Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିମାନ ଆକ୍ରମଣ ଏଡ଼ାଇଥିବା ଭାରତୀୟ ପାଇଲଟଙ୍କ ସହ କଥା ହେଲେ ନେତନ୍ୟାହୁ
ବିଶେଷ ଖବର

ବିମାନ ଆକ୍ରମଣ ଏଡ଼ାଇଥିବା ଭାରତୀୟ ପାଇଲଟଙ୍କ ସହ କଥା ହେଲେ ନେତନ୍ୟାହୁ

October 4, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Netanyahu spoke with the Indian pilot who evaded an aerial attack.
Netanyahu spoke with the Indian pilot who evaded an aerial attack.

ତେଲ୍ ଅବିଭ୍: ଦୁବାଇରୁ ଇସ୍ରାଏଲର ତେଲ୍ ଅବିଭ୍ ଅଭିମୁଖେ ଯାଉଥିବା ଫ୍ଲାଇଦୁବାଇ ବିମାନରେ ଘଟିଥିବା ଏକ ଭୟଙ୍କର ଆତଙ୍କବାଦୀ ଚକ୍ରାନ୍ତକୁ ନିଜର ସାହସିକତା ଓ ବୁଦ୍ଧିମତ୍ତା ବଳରେ ପାଣିଫୋଟକା କରିଦେଇଥିବା ଭାରତୀୟ ପାଇଲଟ କ୍ୟାପ୍ଟେନ ସ୍ମିତ ମାଛାରଙ୍କୁ ଚାରିଆଡ଼ୁ ପ୍ରଶଂସାର ସ୍ରୋତ ଛୁଟୁଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ ସ୍ମିତଙ୍କ ସହ ଟେଲିଫୋନ୍ ଜରିଆରେ କଥା ହୋଇ ତାଙ୍କୁ ବିଶ୍ୱର ଜଣେ ପ୍ରକୃତ ନାୟକ ଭାବେ ଅଭିହିତ କରିଛନ୍ତି। ଏହାସହ ଆଗାମୀ ଇସ୍ରାଏଲ ସ୍ୱାଧୀନତା ଦିବସ ସମାରୋହରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ମିଶି ମୁଖ୍ୟ ମଞ୍ଚରେ ଉତ୍ସବର ମୁଖ୍ୟ ମସାଲ ପ୍ରଜ୍ୱଳନ କରିବାକୁ ନେତନ୍ୟାହୁ ତାଙ୍କୁ ନିମନ୍ତ୍ରଣ ଜଣାଇଛନ୍ତି। ଗୁରୁତର ଆହତ ହୋଇସୁଦ୍ଧା ୧୭୪ ଜଣ ଯାତ୍ରୀ ଓ ବିମାନ କର୍ମଚାରୀଙ୍କ ଜୀବନ ବଞ୍ଚାଇଥିବାରୁ ନେତନ୍ୟାହୁ ତାଙ୍କର ନିଷ୍ଠା ଓ ବୀରତ୍ୱର ଭୂୟସୀ ପ୍ରଶଂସା କରିଛନ୍ତି।

