପ୍‌ରେ ଲିକେଜ୍ ହେଲେ ତୁରନ୍ତ ମରାମତି କରିବା ଏବଂ ନଦୀ, ପୋଖରୀ, ନଳକୂପ ଆଦି ଜଳଉତ୍ସ ନିକଟରେ ଆବର୍ଜନା ନ ପକାଇବା ଏହି ପଦକ୍ଷେପଗୁଡ଼ିକର ଅନ୍ତର୍ଭୁକ୍ତ। ଏଥିସହ ବର୍ଷାଜଳ ଅମଳ ଓ ଏହାର ପୁନଃବ୍ୟବହାରକୁ ପ୍ରୋତ୍ସାହିତ କରିବା, ଘରର ଓଭରହେଡ୍ ଜଳଟାଙ୍କି ଓ ଭୂତଳ ଜଳ ସଂରକ୍ଷଣ ଟାଙ୍କିକୁ ନିୟମିତ ସଫା କରିବା ଏବଂ ପାନୀୟ ଜଳର ଗୁଣବତ୍ତା ବଜାୟ ରଖିବା ଉପରେ ମଧ୍ୟ ସଚେତନ କରାଯିବ। ଏହାଦ୍ୱାରା ଜଳର ଅପଚୟ ହ୍ରାସ ପାଇବା ସହ ଜଳ ଦୂଷିତ ହେବାର ଆଶଙ୍କା ମଧ୍ୟ କମିବ। ଜଳ ଯୋଗାଣ ଆମର ଦାୟିତ୍ୱ, ଜଳ ସଂରକ୍ଷଣ ଆପଣଙ୍କ କର୍ତ୍ତବ୍ୟ ଏହି ଅଭିଯାନର ମୂଳମନ୍ତ୍ର ଜଳ ସଂରକ୍ଷଣରେ ସରକାର ଓ ନାଗରିକଙ୍କ ସାମୂହିକ ଦାୟିତ୍ୱକୁ ପ୍ରତିଫଳିତ କରୁଛି। ନାଗରିକଙ୍କୁ ନିୟମିତ ଓ ନିରାପଦ ଜଳ ଯୋଗାଣ କରିବା ସେବା ପ୍ରଦାନକାରୀ ସଂସ୍ଥାଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ହୋଇଥିବାବେଳେ ଜଳର ଅପଚୟ ରୋକିବା ଓ ଏହାର ସୁବିନିଯୋଗ କରିବା ପ୍ରତ୍ୟେକ ନାଗରିକଙ୍କ କର୍ତ୍ତବ୍ୟ। ଜଳ ଯୋଗାଣ ସମ୍ପର୍କିତ ସମସ୍ୟା ଓ ଅଭିଯୋଗର ଜଣାଣୁଣି ତଥା ସମାଧାନ ପାଇଁ ନାଗରିକମାନେ ବିଭାଗର ନିଃଶୁଳ୍କ ହେଲ୍ପଲାଇନ୍ ନମ୍ବର ରେ ଯୋଗାଯୋଗ କରିପାରିବେ। ଏହି ଅବସରରେ ବିଧାୟକ ବାବୁ ସିଂହ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉଦବୋଧନ ଦେଇଥିଲେ। ଜନସ୍ୱାସ୍ଥ୍ୟ ଯାନ୍ତ୍ରିକ ସଂଗଠନର ଇଞ୍ଜିନିୟର-ଇନ୍‌-ଚିଫ୍ ବିଳାସ ବେହେରା ଏବଂ ୱାଟକୋର ପରିଚାଳନା ନିର୍ଦ୍ଦେଶକ ଦେବବ୍ରତ ମହାନ୍ତିଙ୍କ ସମେତ ବିଭାଗର ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।

‘ସୁଜଳ’ ଅଭିଯାନ ରାଜ୍ୟବ୍ୟାପୀ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଓଡ଼ିଶା ଆସୁଛନ୍ତି ବିଜେପି ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ

October 3, 2026

ବେଆଇନ ମଦ କାରବାର ଉପରେ ବଡ଼ ଚଢ଼ାଉ: ୮୧୦ ଲିଟର ଦେଶୀ ମଦ ଜବତ

October 3, 2026

ଶ୍ରୀକ୍ଷେତ୍ରରେ ଆଜିଠୁ ଶାରଦୀୟ ଷୋଳପୂଜା ଆରମ୍ଭ

October 3, 2026

ଆଜି ମୂଳାଷ୍ଟମୀ: ଶକ୍ତିପୀଠରେ ଆରମ୍ଭ ମା’ଙ୍କ ଷୋଡ଼ଶ ଉପଚାର ପୂଜା, ଭକ୍ତିରେ ଭିଜିବ ଓଡ଼ିଶା

October 3, 2026
Latest News

ଆଜି ଓଡ଼ିଶା ଆସୁଛନ୍ତି ବିଜେପି ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ

October 3, 2026

ବେଆଇନ ମଦ କାରବାର ଉପରେ ବଡ଼ ଚଢ଼ାଉ: ୮୧୦ ଲିଟର ଦେଶୀ ମଦ ଜବତ

October 3, 2026

ଶ୍ରୀକ୍ଷେତ୍ରରେ ଆଜିଠୁ ଶାରଦୀୟ ଷୋଳପୂଜା ଆରମ୍ଭ

October 3, 2026

ଆଜି ମୂଳାଷ୍ଟମୀ: ଶକ୍ତିପୀଠରେ ଆରମ୍ଭ ମା’ଙ୍କ ଷୋଡ଼ଶ ଉପଚାର ପୂଜା, ଭକ୍ତିରେ ଭିଜିବ ଓଡ଼ିଶା

October 3, 2026

‘ସୁଜଳ’ ଅଭିଯାନର ଶୁଭାରମ୍ଭ: ଅକ୍ଟୋବର ୧୬ ଯାଏଁ ଚାଲିବ ରାଜ୍ୟବ୍ୟାପୀ କାର୍ଯ୍ୟକ୍ରମ

October 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.