Assembly News: ଆଜି ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହୋଇଛି। ହେଲେ ଅଧିବେଶନ ଆରମ୍ଭରୁ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ବିଧାନସଭାକୁ ବାଚସ୍ପତି ଅପରାହ୍ନ ଚାରିଟା ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି। ଆଜି ବିଧାନସଭା ଆରମ୍ଭ ହେବା ପରେ ପ୍ରଥମେ ଶୋକ ପ୍ରସ୍ତାବ ଆଗତ ହୋଇଥିଲା। ଏହାପରେ ପ୍ରଶ୍ନ ଉତ୍ତର କାଳ ଆରମ୍ଭ ହେବା ମାତ୍ରେ ବିରୋଧୀ ବିଜେଡି ଓ କଂଗ୍ରେସ ସଦସ୍ୟ ଗୃହ ମଧ୍ୟକୁ ଆସି ବିକ୍ଷୋଭ କରିଥିଲେ।
କଂଗ୍ରେସ ସଦସ୍ୟମାନେ କୋଟିଆ ପ୍ରସଂଗରେ ହଟ୍ଟଗୋଳ କରିଥିବା ବେଳେ ବିଜେଡି ବାତ୍ୟା ବନ୍ୟା ପରିଚାଳନା ଫେଲ ନେଇ ବିକ୍ଷୋଭ କରିଥିଲେ। ବିରୋଧୀ ସଦସ୍ୟମାନେ ହାତରେ ପ୍ଲାକାର୍ଡ ଧରି ହୋହାଲ୍ଲା କରିଥିଲେ। କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ରିର୍ପୋର୍ଟର୍ସ ଟେବୁଲ ଉପରେ ଚଢି ବାଚସ୍ପତିଙ୍କ କାର୍ଯ୍ୟକୁ ବିରୋଧ କରିଥିଲେ। ବାଚସ୍ପତି ବାରମ୍ବାର ସଦସ୍ୟଙ୍କୁ ନିଜଆସନକୁ ଫେରିଯିବାକୁ କହିଥିଲେ ମଧ୍ୟ ବିରୋଧୀ ସଦସ୍ୟ ତାହା ଶୁଣି ନ ଥିଲେ। ଫଳରେ ବାଚସ୍ପତି ଗୃହକୁ ମୁଲତବି ଘୋଷଣା କରିଥିଲେ।


