Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କ୍ୟାମ୍ପସ ରାଜନୀତି: ନିର୍ବାଚନ ଫଳାଫଳ ପ୍ରକାଶ
ବିଶେଷ ଖବର

କ୍ୟାମ୍ପସ ରାଜନୀତି: ନିର୍ବାଚନ ଫଳାଫଳ ପ୍ରକାଶ

October 15, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Campus Politics: Election Results Announced
Campus Politics: Election Results Announced

ଭୁବନେଶ୍ବର: ଓଡ଼ିଶାର ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ବିଭିନ୍ନ ସରକାରୀ ବିଶ୍ବବିଦ୍ୟାଳୟ, ସ୍ବୟଂଶାସିତ ମହାବିଦ୍ୟାଳୟ ଏବଂ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟଗୁଡ଼ିକରେ ଚଳିତ ବର୍ଷର ଛାତ୍ର ସଂସଦ ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି। ସକାଳ ୮ଟାରୁ ଆରମ୍ଭ ହୋଇ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଚାଲିଥିବା ଏହି ମତଦାନ ପ୍ରକ୍ରିୟାରେ ଲକ୍ଷାଧିକ ଛାତ୍ରଛାତ୍ରୀ ଉତ୍ସାହର ସହ ଅଂଶଗ୍ରହଣ କରି ସେମାନଙ୍କର ପ୍ରତିନିଧି ନିର୍ବାଚିତ କରିଛନ୍ତି। ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ ବିଜୟୀ ହୋଇଥିବା ଛାତ୍ରନେତାମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନର ସ୍ରୋତ ଛୁଟୁଛି।

ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜେନ୍ଦ୍ର ବିଶ୍ବବିଦ୍ୟାଳୟର ନିର୍ବାଚନ ବାତିଲ କରାଯାଇଥିବା ବେଳେ ୧୨ଟି ବିଶ୍ବବିଦ୍ୟାଳୟ ସମେତ ୩୪୬ଟି ମହାବିଦ୍ୟାଳୟକୁ ମିଶାଇ ମୋଟ ୩୫୮ଟି ଉଚ୍ଚ ଶିକ୍ଷାନୁଷ୍ଠାନରେ ପ୍ର‌ତ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହି ନିର୍ବାଚନ ରଣାଙ୍ଗନରେ ମୋଟ ୬,୮୯୧ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରିତ ହୋଇଛି। ସେମାନଙ୍କ ମଧ୍ୟରୁ ସଭାପତି ପଦବୀ ପାଇଁ ୮୬୬ ଜଣ, ଉପସଭାପତି ପଦବୀ ପାଇଁ ୭୧୬ ଜଣ ଏବଂ ସାଧାରଣ ସମ୍ପାଦକ ପଦବୀ ପାଇଁ ୬୧୬ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ।

ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ସମ୍ପାଦନ ପାଇଁ ସମସ୍ତ କ୍ୟାମ୍ପସରେ ବ୍ୟାପକ ପୁଲିସ ବଳ ମୁତୟନ କରାଯାଇଥିଲା। ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଅରବିନ୍ଦ ଅଗ୍ରୱାଲଙ୍କ ପ୍ରତ୍ୟକ୍ଷ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ନିୟନ୍ତ୍ରଣ କକ୍ଷରୁ ସାରା ରାଜ୍ୟର ସ୍ଥିତି ଉପରେ ସିଧାସଳଖ ନଜର ରଖାଯାଇଥିଲା। ଅନ୍ୟପଟେ, ଖୋରଧା ନିରାକାରପୁର କଲେଜରେ ଭୋଟ ପୂର୍ବରୁ ଅସନ୍ତୋଷ କାରଣରୁ ନିର୍ବାଚନ ବନ୍ଦ ରହିଥିଲା।