ଗତ ସେପ୍ଟେମ୍ବର ୩୦ ତାରିଖରେ ଘଟିଥିବା ଏହି ଆକ୍ରମଣ ଘଟଣା ସମ୍ପର୍କରେ କ୍ୟାପ୍ଟେନ ସ୍ମିତ ପ୍ରଧାନମନ୍ତ୍ରୀ ନେତନ୍ୟାହୁଙ୍କୁ ବିସ୍ତୃତ ସୂଚନା ଦେଇଛନ୍ତି। ଉଡ଼ାଣ ସମୟରେ ଓମାନର ସହପାଇଲଟ ହମାମ ଅଲ୍-ହମାମୀ ନମାଜ ପାଠ କରିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ। ସାଧାରଣତଃ ଅନେକ ସ୍ଥାନୀୟ ଲୋକ ଏହା କରୁଥିବାରୁ କ୍ୟାପ୍ଟେନ ସ୍ମିତ ଏହାକୁ ସାଧାରଣ କଥା ଭାବି ଅନୁମତି ଦେଇଥିଲେ। ସହପାଇଲଟ ପଛରେ ବସି ନମାଜ ପଢ଼ିବାର ପ୍ରାୟ ୪ ରୁ ୫ ମିନିଟ୍ ପରେ ହଠାତ୍ ବିମାନ ଜରୁରୀକାଳୀନ ପରିସ୍ଥିତି ପାଇଁ ରଖାଯାଉଥିବା କୁରାଢ଼ି ସାହାଯ୍ୟରେ କ୍ୟାପ୍ଟେନ ସ୍ମିତଙ୍କ ମୁଣ୍ଡ ପଛପଟେ ପ୍ରହାର କରିବା ଆରମ୍ଭ କରିଥିଲା। କ୍ରମାଗତ କୁରାଢ଼ି ଚୋଟ ଯୋଗୁଁ କ୍ୟାପ୍ଟେନଙ୍କ ଆଖି ଆଗରେ ଅନ୍ଧାର ଛାଇଯାଇଥିଲା ଏବଂ ବିମାନଟି ମାତ୍ର ଦୁଇ ମିନିଟରେ ପ୍ରାୟ ୧୭ ହଜାର ଫୁଟ ତଳକୁ ଖସିଆସିଥିଲା।

ଗୁରୁତର ଆହତ ଓ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସୁଦ୍ଧା କ୍ୟାପ୍ଟେନ ସ୍ମିତ ହାର ନମାନି ନିଜ ସମସ୍ତ ଶକ୍ତି ଖଟାଇ ବିମାନର କକ୍ପିଟ୍ ଦ୍ୱାରର କବଜା ଓ ହାଣ୍ଡଲକୁ ଖୋଲିବାରେ ସଫଳ ହୋଇଥିଲେ। ଦ୍ୱାର ଖୋଲିବା ମାତ୍ରକେ ବାହାରେ ଥିବା ବିମାନ କର୍ମଚାରୀ ଓ ଯାତ୍ରୀମାନେ ଭିତରକୁ ପଶି ସେହି ଆକ୍ରମଣକାରୀ ସହପାଇଲଟକୁ କାବୁ କରିନେଇଥିଲେ। ପରେ ବିମାନକୁ ସାଉଦି ଆରବର ତବୁକ୍ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରାଯାଇ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା। ସେଠାରେ କ୍ୟାପ୍ଟେନ ସ୍ମିତଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା ଯୋଗାଇ ଦିଆଯାଇଛି।

ଏହି ସାହସିକତା ପାଇଁ ପୂର୍ବରୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଭିଡିଓ କଲ୍ ଜରିଆରେ କ୍ୟାପ୍ଟେନ ସ୍ମିତଙ୍କ ସହ କଥା ହୋଇ ତାଙ୍କ ସ୍ୱାସ୍ଥ୍ୟବସ୍ଥାର ପଚାରି ବୁଝିଥିଲେ। ସେହି ଆପତ୍ତିକାଳୀନ ମୁହୂର୍ତ୍ତରେ ସେ ହନୁମାନ ଚାଳିଶା ପାଠ କରୁଥିଲେ ଏବଂ ଈଶ୍ୱରଙ୍କ କୃପାରୁ ହିଁ ସମସ୍ତଙ୍କ ଜୀବନ ବଞ୍ଚିଗଲା ବୋଲି ସ୍ମିତ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜଣାଇଥିଲେ।

