Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପୁରୁଷ ବିଶ୍ଵକପ ହକି, ଓଡିଶା ପାଇଁ ୨୦୧୮ର ସବୁଠୁ ବଡ ପ୍ରାପ୍ତି
ବିଶେଷ ଖବର

ପୁରୁଷ ବିଶ୍ଵକପ ହକି, ଓଡିଶା ପାଇଁ ୨୦୧୮ର ସବୁଠୁ ବଡ ପ୍ରାପ୍ତି

December 31, 2018No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଡିସେମ୍ବର ମାସରେ ରାଜଧାନୀ ଭୁବନେଶ୍ବରର ଚେହେରା ହଠାତ ବଦଳିଗଲା। ରାସ୍ତା ନୂଆ ଓ ଚକ ଚକ, ସବୁଠି ନୂଆ ଗଛ ଓ ସବୁଜିମା, କଳାତ୍ମକ ଅନେକ ପରିବର୍ତ୍ତନ- ରାଜଧାନୀକୁ ବେଶ ସୁନ୍ଦର କରିଥିଲା। ବିଶେଷ କରି କଳିଙ୍ଗ ଷ୍ଟାଡିୟମ ଆନ୍ତର୍ଜାତିକ ସ୍ତରର କଳେବର ଧାରଣ କରିଥିଲା। ଏହି ଷ୍ଟାଡିୟମକୁ ବିଶ୍ଵର ଅନ୍ୟତମ ଶ୍ରେଷ୍ଠ ଷ୍ଟାଡିୟମ ବୋଲି ସମସ୍ତେ ଏବେ ସ୍ଵୀକାର କରୁଛନ୍ତି। ବିଶ୍ଵର ଅଳ୍ପ କେତୋଟି ବଡ ହକି ଷ୍ଟାଡିୟମ ଭିତରୁ କଳିଙ୍ଗ ଷ୍ଟାଡିୟମ ଏବେ ଅନ୍ୟତମ।ପୁରୁଷ ବିଶ୍ଵକପ ହକି ଆୟୋଜନ ଅବସରରେ ଓଡିଶା ଗୋଟେ ବଡ ସୁଯୋଗ ନିଜ ପାଇଁ ତିଆରି କରିଥିଲା। କେବଳ ଓଡିଶାର ବ୍ରାଣ୍ଡ ଯେ ପୃଥିବୀରେ ଚର୍ଚ୍ଚା ରେ ଥିଲା ତା ନୁହେଁ, ଗୋଟେ ରାଜ୍ୟର ଜଣ ସାଧାରଣ କ୍ରୀଡାକୁ ନେଇ କି ପ୍ରକାର ଉତ୍ସାହ ପ୍ରଦର୍ଶନ କରିପାରନ୍ତି, ତାହା ବି ଚର୍ଚ୍ଚା ରେ ଥିଲା। ଜାତୀୟତାର ପ୍ରସଙ୍ଗ ସହିତ ଜାତୀୟ କ୍ରୀଡା ହକି କୁ ଜଡିତ କରିବାର ଏକ ସଫଳ ପ୍ରୟାସ ଓଡିଶା ସରକାର କରିଥିଲେ। ପ୍ରାଥମିକ ଆକଳନ ଅନୁସାରେ ହକି ଯେ ଓଡିଆ ଜାତୀୟତାର ଏକ ସଫଳ ପ୍ରତୀକ ହୋଇପାରିବ ଏ ବିଶ୍ଵାସ ଆୟୋଜକମାନଙ୍କର ମଧ୍ୟ ନଥିଲା। ସମୟକ୍ରମେ ଏହି ସଫଳ ଆୟୋଜନ ଓଡିଶା ର ଗୌରବ ପାଇଁ ଏକ ଆହ୍ଵାନ ପାଲଟିଯାଇଥିଲା।

ସାଧାରଣ ନିର୍ବାଚନ ଆଗକୁ ଥିବାରୁ ଏତେ ବଡ ଆୟୋଜନକୁ ନେଇ ବିରୋଧୀ ଦଳ ଗୁଡିକ ଭୟ କରିବା ସ୍ଵାଭାବିକ। ଏହି ରାଜନୈତିକ ଭୟ ଅନେକ ସମୟରେ ବିରୋଧୀଙ୍କୁ ଉଗ୍ର କରିଥିଲା ଓ ହକି ବିଶ୍ଵକପ ଆୟୋଜନକୁ ମାତ୍ରାଧିକ ସମାଲୋଚନା କରି ବିରୋଧିଦଳ ଗୁଡିକ ଲୋକଙ୍କ ପାଖରେ ନିନ୍ଦିତ ହୋଇଥିଲେ। ଏକ ଆନ୍ତର୍ଜାତିକ କ୍ରୀଡା ପ୍ରତିଯୋଗିତାକୁ ନେଇ ବିରୋଧୀ ଦଳ, ବିଶେଷ କରି ବିଜେପି ସାମାନ୍ୟ ସତର୍କ ରହିବା ଉଚିତ ହୋଇଥାନ୍ତା। ବିଜେପି ପ୍ରବକ୍ତାମାନଙ୍କ ଦାୟିତ୍ଵହୀନ ସମାଲୋଚନା, ଦଳକୁ ଯଥେଷ୍ଟ କ୍ଷତି ପହଞ୍ଚାଇଛି। କଂଗ୍ରେସ ବରଂ ଏ କ୍ଷେତ୍ରରେ ବେଶ ମପାଚୁପା ପ୍ରତିକ୍ରିୟା ରଖିଥିଲା।

