Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେପିର ତତ୍ପରତା: ଜନସମ୍ପର୍କ ଓ ସାଂଗଠନିକ ସମନ୍ୱୟ ଉପରେ ଡି. ପୁରନ୍ଦେଶ୍ୱରୀଙ୍କ ଗୁରୁତ୍ୱ
ବିଶେଷ ଖବର

ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେପିର ତତ୍ପରତା: ଜନସମ୍ପର୍କ ଓ ସାଂଗଠନିକ ସମନ୍ୱୟ ଉପରେ ଡି. ପୁରନ୍ଦେଶ୍ୱରୀଙ୍କ ଗୁରୁତ୍ୱ

October 4, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
BJP's organizational brainstorming meeting
BJP's organizational brainstorming meeting

ଭୁବନେଶ୍ୱର: ରାଜ୍ୟରେ ସଂଗଠନକୁ ଅଧିକ ସୁଦୃଢ଼ କରିବା ଏବଂ ଆଗାମୀ ନିର୍ବାଚନୀ ମଇଦାନରେ ଶ୍ରେଷ୍ଠ ସଫଳତା ହାସଲ କରିବା ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ଶିବିରରେ ତତ୍ପରତା ପ୍ରକାଶ ପାଇଛି। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱରସ୍ଥିତ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ସାଂଗଠନିକ ମାନସ ମନ୍ଥନ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଜେପି ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ଏହି ବୈଠକରେ ପୌରୋହିତ୍ୟ କରି ଦଳୀୟ କାର୍ଯ୍ୟକ୍ରମ, ସଂଗଠନର କାର୍ଯ୍ୟଶୈଳୀ ଏବଂ ଆଗାମୀ ନିର୍ବାଚନ ପାଇଁ ଦଳର ରଣନୀତି ସମ୍ପର୍କରେ ବିସ୍ତୃତ ସମୀକ୍ଷା କରିଛନ୍ତି।

ଏହି ଉଚ୍ଚସ୍ତରୀୟ ବୈଠକରେ ରାଜ୍ୟ ସଭାପତି, ମୁଖ୍ୟମନ୍ତ୍ରୀ, ଜିଲ୍ଲା ଇନ୍‌ଚାର୍ଜ, ଜିଲ୍ଲା ସଭାପତି, ସମସ୍ତ ମୋର୍ଚ୍ଚାର ସଭାପତି ଏବଂ ରାଜ୍ୟ କାର୍ଯ୍ୟକର୍ତ୍ତାମାନେ ପ୍ରମୁଖ ଯୋଗଦେଇଥିଲେ। ବୈଠକରେ ବିଶେଷ କରି ତୃଣମୂଳ ସ୍ତରରୁ ଦଳକୁ ଅଧିକ ସକ୍ରିୟ ଓ ଶକ୍ତିଶାଳୀ କରିବା, ବୁଥ୍ ସ୍ତରରେ ଦଳର ସ୍ଥିତି ମଜଭୁତ କରିବା ଏବଂ ବିଭିନ୍ନ ମୋର୍ଚ୍ଚାର କାର୍ଯ୍ୟକାରିତାକୁ ଆହୁରି ଗତିଶୀଳ କରିବା ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନ ଏବଂ ଜାତୀୟ ସଭାପତି ନିତିନ ନବୀନଙ୍କ ନେତୃତ୍ୱରେ ଓଡ଼ିଶାରେ ବିଜେପିକୁ ସାଂଗଠନିକ ଭାବେ ଅଧିକ ଶକ୍ତିଶାଳୀ କରିବାକୁ ନିଷ୍ପତ୍ତି ନିଆଯାଇଛି।

ଆଗାମୀ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଗ୍ରାମାଞ୍ଚଳରେ ଦଳର ନେଟୱର୍କକୁ ଅଧିକ ସୁଦୃଢ଼ କରିବା ପାଇଁ ବୈଠକରେ ନିର୍ଦ୍ଦେଶ ଦିଆଯାଇଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରଭାବଶାଳୀ ଜନକଲ୍ୟାଣକାରୀ ଯୋଜନା, ବିକାଶମୂଳକ କାର୍ଯ୍ୟ ଏବଂ ସଫଳତାଗୁଡ଼ିକୁ ସିଧାସଳଖ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଆକସନ୍ ପ୍ଲାନ୍ ପ୍ରସ୍ତୁତ କରାଯାଇଛି। ବୁଥ୍ ସ୍ତରର ସାଧାରଣ କାର୍ଯ୍ୟକର୍ତ୍ତାଙ୍କଠାରୁ ଆରମ୍ଭ କରି ବରିଷ୍ଠ ନେତୃବୃନ୍ଦଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ଡି. ପୁରନ୍ଦେଶ୍ୱରୀ ପରାମର୍ଶ ଦେଇଛନ୍ତି।