ତଦନ୍ତରୁ ପ୍ରକାଶ ଯେ, ଆକ୍ରମଣକାରୀ ସହପାଇଲଟ ହମାମ ଅଲ୍-ହମାମୀ ଉଗ୍ରବାଦୀ ଚିନ୍ତାଧାରା ଦ୍ୱାରା ପ୍ରଭାବିତ ଥିଲା। ସେ ବିମାନଟିକୁ ଇସ୍ରାଏଲ ଭିତରେ ପିଟି ଦୁର୍ଘଟଣାଗ୍ରସ୍ତ କରିବାକୁ ଲକ୍ଷ୍ୟ ରଖିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଓମାନ ଓ ଇସ୍ରାଏଲ ମଧ୍ୟରେ କୌଣସି କୂଟନୈତିକ ସମ୍ପର୍କ ନଥିବା ସତ୍ତ୍ୱେ ସେ କିପରି ଏହି ଉଡ଼ାଣର ଦାୟିତ୍ୱ ପାଇଲା, ସେ ନେଇ ଆନ୍ତର୍ଜାତୀୟ ତଦନ୍ତକାରୀ ସଂସ୍ଥା ଏବଂ ଇସ୍ରାଏଲର ଗୁପ୍ତଚର ସଂସ୍ଥାଗୁଡ଼ିକ ତଦନ୍ତ ଜାରି ରଖିଛନ୍ତି। ଏହି ଘଟଣା ପରେ ସମଗ୍ର ବିଶ୍ୱରେ ଭାରତୀୟ ପାଇଲଟଙ୍କ ଧୈର୍ଯ୍ୟ, ସାହସିକତା ଓ କର୍ତ୍ତବ୍ୟପରାୟଣତାକୁ ଉଚ୍ଚ ପ୍ରଶଂସା କରାଯାଉଛି।

ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ ଭାରତୀୟ ପାଇଲଟ କ୍ୟାପ୍ଟେନ ସ୍ମିତ ମାଛାର
Share. Facebook Twitter LinkedIn Email WhatsApp Copy Link

Related Posts

୨ ଇରାନୀ କୂଟନୀତିଜ୍ଞଙ୍କୁ ବହିଷ୍କାର କଲା ଆମେରିକା

October 4, 2026

GST ଆଇନରେ ବଡ଼ ପରିବର୍ତ୍ତନ! ଅକ୍ଟୋବର ୭ରେ ବଡ଼ ନିଷ୍ପତ୍ତି, ଜାଣନ୍ତୁ ସମ୍ପୂର୍ଣ୍ଣ ମାମଲା

October 4, 2026

ମୋବାଇଲ୍ ରିଚାର୍ଜରେ ବଡ଼ ପରିବର୍ତ୍ତନ, ଡାଟା ନୁହେଁ କେବଳ କଲ୍-SMS ପାଇଁ ମିଳିବ ସ୍ୱତନ୍ତ୍ର ପ୍ୟାକ୍

October 4, 2026

ମୁମ୍ବାଇରୁ ବିଦେଶ ଯାଉଛନ୍ତି କି? ଫ୍ଲାଇଟ୍ ବୁକିଂ ପୂର୍ବରୁ ଜାଣନ୍ତୁ ଏହି ବଡ଼ ଅପଡେଟ୍

October 4, 2026
Latest News

ବିମାନ ଆକ୍ରମଣ ଏଡ଼ାଇଥିବା ଭାରତୀୟ ପାଇଲଟଙ୍କ ସହ କଥା ହେଲେ ନେତନ୍ୟାହୁ

October 4, 2026

୨ ଇରାନୀ କୂଟନୀତିଜ୍ଞଙ୍କୁ ବହିଷ୍କାର କଲା ଆମେରିକା

October 4, 2026

ବୁଲା କୁକୁର ଆତଙ୍କ: ଗୋଟିଏ ଦିନରେ ୧୩ ମେଡିକାଲେ ଭର୍ତ୍ତି, ଲୋକେ ଭୟଭୀତ

October 4, 2026

ବାରଣ୍ଡାରେ ଇ-ସ୍କୁଟି ପାର୍କିଂ ହେଲା କାଳ! ଜଳିଗଲା ସ୍କୁଟି ସହ ବାଇକ୍‌

October 4, 2026

GST ଆଇନରେ ବଡ଼ ପରିବର୍ତ୍ତନ! ଅକ୍ଟୋବର ୭ରେ ବଡ଼ ନିଷ୍ପତ୍ତି, ଜାଣନ୍ତୁ ସମ୍ପୂର୍ଣ୍ଣ ମାମଲା

October 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.