ତେବେ ସବୁଠୁ ହାସ୍ୟାସ୍ପଦ ପରିସ୍ଥିତି ସୃଷ୍ଟି ହୋଇଥିଲା ଗଣମାଧ୍ୟମରେ ହକି ର ପ୍ରସାର କୁ ନେଇ। ଓଡିଶାର ସବୁ ଗଣମାଧ୍ୟମ ଏହାକୁ ନେଇ ଉତ୍ସାହିତ ଥିବାବେଳେ, ନିକଟରେ ବିଜେଡ଼ିରୁ ବହିଷ୍କୃତ ହୋଇଥିବା ଜେନ ନେତାଙ୍କ ମାଲିକାନାରେ ଥିବା ଟେଲିଭିଜନ ସଂସ୍ଥା ହକିର ଆୟୋଜନରେ ବାରମ୍ବାର ବିଭ୍ରାଟ ସୃଷ୍ଟି କରିବାକୁ ଚେଷ୍ଟା କରିଥିଲା। ଏହି ସଂସ୍ଥା ସହ ଜଡିତ କିଛି ସାମ୍ବାଦିକ ନିୟମିତ ଭାବରେ ହକି ଆୟୋଜନ ଛୋଟ ଛୋଟ କଥାରେ ବିରୋଧ କରୁଥିଲେ। ନିହାତି ନିମ୍ନ ସ୍ତରର ରାଜନୀତି ଓ ଅପରିଣାମଦର୍ଶୀ ସାମ୍ବାଦିକତାର ଏହା ଥିଲା ଚରମ ଉଦାହରଣ। ରାଜନୀତି କରିବା ଲାଗି ପୁରୁଷ ହକି ବିଶ୍ଵ କପ କୁ ରାଜନେତାମାନେ ବାଛିବାରେ ଆଶ୍ଚର୍ୟ ହେବାର କିଛି ନାହିଁ, କିନ୍ତୁ ଏହାକୁ ନେଇ ସାମ୍ବାଦିକମାନେ ବିରୋଧୀଙ୍କ ହାତବାରିସି ସାଜିବା ଦୁଃଖଦାୟକ ନିଶ୍ଚୟ। ଏହି ସମୟରେ ହକିକୁ ନେଇ ସଂପୃକ୍ତ ସଂସ୍ଥା ତରଫରୁ ଯେତେ ପ୍ରକାର ନକାରାତ୍ମକ ପ୍ରଚାର ହୋଇଥିଲେ ମଧ୍ୟ ତାର କୌଣସି ପ୍ରଭାବ ଲୋକଙ୍କ ଉପରେ ପଡିନଥିଲା।

ଲୋକେ ହକି କୁ ମନଭରି ଉପଭୋଗ କରିଥିଲେ। ଖେଳାଳି ଓ ଆୟୋଜକ ଏହାର ଭୂରି ଭୂରି ପ୍ରଶଂସା କରିଥିଲେ। କ୍ରୀଡା ଓ ସିନେମା ଜଗତର ବହୁ ତାରକା ଓଡିଶାର ଜୟଗାନ କରିଥିଲେ। ସେଇଟା ଓଡିଶାଲାଗି ସବୁଠୁ ସୁଖଦ ଅନୁଭବ ଥିଲା।

Share. Facebook Twitter LinkedIn Email WhatsApp Copy Link

Related Posts

ସଡ଼କ ସଂଯୋଗର ନୂଆ ଯୁଗ: ବିକଶିତ ଭାରତ ସ୍ୱପ୍ନକୁ ଶକ୍ତି ଯୋଗାଉଛି ରାଜପଥ ପରିବର୍ତ୍ତନ

June 15, 2026

ଆୟୁଷ ମନ୍ତ୍ରଣାଳୟର ଐତିହାସିକ ସଫଳତା: ୟୁଟ୍ୟୁବ୍ ଲାଇଭ୍ ଯୋଗ ପ୍ରସାରଣରେ ଗିନିଜ୍ ବିଶ୍ୱ ରେକର୍ଡ

June 15, 2026

‘ଭାରତ ଇନୋଭେଟ୍ସ ୨୦୨୬’ରେ ଯୋଗଦେଲେ ପ୍ରଧାନମନ୍ତ୍ରୀ

June 15, 2026

ଏହି ଦଳରେ ମିଶିବେ ୨୦ ବିଦ୍ରୋହୀ ଟିଏମସି ସାଂସଦ: ଏନଡିଏ କୁ କରିବେ ସମର୍ଥନ

June 15, 2026
Latest News

ନିର୍ମାଣାଧୀନ ପୋଲ ତଳକୁ ଖସି ୨ ଯୁବକଙ୍କ ମୃତ୍ୟୁ

June 15, 2026

ହର୍ମୁଜ୍‌ରୁ ହଟିବ ଅବରୋଧ!, ଆମେରିକା–ଇରାନ ଶାନ୍ତି ଚୁକ୍ତି ଘୋଷଣା କଲେ ଟ୍ରମ୍ପ

June 15, 2026

କାଠଫାଳିଆରେ ପିଟି ବାପାଙ୍କୁ ହତ୍ୟା

June 15, 2026

ସଡ଼କ ସଂଯୋଗର ନୂଆ ଯୁଗ: ବିକଶିତ ଭାରତ ସ୍ୱପ୍ନକୁ ଶକ୍ତି ଯୋଗାଉଛି ରାଜପଥ ପରିବର୍ତ୍ତନ

June 15, 2026

ଆୟୁଷ ମନ୍ତ୍ରଣାଳୟର ଐତିହାସିକ ସଫଳତା: ୟୁଟ୍ୟୁବ୍ ଲାଇଭ୍ ଯୋଗ ପ୍ରସାରଣରେ ଗିନିଜ୍ ବିଶ୍ୱ ରେକର୍ଡ

June 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.