ଜନସାଧାରଣଙ୍କ ସହ ନିରନ୍ତର ଯୋଗାଯୋଗ ରଖିବା ସହ ଘରକୁ ଘର ଯାଇ ଜନସମ୍ପର୍କ ଅଭିଯାନକୁ ବ୍ୟାପକ କରିବାକୁ କୁହାଯାଇଛି। ପଞ୍ଚାୟତ ସ୍ତରରେ ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ଆସନଗୁଡ଼ିକ ପାଇଁ ଯୋଗ୍ୟ, ସ୍ୱଚ୍ଛ ଭାବମୂର୍ତ୍ତି ସମ୍ପନ୍ନ ଓ ଲୋକପ୍ରିୟ ପ୍ରାର୍ଥୀଙ୍କୁ ଚୟନ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ସମସ୍ତ କାର୍ଯ୍ୟକର୍ତ୍ତା ଏକଜୁଟ ହୋଇ ଜନସେବା ସହ ଦଳୀୟ କାର୍ଯ୍ୟକ୍ରମଗୁଡ଼ିକୁ ସଫଳତାର ସହ ଆଗକୁ ନେବା ପାଇଁ ଏହି ବୈଠକରେ ଆହ୍ୱାନ ଦିଆଯାଇଛି।

ବିଜେପି ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ
Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବତଟ ରେଳପଥ ମୁଖ୍ୟାଳୟରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ

October 31, 2026

ଏପ୍ରିଲ୍ ପହିଲାରୁ ଆସିବ ୧୦ ଓ ୨୦ ଟଙ୍କିଆ ପ୍ଲାଷ୍ଟିକ୍ ନୋଟ୍!: ୧୦୦ କୋଟି ଲେଖାଏଁ ନୋଟ୍ ଛାପିବ RBI

October 31, 2026

ରାଷ୍ଟ୍ରୀୟ ଏକତା ଦିବସ : ଦେଶର ଏକତା ଓ ସଂହତି ବଜାୟ ରଖିବାକୁ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଆହ୍ୱାନ

October 31, 2026

ଖାଇବାକୁ ମାଗିବାରୁ ରକ୍ତାକ୍ତ କାଣ୍ଡ! ସ୍ତ୍ରୀଙ୍କୁ ପିଟି ପିଟି ହତ୍ୟା କଲା ସ୍ୱାମୀ

October 31, 2026
Latest News

ପୂର୍ବତଟ ରେଳପଥ ମୁଖ୍ୟାଳୟରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ

October 31, 2026

ଏପ୍ରିଲ୍ ପହିଲାରୁ ଆସିବ ୧୦ ଓ ୨୦ ଟଙ୍କିଆ ପ୍ଲାଷ୍ଟିକ୍ ନୋଟ୍!: ୧୦୦ କୋଟି ଲେଖାଏଁ ନୋଟ୍ ଛାପିବ RBI

October 31, 2026

ୟୁକ୍ରେନକୁ କ୍ଷେପଣାସ୍ତ୍ର ବିକ୍ରି ପାଇଁ ଆମେରିକାର ମଞ୍ଜୁରୀ

October 31, 2026

ରାଷ୍ଟ୍ରୀୟ ଏକତା ଦିବସ : ଦେଶର ଏକତା ଓ ସଂହତି ବଜାୟ ରଖିବାକୁ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଆହ୍ୱାନ

October 31, 2026

ATMରୁ ଟଙ୍କା ଉଠାଉଛନ୍ତି କି? ଟଙ୍କା ଉଠାଇବା ପୂର୍ବରୁ କରନ୍ତୁ ଯାଞ୍ଚ, ନଚେତ୍ ଖାଲି ହୋଇପାରେ ବ୍ୟାଙ୍କ ଆକାଉଣ୍ଟ!

October 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.