ସମ୍ବଲପୁରର ପ୍ରସିଦ୍ଧ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବୃହତ ବିଜୟ ହାସଲ କରିଛି। ପ୍ରକାଶିତ ଫଳାଫଳ ଅନୁଯାୟୀ ସଭାପତି ପଦରେ ସ୍ୱାଧୀନ କୁମାର ଆଚାର୍ଯ୍ୟ ୮୨ ଖଣ୍ଡ ଭୋଟ୍ ପାଇ ନିଜର ନିକଟତମ ପ୍ରତିଦ୍ୱନ୍ଦ୍ୱୀ କରଣମୟ ସାହୁ (୭୬ ଭୋଟ୍)ଙ୍କୁ ୬ ଖଣ୍ଡ ଭୋଟ୍‌ରେ ପରାସ୍ତ କରି ବିଜୟୀ ହୋଇଛନ୍ତି। ଉପସଭାପତି ପଦରେ ସଙ୍କେତ ସାହୁ ୧୦୨ ଖଣ୍ଡ ଭୋଟ୍ ପାଇ ପ୍ରତ୍ୟାଶା ଧର (୪୬ ଭୋଟ୍)ଙ୍କୁ ୫୬ ଖଣ୍ଡ ଭୋଟ୍ ବ୍ୟବଧାନରେ ପରାଜିତ କରିଛନ୍ତି। ସାଧାରଣ ସମ୍ପାଦକ ପଦରେ ନିଖିଲ ଅଗ୍ରୱାଲ ୯୬ ଖଣ୍ଡ ଭୋଟ୍ ପାଇ ରାହୁଲ ମେହେର (୫୩ ଭୋଟ୍)ଙ୍କୁ ୪୩ ଖଣ୍ଡ ଭୋଟ୍ ବ୍ୟବଧାନରେ ପରାସ୍ତ କରିଛନ୍ତି। ଏହାସହ ଆଥଲେଟିକ୍‌ କ୍ଲବ୍ ସହକାରୀ ସମ୍ପାଦକ ଭାବେ କିରଣ ମଲ୍ଲିକ, ସାଂସ୍କୃତିକ ସଂଘ ସମ୍ପାଦକ ଭାବେ ଶ୍ରୀତି ସ୍ୱରୂପା ଆଚାର୍ଯ୍ୟ, ସହକାରୀ ସମ୍ପାଦକ ଭାବେ ଅଂଶୁମାନ ଗୁରୁ, ସାମାଜିକ ସେବା ସଂଘ ସମ୍ପାଦକ ଭାବେ ଦେବାଶିଷ ସା ଏବଂ ସମ୍ପାଦକୀୟ ବୋର୍ଡ ପାଇଁ ବିବେକ ରଞ୍ଜନ ତିୱାରୀ ଓ ତୁଷାର ରଞ୍ଜନ ସେଠ ନିର୍ବାଚିତ ହୋଇଛନ୍ତି।

ସେହିପରି ବାଲୁଗାଁ ମହାବିଦ୍ୟାଳୟରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ସଭାପତି ପ୍ରାର୍ଥିନୀ ସୁଶ୍ରୀ ପୂଜା ଦେହୁରି ବିପୁଳ ଭୋଟ୍ ବ୍ୟବଧାନରେ ସାନ୍ଦାର ବିଜୟ ହାସଲ କରିଛନ୍ତି। ଏହି ବିଜୟ ଛାତ୍ରଛାତ୍ରୀଙ୍କ ଆସ୍ଥା ଓ ବିଶ୍ୱାସର ପ୍ରତିଫଳନ ବୋଲି ବିବେଚନା କରାଯାଉଛି। ଆଗାମୀ ଦିନରେ ସେ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥରକ୍ଷା ଓ ମହାବିଦ୍ୟାଳୟର ସାମଗ୍ରିକ ବିକାଶ ପାଇଁ ନିଷ୍ଠାର ସହ କାର୍ଯ୍ୟ କରିବେ ବୋଲି ଆଶା ପ୍ରକାଶ ପାଇଛି। ଏହାସହ ଅନ୍ୟାନ୍ୟ ପଦବୀରେ ନିର୍ଦ୍ଵନ୍ଦରେ ବିଜୟୀ ହୋଇଥିବା ସମସ୍ତ ଛାତ୍ରନେତାମାନଙ୍କୁ ବିପୁଳ ଶୁଭେଚ୍ଛା ଜଣାଯାଇଛି।

ଅନ୍ୟପଟେ ରାଜ୍ୟର ଅନେକ ପ୍ରମୁଖ ମହାବିଦ୍ୟାଳୟଗୁଡ଼ିକରେ ବିଜୁ ଛାତ୍ର ଜନତା ଦଳ ଦୃଢ ସ୍ଥିତି ହାସଲ କରିଛି। ଜୟପାଟଣା ଇନ୍ଦ୍ରାବତୀ ଡିଗ୍ରି କଲେଜ, ବରଗଡ଼ ମହିଳା ମହାବିଦ୍ୟାଳୟ, କମଳା ନେହେରୁ କଲେଜ ଓ କାମାକ୍ଷାନଗର ମହାବିଦ୍ୟାଳୟରେ ବିସିଜେଡି ପ୍ରାର୍ଥୀମାନେ ବିଜୟୀ ହୋଇଛନ୍ତି। ବଲାଙ୍ଗୀର ଘସିଏନ୍ କଲେଜରେ ବିସିଜେଡି ପ୍ରାର୍ଥୀ ଓମ୍‌କାର ଅଗସ୍ତି ସଭାପତି ଭାବରେ ନିର୍ବାଚିତ ହୋଇଥିବା ବେଳେ ନୟାଗଡ଼ ବୃନ୍ଦାବନ ସୁବୁଦ୍ଧି ଡିଗ୍ରୀ କଲେଜରେ ବିସିଜେଡିର ସମସ୍ତ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଏହି ନିର୍ବାଚନ ଫଳାଫଳ ରାଜ୍ୟର ଛାତ୍ର ରାଜନୀତିରେ ନୂତନ ଉତ୍ସାହ ସୃଷ୍ଟି କରିଛି।

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଛାତ୍ର ସଂସଦ ନିର୍ବାଚନ ବିସିଜେଡି
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଅନ୍ତ୍ୟୋଦୟ ଗୃହ ଯୋଜନାରେ ନିର୍ମାଣ ହେବ ଆଉ ୨,୯୧,୬୬୬ ନୂଆ ଘର

October 15, 2026

କର୍କଟ ରୋଗୀଙ୍କ ପୁନର୍ବାସ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସ୍ୱେଚ୍ଛାସେବୀ ସଂଗଠନକୁ ସମ୍ମାନିତ କଲା ସୋଆ

October 15, 2026

ଛାତ୍ର ସଂସଦ ନିର୍ବାଚନ ଫଳାଫଳ: କେଉଁ ଦଳର କେତେ ସଫଳତା?

October 15, 2026

ହିନ୍ଦୁ ମନ୍ଦିରରେ ଆକ୍ରମଣ ଷଡ଼ଯନ୍ତ୍ର ପଣ୍ଡ, ଜଣେ ଗିରଫ

October 15, 2026
Latest News

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଅନ୍ତ୍ୟୋଦୟ ଗୃହ ଯୋଜନାରେ ନିର୍ମାଣ ହେବ ଆଉ ୨,୯୧,୬୬୬ ନୂଆ ଘର

October 15, 2026

କର୍କଟ ରୋଗୀଙ୍କ ପୁନର୍ବାସ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସ୍ୱେଚ୍ଛାସେବୀ ସଂଗଠନକୁ ସମ୍ମାନିତ କଲା ସୋଆ

October 15, 2026

ଛାତ୍ର ସଂସଦ ନିର୍ବାଚନ ଫଳାଫଳ: କେଉଁ ଦଳର କେତେ ସଫଳତା?

October 15, 2026

କ୍ୟାମ୍ପସ ରାଜନୀତି: ନିର୍ବାଚନ ଫଳାଫଳ ପ୍ରକାଶ

October 15, 2026

ଟି-୨୦ କ୍ରିକେଟ: ଲଜ୍ଜାଜନକ ରେକର୍ଡ ତାଲିକାରେ ସାମିଲ ହେଲେ ଶ୍ରେୟସ ଆୟର

October 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.